Friday, April 17, 2026 06:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News

ଥାର୍ଡ ଫ୍ଲୋର୍‌ ଟାର୍ଗେଟ୍‌ରେ ଲୁଲୁ

by Our Correspondent
10 Mar, 2016- 08:56 AM
in News
1 min read
0
ଥାର୍ଡ ଫ୍ଲୋର୍‌ ଟାର୍ଗେଟ୍‌ରେ ଲୁଲୁ

ଭୁବନେଶ୍ୱର(ମିଡ଼-ଡେ ଓଡ଼ିଶା): କଂଗ୍ରେସ ହେଭିୱେଟ୍‌ ଲୁଲୁ ମହାପାତ୍ରଙ୍କ ଦେହରେ ହାତ ମାରିବ ପୁଲିସ । ତାଙ୍କୁ ବାନ୍ଧି ଜେଲ୍‌ରେ ପୂରାଇବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତି ହୋଇଛି । ଏଭଳି ଦୁଃସାହସ ପୁଲିସ ନିଜ ଆଡୁ କରୁନି । ଖୋଦ୍‌ ଥାର୍ଡ ଫ୍ଲୋର୍‌ ପୁଲିସକୁ ଏହାର ବ୍ଲୁ ପ୍ରିଣ୍ଟ ଧରାଇଦେଇଛି । ଧଳ ବ୍ରଦର୍ସ ଓ ରମେଶ ଜେନାଙ୍କ ସହ ଅପରାଧିକ ସମ୍ପର୍କ ନେଇ ଲୁଲୁଙ୍କୁ ଫସାଯିବ । ସେଥିପାଇଁ ଆବଶ୍ୟକ ତଥ୍ୟପ୍ରମାଣ ଯୋଗାଡ଼ ବି ଚାଲିଛି । ରମେଶ ଜେନାଙ୍କ ଗିରଫରୁ ପୁଲିସ ଏହି ମେଗା ଅଭିଯାନ ଆରମ୍ଭ କରିଛି ।

ଅପରାଧ ଜାଲରେ ଲୁଲୁଙ୍କୁ ଫସାଇ ଜେଲ୍‌ ଠୁଙ୍କିବା ଯୋଜନା ପଛର ମଉକା ଆସିଛି ଡି ବ୍ରଦର୍ସ ଲିଙ୍କ୍‌ରୁ । ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଗିରଫ ପରେ ପରେ ଲୁଲୁ ଗଣମାଧ୍ୟମରେ ସୁଶୀଲଙ୍କ ସପକ୍ଷରେ ଯୁକ୍ତି କରି ବିବାଦକୁ ଆସିଥିଲେ । ସୁଶୀଲ ବିରୋଧରେ ଆଗରୁ ଅପରାଧିକ ମାମଲା ଥିଲେ ବି କୋର୍ଟ ତାକୁ ନିର୍ଦୋଷ ସାବ୍ୟସ୍ତ କରିସାରିଛି । ଏବେ ସେ ନିଜକୁ ପରିବର୍ତ୍ତନ କରି ବିଭିନ୍ନ ସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ଅଛି ବୋଲି ଲୁଲୁ ଓକିଲାତି କରିଥିଲେ । ଖାଲି ସେତିକି ନୁହେଁ, ଧଳସାମନ୍ତ ଦ୍ୱାରା କଟକରେ ଆୟୋଜିତ ରକ୍ତଦାନ ଶିବିରକୁ ସେ ଯାଇଥିଲେ ଏବଂ ସେଠାରେ ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ହୋଇଥିବାରୁ ସେ ଧନ୍ୟବାଦର ପାତ୍ର ବୋଲି ଲୁଲୁ କହିବାକୁ ପଛାଇ ନ ଥିଲେ । ଧଳସାମନ୍ତ ପରିବାର ତାଙ୍କର ଦୂର ସମ୍ପର୍କ ପାରିପାରିକ ସମ୍ପର୍କୀୟ ଏବଂ ସେହି ଦୃଷ୍ଟିରୁ ସେମାନଙ୍କୁ ସେ ପିଲାଦିନୁ ଜାଣନ୍ତି ବୋଲି ଲୁଲୁ ଖୋଲାଖୋଲି କହି ସମସ୍ତଙ୍କୁ ଚମକୃତ କରିଥିଲେ । ତେବେ ସେତିକିରେ କଥା ସରିନାହିଁ । ଏବେ ନେପଥ୍ୟରେ ଡି ବ୍ରଦର୍ସ ଲିଙ୍କ୍‌ ନେଇ ଲୁଲୁଙ୍କ ଖାସ୍‌ ପୂର୍ବତନ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ ପୁଲିସ ଗିରଫ ପରେ ମାମଲା ଗୁରୁତର ମୋଡ଼ ନେଇଛି । ଗଣମାଧ୍ୟମରେ ଲୁଲୁ ଏହାକୁ ଖୋଲା ଚାଲେଞ୍ଜ କରି କହିଛନ୍ତି, ସାହାସ ଅଛି ତ ତାଙ୍କ ସମେତ ଅନ୍ୟ ରାଜନୈତିକ ବ୍ୟକ୍ତିମାନଙ୍କୁ ପୁଲିସ ଜେରା କରୁ । ପୁଲିସ ଜେରାର ସାମନା ପାଇଁ ସେ ଏକଦମ୍‌ ତୟାର ।

ତେବେ ଲୁଲୁଙ୍କ ଏହି ଚାଲେଞ୍ଜ ଯଦିଓ ପୁଲିସ ପାଇଁ ଅଡୁଆ ହୋଇଛି ମାତ୍ର ଲୁଲୁଙ୍କୁ ଫସାଇବା ପାଇଁ ନକ୍ସା ତିଆରି ସରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ରକ୍ତଦାନ ଶିବିର ଅଥବା ଧଳସାମନ୍ତର ଯୁବକ ସଂଘ ଉତ୍ସବରେ ଯୋଗଦେଇଥିବା ନେତାଙ୍କୁ ଜେରା କଲେ, ଖାଲି କଂଗ୍ରେସ କି ଲୁଲୁ ନୁହେଁ, ବିଜେଡ଼ି, ବିଜେପି ସମସ୍ତେ ଫସିବେ । ତେଣୁ ଏହାକୁ ଏଡାଇ କେବଳ ଲୁଲୁଙ୍କୁ ଫସାଇବା ପାଇଁ ରମେଶ ଜେନାଙ୍କୁ ମାଧ୍ୟମ କରିବ ପୁଲିସ । ରମେଶ ଜେନାଙ୍କ ବିଶାଳ ଅପରାଧିକ ନେଟ୍‌ୱାର୍କ ଓ ଡି ବ୍ରଦର୍ସ ପଛରେ ଲୁଲୁ ମହାପାତ୍ରଙ୍କ ଭୂମିକାକୁ ସାବିଦ୍‌ କରିବ ପୁଲିସ । ରମେଶ ଜେନାଙ୍କ ପୁଲିସ ରିମାଣ୍ଡ ଅବଧି ସମୟରେ ହିଁ ଲୁଲୁଙ୍କୁ ଟାଣିନେବାକୁ ପୁଲିସକୁ ତୃତୀୟ ମହଲା ନିର୍ଦ୍ଦେଶ ଦେଇଥିବା ଏକ ସୂତ୍ରରୁ ଜଣାପଡ଼ିଛି ।

ପୁଲିସ ଏଭଳି କଲେ ସାଂଘାତିକ ରିସ୍କ ରହିବ ନିଶ୍ଚିତ । କାରଣ ବିରୋଧୀ ଦଳରେ ଥିଲେ ମଧ୍ୟ ଲୁଲୁଙ୍କ ଦେହରେ ହାତମାରିବା ଛୋଟକାଟିଆ କଥା ନୁହେଁ । ମାତ୍ର ଏଇ କିଛି ମାସ ହେଲା ସରକାରଙ୍କ ବିରୋଧରେ ଲୁଲୁଙ୍କ ଉଗ୍ର ରୂପ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି । ପିସିସି ସଭାପତିଙ୍କ ସମେତ ଦଳର ବରିଷ୍ଠ ନେତାଙ୍କୁ ସାଇଡ ଲାଇନ୍‌ କରି ଲୁଲୁବାହିନୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ମନ୍ତ୍ରୀମାନଙ୍କ ଉପରେ ଯେଭଳି ଅଣ୍ଡାମାଡ ଚଳାଇଲେ ତାହା ସରକାରଙ୍କୁ ବିବ୍ରତ କରିଛି । ନିକଟରେ ଲୁଲୁ ନିଜର ସ୍ୱତନ୍ତ୍ର ବାହିନୀ ଗଠନ କରି ସରକାର ବିରୋଧୀ ସଂଗ୍ରାମକୁ ଆହୁରି ଶାଣିତ କରିଛନ୍ତି । ଲୁଲୁଙ୍କ ଏହି ପ୍ରୟାସ ଉପରେ ରୋକ୍‌ ଲଗାଇବା ପାଇଁ ଡି ବ୍ରଦର୍ସ ଲିଙ୍କ୍‌ ମଉକାରେ ରମେଶ ଜେନା ପ୍ଲାଟଫର୍ମ ମିଳିଛି ସରକାରଙ୍କୁ । ତେବେ ପୁଲିସ ଏଥିରେ କେତେ ସଫଳ ହେବ ତାହା ସମୟ କହିବ ।

Previous Post

ବିଜୁ ମହାନତାରୁ କାଣିଚାଏ ଶିଖିଲେନି

Next Post

ଧନ୍ୟ ତୁମ ଓରଟେଲ୍‌ ସେବା

Next Post
ଧନ୍ୟ ତୁମ ଓରଟେଲ୍‌ ସେବା

ଧନ୍ୟ ତୁମ ଓରଟେଲ୍‌ ସେବା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA