Tuesday, May 26, 2026 01:24 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୋଟିଏ ସଭ୍ୟ କରିବାକୁ ବିଜେଡ଼ିର ବ୍ଲୁ ପ୍ରିଣ୍ଟ

by Our Correspondent
01 Sep, 2019- 05:41 PM
in Latest News, News, Politics
1 min read
0
କୋଟିଏ ସଭ୍ୟ କରିବାକୁ ବିଜେଡ଼ିର ବ୍ଲୁ ପ୍ରିଣ୍ଟ
ଭୁବନେଶ୍ୱର: କ୍ରମାଗତ ପଞ୍ଚମ ଥର ପାଇଁ ସରକାର ଗଢ଼ିଥିବା ବିଜୁ ଜନତା ଦଳ ତାହାର ସାଂଗଠନିକ କାର୍ଯ୍ୟକ୍ରମକୁ ଅଧିକ ଶାଣିତ କରିଛି । ଆସନ୍ତାକାଲିଠାରୁ ନୂଆ ତରିକାରେ ଦଳୀୟ ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହେବ । ଅକ୍ଟୋବର ୩୧ ପର୍ଯ୍ୟନ୍ତ ଚାଲିବ । ବିଜେଡ଼ିରେ ଏବେ ୪୭ ଲକ୍ଷ ସଭ୍ୟ ଥିବା ବେଳେ ଏଥର ତାହା ଡବଲ୍ କରିବାକୁ ଯୋଜନା କରାଯାଇଛି । ସାଂଗଠନିକ କାର୍ଯ୍ୟକ୍ରମ ତଥା ଦଳୀୟ ସଭ୍ୟ ସଂଗ୍ରହରେ ପ୍ରଥମ ଥର ପାଇଁ ହାଇ ଟେକନୋଲୋଜିର ଉପଯୋଗ କରାଯିବ । ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ୍ କରାଯାଇ ଦଳୀୟ ୱେବସାଇଟ୍ ରେ ନାଁ ଉପଲବ୍ଧ ହେବ । ଲୋକେ ସରକାରୀ ଯୋଜନାରୁ କିଭଳି ଲାଭ ପାଇବେ ତାହା ସୁନିଶ୍ଚିତ କରିବାକୁଏହି ବ୍ୟବସ୍ଥା ହେଉଥିବା ଦଳୀୟ ସୂତ୍ରରୁ କୁହାଯାଇଛି ।
ବିଜେଡ଼ି ପଞ୍ଚମ ପାଳିର ପ୍ରଥମ ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ ଆଜି ଏହାର ରୋଡମ୍ୟାପ୍ ଚୂଡ଼ାନ୍ତ ହୋଇଛି । ଯୋଜନା ଅନୁଯାୟୀ, ପ୍ରତି ୱାର୍ଡରୁ ୪ ଜଣ, ଏନଏସିରୁ ୫ ଜଣ, ମ୍ୟୁନିସିପାଲିଟିରୁ ୧୫ ଜଣ ଏବଂ ମହାନଗର ନିଗମରୁ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ଏହି ସକ୍ରିୟ ସଦସ୍ୟମାନେ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ ।
ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୈଠକରେ ଉଦବୋଧନ ନେଇ ଏହି କାର୍ଯ୍ୟକ୍ରମକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବେ ସାମିଲ ହେବାକୁ ବୈଠକରେ ଉପସ୍ଥିତ ନେତା ଓ କର୍ମୀଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତା ଓ କର୍ମୀମାନଙ୍କୁ ସାଥୀରେ ଧରି ପ୍ରତି ଘରେ ପହଞ୍ଚି ଦଳର ବାର୍ତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତି ୧୫ ଦିନରେ ସଭ୍ୟ ସଂଗ୍ରହ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିବେ ନିଜେ ମୁଖ୍ୟମନ୍ତ୍ରୀ ।

ନବୀନଙ୍କ ଗୁରୁମନ୍ତ୍ର: ସାଧାରଣ ଲୋକଙ୍କୁ ହକ୍ ଦିଅ, ତାଙ୍କ ମୁହଁରେ ହସ ଫୁଟାଅ’

‘ଓଡ଼ିଶାର ସାଢ଼େ ଚାରି କୋଟି ଜନତା ବିଜୁ ଜନତା ଦଳକୁ ଯେଭଳି ଭାବରେ ଆଶୀର୍ବାଦ କରିଛନ୍ତି ସେଥିପାଇଁ ମୁଁ ସମସ୍ତଙ୍କ ନିକଟରେ ଋଣୀ । ଲକ୍ଷ ଲକ୍ଷ କର୍ମୀ ଭାଇ ଭଉଣୀଙ୍କ ତ୍ୟାଗ ଓ ପରିଶ୍ରମ ଯୋଗୁଁ ଦଳ ତାର ବିଜୟ ଧାରା ଜାରି ରଖିଛି । ସେଥିପାଇଁ ଆମର ସମସ୍ତ କର୍ମୀ ଏବଂ ସେମାନଙ୍କ ପରିବାରକୁ ମୁଁ କୃତଜ୍ଞତା ଜଣାଉଛି ।’
ବିଜେଡ଼ିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଆଜି ଏହା କହିଥିଲେ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ନେତା ଓ କର୍ମୀମାନଙ୍କୁ ସେମାନଙ୍କ ଦାୟିତ୍ୱ ସମ୍ପର୍କରେ ସଚେତନ କରାଇ ୫-ଟି ମନ୍ତ୍ର ଧରାଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ, ସାଧାରଣ ଲୋକ ଆମର ସବୁ କାର୍ଯ୍ୟକ୍ରମର କେନ୍ଦ୍ର ବିନ୍ଦୁ । ସାଧାରଣ ଲୋକଙ୍କୁ ତାର ହକ୍ ଦେବା ପାଇଁ ଆମର ୫-ଟି ମନ୍ତ୍ର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ମୁଁ ଆଶା କରୁଛି, ସାଧାରଣ ଲୋକଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆପଣମାନେ ସମସ୍ତେ ପରିବର୍ତ୍ତନର ଏଜେଣ୍ଟ ଭାବେ କାର୍ଯ୍ୟ କରନ୍ତୁ । ଆମର ଆଭିମୁଖ୍ୟ ଓ କାର୍ଯ୍ୟଶୈଳୀରେ ଅଙ୍ଗୀକାରବୋଧତା ରହୁ ।
ଚଳିତବର୍ଷ ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଗାନ୍ଧୀଜୀଙ୍କ ଆଦର୍ଶ ଓ ବିଚାରଧାରା ସମ୍ପର୍କରେ ଦଳୀୟ ନେତାଙ୍କୁ ମନେ ପକାଇଥିଲେ ମୁଖ୍ୟମନ୍ତ୍ରୀ । ଗାନ୍ଧିଜୀଙ୍କ ଆଦର୍ଶ ଓ ବିଚାରାଧାରର ଆଜି ମଧ୍ୟ ପ୍ରାସଙ୍ଗିକତା ରହିଛି । ଗାନ୍ଧିଜୀଙ୍କ ମୂଲ୍ୟବୋଧ ଓ ଦର୍ଶନର ପ୍ରଚାର ପାଇଁ ବିଭିନ୍ନ ଗାନ୍ଧିବାଦୀ ଅନୁଷ୍ଠାନ ସହ ମିଶି କାର୍ଯ୍ୟ କରିବାକୁ ସହଯୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ । ସେହିଭଳି ବିଜେଡ଼ିର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ ।

ସ୍ଥାନୀୟ ଇଡ଼କଲ ଅଡିଟୋରିୟମଠାରେ ଅନୁଷ୍ଠିତ ବିଜେଡ଼ିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀରେ ମହିଳାଙ୍କୁ ୩୩% ସ୍ଥାନ ସଂରକ୍ଷଣ ଓ ସମ୍ବିଧାନ ମୁଖବନ୍ଧରେ ଅହିଂସାକୁ ସ୍ଥାନିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମକୁ ପ୍ରଶଂସା କରାଯାଇଥିଲା । ଏହି ପ୍ରସଙ୍ଗକୁ ନେଇ ବିଜେଡ଼ିର ଲଢ଼େଇ ଜାରି ରହିବ ବୋଲି ପ୍ରସ୍ତାବ ପାସ୍ ହୋଇଥିଲା ।
ବୈଠକରେ କାର୍ଯ୍ୟକାରିଣୀର ସମସ୍ତ ସଦସ୍ୟ, ବିଧାୟକ, ସାଂସଦ, ଛାମୁଆ ସଂଗଠନର କର୍ମକର୍ତ୍ତା ଏବଂ ଜିଲ୍ଲା ପଦାଧିକାରୀମାନେ ଯୋଗ ଦେଇଥିଲେ ।

ବିଜେପି ଓ କଂଗ୍ରେସର କଟାକ୍ଷ

ବିଜେଡ଼ିର ହାଇଟେକ୍ ସଭ୍ୟ ସଂଗ୍ରହ ଯୋଜନାକୁ ବିଜେପି ଓ କଂଗ୍ରେସ କଟାକ୍ଷ କରିଛନ୍ତି । ବିଜେପି ମୁଖପାତ୍ର ସମୀର ମହାନ୍ତି କହିଛନ୍ତି, ବିଜେଡ଼ିର ଏହି କାର୍ଯ୍ୟକ୍ରମ କେବଳ ସୋ କେସ୍ । ତୃତୀୟ ମହଲାରେ ଏହାର ଗୋଦାମ ରହିଛି । ସେଠାରେ ପ୍ରକୃତ ଟେକନୋଲୋଜି ରହିଛି । ସେହିଭଳି ବିଜେଡ଼ି ସଭ୍ୟଙ୍କ ଆଧାର ଲିଙ୍କ୍ ଭୋଟରଙ୍କୁ ଆକୃଷ୍ଟ କରାଇବାକୁ ଉଦ୍ଦିଷ୍ଟ ବୋଲି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ କୁମାର ରାଉତରାୟ କହିଛନ୍ତି ।
Previous Post

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ଖଣ୍ଡା: ୧୫ ଯାଇଥିଲେ, ଆଉ ୬ ଜଣଙ୍କ ଚାକିରି ଗଲା

Next Post

ପୁରୀ ଥଇଥାନ ପ୍ୟାକେଜ୍ ଘୋଷଣା

Next Post
ପୁରୀ ଥଇଥାନ ପ୍ୟାକେଜ୍ ଘୋଷଣା

ପୁରୀ ଥଇଥାନ ପ୍ୟାକେଜ୍ ଘୋଷଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA