Friday, November 14, 2025 11:57 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନବୀନ..ନବୀନ, ମୋହନ..ମୋହନ

ବୁମେରାଂ ହୋଇପାରେ ସୋସିଆଲ୍ ମିଡିଆ ଟ୍ରୋଲ୍

by Our Correspondent
27 Nov, 2024- 06:39 PM
in Latest News, News, Politics
1 min read
7
ନବୀନ..ନବୀନ, ମୋହନ..ମୋହନ

ଭୁବନେଶ୍ୱର: ନବୀନ ପଟ୍ଟନାୟକ ଏବଂ ମୋହନ ମାଝୀଙ୍କୁ ତୁଳନା କରି ଉଭୟ ଗୋଷ୍ଠୀ ପରଷ୍ପରକୁ ଟ୍ରୋଲ୍ କରୁଛନ୍ତି । ନବୀନ ବାବୁଙ୍କ ମୁହଁରେ ଚଣ୍ଡିଖୋଲ, ବାରିପଦାର ବିକୃତ ଉଚ୍ଚାରଣ କାହା ପାଇଁ ଅସହ୍ୟ ହୋଇଥିବା ବେଳେ ମୋହନ ବାବୁଙ୍କ ମୁହଁରେ ହିନ୍ଦୀ ଏବଂ ଇଂରାଜୀର ବିକୃତ ଉଚ୍ଚାରଣ କାହା ପାଇଁ ଅସହ୍ୟ ହେଉଛି । ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜାଗାରେ ମଧୁସୂଦନ ଦାସ କହିଦେବା ହେଉ କି ସମ୍ବିଧାନ ଦିବସ ଜାଗାରେ ସ୍ୱାଧୀନତା ଦିବସ ପାଟିରୁ ବାହାରିଗଲା ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଅଶିକ୍ଷିତ, ଅଜ୍ଞାନୀ ଦର୍ଶାଇ ସୋସିଆଲ୍ ମିଡିଆରେ ଗାଳି କରାଯାଉଛି । ମୁଖ୍ୟମନ୍ତ୍ରୀଙ୍କୁ ଆଦିବାସୀ ଆକ୍ଷେପରେ ତାଙ୍କର ଭିଜୁଆଲ୍ ଏଡିଟ୍ କରି ହାତରେ ଚାଙ୍ଗୁ କି ଢ଼ୋଲ୍ ଧରେଇ ନଚାଯାଉଛି । କମ କଥା କହି, ଲୋକଙ୍କ ସାଙ୍ଗରେ ନ ମିଶି, ଓଡ଼ିଆରେ କଥା ନ କହି ମଧ୍ୟ ନବୀନ ବାବୁ ଲୋକପ୍ରିୟତାର ଶୀର୍ଷରେ । ପାଞ୍ଚ ଥରର ମୁଖ୍ୟମନ୍ତ୍ରୀ । ଲକ୍ଷ ଲକ୍ଷ ଓଡ଼ିଆଙ୍କ ହୃଦୟରେ ଆଜି ବି ବିରାଜମାନ । ଏହା ହିଁ ସତ୍ୟ । ସେହିଭଳି ନୂଆ କରି ମୁଖ୍ୟମନ୍ତ୍ରୀ ହୋଇଥିବା ମୋହନ ମାଝୀ ପ୍ରୋଟୋକଲ୍ ଭୁଲି ଲୋକଙ୍କ ସାଙ୍ଗରେ ମିଶିଯିବା କି ଭାବବିହ୍ୱଳ ହୋଇ ଅନର୍ଗଳ ଭାଷଣ ଦେବା ତାଙ୍କର ବ୍ୟକ୍ତିତ୍ୱର ଅନନ୍ୟ ଦିଗ । ଏଥିରେ ନବୀନଙ୍କ ସହ ତୁଳନା କରି ତାଙ୍କୁ ଛୋଟ କରିବାକୁ ଉଦ୍ୟମ କରିବା ବରଂ ବୁମେରାଂ ହୋଇପାରେ । କାରଣ ଆଜିର ଏହି ମୋହନ ବ୍ରାଣ୍ଡ କାଲିକି ନବୀନଙ୍କ ଲୋକପ୍ରିୟତାଠାରୁ ଯେ ବଳି ନ ଯିବ ତାହାର କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ ।

ମୋହନ ମାଝୀ ଜଣେ ସାଧାସିଧା ଲୋକ । ନିପଟ ଗାଁର ଅତି ସାଧାରଣ ଆଦିବାସୀ ପରିବାରରୁ ଆସି ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ହେଲା ପରେ ତାଙ୍କ ଢ଼ଙ୍ଗଢ଼ାଙ୍ଗ ବଦଳି ନାହିଁ । ଅନେକ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ଆଦବ କାଇଦା(ପ୍ରୋଟୋକଲ)୍ ବାହାରକୁ ଯାଇ ସେ ନିଜକୁ ପରଖୁଛନ୍ତି । ଭିଡ଼ ଭିତରକୁ ଯାଇ ଲୋକଙ୍କ ସହ ମିଶୁଛନ୍ତି । କାହାର କ’ଣ ସମସ୍ୟା ଅଛି ପଚାରି ବୁଝୁଛନ୍ତି । କ’ଣ କରିବେ ନ କରିବେ ସମୟ କହିବ । କିନ୍ତୁ ଲୋକଙ୍କ ସହ ଯୋଡି ହେବାର ପ୍ରବୃତ୍ତିକୁ ତାଙ୍କର ବଡ଼ପଣ ବୋଲି କୁହାଯିବ । ଗରିବ ବନ୍ଧୁ ନିରଞ୍ଜନ ଶତପଥୀଙ୍କ ଅକାଳ ବିୟୋଗ ଖବର ପାଇ ଜନ୍ମମାଟି କେନ୍ଦୁଝରକୁ ଛୁଟି ଗଲେ । ବନ୍ଧୁଙ୍କର ଶେଷ ଦର୍ଶନ କରି ଆଖିରୁ ଲୁହ ଗଡ଼େଇଲେ । ଶୋକ ସନ୍ତପ୍ତ ପରିବାର ଲୋକଙ୍କୁ ଶାନ୍ତ୍ୱନା ଦେଇ ସୁଖରେ ବଞ୍ଚାଇବାର ପ୍ରତିଶ୍ରୁତି ଦେଲେ ।

ଏଥିରେ ରାଜନୀତି ଥିବା କହିଲେ ଭୁଲ୍ ହେବ । ବରଂ ନିହାତି ଥିଲା ମାନବିକତା । ବନ୍ଧୁତ୍ୱର ନିଦର୍ଶନ । ଜଣେ ଉଚ୍ଚ ପଦବୀକୁ ଚାଲିଗଲେ ତଳେ ଥିବା ନିଜର ଲୋକଙ୍କ ପାଇଁ ଅପହଞ୍ଚ ତତ୍ତ୍ୱରେ ମୋହନଙ୍କର ଯେ ବିଶ୍ୱାସ ନାହିଁ ତାହା ଥିଲା ଏହି ଘଟଣାର ଜ୍ୱଳନ୍ତ ଉଦାହରଣ । ଏଥିରେ ତାଙ୍କ ମୁଖ୍ୟମନ୍ତ୍ରୀ ଚେହେରା ମଳିନ ହୋଇଯାଇନି, ବରଂ ଲୋକଙ୍କ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କୁ ଜାଜୁଲ୍ୟମାନ କରିଛି ।

ମୋହନ ମାଝୀ ଏଥରକୁ ମିଶାଇ ୪ ଥର ବିଧାୟକ ହେଲେଣି । ମେଣ୍ଟ ସରକାର ଅମଳରେ ୨୦୦୫ରୁ ୨୦୦୯ ସେ ବିରୋଧୀ ଦଳର ଉପମୁଖ୍ୟ ସଚେତକ ଥିଲେ । ୨୦୧୯ରେ ବିରୋଧୀ ଦଳର ମୁଖ୍ୟ ସଚେତକ ଥିଲେ । ବିଭିନ୍ନ ପ୍ରସଙ୍ଗକୁ ବିଧାନସଭାରେ ପ୍ରଭାବୀ ଢ଼ଙ୍ଗରେ ଉପସ୍ଥାପନ କରିବାରେ ତାଙ୍କର ଦକ୍ଷତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ବ୍ୟକ୍ତିଗତ ଜୀବନରେ ତାଙ୍କର ସରଳ ଜୀବନଶୈଳୀକୁ ମଧ୍ୟ ସମସ୍ତେ ପାଖରୁ ଦେଖିଛନ୍ତି । ମାତ୍ର ଏବେ ମୁଖ୍ୟମନ୍ତ୍ରୀ ହେବା ପରେ ତାଙ୍କର ଜ୍ଞାନ ଗାରିମା ଏବଂ ଜୀବନଚର୍ଯ୍ୟାକୁ ନେଇ ବିରୋଧୀ ଶିବିର ସମାଲୋଚନା କରୁଛନ୍ତି ।

ସୋସିଆଲ୍ ମିଡିଆରେ ଟ୍ରୋଲ୍ ବାହିନୀ ତାଙ୍କୁ ବ୍ୟକ୍ତିଗତ ଆକ୍ଷେପ କରି ଚାଲିଛନ୍ତି । ଜଣେ ମୁଖ୍ୟମନ୍ତ୍ରୀ ପକେଟରୁ ପାନିଆ ବାହାର କରି ନିଜ ଚୁଟି ସଜାଡ଼ିବା ଏକ ଅପରାଧ ନୁହେଁ । ଯଦି ଅଭ୍ୟାସ ଦୃଷ୍ଟିରୁ ମୋହନ ବାବୁ ଏହା କଲେ ତାହା ତାଙ୍କର ଷ୍ଟାଇଲ୍ ବୋଲି ଧରିବାକୁ ପଡ଼ିବ । ତାଙ୍କୁ ନାଟୁଆ କହି ମଜା ଉଡ଼ାଇବା କୌଣସି ବୁଦ୍ଧିମାନ ଲୋକର କାର୍ଯ୍ୟ ହୋଇ ନ ପାରେ ।

ବିଦେଶ ଗସ୍ତ କାଳରେ ମୋହନ ବାବୁ ଯଦି ବିଭିନ୍ନ ଜାଗାରେ ଫଟୋ ପୋଜ୍ ଦେଲେ ସେଥିରେ କିଏ ବ୍ୟତିବ୍ୟସ୍ତ ହେବା କଥା ନୁହେଁ । କାରଣ ଏହା ତାଙ୍କର ନିଜସ୍ୱ ଷ୍ଟାଇଲ୍ ହୋଇପାରେ ।

ମୋହନ ମାଝୀ କେମିତି ବସିଲେ, କେମିତି ଖାଇଲେ ତାହାକୁ ମଧ୍ୟ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଯାଉଛି । ବିରୋଧୀ ରାଜନୈତିକ ଦଳର ଚେଲାଚାମଣ୍ଡାମାନେ ଏହାକୁ ପ୍ରସଙ୍ଗ କରି ଖୁସିରେ ଗଦ ଗଦ ହେଉଛନ୍ତି । ମାତ୍ର ଏହା ମୁଖ୍ୟମନ୍ତ୍ରୀଙ୍କର ଭାବମୂର୍ତ୍ତିରେ ଆଞ୍ଚ ଆଣୁନି, ବରଂ ଅଧିକାଂଶ ଲୋକେ ତାଙ୍କର ସରଳ ଜୀବନଶୈଳୀକୁ ପସନ୍ଦ କରୁଛନ୍ତି ।

ପୂର୍ବରୁ ତାଙ୍କର ବଡ଼ ବଡ଼ ସରକାରୀ ସଭା ସମିତିରେ ଯୋଗ ଦେବାର ଅଭିଜ୍ଞତା ନ ଥିଲା । ବିଧାୟକରୁ ସିଧାସଳଖ ମୁଖ୍ୟମନ୍ତ୍ରୀ ହେବା ପରେ ଲଗାତର ଭାବେ ବିଭିନ୍ନ ସଭାସମିତିରେ ତାଙ୍କୁ ଭାଷଣ ଦେବାକୁ ପଡୁଛି । ଲମ୍ବା ଭାଷଣରେ ତାଙ୍କର ରୁଚି ଅଛି ନା ଅଫିସରମାନେ ତାଙ୍କୁ ଖୁସି କରିବା ପାଇଁ ଲମ୍ବା ଭାଷଣ ଲେଖୁଛନ୍ତି ତାହା ସେମାନେ ଜାଣିଥିବେ । ମାତ୍ର ଲମ୍ବା ଭାଷଣ ଶୁଣିବାକୁ କାହାର ଧୈର୍ଯ୍ୟ କି ସମୟ ନାହିଁ ଏକଥା ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କ ପରାମର୍ଶଦାତାମାନେ ବୁଝାଇ ପାରିନାହାନ୍ତି ।

ହୋଇପାରେ, ଲମ୍ବା ଲେଖାର କାଗଜ ପଢ଼ିଲା ବେଳେ ମୁଖ୍ୟମନ୍ତ୍ରୀଙ୍କର ଅସୁବିଧା ହେଉଥିବ । ଯେଉଁଥିପାଇଁ ବେଳେ ବେଳେ ପାଟିରୁ ଶବ୍ଦ ଖସି ଯାଉଥିବ । କେତେବେଳେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ମଧୁସୂଦନ ଦାସ କହି ଦେଇଛନ୍ତି । ନଭେମ୍ବର ୨୬ ତାରିଖ ସମ୍ବିଧାନ ଦିବସକୁ ସ୍ୱାଧୀନତା ଦିବସ କହି ଦେଇଛନ୍ତି । ସୋସିଆଲ୍ ମିଡିଆରେ ତାଙ୍କୁ ସେଥିପାଇଁ ଭୀଷଣ ଟ୍ରୋଲ୍ ହେବାକୁ ପଡୁଛି ।

ମାତ୍ର ଏଥିରେ ମୁଖ୍ୟମନ୍ତ୍ରୀଙ୍କର କ’ଣ କ୍ଷତି ହେଉ ନ ହେଉ, ବିରୋଧୀ ଦଳ ବିଶେଷ କରି ବିଜେଡି ପାଇଁ ଏହା ବୁମେରାଂ ହୋଇପାରେ । କାରଣ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏହାର ଲମ୍ବା ଉଦାହରଣ ରହିଛି । ଏହା ଅତୀତ ଭାବି ଭୁଲିଗଲେ, ଲୋକେ ସେମାନଙ୍କୁ ପୂରାପୂରି ଭୁଲିଯିବେ ।

Previous Post

କାର୍ଯ୍ୟରେ ଯୋଗଦେଲେ ସୁଜାତା କାର୍ତ୍ତିକେୟନ

Next Post

ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ

Next Post
ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ

ସୋଆ ମହିଳା ଶକ୍ତିକୁ ‘ଫେମିନା ଆଚିଭର୍ସ ଇଷ୍ଟ-୨୦୨୪’ ସମ୍ମାନ

Comments 7

  1. N says:
    12 months ago

    କିଏ ଫଟୋ ପାଇଁ ତ କିଏ କର୍ତ୍ତବ୍ୟ ପାଇଁ

    Reply
  2. Kahnu charan nayak says:
    12 months ago

    Both the past n present CMs are good hearted persons. Only the trollers are to be blamed.

    Reply
  3. SUSHREESANGEETA PATTANAYAK says:
    12 months ago

    CM sir subhadra paisa Milani car achi kahiki reject
    Puni Abe kn DL thile miliba ni
    Aaga ru jou sabu loka ku milichi semanakar gadithiki deichanti aama belaku ate gidi line

    Reply
  4. Gyanendra Mohapatra says:
    12 months ago

    ମୋହନ ବାବୁ ଙ୍କର ବିଷୟ ରେ ଯାହା ଲେଖା ହେଇଛି ବହୁତ ବଡ଼ିଆ ପକୃତରେ ସେ ଜଣେ ସରଳିଆ ସାଧା ସିଧା ଲୋକ କିନ୍ତୁ କିଛି ଲୋକ ତାଙ୍କୁ ବହୁତ କମେଡ଼ କରୁଛନ୍ତି ସାଧା ଓ ସରଳିଆ ହେବା ଟା କଣ ଭୁଲ ଏହିପରି ମାନସିକତା ଲାଗି ଏହି ଭାରତ ବର୍ଷ ରେ ୫୦୦ବର୍ଷ ଇଂରେଜ ଓ ମୋଗଲ ମାନେ ଶାସନ କରିଥିଲେ କିନ୍ତୁ କିଛି ଲୋକ ଏହାକୁ ଭୁଲି ଯାଉଛନ୍ତି

    Reply
  5. Pradeep dash says:
    12 months ago

    Don’t forget this type of issue was raised by bjp, that’s why they are in power today, tongue sleep is common,but that was a issue for them at that time,they have to take the venom of this unauthorised issue ,the opposition always seeking an issue to become tit for tat.

    Reply
  6. Jyoti Prakash Panda says:
    12 months ago

    We can’t compare CM Mohanbabu with Mr. Navin Patnaik because Sri Mohanbabu is living with people of Odisha and Mr. Navin Patnaik was living with foreign drinks.

    Mr. Mohan Majhi Understand the Odisha people heart but Navin Patnaik had never tried to understand even to know about Odisha.

    Politically India government as well as Our state government people are planning for our State.

    One election one nation and definitely Odisha will be no. 1 very shortly

    I’m not a politician but I love my state and my nation

    Reply
  7. Shiba prasad Jena says:
    12 months ago

    Nabi Babu
    I love you

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19120 shares
    Share 7648 Tweet 4780
  • ନବୀନ..ନବୀନ, ମୋହନ..ମୋହନ

    16589 shares
    Share 6636 Tweet 4147
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7293 shares
    Share 2917 Tweet 1823
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5804 shares
    Share 2322 Tweet 1451
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5478 shares
    Share 2191 Tweet 1370

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA