Monday, May 25, 2026 04:16 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଚାକିରିରୁ ତଣ୍ଟିଆ ଖାଇଲେ ୩ ଖାଉ ବାବୁ

by Our Correspondent
11 Oct, 2019- 12:41 AM
in Latest News, News
1 min read
0
ଚାକିରିରୁ ତଣ୍ଟିଆ ଖାଇଲେ ୩ ଖାଉ ବାବୁ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ‘ଅପରେସନ କ୍ଲିନ୍’ ରେ ସଫା ହୋଇଛନ୍ତି ଆଉ ୩ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଦୁର୍ନୀତିକୁ ନୀତି କରି କୋଟି କୋଟି ଟଙ୍କା କମେଇଥିବା ଏହି ତିନିଙ୍କୁ ରାଜ୍ୟ ସରକାର ଚାକିରିରୁ ତଡ଼ି ଦେଇଛନ୍ତି । ସେମାନଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଯେଝା ଘରକୁ ପଠାଇ ଦିଆଯାଇଛି । ଚାକିରିରୁ ତଣ୍ଟିଆ ଖାଇଥିବା ଏହି ଅଧିକାରୀମାନେ ହେଲେ ଆଠଗଡ଼ର ଡିଏଫଓ(ନିଲମ୍ବିତ) ସୁଧାଂଶୁ ମିଶ୍ର, ଅନୁଗୁଳ ରୁରାଲ୍ ୱାର୍କସ୍ କ୍ୱାଲିଟି କଣ୍ଟୋ୍ରଲ ଡିଭିଜନ୍ ର ଏକଜ୍ୟୁଟିଭ୍ ଇଞ୍ଜିନିୟର ପ୍ରାଣକୃଷ୍ଣ ପ୍ରସାଦ ଏବଂ ତୁଷୁରା(ଆର ଆଣ୍ଡ ବି) ସବ ଡିଭିଜନ୍-୧ର ଡେପୁଟି ଏକଜ୍ୟୁଟିଭ୍ ଇଞ୍ଜିନିୟର ଉମେଶ ଚନ୍ଦ୍ର ତ୍ରିପାଠୀ ।
ପ୍ରଚଣ୍ଡ ଖାଉ ଅଧିକାରୀ ଭାବେ ସୁଧାଂଶୁ ମିଶ୍ର ଜଣାଶୁଣା । ଆଠଗଡ଼ରେ ଡିଏଫଓ ଭାବେ କାର୍ଯ୍ୟ କଲା ବେଳେ ତାଙ୍କର ଦୁର୍ନୀତି ଫୁଟିକି ବାହାରିଥିଲା । ୨୦୧୬ ମସିହାରେ ଭିଜିଲାନସ୍ ହାବୁଡ଼ରେ ଧରାପଡ଼ିବା ବେଳକୁ ତାଙ୍କର ଅଚଳାଚଳ ସମ୍ପତ୍ତି ସମସ୍ତଙ୍କୁ ତାଜୁବ କରିଥିଲା । ତାଙ୍କ ପାଖରୁ ନଗଦ କୋଟିଏ ଟଙ୍କା ଏବଂ ୩ କୋଟି ୪୬ ଲକ୍ଷ ଟଙ୍କାର ଫିକ୍ସଡ଼ ଡିପୋଜିଟ୍ କାଗଜପତ୍ର ଜବତ କରିଥିଲେ ଭିଜିଲାନସ୍ ଅଧିକାରୀ । ଖାଲି ସେତିକି ନୁହେଁ, ସୁଧାଂଶୁ ଓ ତାଙ୍କ ପତ୍ନୀଙ୍କ ନାଁରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର ଘର ଓ ଜାଗା ଥିଲା । ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୫ କୋଟି ୬୯ ଲକ୍ଷ ଟଙ୍କା ଆକଳନ କରାଯାଇଥିଲା । ଭିଜିଲାନସ୍ ହାତରେ ଧରାପଡ଼ି ଗିରଫ ହୋଇଥିବା ଏହି ଦୁର୍ନୀତଖୋର ଡିଏଫଓଙ୍କୁ ୨୦୧୬ ଫେବୃଆରୀ ୨୫ରେ ରାଜ୍ୟ ସରକାର ଚାକିରିରୁ ନିଲମ୍ବିତ କରିଥିଲେ । ଆଉ ଗୁରୁବାର ତାଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି ।
ସେହିଭଳି ଗ୍ରାମ୍ୟ ଉନ୍ନୟନ ବିଭାଗର ଏକଜୁ୍ୟଟିଭ୍ ଇଞ୍ଜିନିୟର ପ୍ରାଣକୃଷ୍ଣ ପ୍ରସାଦ ଜଣେ ଅପାରଗ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ ଭାବେ ନାଁ ଅର୍ଜିଥିଲେ । ଦୁର୍ନୀତି ଉପାୟରେ ଟଙ୍କା ଖାଇବାରେ ସେ କୁଆଡ଼େ ସିଦ୍ଧହସ୍ତ । ତାଙ୍କ ନାଁରେ ଥିଲା ଦୁଇଟି ଭିଜିଲାନସ୍ ମାମଲା । ୨୦୧୫ ମସିହାରେ କଟକ ଭିଜିଲାନସ ଅଧିକାରୀମାନେ ତାଙ୍କୁ ଲାଞ୍ଚ ନେଉଥିବା ଅବସ୍ଥାରେ ଧରିଥିଲେ । ୨୦୧୮ ମସିହାରେ ଅନୁରୂପ ଘଟଣାରେ ସେ ଭୁବନେଶ୍ୱର ଭିଜିଲାନସ୍ ହାବୁଡ଼ରେ ପଡ଼ିଥିଲେ ।
ପୂର୍ତ୍ତ ବିଭାଗରେ ଡେପୁଟି ଏକଜ୍ୟୁଟିଭ୍ ଇଞ୍ଜିନିୟର ଭାବେ କାର୍ଯ୍ୟରତ ଉମେଶ ଚନ୍ଦ୍ର ତ୍ରିପାଠୀ ମଧ୍ୟ ଟଙ୍କା ଖାଇବାରେ ଓସ୍ତାଦ୍ ଥିଲେ । ସେ ଚାକିରି କରିଥିବା ସବୁ ଜାଗାରେ ଜଣେ ଲାଞ୍ଚୁଆ ଇଞ୍ଜିନିୟର୍ ଭାବେ ପରିଚିତ ଥିଲେ । କେବଳ କୋରାପୁଟରେ ଚାରି ଚାରିଟା ଭିଜିଲାନସ୍ କେସ୍ ଖାଇଥିଲେ ତ୍ରିପାଠୀ । କେଉଁଠି ଠିକାଦାରଙ୍କୁ ଅନୁଗ୍ରହ ଦେଖାଇଥିଲେ ତ କେଉଁଠି କାମରେ ଭୁଲ୍ ମାପଚୁପ ଜରିଆରେ ସରକାରୀ ଟଙ୍କା ପକେଟସ୍ଥ କରିଥିଲେ । ପୂର୍ତ୍ତ ବିଭାଗରେ ଜଣେ ଅପାରଗ ଅଫିସର ସାଙ୍ଗକୁ ପ୍ରଚଣ୍ଡ ଖାଉ ଇଞ୍ଜିନିୟର ଭାବେ ତାଙ୍କୁ ସମସ୍ତେ ଜାଣିଥିଲେ ।
ସରକାରୀ ଚାକିରିରେ ନିଜ କ୍ଷମତାର ବଳ ଦେଖାଇ ଦୁର୍ନୀତିରେ ମାତିଥିବା ଏହି ଅଧିକାରୀମାନେ ଶେଷରେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ଏବଂ ଜିରୋ ଟଲେରାନ୍ସ ଫାନ୍ଦରେ ପଡ଼ିଛନ୍ତି । ସରକାରୀ ଚାକିରିରୁ ତଣ୍ଟିଆ ଖାଇ ସେମାନଙ୍କୁ ବିଦା ହେବାକୁ ପଡ଼ିଛି ।
ସୂଚନାଯୋଗ୍ୟ, ଗତ ସପ୍ତାହରେ ୪ ଜଣ ଦୁର୍ନୀତିଖୋର ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ଦେଇଥିଲେ । ଗତ ଅଗଷ୍ଟ ମାସରୁ ଏ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ତିନୋଟି କିସ୍ତିରେ ଭିଜିଲାନସ୍ ଦ୍ୱାରା ଦୋଷୀ ସାବ୍ୟସ୍ତ ୩୭ ଜଣ କର୍ମଚାରୀ/ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କଲେଣି ।
Previous Post

ଅଶୋକ ପଣ୍ଡାଙ୍କ ହୀନିମାନିଆ ରାଜନୀତି

Next Post

ଆହାର କେନ୍ଦ୍ରରେ ଲୋକଙ୍କ ସହ ଭାତ ଡାଲମା ଖାଇଲେ ମୁଖ୍ୟ ଶାସନ ସଚିବ, ପାଣ୍ଡିଆନ୍

Next Post
ଆହାର କେନ୍ଦ୍ରରେ ଲୋକଙ୍କ ସହ ଭାତ ଡାଲମା ଖାଇଲେ ମୁଖ୍ୟ ଶାସନ ସଚିବ, ପାଣ୍ଡିଆନ୍

ଆହାର କେନ୍ଦ୍ରରେ ଲୋକଙ୍କ ସହ ଭାତ ଡାଲମା ଖାଇଲେ ମୁଖ୍ୟ ଶାସନ ସଚିବ, ପାଣ୍ଡିଆନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA