Thursday, April 16, 2026 07:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଡିଏଭି ପୋଖରୀପୁଟରେ ବାର୍ଷିକ ପ୍ରଦର୍ଶନୀ(ଟେକ୍ଟୋପିଆ) ଅନୁଷ୍ଠିତ

by Our Correspondent
11 Jan, 2025- 07:25 PM
in Latest News, News
1 min read
0
ଡିଏଭି ପୋଖରୀପୁଟରେ ବାର୍ଷିକ ପ୍ରଦର୍ଶନୀ(ଟେକ୍ଟୋପିଆ) ଅନୁଷ୍ଠିତ

ଭୁବନେଶ୍ୱର: ଶିଶୁମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଡିଏଭି ପୋଖରୀପୁଟରେ ପ୍ରତିବର୍ଷପରି ଚଳିତ ବର୍ଷ ବାର୍ଷିକ ପ୍ରଦର୍ଶନୀ ଟେକ୍ଟୋପିଆ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟର ପଦାର୍ଥବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ନିର୍ଦ୍ଦେଶକ ପ୍ରଫେସର ପ୍ରଶାାନ୍ତ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ପ୍ରଦର୍ଶନୀର ଶୁଭ ଉଦ୍ଘାଟନ କରିଥିଲେ । ପ୍ରତିକୂଳ ପରିସ୍ଥିତି ଓ ସଂଘଂର୍ଷମୟ ଜୀବନ ଦେଇ ଗତି କରିଥିବା ମଣିଷ ସଫଳତା ଲାଭ କରିଥାଏ । ଗଭୀର ନିଷ୍ଠା, ପ୍ରଚେଷ୍ଟା ଓ ଗବେଷଣା ମାଧ୍ୟମରେ ଦେଶ ପାଇଁ ଗୌରବ ଆଣିବାକୁ ସେ ବିଦ୍ୟାର୍ଥୀମାନଙ୍କୁ ପରାମର୍ଶ ଦେଇଥିଲେ । ଏହା ବ୍ୟତୀତ ପ୍ରଦର୍ଶନୀ ମାଧ୍ୟମରେ ବିଦ୍ୟାର୍ଥୀମାନଙ୍କ ଅନ୍ତର୍ନିହିତ ଗୁଣବତ୍ତାର ପରିପ୍ରକାଶ ହୋଇପାରିବ ବୋଲି ସେ କହିଥିଲେ ।

ଗଣିତ, ବିଜ୍ଞାନ, ଇଂରାଜୀ, ଓଡ଼ିଆ, ହିନ୍ଦୀ, ସାମାଜିକ ବିଜ୍ଞାନ ଆଦି ବିଭିନ୍ନ ବିଭାଗରେ ପ୍ରାୟ ଚାରିଶହ ପ୍ରତିଭା ସମ୍ପନ୍ନ ଛାତ୍ରଛାତ୍ରୀ ସେମାନଙ୍କ ଯାଦୁକରୀ ସ୍ପର୍ଶରେ ପ୍ରକଳ୍ପ ଗୁଡିକ ଉପସ୍ଥାପନ କରିଥିଲେ । ଅରଣ୍ୟ ରହସ୍ୟ, ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ସହିତ ବନର ସମ୍ପର୍କ, ଗଣିତରେ ଜଙ୍ଗଲ, ଗଛର ବୟସ, ଜଙ୍ଗଲ ଓ ଜନଜାତି , ଭୂକମ୍ପନର ପ୍ରାକ୍ସୂଚନା ଯନ୍ତ୍ର, ଏଲିପ୍ସର ପ୍ରତିଫଳନ ଆଦି ପିଲାମାନଙ୍କ ଦ୍ୱାରା ପ୍ରଦର୍ଶିତ ଚିତ୍ତାକର୍ଷକ ପ୍ରକଳ୍ପଗୁଡ଼ିକ ଦର୍ଶକମାନଙ୍କୁ ବିମୋହିତ କରିଥିଲା ।

ବିଦ୍ୟାଳୟ ପରିଚାଳନା ସମିତିର ଚେୟାରମ୍ୟାନ୍‌ ଅରୁଣ କୁମାର ରଥ ସ୍ୱାଗତ ପରିଚୟ ପ୍ରଦାନ ପୂର୍ବକ ବିପର୍ଯ୍ୟୟ ସମୟରେ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ, ମୁଖ୍ୟ ଅତିଥି ଓ ବିଦ୍ୟାଳୟ ପରିଚାଳନା ସମିତି ଚେୟାର୍ମ୍ୟାନଙ୍କ ପ୍ରେରଣାଦାୟୀ ମାର୍ଗଦର୍ଶନ ପାଇଁ କୃତଜ୍ଞତା ଜ୍ଞାପନ କରିବା ସହ ଛାତ୍ରଛାତ୍ରୀଙ୍କର ଏତାଦୃଶ ଅଭିନବ ପ୍ରକଳ୍ପ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି କହିଥିଲେ ।

ବିଦ୍ୟାଳୟର ବିଜ୍ଞାନ ବିଭାଗର ସଂଯୋଜକ ସୁଶାନ୍ତ କୁମାର ସାମଲଙ୍କ ସଂଯୋଜନାରେ ଉକ୍ତ କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା । ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରଦର୍ଶିତ ପ୍ରକଳ୍ପଗୁଡ଼ିକୁ ଦେଖି ଭୂୟସୀ ପ୍ରଂଶସା କରିଥିଲେ ।

Previous Post

ବିଜେପି ପୋଲିସକୁ ହାତବାରିସୀ କରି ଗଣତନ୍ତ୍ରକୁ ହତ୍ୟା କରିଛି: ବିଜେଡି

Next Post

ନଘାଂ ତଣ୍ଟିଆ ଖାଇଲ କାହିଁକି?

Next Post
ନଘାଂ ତଣ୍ଟିଆ ଖାଇଲ କାହିଁକି?

ନଘାଂ ତଣ୍ଟିଆ ଖାଇଲ କାହିଁକି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5483 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA