Tuesday, May 26, 2026 12:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ଖଣ୍ଡା: ୧୫ ଯାଇଥିଲେ, ଆଉ ୬ ଜଣଙ୍କ ଚାକିରି ଗଲା

by Our Correspondent
31 Aug, 2019- 06:23 PM
in Latest News, News
1 min read
0
ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ଖଣ୍ଡା: ୧୫ ଯାଇଥିଲେ, ଆଉ ୬ ଜଣଙ୍କ ଚାକିରି ଗଲା
ଭୁବନେଶ୍ୱର: ଭିଜିଲାନସ୍ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ୧୫ ଜଣ ସରକାରୀ କର୍ମଚାରୀଙ୍କୁ ୧୫ ଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାକିରିରୁ ବିଦା କରିଥିଲେ । ଦୁଇ ଜଣ ପୂର୍ବତନ କର୍ମଚାରୀଙ୍କ ପେନସନ ବନ୍ଦ କରିଥିଲେ । ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଏହି କଠୋର ପଦକ୍ଷେପର ଚର୍ଚ୍ଚା ନ ଥମୁଣୁ ଆଜି ଏହାର ଦ୍ୱିତୀୟ ଅଧ୍ୟାୟ ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ଆଜି ଆଉ ୬ ଜଣ କର୍ମଚାରୀଙ୍କ ଚାକିରି ଖାଇଛନ୍ତି । ୪ ଜଣ ପୂର୍ବତନ ଅଧିକାରୀଙ୍କ ପେନସନ୍ ସୁବିଧାକୁ ବି ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ଏହି ସବୁ କର୍ମଚାରୀମାନଙ୍କୁ ଭିଜିଲାନ୍ସ କୋର୍ଟ ଦୁର୍ନୀତି ସାର୍ଟିଫିକେଟ୍ ଦେଇଛି । ଅର୍ଥାତ୍ କୋର୍ଟ ଦ୍ୱାରା ସେମାନେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।
ଚାକିରିରୁ ବରଖାସ୍ତ ହୋଇଥିବା ଏହି କର୍ମଚାରୀମାନେ ହେଲେ(୧)ସୁନ୍ଦରଗଡ଼ ଜିଲ୍ଲା କୁଆରମୁଣ୍ଡା ତହସିଲର ଜୁନିଅର କ୍ଲର୍କ ସଞ୍ଜିତ କୁମାର ରାୟ । ଶ୍ରୀ ରାୟ ପୂର୍ବରୁ ରାଉରକେଲା ଆରଟିଓ ଅଫିସ୍ ରେ ଜୁନିଅର କ୍ଲର୍କ ଥିଲେ ।(୨) ବାରିପଦା ଆଇଟିଡିଏର ପୂର୍ବତନ ସହକାରୀ ଯନ୍ତ୍ରୀ ବୈକୁଣ୍ଠ ବିହାରୀ ପ୍ରଧାନ । ବର୍ତ୍ତମାନ ସେ ଜୟପୁର ଆଇଟିଡ଼ିଏରେ କାର୍ଯ୍ୟରତ ଥିଲେ ।(୩) ସମ୍ବଲପୁର ନାକଟିଦେଉଳରେ କାର୍ଯ୍ୟରତ ପଶୁଡାକ୍ତର ଭାଗିରଥୀ ବିଶ୍ୱାଳ ।(୪) ଢ଼େଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କାର୍ଯ୍ୟରତ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ଜୁନିଅର ଇଂଜିନିୟର ବସନ୍ତ କୁମାର ପାତ୍ର ।(୫) ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ବ୍ଲକ୍ ର ପଞ୍ଚାୟତ ଏକଜ୍ୟୁଟିଭ ଅଫିସର ତ୍ରିଲୋଚନ ସେଠ୍ ଏବଂ(୬) ବଣାଇଗଡ଼ ବ୍ଲକ୍ ର ବଞ୍ଚାୟତ ଏକଜ୍ୟୁଟିଭ ଅଫିସର ଅଷ୍ଟମ ଚନ୍ଦ୍ର ପଟେଲ ।
ପେନସନ୍ ସୁବିଧା ବନ୍ଦ ହୋଇଥିବା ୪ ଜଣ ଅଧିକାରୀ ହେଲେ- (୧) ଜଳସମ୍ପଦ ବିଭାଗର ଅବସରପ୍ରାପ୍ତ ଏକଜ୍ୟୁଟିଭ୍ ଇଂଜିନିୟର ଗୌତମ ଚନ୍ଦ୍ର ପୃଷ୍ଟି । (୨) ଓସିସିର ପୂର୍ବତନ ଜେନେରାଲ୍ ମ୍ୟାନେଜର ବିକ୍ରମ କେଶରୀ ପଟ୍ଟନାୟକ ।(୩) କଟକ ଡ୍ରେନେଜ୍ ଚିଫ ଇଂଜିନିୟର କାର୍ଯ୍ୟାଳୟର ପୂର୍ବତନ ଏଷ୍ଟାବ୍ଲିସମେଣ୍ଟ ଅଫିସର ରବିନ୍ଦ୍ର କୁମାର ଜେନା ଏବଂ (୪) ବାରିପଦା ଆଇଟିଡ଼ିଏ ର ପୂର୍ବତନ ଜୁନିଅର ଇଂଜିନିୟର ରବି ନାରାୟଣ ମହାନ୍ତି ।
ମୁଖ୍ୟମନ୍ତ୍ରୀଙ୍କ ଏଭଳି କଠୋର ଆଭିମୁଖ୍ୟ ଦୁର୍ନୀତିଗ୍ରସ୍ତ କର୍ମଚାରୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି । ଜିରୋ ଟଲେରାନ୍ସ ନୀତିକୁ କଡ଼ାକଡ଼ି କରିଥିବା ମୁଖ୍ୟମନ୍ତ୍ରୀଙ୍କର ପଦକ୍ଷେପକୁ ସାଧାରଣରେ ସାବାସୀ ଦିଆଯାଉଛି । ତେବେ ଖାଲି ତଳତଳିଆ କି ମଝିମଝିଆ କର୍ମଚାରୀ ନୁହଁନ୍ତି, ଦୁର୍ନୀତିଗ୍ରସ୍ତ ବଡ଼ବଡ଼ିଆ ଅଫିସରଙ୍କ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ କେବେ ଜିରୋ ଟଲେରାନ୍ସ ନୀତି କାର୍ଯ୍ୟକାରୀ କରିବେ ତାହାକୁ ସମସ୍ତଙ୍କ ଅପେକ୍ଷା ରହିଛି ।
Previous Post

ମୁଖ୍ୟମନ୍ତ୍ରୀଙ୍କ ସ୍ୱାୟତ୍ତ ଶାସନ ଗିଫ୍ଟ: ସହରବାସୀଙ୍କୁ ହାତପାଆନ୍ତାରେ ସରକାରୀ ସେବା

Next Post

କୋଟିଏ ସଭ୍ୟ କରିବାକୁ ବିଜେଡ଼ିର ବ୍ଲୁ ପ୍ରିଣ୍ଟ

Next Post
କୋଟିଏ ସଭ୍ୟ କରିବାକୁ ବିଜେଡ଼ିର ବ୍ଲୁ ପ୍ରିଣ୍ଟ

କୋଟିଏ ସଭ୍ୟ କରିବାକୁ ବିଜେଡ଼ିର ବ୍ଲୁ ପ୍ରିଣ୍ଟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA