Friday, April 17, 2026 04:59 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Politics

ବିଜୁ ମହାନତାରୁ କାଣିଚାଏ ଶିଖିଲେନି

by Our Correspondent
06 Mar, 2016- 01:29 PM
in Politics
1 min read
0
ବିଜୁ ମହାନତାରୁ କାଣିଚାଏ ଶିଖିଲେନି

ଭୁବନେଶ୍ୱର(ମିଡ-ଡେ ଓଡ଼ିଶା): ଜନ୍ମ ଶତବାର୍ଷିକୀରେ ବିଜୁ ବାବୁଙ୍କର ବ୍ୟକ୍ତିତ୍ୱ ଓ ମହାନତାକୁ ମନେ ପକାଉଛନ୍ତି ବିଜେଡ଼ିର ମୁଣ୍ଡି ନେତାମାନେ । ବିଜୁବାବୁଙ୍କ ସହ ସମ୍ପର୍କର ସ୍ମୃତିଚାରଣ କରି ଛଳ ଛଳ ଆଖିରେ ତାଙ୍କ ମହାନତା ଗପୁଛନ୍ତି । ଅନ୍ୟମାନଙ୍କ ପାଇଁ ତାହା ଅନୁକରଣୀୟ ବୋଲି କହୁଛନ୍ତି । ତେବେ ଅନ୍ୟମାନଙ୍କୁ ଦେଉଥିବା ଏହି ଉପଦେଶ ବା ପରାମର୍ଶ ସେମାନେ ନିଜେ ଯଦି ଆପଣେଇବାକୁ ଚେଷ୍ଟା କରନ୍ତେ ତେବେ ବିଜୁବାବୁଙ୍କ ପ୍ରତି ତାଙ୍କ ଜନ୍ମ ଶତବାର୍ଷିକୀରେ ଏହା ହୁଅନ୍ତା ଶ୍ରେଷ୍ଠ ସମ୍ମାନ । ବିଜୁବାବୁଙ୍କ ଆତ୍ମା ଶାନ୍ତି ପାଇପାରନ୍ତା ।

ବିଜୁବାବୁଙ୍କ ସାହାସ ଓ ମହାନତାରେ ତାଙ୍କର ଏହି ଚେଲାମାନେ ଯେ ଉଦବୁଦ୍ଧ ତାହା ଆଦୌ ନୁହେଁ । ଭାଗ୍ୟବଶତଃ କେମିତି ଏକ ଶୁଭବେଳାରେ ବିଜୁବାବୁଙ୍କ ସହ ସମ୍ପର୍କ ଓ ଆର୍ଶିବାଦ ସେମାନଙ୍କୁ ଆଜି ପ୍ରତିଷ୍ଠା ଆଣିଛି । ଅବଶ୍ୟ ରାଜନୈତିକ କ୍ଷେତ୍ରରେ ଉଦ୍ୟମ, ନିଷ୍ଠା ଓ ପରିଶ୍ରମ ସେମାନଙ୍କୁ ଶୀର୍ଷରେ ପହଞ୍ଚାଇଛି । ମାତ୍ର ଏହା ନିରାଟ ସତ ଯେ ଏହି ରାଜନୈତିକ ସଂଘର୍ଷ କେବଳ ନିଜ ପାଇଁ । ସେଥିରେ ନା ଅଛି ନିଜର ବଡ଼ପଣିଆ ଓ ବିଜୁବାବୁଙ୍କ ମହାନତା ଗୁଣର କାଣିଚାଏ ।

ପ୍ରଥମେ ବିଜୁବାବୁଙ୍କ ପୁଅଙ୍କଠାରୁ ପ୍ରସଙ୍ଗର ଅନୁଶୀଳନ ଆରମ୍ଭ କଲେ ଯଥାର୍ଥ ହେବ । ବିଜୁବାବୁଙ୍କ ମୃତ୍ୟୁ ପରେ ନବୀନ ପଟ୍ଟନାୟକ ତାଙ୍କ ସୁଯୋଗ୍ୟ ପୁତ୍ର ପାଲଟିଛନ୍ତି । ଓଡ଼ିଶାବାସୀ ଲଗାତର ଚାରି ଥର ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଲେଣି । ମାତ୍ର ବିଜୁବାବୁଙ୍କର କାଣିଚାଏ ଗୁଣ ନବୀନଙ୍କ ପାଖରେ ନାହିଁ ବୋଲି ସମସ୍ତେ ଜାଣନ୍ତି । ବରଂ ନବୀନଙ୍କୁ ବିଜୁବାବୁଙ୍କ ବ୍ୟକ୍ତିତ୍ୱର ଠିକ୍‌ ବିପରୀତ ବୋଲି କୁହାଯାଇପାରେ । ଏଇ ଯେମିତି, ବିଜୁ ବାବୁ ଅଦମ୍ୟ ସାହାସୀ ଥିଲେ । ରୋକଠୋକ୍‌ ପ୍ରତିକ୍ରିୟାଶୀଳ ଥିଲେ । ମାତ୍ର ନବୀନ ବାବୁ..ଗଛର ପତ୍ରଟିଏ ହଲିଲେ ବି ଚମକିବା ଲୋକ । ଦୁନିଆ ଭାସି ଯାଉ ପଛେ ନୋ ରିଆକ୍ସନ୍‌ । ବିଜୁ ବାବୁ ରାସ୍ତାଘାଟରେ ଅସହାୟ ଲୋକ ଦେଖିଲେ ଅଟକି ତା ଦୁଃଖ ଶୁଣୁଥିଲେ । ମାତ୍ର ନବୀନ ତାଙ୍କ ରାସ୍ତାରେ କାହାରିକୁ ଦେଖିବା ସୁଯୋଗ ବି ରଖିନାହାନ୍ତି । ଅସହାୟ ଲୋକ ପାଖରେ ଅଟକି ଦୁଃଖ ଶୁଣିବା ନବୀନଙ୍କ ପାଇଁ ସାତ ସପନର କଥା । ନବୀନ ନିବାସ ଆଗରେ ଦୁଃଖୀରଙ୍କିଟିଏ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନିଜର ଦୁଃଖ ଜଣାଇବାକୁ ମାସ ମାସ ପଡ଼ି ମଲେ ବି ନବୀନଙ୍କ ହୃଦୟ ତରଳିବାର ଉଦାହରଣ ନାହିଁ ।

ଆଉ ରହିଲା ସାଧାରଣ ଲୋକଙ୍କ ସହ ମିଶିବା । ସାଧାରଣ ଲୋକଙ୍କ ପାଇଁ ବିଜୁବାବୁ ନିଜ ଦ୍ୱାର ଉନ୍ମୁକ୍ତ ରଖୁଥିଲେ । ଗୁହାରି ଶୁଣି ଲୋକଙ୍କୁୁ ନ୍ୟାୟ କିମ୍ବା ସହାୟତା ଦେଉଥିଲେ । ଯାହା ଉପରେ ବିରକ୍ତି ହେଉଥିଲେ ଗାଳି କରୁଥିଲେ ଓ ଏମିତିକି ହାତ ବି ଉଠାଉଥିଲେ । ପରବର୍ତ୍ତୀ ସମୟରେ ସେହି ଲୋକର କଥା ବିଜୁବାବୁ ଆଗ ବୁଝି ତାକୁ କୋଳେଇ ନେଉଥିଲେ । ମାତ୍ର ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏହା ଠିକ୍‌ ଓଲଟା । ଲୋକଙ୍କ ସାଥିରେ ସିଧାସଳଖ ଆଦୌ ସମ୍ପର୍କ ନାହିଁ । କାହାରି ଠାରୁ ଦୁଃଖ ଶୁଣିବାର ଅବକାଶ କି ସୁଯୋଗ ନାହିଁ । ବୋଧହୁଏ ଏହା ହିଁ ତାଙ୍କର ରାଜନୈତିକ ସଫଳତା ବୋଲି ନିଜେ ନବୀନ ବୁଝିପାରିଛନ୍ତି । ତେଣୁ ବାପାଙ୍କର ଗୁଣ ତାଙ୍କ ଉପରେ ସାମାନ୍ୟ ପ୍ରଭାବ ପକାଇନି କି ପକାଇବାର ସମ୍ଭାବନା ନାହିଁ ।
ବିଜୁବାବୁଙ୍କ ଚେଲାଚାମଣ୍ଡାଙ୍କ କଥା ବି ସେୟା । ବିଜୁବାବୁଙ୍କ ଏକ ନମ୍ବର ଶିଷ୍ୟ ଦାବି କରୁଥିବା ଡାକ୍ତର ଦାମୋଦର ରାଉତ ବିଜୁବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ବୋଲି ଦାବି କରନ୍ତି । ବିଜୁବାବୁଙ୍କ କଥା କହିଲା ବେଳେ କାନ୍ଦି ପକାନ୍ତି । ମାତ୍ର ନିଜର ୪୦ ବର୍ଷର ରାଜନୈତିକ କ୍ୟାରିଅରରେ ସେ ବିଜୁଙ୍କ ମହାନତାକୁ ନିଜ ଜୀବନ କ୍ଷେତ୍ରରେ କେତେ ଉପଯୋଗ କରିଛନ୍ତି ସେହି ପ୍ରଶ୍ନ ନିଜକୁ ପଚାରିବା କଥା । ଦାମବାବୁଙ୍କ ୪୦ ବର୍ଷର ରାଜନୈତିକ କ୍ୟାରିୟରରେ ଅଧିକାଂଶ ସମୟ ସେ କ୍ଷମତା ରାଜନୀତିରେ ଅଛନ୍ତି । ବାରମ୍ବାର ବିଧାୟକ ଓ ମନ୍ତ୍ରୀ ହୋଇଛନ୍ତି । ମାତ୍ର ବିଜୁବାବୁଙ୍କ ଆଦର୍ଶର କାଣିଚାଏ ଆଣି କେତେ ଜଣଙ୍କ ଭବିଷ୍ୟତ ନିଜ ହାତରେ ଗଢ଼ିଛନ୍ତି କହିପାରିବେ? କୁହାଯାଏ, ଦାମବାବୁ କେବେ ବି କାହାରିକୁ ସାହାଯ୍ୟ କରନ୍ତିନି । ଅନ୍ୟର ଦୁଃଖକଷ୍ଟ ବୁଝିପାରନ୍ତିନି ଦାମବାବୁ । ଆଉ ରହିଲା ସମ୍ପତ୍ତି ଆହରଣ କଥା । ଦାମବାବୁ ଛାତି ବାଡ଼େଇ ନିଜର ଚେହେରା ଯେତେ ସଫେଦ ଦେଖାଇଲେ ବି ସମ୍ପତ୍ତି ଆହରଣ ଦୌଡ଼ରେ ସେ ନାହାନ୍ତି ବୋଲି ତାଙ୍କ ପୋଥି କହୁନାହିଁ ।

ବିଜୁବାବୁଙ୍କ ଶିଷ୍ୟ କହୁଥିବା ପ୍ରଫୁଲ୍ଲ ଘଡ଼ାଇ, ରାମକୃଷ୍ଣ ପଟ୍ଟନାୟକ, ଶ୍ରୀକାନ୍ତ ଜେନା, ବିଜୟ ମହାପାତ୍ର, ଦିଲ୍ଲୀପ ରାୟଙ୍କଠାରୁ ଆରମ୍ଭ କରି ଏବେକାର ମନ୍ତ୍ରୀମଣ୍ଡଳର କୌଣସି ମନ୍ତ୍ରୀ ଓ ବିଧାୟକଙ୍କ ପାଖରେ ଯେ ବିଜୁଙ୍କ ମହାନତାର କାଣିଚାଏ ଗୁଣ ଅଛି ତାହା ଆଦୌ ବାରି ହୋଇନାହିଁ । ବ୍ୟକ୍ତିକୈନ୍ଦ୍ରିକ ରାଜନୀତିର ସିଢ଼ି ଚଢ଼ି ଏମାନେ ଶୀର୍ଷରେ । କାହାରିକୁ ଦରଦ ଦେଖାଇ ମଣିଷ କରି ଛିଡ଼ା କରିବାର ଇଚ୍ଛାଶକ୍ତି ଏମାନଙ୍କ ପାଖରେ ନାହିଁ । କ୍ଷମତା ପାଇଛନ୍ତି । ମାତ୍ର ଅସହାୟଙ୍କ ପାଇଁ କ୍ଷମତାର ସଦୁପଯୋଗ କରି ଶିଖିନାହାନ୍ତି । ନିଜର ସ୍ୱାର୍ଥ ହିଁ ସେମାନଙ୍କ ରାଜନୈତିକ ଗୋଟିଚାଳନାର ମନ୍ତ୍ର ହୋଇଛି । ସେଥିରେ ସେମାନେ ସଫଳ ହୋଇଛନ୍ତି ଏବଂ ହେଉଛନ୍ତି ସତ ହେଲେ ବିଜୁବାବୁଙ୍କ ଭଳି ସେମାନେ ଲୋକଙ୍କ ହୃଦୟ ଛୁଇଁପାରିନାହାନ୍ତି କି ଛୁଇଁପାରିବେ ନାହିଁ । ଲୋକଙ୍କ ହୃଦୟରେ ବସା ବାନ୍ଧିବାକୁ ସେମାନଙ୍କର ଦମ୍‌ ନାହିଁ । ବିଜୁ ଶତବାର୍ଷିକୀ ପାଳନ କରିବେ । ଭାଷଣବାଜିରେ ବିଜୁଙ୍କ ଗୁଣଗାନ କରି ମହାନତା ଗପିବେ । ବାସ୍ତବ କାର୍ଯ୍ୟକ୍ଷେତ୍ରରେ ଏହା ସେମାନଙ୍କ ପାଇଁ ଭୋଟ ରାଜନୀତିର ଯେ ଅସ୍ତ୍ର ଏହା ନିଚ୍ଛକ ସତ । ନିଜ ଚେଲାଚାମଣ୍ଡା ଆଜିର ଏହି ଶୀର୍ଷ ନେତାମାନଙ୍କର ସଂକୀର୍ଣ୍ଣତା ଦେଖି ବିଜୁବାବୁଙ୍କ ଆତ୍ମା ନିଶ୍ଚିତ କଷ୍ଟ ପାଉଥିବ ।

Previous Post

ଶଙ୍ଖ ଆଗ, ବିଜୁ ପଛ

Next Post

ଥାର୍ଡ ଫ୍ଲୋର୍‌ ଟାର୍ଗେଟ୍‌ରେ ଲୁଲୁ

Next Post
ଥାର୍ଡ ଫ୍ଲୋର୍‌ ଟାର୍ଗେଟ୍‌ରେ ଲୁଲୁ

ଥାର୍ଡ ଫ୍ଲୋର୍‌ ଟାର୍ଗେଟ୍‌ରେ ଲୁଲୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA