Friday, April 17, 2026 06:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ଶଙ୍ଖ ଆଗ, ବିଜୁ ପଛ

by Our Correspondent
05 Mar, 2016- 01:57 PM
in Politics
1 min read
0
ଶଙ୍ଖ ଆଗ, ବିଜୁ ପଛ

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ବରମୁଣ୍ଡା ଖେଳପଡ଼ିଆରେ ବିଜୁ ଜନ୍ମ ଶତବାର୍ଷିକୀର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ପୁଅ । ପେଟ ପୂରିଗଲା ପରି ଆଡମ୍ବର କରିଥିଲା ବିଜୁ ଜନତା ଦଳ । ବିଜୁ ବାବୁଙ୍କ ଭଳି ମହାନ୍‌ ଜନନାୟକଙ୍କ ପାଇଁ ଏଭଳି ଆଡମ୍ବର ସମୁଦ୍ରକୁ ଶଙ୍ଖେ କହିଲେ ଭୁଲ୍‌ ହେବନି । ତେବେ ବିଜୁବାବୁଙ୍କ ସ୍ମୃତିଚାରଣ ପାଇଁ ଉଦ୍ଦିଷ୍ଟ ଏହି ସମାବେଶ ପଛରେ ବିଜେଡ଼ିର ଅସଲ ଉଦ୍ଦେଶ୍ୟ ନେଇ ସନ୍ଦେହ ଆସିଛି । ବିଜୁ ଜନ୍ମ ଜୟନ୍ତୀ ଉତ୍ସବରେ ଶଙ୍ଖର ଆର୍ତ୍ତନାଦ ଏଭଳି ସନ୍ଦେହକୁ ଜନ୍ମ ଦେଇଛି ।

ବରମୁଣ୍ଡା ବିଜୁ ଜୟନ୍ତୀ ଉତ୍ସବକୁ ସଫଳ କରିବାକୁ ବିଜେଡ଼ି ଦିନରାତି ଏକ କରିଦେଇଥିଲା । ଦଳର ମେନ୍‌ ଯୁବବାହିନୀ ଖାଇବା ପିଇବା ଛାଡ଼ି ଦାୟିତ୍ୱକୁ ସୁଚାରୂ ଭାବେ ପାଳିବାକୁ ଉଦ୍ୟମ କରିଥିଲେ ଏବଂ ସଫଳ ବି ହୋଇଛନ୍ତି । ମାତ୍ର ବିଜୁବାବୁଙ୍କ ଭଳି ମହାନ୍‌ ବ୍ୟକ୍ତିଙ୍କୁ ବିଜୁ ଜନତା ଦଳ ନିଜ ପରିସୀମା ଭିତରେ ସୀମାବଦ୍ଧ କରିବାର ପ୍ରୟାସକୁ ଖୋଦ୍‌ ଦାମୋଦର ରାଉତ ବିରୋଧ କରି ବିବାଦର ମଞ୍ଜି ବୁଣିଥିଲେ । ଆଉ ଦାମଙ୍କ ବିଜୁ ପରିସୀମାର ସଂଜ୍ଞା କ’ଣ ତାହା ଆଜିର ବିଜେଡ଼ି ସମାବେଶ ରୋକଠୋକ୍‌ ବାର୍ତ୍ତା ଦେଇଛି । ବାର୍ତ୍ତା ଏୟା କି ବିଜୁଙ୍କୁ ପେଟେଣ୍ଟ କରିଦେଇଛି ବିଜେଡ଼ି । ବିଜୁବାବୁଙ୍କ ଜୀବନୀ ଓ ବ୍ୟକ୍ତିତ୍ୱର କପିରାଇଟ୍‌ କେବଳ ବିଜେଡ଼ିର ।

ଅବଶ୍ୟ ଏଭଳି ବାଦବିବାଦ ପୋଛିବାକୁ ମୁଖ୍ୟମନ୍ତ୍ରୀ ନିଜ ଭାଷଣରେ ଯଥାସାଧ୍ୟ ଉଦ୍ୟମ କରିଛନ୍ତି । ସ୍ପଷ୍ଟୀକରଣ ଦେଲା ଭଳି ପଦୁଟିଏ କହିଛନ୍ତି କି ବିଜୁ ବାବୁ ସମସ୍ତଙ୍କର । ସବୁ ବର୍ଗଙ୍କୁ ସାମିଲ କରି ଗାଁରେ ଗାଁରେ ବର୍ଷବ୍ୟାପୀ ବିଜୁ ଜନ୍ମ ଶତବାର୍ଷିକୀ ପାଳନ ହେବ ବୋଲି ମୁଖ୍ୟମନ୍ତ୍ରୀ କହି ଆଶଙ୍କା ବାଟରେ ତାଲା ଠୁଙ୍କିବାକୁ ପ୍ରୟାସ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ କେତେ ସତ କହୁଛନ୍ତି ତାହା ତ ଆଗକୁ ଜଣାପଡ଼ିବ । ମାତ୍ର ବରମୁଣ୍ଡା ସମାବେଶରେ ବିଜୁବାବୁଙ୍କ ସ୍ମୃତିର ବାତ୍ସ୍ନାକୁ ଶଙ୍ଖନାଦର ଚିକ୍ରାର ଯେ ବଳିପକାଇଛି ତାହା କହିଲେ ଭୁଲ୍‌ ହେବନି ।

ବିଭିନ୍ନ ପ୍ରାନ୍ତରରୁ କର୍ମୀମାନେ ବସ୍‌, କାର୍‌ ରେ ଆସିଥିଲେ । ସହରର ବିଭିନ୍ନ ୱାର୍ଡରୁ ପାଦରେ ଚାଲି ଶୋଭାଯାତ୍ରାରେ ଆସିଥିଲେ କର୍ମୀ । ସମସ୍ତଙ୍କ ହାତରେ ଥିଲା ବିଜେଡ଼ିର ଶଙ୍ଖ ପତାକା । ବିଜୁ ବାବୁଙ୍କ କାଁ ଭାଁ ଫଟୋ କି ପୋଷ୍ଟର ସେମାନଙ୍କ ହାତରେ ଥିଲା । ବିଜେଡ଼ି ଜିନ୍ଦାବାଦ.. ନବୀନ ପଟ୍ଟନାୟକ ଜିନ୍ଦାବାଦରେ ରାଜଧାନୀ ରାଜରାସ୍ତା ଫାଟି ପଡୁଥିଲା । ରାସ୍ତାରେ ଶଙ୍ଖ ପତାକା ଧରିଥିବା କର୍ମୀଙ୍କ ଆଚରଣ କହୁଥିଲା ସେମାନେ ବିଜୁ ବାବୁଙ୍କ ୧୦୦ ବର୍ଷ ପୂର୍ତ୍ତି ପାଳନ କରୁନାହାନ୍ତି । ବରଂ ବିଜେଡ଼ିର ନିର୍ବାଚନ ସମାବେଶ କି ପ୍ରଚାର ଅଭିମୁଖୀ ଥିଲା ସେମାନଙ୍କ ଚାଲିଚଳଣ ଓ ବ୍ୟବହାର । ଖାଲି ରାସ୍ତାରେ ନୁହେଁ, ସଭାସ୍ଥଳରେ ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଦଳ ଦଳ ହୋଇ କିଛି ଯୁବକର୍ମୀ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ୱନି ଦେଇ ଆଗକୁ ମାଡ଼ି ଆସୁଥିଲେ । ସଭାମଞ୍ଚରେ କାର୍ଯ୍ୟକ୍ରମ ପରିଚାଳନା କରୁଥିବା ସଞ୍ଜୟ ଦାସବର୍ମା ଅଥବା ଭାଷଣ ଦେଉଥିବା ପ୍ରଦୀପ ମହାରଥୀ ଯେତେ ତାଗିଦ୍‌ କଲେ ବି କର୍ମୀଙ୍କ ଉପରେ ତାହା ଫରକ ପକାଉ ନ ଥିଲା । ଓଲଟି ଅଧିକରରୁ ଅଧିକ ସେମାନଙ୍କ ଆଚରଣ ବିଶୃଙ୍ଖଳ ଥିଲା । ଶଙ୍ଖ ପତାକାଗୁଡ଼ିକ ତୋଫାନ ଭଳି ଦୋହଲି ଯାଉଥିଲେ । ସେଇ ଯୁବ ବିଜେଡ଼ି କର୍ମୀମାନେ ମାହୋଲକୁ ଏଭଳି କରିଥିଲେ ଯେ ତାହା ବିଜୁବାବୁଙ୍କ ସ୍ମୃତିଚାରଣର ଭାବକୁ ପାଣିଚିଆ କରିଦେଇଥିଲା ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦୃଶ୍ୟ ଥିଲା, ପ୍ରଦୀପ ମହାରଥୀ ବିଜୁବାବୁଙ୍କ ସ୍ମୃତିଚାରଣ କରୁଥିଲା ବେଳେ ହଠାତ୍‌ ଶଙ୍ଖ ଓ ଢ଼ୋଲକି ବାଲା ଶଙ୍ଖ ଫୁଙ୍କି ଢ଼ୋଲ୍‌ ବଜାଇବା ଆରମ୍ଭ କରିଦେଲେ । ସଭା ହୋଷ୍ଟିଂ କରୁଥିବା ମନ୍ତ୍ରୀ ସଞ୍ଜୟ ଦାସବର୍ମା ମାଇକ୍ରୋଫୋନ୍‌ ଧରି ଚିଲ୍ଲାଇଥିଲେ ଓଃ ଶଙ୍ଖବାଲା.. ମହାରଥୀ କହୁଛନ୍ତି । ଶଙ୍ଖ ବନ୍ଦ କର । ସଞ୍ଜୟଙ୍କ ତାଗିଦ୍‌ ପାଇ ଶଙ୍ଖନାଦ ବନ୍ଦ ହୋଇଗଲା । ମାତ୍ର ମହାରଥୀ ଚିହିଁକି ଉଠି ଯାତ୍ରା ଡାଇଲଗ୍‌ ମାରିଲେ । କହିଲେ ନାଇଁ ଭାଇ । ମହାରଥୀ ପଛେ ବନ୍ଦ ହୋଇଯିବ, ଶଙ୍ଖ କିନ୍ତୁ ବନ୍ଦ ହେବନି । ଶଙ୍ଖ ବାଜି ଚାଲିବ । ମହାରଥୀଙ୍କ କହିବା ଅର୍ଥ ଥିଲା ସେ ବିଜୁବାବୁଙ୍କ ସ୍ମୃତିଚାରଣ ବନ୍ଦ କରିଦେବେ ପଛେ ହେଲେ ଶଙ୍ଖ ଫୁଙ୍ଖା ବନ୍ଦ ହେବନି । ବିଜେଡ଼ି ଶଙ୍ଖ ଏମିତି ଥରକୁ ଥର ଭୋଟ ପାଇ ଆସୁଥିବ । ମହାରଥୀଙ୍କ ଏହି ଦୁଇ ତିନୋଟି ଡାଇଲଗ୍‌ ବିଜୁବାବୁଙ୍କୁ ଅପମାନିତ କଲା ନା ନାଇଁ?

ପରିତାପର କଥା, ବିଜୁବାବୁଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବରେ ସାରା ଭୁବନେଶ୍ୱର ସହର ବିଜେଡ଼ି ବାନାରେ ଛାଉଣୀ ହେବା । ସହରର ଗଳିକନ୍ଦିରେ ଦେଖିବାକୁ ମିଳିଲା ବିଜେଡ଼ି ପତାକା । ମୁଖ୍ୟ ରାସ୍ତାଗୁଡ଼ିକରେ ବିଜେଡ଼ିର ଯୋଡି ପତାକା ତଳେ ବିଜୁବାବୁଙ୍କ ଫଟୋ ଶୋଭା ପାଉଛି । ସତେ ଯେମିତି ବିଜେଡ଼ି ପତାକା ଦୟାରେ ବିଜୁବାବୁ ନିଜ ପରିଚୟ ରଖିଛନ୍ତି । ବିଜୁବାବୁଙ୍କ ପ୍ରତି ବିଜେଡ଼ିର ଏହା ହୀନମନ୍ୟତା ଛଡ଼ା କିଛି ନୁହେଁ । ବିଜୁବାବୁଙ୍କ ସ୍ୱପ୍ନକୁ ବିକି ଆଜି ଯାଏ କ୍ଷମତାର ସ୍ୱାଦ ଚାଖୁଥିବା ନବୀନଙ୍କ ବିଜୁ ଜନତା ଦଳ ଅନ୍ତତଃ ବିଜୁ ପଟ୍ଟନାୟକଙ୍କ ଫଟୋରେ ମୁଣ୍ଡ ଦେଇ ଚିର ଋଣୀ ଭାବ ପ୍ରକାଶ କରିବା ଦରକାର । ବିଜେଡ଼ି ପତାକା ତଳେ ତାଙ୍କୁ ଅସହାୟ ଅବସ୍ଥାରେ ରଖି ତାଙ୍କ ସ୍ମୃତି ପ୍ରତି ବେଆଇନି କରିବା ଠିକ୍‌ ନୁହେଁ । ଆଗକୁ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ି ବିଜୁବାବୁଙ୍କ ଶତବାର୍ଷିକୀ ପାଳନକୁ ପ୍ରଚାରର ପ୍ଲାଟଫର୍ମ ବନାଇଲେ ତାହା ବିଜୁବାବୁଙ୍କ ଆତ୍ମାକୁ ଶାନ୍ତି ଦେବନି । ବିଜୁବାବୁଙ୍କ ମହାନତାକୁ ଖାଲି ଭାଷଣରେ ନୁହେଁ, କାମରେ ଦେଖାଇଲେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ଭାବମୂର୍ତ୍ତି ଆକାଶକୁ ଛୁଇଁପାରନ୍ତା ।

Previous Post

ବିଜୁ ସ୍ୱାଭିମାନ- ଘରେ ଘରେ ଝୁଲିବ ଇଂରାଜୀ କ୍ୟାଲେଣ୍ଡର

Next Post

ବିଜୁ ମହାନତାରୁ କାଣିଚାଏ ଶିଖିଲେନି

Next Post
ବିଜୁ ମହାନତାରୁ କାଣିଚାଏ ଶିଖିଲେନି

ବିଜୁ ମହାନତାରୁ କାଣିଚାଏ ଶିଖିଲେନି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA