Monday, March 9, 2026 11:50 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ନଘାଂ ତଣ୍ଟିଆ ଖାଇଲ କାହିଁକି?

ପ୍ରଶ୍ନ ଜାଲରେ ଛନ୍ଦିଲା ବିଜେଡି

by Our Correspondent
12 Jan, 2025- 07:06 PM
in Latest News, News
1 min read
0
ନଘାଂ ତଣ୍ଟିଆ ଖାଇଲ କାହିଁକି?

ଭୁବନେଶ୍ୱର: ପୂର୍ବତନ ରାଜ୍ୟପାଳ ତଥା ଝାଡ଼ଖଣ୍ଡୀ ବିଜେପି ନେତା ରଘୁବର ଦାସଙ୍କୁୁ ନେଇ ବିବାଦ ତଥାପି ଥମୁନି । ଓଡ଼ିଶାରୁ ଅପମାନଜନକ ବିଦାୟ ନେଇ ପୁଣି ଥରେ ବିଜେପି ସକ୍ରିୟ ରାଜନୀତିକୁ ଫେରିଥିବା ରଘୁବର ରାଜ୍ୟପାଳ ଲାଟ୍ ସାହେବ ନୁହଁନ୍ତି ବୋଲି ଏକ ମନ୍ତବ୍ୟ ଦେଇଥିଲେ । ତାଙ୍କ କହିବା ମର୍ମ ଥିଲା- ଓଡ଼ିଶାର ରାଜ୍ୟପାଳ ଭାବେ ସେ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣୁଥିଲେ । ନିଜକୁ ଲାଟ୍ ସାହେବ ଭାବି ରାଜଭବନରେ ବସୁ ନ ଥିଲେ । ସୁତରାଂ ରାଜ୍ୟପାଳମାନେ ତାଙ୍କ ଭଳି ସକ୍ରିୟ ରହିବା ଉଚିତ୍ ବୋଲି ସେ କହିବାକୁ ଚାହିଁଥିଲେ ।

ରଘୁବରଙ୍କ ଏହି ଲାଟ୍ ସାହେବ ମନ୍ତବ୍ୟକୁ ନେଇ ବିଜେଡି, କଂଗ୍ରେସ ଏବଂ ବାମପନ୍ଥୀ ଦଳର ନେତାମାନେ ତାଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ରାଜ୍ୟ ବିଜେପି ତାଙ୍କର ସୁରକ୍ଷା କବଚ ହୋଇଛି । ତାଙ୍କୁ ଲୋକଙ୍କ ରାଜ୍ୟପାଳ ଭାବେ ଅଭିହିତ କରି ରାଜ୍ୟ ବିଜେପି ନେତାମାନେ ରଘୁବରଙ୍କୁ ମୁଣ୍ଡରେ ବସାଇଛନ୍ତି ।

ରଘୁବରଙ୍କୁ ନେଇ ରାଜନୈତିକ ବୟାନବାଜି ଭିତରେ ବିଜେଡିର ମୁଖପାତ୍ର ତଥା ବରିଷ୍ଠ ବିଧାୟକ ଅରୁଣ ସାହୁ ଆଜି ବିଜେପିକୁ କେତେକ ମୌଳିକ ପ୍ରଶ୍ନ ପଚାରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ରଘୁବର ରାଜ୍ୟପାଳ ପଦରେ ଥିଲା ବେଳେ ୩ ମାସରେ ୩୦ ଜିଲ୍ଲା ବୁଲି ଲୋକଙ୍କ ସାଙ୍ଗରେ ମିଶିଥିବା କହୁଛନ୍ତି । ତାଙ୍କର ଏଭଳି କାର୍ଯ୍ୟ ଜରିଆରେ ସେ ବିଜେପିର ରାଜନୈତିକ ଏଜେଣ୍ଟ ଭାବେ କାମ କରୁଥିବା ବିଜେଡି ସେତେବେଳେ ଅଭିଯୋଗ କରିଥିଲା । ଖାଲି ସେତିକି ନୁହେଁ, ଝାଡ଼ଖଣ୍ଡ ନିର୍ବାଚନ ବେଳେ ସେ ଓଡ଼ିଶା ରାଜଭବନକୁ ବିଜେପି ପାର୍ଟି ଅଫିସ କରି ଏଠାରୁ ନିର୍ବାଚନ ପରିଚାଳନା କରୁଥିଲେ । ତେଣୁ ବିଜେପି ସେଥିରୁ ଲାଭବାନ ହୋଇଥିବାରୁ ତାଙ୍କୁ ଲୋକପ୍ରିୟ ଏବଂ ଲୋକଙ୍କ ରାଜ୍ୟପାଳ କହିବାରେ ଆଶ୍ଚର୍ଯ୍ୟ ହେବାର ନାହିଁ ।

ମାତ୍ର ଶ୍ରୀ ସାହୁ ରଘୁବରଙ୍କ ପୁଅର ଅପରାଧିକ କାର୍ଯ୍ୟ ମନେ ପକାଇଦେଇଛନ୍ତି । ରାଜଭବନରେ କାର୍ଯ୍ୟରତ ଜଣେ ଓଡ଼ିଆ ଅଧିକାରୀଙ୍କୁ ତତ୍କାଳୀନ ରାଜ୍ୟପାଳ ରଘୁବରଙ୍କ ପୁଅ ନିର୍ଘାତ ମାଡ଼ ମାରିଥିଲେ । ଜୋତାରେ ଛେପ ପକାଇ ଛଟେଇଥିଲେ । ମାତ୍ର କାହାରି ପୁଅ କ୍ରାଇମ୍ କଲେ ଦଣ୍ଡ ମିଳେନି? ରାଜ୍ୟପାଳ ନା ଲାଟ୍ ସାହେବଙ୍କ ପୁଅ? ରାଜ୍ୟର ବିଜେପି ନେତାମାନଙ୍କଠାରୁ ସେ ଏହାର ଉତ୍ତର ଚାହିଁଛନ୍ତି ।

ରଘୁବର ରାଜ୍ୟପାଳ ଭାବେ ଲୋକଙ୍କ ସାଥୀରେ ମିଶି ଆପତ୍ତି ଅଭିଯୋଗ ଆଣିଥିଲେ । ତେବେ ସେ ଲୋକଙ୍କଠାରୁ ଆପତ୍ତି ଅଭିଯୋଗ ଆଣିବାକୁ ଯାଉଥିଲେ ନା ବିଜେପିର ସ୍ଥିତି ଜାଣିବାକୁ ଯାଉଥିଲେ ନା ବିଜେଡିକୁ ବଦନାମ କରିବାକୁ ଯାଉଥିଲେ? ଲୋକଙ୍କର ରାଜ୍ୟପାଳଙ୍କୁ କେତୋଟି ଆପତ୍ତି ଅଭିଯୋଗ ବର୍ତ୍ତମାନର ବିଜେପି ସରକାର ସମାଧାନ କଲେଣି ଶ୍ରୀ ସାହୁ ତାହାର ଜବାବ ମାଗିଛନ୍ତି ।

ରାଜ୍ୟପାଳ ଭାବେ ରଘୁବରଙ୍କ ଲୋକପ୍ରିୟତା କେତେ ତାହା ଓଡ଼ିଶାବାସୀ ଜାଣିଛନ୍ତି । ଧରାଧରି କଲେ ବି ୩୦ ପ୍ରତିଶତ ମାର୍କ ପାଇବା କଷ୍ଟ । ସେ ଏଠି କ’ଣ କରୁଥିଲେ ସମସ୍ତେ ଜାଣନ୍ତି । ତାଙ୍କ ପାଟିରୁ ଲାଟ୍ ସାହେବ ମନ୍ତବ୍ୟ ଶୋଭା ପାଉନି । ଯଦି ଏତେ କାମିକା ଥିଲେ, ତେବେ ତାଙ୍କୁ ନଘାଂ ତଣ୍ଟିଆ ଦେଇ କାହିଁକି ବିଦାୟ କରାଗଲା, ବିଜେପି ବାଲା ସ୍ପଷ୍ଟ କରନ୍ତୁ ।

ରାଜ୍ୟପାଳ ରଘୁବରଙ୍କ ପୁଅ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରି ଅପରାଧ କରିଥିଲେ ବି ରାଜ୍ୟ ସରକାର ତାଙ୍କ ଦେହରେ ହାତ ମାରିଲେନି । ଓଡ଼ିଆ ଅସ୍ମିତାକୁ ଜଳାଞ୍ଜଳି ଦେଇଦେଲେ । ଏବେ ରଘୁବର ରାଜ୍ୟପାଳ ନାହାନ୍ତି । ତାଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ଫେରାଇ ଆଣିବେ କି?

ଯେଉଁଠି ଅଣ ବିଜେପି ସରକାର ଅଛନ୍ତି, ସେଠି ରାଜ୍ୟପାଳଙ୍କ ଭୂମିକା କ’ଣ? କେଉଁ କେଉଁ ରାଜ୍ୟରେ ରାଜ୍ୟପାଳ ଲାଟ୍ ସାହେବ ହୋଇଛନ୍ତି ବିଜେପିଠାରୁ ତାହାର ଉତ୍ତର ମାଗିଛନ୍ତି ବିଜେଡି ମୁଖପାତ୍ର ଶ୍ରୀ ସାହୁ ।

Continue Reading
Previous Post

ଡିଏଭି ପୋଖରୀପୁଟରେ ବାର୍ଷିକ ପ୍ରଦର୍ଶନୀ(ଟେକ୍ଟୋପିଆ) ଅନୁଷ୍ଠିତ

Next Post

ବିଏସକେୱାଇ ବଦଳରେ ଏଣିକି ଆୟୁଷ୍ମାନ ଭାରତ

Next Post
ବିଏସକେୱାଇ ବଦଳରେ ଏଣିକି ଆୟୁଷ୍ମାନ ଭାରତ

ବିଏସକେୱାଇ ବଦଳରେ ଏଣିକି ଆୟୁଷ୍ମାନ ଭାରତ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19163 shares
    Share 7665 Tweet 4791
  • ନବୀନ..ନବୀନ, ମୋହନ..ମୋହନ

    16599 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA