Sunday, June 15, 2025 02:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

ଧ୍ୱଂସମୁଖୀ ବିଜେଡି, ନିରୁପାୟ ନବୀନ!

by Our Correspondent
27 Feb, 2025- 10:36 AM
in Latest News, News, Politics
1 min read
4
ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

ଭୁବନେଶ୍ୱର: ବିଜେଡି ବିପର୍ଯ୍ୟୟର ବିନ୍ଧାଣୀ ଭି.କେ.ପାଣ୍ଡିଆନଙ୍କର ଘନ ଘନ ରାଜ୍ୟ ବାହାର ଗସ୍ତକୁ ନେଇ ଦଳୀୟ ମହଲରେ ଏବେ ସରଗରମ ଆଲୋଚନା । କିଛି ମାସ ସନ୍ୟାସୀ ଜୀବନ କାଟିବା ପରେ ବିଜେଡି କ୍ଷମତାକେନ୍ଦ୍ରକୁ ଫେରି ଆସିଥିବା ପାଣ୍ଡିଆନ୍ ପ୍ରତି ସପ୍ତାହରେ ଦୁଇ ଦିନ ଓଡ଼ିଶା ବାହାରକୁ ଯାଉଛନ୍ତି । ତେବେ ସେ କୁଆଡ଼େ ଯାଉଛନ୍ତି କେହି ତାହାର ଟେର୍ ପାଉନାହାନ୍ତି । ଓଡ଼ିଶାବାସୀଙ୍କଠାରୁ ପ୍ରତ୍ୟାଖ୍ୟାତ ହୋଇ ବି ଦଳୀୟ ନେତାମାନଙ୍କ ଅଯୋଗ୍ୟ ପଣରୁ ବିଜେଡିକୁ ହାତମୁଠାରେ ରଖିଥିବା ପାଣ୍ଡିଆନ୍ ଆଜିକାଲି ବ୍ୟବସାୟିକ କାର୍ଯ୍ୟରେ କୁଆଡ଼େ ସମୟ ଦେଉଛନ୍ତି । ଜଣେ ପ୍ରଭାବଶାଳୀ ଖଣି ମାଲିକଙ୍କ ପ୍ରଚ୍ଛଦପଟରେ ମହାରାଷ୍ଟ୍ରରେ ସ୍ଥାପିତ ହେଉଥିବା ଏକ ମେଗା ଷ୍ଟିଲ୍ କାରଖାନାରେ ବିଜେଡି ପାଣ୍ଠି ଲାଗିଥିବାର ଗୁଞ୍ଜରଣ ପରିପ୍ରେକ୍ଷୀରେ ପାଣ୍ଡିଆନଙ୍କ ରାଜ୍ୟ ବାହାରକୁ ନିୟମିତ ଗସ୍ତର ରହସ୍ୟ ଜାଣିବାକୁ ସମସ୍ତଙ୍କର ଉତ୍କଣ୍ଠା ବଢ଼ିଛି ।

ପାଣ୍ଡିଆନଙ୍କୁ ବିଜେଡି ମୁଖିଆ ନବୀନ ପଟ୍ଟନାୟକ କାହିଁକି ଛାଡ଼ି ପାରୁନାହାନ୍ତି ତାହାର ସଠିକ ଉତ୍ତର କାହା ପାଖରେ ନାହିଁ । ପ୍ୟାରୀମୋହନ ମହାପାତ୍ରଙ୍କ ଭଳି ଏକାନ୍ତ ବିଶ୍ୱସ୍ତଙ୍କୁ ସେ ଗୋଟିଏ ଚୁଟକିରେ ସଫା କରିଦେଇଥିଲେ । ତାଙ୍କୁ ବେଇମାନ୍ ଆଖ୍ୟା ଦେଇଥିଲେ । ମାତ୍ର ପାଣ୍ଡିଆନଙ୍କ କ୍ଷେତ୍ରରେ ତାଙ୍କର ସମର୍ପଣଭାବ ସମସ୍ତଙ୍କୁ ଆଚମ୍ବିତ କରୁଛି । ସେଥିପାଇଁ ନିଜର ଯଶ, କୀର୍ତ୍ତି ତଳିତଳାନ୍ତ ହେବାକୁ ବସିଥିଲେ ମଧ୍ୟ ନବୀନଙ୍କର ଭ୍ରୃକ୍ଷେପ ନାହିଁ । ସେହି ପାଣ୍ଡିଆନଙ୍କ ପାଇଁ ବିଜେଡି ଧ୍ୱଂସ ପାଇବାକୁ ବସିଥିବା ବେଳେ ସେଥିପ୍ରତି ଚିନ୍ତା ନାହିଁ । ତେବେ କ’ଣ ପାଇଁ ପାଣ୍ଡିଆନଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ? ଦଳ ପରିଚାଳନା କରିବା ପାଇଁ ବିଜେଡିରେ କ’ଣ ଦକ୍ଷ ନେତାଙ୍କ ଅଭାବ ଅଛି? ଏହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି ।

ଅନେକଙ୍କର ବିଶ୍ୱାସ ଯେ ପାଣ୍ଡିଆନଙ୍କ ପ୍ରତି ନବୀନଙ୍କର ତ୍ୟାଗ ଓ ସମର୍ପଣ ଭାବ ପଛରେ ଦୁଇଟି କାରଣ ଥାଇପାରେ । ପ୍ରଥମଟି ବୟସ ଓ ସ୍ୱାସ୍ଥ୍ୟଗତ ଏବଂ ଦ୍ୱିତୀୟଟି ଆର୍ଥିକ ।

ଦୀର୍ଘ ବର୍ଷ ଧରି ନବୀନଙ୍କ ପାଖେ ପାଖେ ପାଣ୍ଡିଆନ୍ ରହି ଆସୁଛନ୍ତି । କେବଳ ଯେ ଦଳ ଓ ସରକାର ପରିଚାଳନାରେ ତାଙ୍କୁ ସହଯୋଗ କରୁଥିଲେ ତାହା ନୁହେଁ । ବରଂ ବ୍ୟକ୍ତିଗତ ଭାବେ ତାଙ୍କର ସେବା ଯତ୍ନ କରି ଆସୁଛନ୍ତି । ନବୀନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ସେ ପ୍ରାଥମିକତା ଦେଇ ଆସୁଛନ୍ତି । ବୟସର ଅପରାହ୍ନ ଛୁଇଁଥିବା ନବୀନ ବାବୁ ପାଣ୍ଡିଆନଙ୍କର ଏହି ସମର୍ପଣ ଭାବରେ ନିଜେ ସମର୍ପିତ ହୋଇଯାଇଛନ୍ତି । ତାଙ୍କୁ ପୁଅ ଭଳି ଭଲ ପାଉଛନ୍ତି । ପାଣ୍ଡିଆନଙ୍କ ବିନା ତାଙ୍କ ଜୀବନର ଅସହାୟତାକୁ ଠଉରେଇ ପାରିଛନ୍ତି । ତେଣୁ ସବୁ ଜାଣୁଥିଲେ ମଧ୍ୟ ପାଣ୍ଡିଆନଙ୍କୁ ଛାଡ଼ିବା ତାଙ୍କ ପକ୍ଷରେ ଆଉ ସମ୍ଭବ ନୁହେଁ । ତେଣିକି ଦଳ ରହୁ କି ଡୁବୁ ।

ପାଣ୍ଡିଆନଙ୍କୁ ନବୀନ ଛାଡ଼ି ନ ପାରିବାର ଦ୍ୱିତୀୟ ସମ୍ଭାବ୍ୟ କାରଣକୁ ନେଇ କିନ୍ତୁ ଅଧିକ ଚର୍ଚ୍ଚା । ତାହା ହେଉଛି ଦଳୀୟ ପାଣ୍ଠି ବା ଅର୍ଥ । ଦୀର୍ଘ ୨୪ ବର୍ଷ ଧରି ରାଜ୍ୟରେ ବିଜେଡି ଶାସନ କରୁଥିଲା । ଆଗକୁ ଆହୁରି ୨୪ ବର୍ଷ ଶାସନ କରିବାର ନକ୍ସା ପ୍ରସ୍ତୁତ କରିଥିଲା । ନବୀନଙ୍କ ଏହି ଶାସନକାଳର ଅଧା ସମୟ ପ୍ୟାରୀମୋହନ ମହାପାତ୍ର ସମ୍ଭାଳିଥିଲେ, ଆଉ ଅଧା ସମ୍ଭାଳିଥିଲେ ପାଣ୍ଡିଆନ । ନବୀନଙ୍କ ଶେଷ ପାଳିରେ ପାଣ୍ଡିଆନ ଥିଲେ ସର୍ବେସର୍ବା । ଦଳୀୟ ପାଣ୍ଠି ସଂଗ୍ରହ ଏବଂ ପରିଚାଳନା ତାଙ୍କ ଦ୍ୱାରା ହିଁ ହେଉଥିଲା ।

ନିର୍ଦ୍ଦିଷ୍ଟ କୋଟରିକୁ ଧରି ସେ ସବୁକିଛି ବୁଝୁଥିଲେ । ମୋଟାମୋଟି କହିଲେ, ପାଣ୍ଡିଆନ ଏବଂ ବବି ଦାସଙ୍କ ହାତରେ ବିଜେଡି ଅର୍ଥ ଠୁଳ ରହିଥିବା ଅନେକଙ୍କର ଦୃଢ଼ ବିଶ୍ୱାସ । ତେଣୁ ସେମାନଙ୍କୁ ଛାଡ଼ି ଦଳ କଥା ଚିନ୍ତା କରିବା ନବୀନଙ୍କ ପକ୍ଷେ କୁଆଡ଼େ ସମ୍ଭବ ନୁହେଁ । ସୁତରାଂ ପାଣ୍ଡିଆନ ଏବଂ ବବିଙ୍କ ଆଗରେ ନବୀନ ହାତ ଟେକି ଦେଇଥିବା କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ହାତୀର ଗୋଟେ ଦେଖାଇବା ଦାନ୍ତ ଏବଂ ଆଉ ଗୋଟେ ଚୋବାଇବା ଦାନ୍ତ ଭଳି ବିଜେଡି ଆକାଉଣ୍ଟରେ ପ୍ରାୟ ୬୫୦ କୋଟି ଟଙ୍କା ଗଚ୍ଛିତ ଥିଲେ ମଧ୍ୟ ଖାତା ବାହାରେ ୬ ହଜାର କୋଟିରୁ ଅଧିକ ଟଙ୍କା ଗଚ୍ଛିତ ଥିବା ଅନୁମାନ କରାଯାଉଛି । ବାହାରେ ରହିଥିବା ବିଜେଡିର ଏହି ବିପୁଳ ଟଙ୍କା ଯେ ପାଣ୍ଡିଆନ ଏବଂ ତାଙ୍କର ସିଣ୍ଡିକେଟ୍ ହେପାଜତରେ ଅଛି ସେଥିରେ କାହାରି ସନ୍ଦେହ ନାହିଁ । ନବୀନଙ୍କ ଶେଷ ପାଳିରେ ଅତ୍ୟନ୍ତ କ୍ଷମତାଶାଳୀ ହୋଇଯାଇଥିବା ଅଫିସର ଏବଂ ହାତଗଣତି ନେତାଙ୍କର ବ୍ୟବସାୟିକ କାରବାରରେ ଏହି ଟଙ୍କା ଲାଗିଥିବା କୁହାଯାଉଛି । ରାଜ୍ୟ ଓ ରାଜ୍ୟ ବାହାରେ ଶିକ୍ଷା, ହସ୍ପିଟାଲ ବ୍ୟବସାୟଠାରୁ ଆରମ୍ଭ କରି ଇସ୍ପାତ କାରଖାନା ପ୍ରତିଷ୍ଠା ଯାଏଁ ହଜାର ହଜାର କୋଟିର ପୁଞ୍ଜି ଲଗାଯାଇଛି ।

ବିଡ଼ମ୍ବନାର ବିଷୟ ହେଉଛି, ପାଣ୍ଡିଆନ୍-ବବି ଗୋଷ୍ଠୀ ବିଜେଡିକୁ ସଫା କରିଦେଇଥିଲେ ମଧ୍ୟ ଦଳରେ ସେମାନଙ୍କର ପ୍ରାଦୁର୍ଭାବ କମିନାହିଁ । ନବୀନ ନିବାସରେ ବସି ପାଣ୍ଡିଆନ୍ ଦଳକୁ ପୂର୍ବଭଳି ପରିଚାଳନା କରୁଥିଲା ବେଳେ ବବି ଚୁପ୍ଚାପ ବାହାରେ ରହି ପାଣ୍ଡିଆନଙ୍କ ଆଦେଶକୁ କାର୍ଯ୍ୟକାରୀ କରୁଛନ୍ତି । ପାଣ୍ଡିଆନ୍ ଗୋଷ୍ଠୀର ଅନ୍ୟମାନେ ପୂର୍ବରୁ ଯିଏ ଯେଉଁ ଦାୟିତ୍ୱରେ ଥିଲେ ସେୟା ହିଁ ବୁଝୁଛନ୍ତି । ଦଳର ଲଗାମ ଏବେ ବି ସେମାନଙ୍କ ହାତରେ ।

ବିଜେଡି ଅର୍ଥରେ ପ୍ରଚଣ୍ଡ ବଳୀୟାନ୍ ପାଣ୍ଡିଆନ୍ ଗୋଷ୍ଠୀର ଏହି ଲଗାମଧରା ନେତାଙ୍କ ଉପରେ ପରାଜୟର ଫରକ୍ ପଡ଼ିବ କ’ଣ ବରଂ ବ୍ୟବସାୟିକ ସାମ୍ରାଜ୍ୟକୁ ଅଧିକ ବିସ୍ତାର କରି ସେମାନେ ବିନ୍ଦାସ ଜୀବନ କାଟୁଛନ୍ତି । ସେମାନଙ୍କ ହାତକୁ ଦଳର ନିୟନ୍ତ୍ରଣ ଫେରି ଆସିବା ସହ ଦଳର ଭବିଷ୍ୟତ ଚାଲିଯାଇଛି ।

ଅନ୍ୟପକ୍ଷରେ, ଦଳ ପାଇଁ ଝାଳନାଳ ରକ୍ତ ଦେଇଥିବା ବରିଷ୍ଠ ନେତାମାନେ ବିଚାରା ନିଜର ସ୍ୱାଭିମାନକୁ ଜଳାଞ୍ଜଳି ଦେଇ ଆଦେଶ ପାଳନକୁ ଶିରୋଧାର୍ଯ୍ୟ କରିଛନ୍ତି । ଦଳରେ କିଛି ଗୋଟେ ପଦପଦବୀ ପାଇ ନିଜର ସ୍ଥିତି ରଖିବାକୁ ବ୍ୟାକୁଳ ହୋଇ ଚାହିଁ ବସିଛନ୍ତି । ନବୀନ ବାବୁ ଯେ ଏସବୁ ଜାଣୁନାହାନ୍ତି ତାହା ନୁହେଁ । ମାତ୍ର ସେ ବି ନିରୁପାୟ ।

 

Previous Post

ମହାଦୀପ ଧରି ଚଢ଼ୁଥିବା ବେଳେ ଖସିପଡ଼ିଲେ ସେବାୟତ

Next Post

ଚାଲିଗଲେ ଉତ୍ତମ ମହାନ୍ତି

Next Post
ଚାଲିଗଲେ ଉତ୍ତମ ମହାନ୍ତି

ଚାଲିଗଲେ ଉତ୍ତମ ମହାନ୍ତି

Comments 4

  1. Bhaskar Kumar Bhanj Deo says:
    4 months ago

    Power should be distributed among three to five honest odia persons. Monopoly is not right. Misuse of power my happen. A message is spreading in India that ODIAS are inefficient and dishonest as they have not been given any power. MULTIPOLARISM is better than UNIPOLARISM. Thanks.

    Reply
    • ALEKHA KUMAR SAHU says:
      3 months ago

      All parties do have same formula as BJD. Democracy in political parties are nothing but day dreaming of fools as voters.

      Reply
  2. Rabindra Giri says:
    4 months ago

    Mr. Nabin Pattnaik knows a number of conjuring techniques. It’s one of those useful episodes.

    Reply
  3. Shashank Acharya says:
    4 months ago

    Being essentially a bureaucrat by profession, he knows how to maintain confidentiality and he is utilising it to the hilt. He has somehow convinced Naveen Patnaik that he can turn things around ( in his favour) by using strategies that would trap Mohan Majhi government.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19058 shares
    Share 7623 Tweet 4765
  • ନବୀନ..ନବୀନ, ମୋହନ..ମୋହନ

    16582 shares
    Share 6633 Tweet 4146
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5779 shares
    Share 2312 Tweet 1445
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5464 shares
    Share 2186 Tweet 1366

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA