Thursday, July 30, 2026 01:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମୋଷ୍ଟ ପାୱାରଫୁଲ୍ : ନବୀନ ଖସିଲେ, ଧର୍ମେନ୍ଦ୍ର ଉଠିଲେ

by Our Correspondent
30 Sep, 2019- 10:56 PM
in Latest News, News
1 min read
0
ମୋଷ୍ଟ ପାୱାରଫୁଲ୍ : ନବୀନ ଖସିଲେ, ଧର୍ମେନ୍ଦ୍ର ଉଠିଲେ
ନୂଆଦିଲ୍ଲୀ: ଇଣ୍ଡିଆନ୍ ଏକ୍ସପ୍ରେସ୍ ପକ୍ଷରୁ ୨୦୧୯ ବର୍ଷ ପାଇଁ ଦେଶର ୧୦୦ ଜଣ ଶକ୍ତିଶାଳୀ ବ୍ୟକ୍ତିଙ୍କର(ମୋଷ୍ଟ ପାୱାରଫୁଲ୍ ଇଣ୍ଡିଆନ୍) ତାଲିକା ପ୍ରକାଶ ପାଇଛି । ପୂର୍ବଥର ଭଳି ଏଥର ମଧ୍ୟ ୪ ଓଡ଼ିଆଙ୍କୁ ତାଲିକାରେ ସ୍ଥାନ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତବର୍ଷର ତାଲିକାରେ ୩୦ତମ ସ୍ଥାନରେ ଥିବା ବେଳେ ଏଥର ୩୯ତମ ସ୍ଥାନକୁ ଖସି ଆସିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିନ୍ତୁ ଉପରକୁ ଉଠିଛନ୍ତି । ଗତବର୍ଷ ୩୨ ତମ ସ୍ଥାନରେ ଥିବା ଧର୍ମେନ୍ଦ୍ରଙ୍କୁ ଏଥର ୧୪ତମ ସ୍ଥାନ ମିଳିଛି । ଓଡ଼ିଶାରେ ବିଜେପିର ଶକ୍ତିବୃଦ୍ଧିରେ ଭୂମିକା ଏବଂ କେନ୍ଦ୍ରମନ୍ତ୍ରୀ ଭାବେ ଦକ୍ଷତା ତାଙ୍କୁ ତାଲିକାର ଉପରକୁ ଉଠାଇଛି ।
ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଗତଥର ୪୪ତମ ସ୍ଥାନରେ ଥିବା ବେଳେ ଏଥର ୧୯ ତମ ସ୍ଥାନକୁ ଉଠିଛନ୍ତି । ସେହିଭଳି ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଗତଥର ୬୨ତମ ସ୍ଥାନରେ ଥିବା ବେଳେ ଏଥର ତାଲିକାରେ ୨୯ ତମ ସ୍ଥାନ ସହ ଉପରକୁ ଉଠିଛନ୍ତି । ପାୱାରଫୁଲ୍ ତାଲିକାର ଶୀର୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦ୍ୱିତୀୟ ସ୍ଥାନରେ ବିଜେପି ରାଷ୍ଟ୍ରୀୟ ସଭାପତି ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ପୂବ ର୍ସ୍ଥାନ ବଜାୟ ରଖିଛନ୍ତି ।
ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗୋଇ ତୃତୀୟ ସ୍ଥାନ ପାଇଛନ୍ତି । ଗତବର୍ଷ ତାଙ୍କର ସ୍ଥାନ ଥିଲା ୪୫ । ତାଲିକାର ଚତୁର୍ଥ ସ୍ଥାନରେ ଆରଏସଏସ ମୁଖ୍ୟ ମୋହନ ଭାଗୱତ୍, ପଞ୍ଚମରେ ରିଲାଏନସ୍ ମୁଖ୍ୟ ମୁକେଶ ଅମ୍ବାନୀ, ଷଷ୍ଠରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସପ୍ତମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭଲ୍, ଅଷ୍ଟମ ସ୍ଥାନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣନ୍, ନବମରେ ଭୁପୃଷ୍ଠ ପରବହନ ମନ୍ତ୍ରୀ ନୀତିନ୍ ଗଡ଼କରୀ ଏବଂ ଦଶମ ସ୍ଥାନରେ ଅଛନ୍ତି ବିଜେପିର କାର୍ଯ୍ୟକାରୀ ସଭାପତି ଜେ.ପି.ନଡ୍ଡା ।
ପ୍ରଭାବଶାଳୀ ତାଲିକାରେ ଥିବା ମୁଖ୍ୟମନ୍ତ୍ରୀମାନଙ୍କ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସବା ଆଗରେ ଅଛନ୍ତି । ୧୧ତମ ସ୍ଥାନରେ ଅଛନ୍ତି ସେ । ଗତବର୍ଷ ତାଙ୍କ ସ୍ଥାନ ଥିଲା ୯ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଗତଥର ୧୬ତମ ସ୍ଥାନରେ ଥିବା ବେଳେ ଏଥର ତାଙ୍କୁ ମିଳିଛି ୧୨ତମ ସ୍ଥାନ । ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୩୧ତମ ସ୍ଥାନରୁ ୧୫ତମ ସ୍ଥାନକୁ ଉଠିଛନ୍ତି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୪୯ତମ ସ୍ଥାନରୁ ୧୮ତମ ସ୍ଥାନକୁ ଉଠିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଷଷ୍ଠ ସ୍ଥାନରୁ ୨୧ତମ ସ୍ଥାନକୁ ଖସି ଆସିଛନ୍ତି । ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୩୫ତମ ସ୍ଥାନରୁ ୨୬ତମ ସ୍ଥାନକୁ ଉଠିଛନ୍ତି । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ୍ ୩୫ତମ ସ୍ଥାନ ସହ ପ୍ରଥମ ଥର ପାଇଁ କ୍ଷମତାଶାଳୀ ତାଲିକାରେ ସ୍ଥାନ ପାଇଛନ୍ତି ।
କଂଗ୍ରେସ ଅଧ୍ୟକ୍ଷା ଗତବର୍ଷ ତାଲିକାର ପଞ୍ଚମ ସ୍ଥାନରେ ଥିଲେ । ମାତ୍ର ଏଥର ସେ ୧୭ତମ ସ୍ଥାନକୁ ଖସି ଆସିଛନ୍ତି । ରାହୁଲ ଗାନ୍ଧୀଙ୍କୁ ଗତବର୍ଷ ମିଳିଥିଲା ୧୧ତମ ସ୍ଥାନ । ମାତ୍ର ଏବର୍ଷ ମିଳିଛି ୨୫ତମ ସ୍ଥାନ । ପ୍ରିୟଙ୍କା ଗାନ୍ଧୀ ୩୪ତମ ସ୍ଥାନ ସହ ପ୍ରଥମ ଥର ପାଇଁ ତାଲିକାରେ ସ୍ଥାନ ପାଇଛନ୍ତି ।
Previous Post

ରୀତାଙ୍କୁ ସାମନା କରିବେ ସନତ ଗଡ଼ତିଆ

Next Post

ନବୀନଙ୍କ ଘୋଷଣା: ବିଜେଡ଼ିରେ ସୋସିଆଲ୍ ସର୍ଭିସ୍ ୱିଙ୍ଗ୍

Next Post
ନବୀନଙ୍କ ଘୋଷଣା: ବିଜେଡ଼ିରେ ସୋସିଆଲ୍ ସର୍ଭିସ୍ ୱିଙ୍ଗ୍

ନବୀନଙ୍କ ଘୋଷଣା: ବିଜେଡ଼ିରେ ସୋସିଆଲ୍ ସର୍ଭିସ୍ ୱିଙ୍ଗ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA