Monday, May 25, 2026 02:49 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୁଲ ଖବରରେ ଫସିଲା ଏକ ନମ୍ବର ଟିଭି

by Our Correspondent
08 Nov, 2019- 11:54 PM
in Latest News, News
1 min read
0
ଭୁଲ ଖବରରେ ଫସିଲା ଏକ ନମ୍ବର ଟିଭି
ଭୁବନେଶ୍ୱର: ପାକିସ୍ଥାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇର ଜଣେ ମହିଳା ଏଜେଣ୍ଟଙ୍କ ସହ ଗୁପ୍ତଚର ଓ ହନି ଟ୍ରାପ୍ ରେ ଫସିଥିବା ଓଡ଼ିଆ ଯବାନଙ୍କ ସମ୍ପର୍କରେ ଭୁଲ୍ ଖବର ପରିବେଷଣ କରି ଫସିଛି ରାଜ୍ୟର ଏକ ନମ୍ବର ଟିଭି ଚାନେଲ୍ । ଅଭିଯୁକ୍ତଙ୍କ ଫଟୋ ପରିବର୍ତ୍ତେ ତାଙ୍କ ଗାଁ ମାମୁଁ ଘରେ ରହି ପାଠ ପଢୁଥିବା ଜଣେ ୧୭ ବର୍ଷୀୟ ନିରୀହ ନାବାଳକର ଫଟୋ ଦେଖାଇଥିବାରୁ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ଏକ ନମ୍ବର ଟିଭିରେ ନିରୀହ ଛାତ୍ରକୁ ଦେଶଦ୍ରୋହୀ ଆଖ୍ୟା ଦେଇ ଲଗାତର ସମ୍ବାଦ ପ୍ରସାରଣ ଯୋଗୁଁ ପରିବାର ଲୋକେ ଭୟଭୀତ ହୋଇପଡ଼ିଛନ୍ତି । ଲଜ୍ଜା ଓ ଅପମାନରେ ବାଳକଟି ଆତ୍ମହତ୍ୟା କରିବାକୁ ବି ଉଦ୍ୟମ କରିଛନ୍ତି । ମିଥ୍ୟା ଅପପ୍ରଚାରକାରୀ ସଂପୃକ୍ତ ଟିଭି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଗ୍ରାମବାସୀମାନେ ହିଞ୍ଜିଳି ଥାନା ଆଗରେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବାଳକର ବାପା ପୁଲିସରେ ଏତଲା ଦେଇ ନ୍ୟାୟ ଭିକ୍ଷା କରିଛନ୍ତି ।
ଘଟଣାଟି ଏଭଳି । ଗଞ୍ଜାମ ଜିଲ୍ଲା ଆଙ୍କରଡ଼ା ଗାଁର ଓଡ଼ିଆ ଯବାନ ବିଚିତ୍ର ବେହେରା ରାଜସ୍ଥାନ ପୋଖରାନରେ କାର୍ଯ୍ୟରତ ଥିଲେ । ଅଭିଯୋଗ ଅନୁଯାୟୀ, ବିଚିତ୍ର ପାକିସ୍ଥାନର ଜଣେ ମହିଳା ଏଜେଣ୍ଟଙ୍କ ସହ ଦୁଇବର୍ଷ ଧରି ସମ୍ପର୍କରେ ରହି ଦେଶର ଗୁପ୍ତ ତଥ୍ୟ ଦେଉଥିଲେ । ତା ବଦଳରେ ସେ ପ୍ରଚୁର ଟଙ୍କା ପାଉଥିଲେ । ଗୁଇନ୍ଦା ପୁଲିସ ଏହାର ସୁରାକ୍ ପାଇ ତଦନ୍ତ କରିଥିଲା । ତଥ୍ୟ ପ୍ରମାଣ ପାଇଲା ପରେ ଗତକାଲି ଗାଁ ଫେରନ୍ତା ବିଚିତ୍ରଙ୍କୁ ଯୋଧପୁର ରେଳଷ୍ଟେସନ୍ ରୁ ସିବିଆଇ ଓ ଆଇବି ଅଧିକାରୀମାନେ ଗିରଫ କରିଥିଲେ ।
ତେବେ ଏକ ନମ୍ବର ଟିଭିରେ ପ୍ରସାରିତ ଖବରରେ ବିଚିତ୍ର ବେହେରାଙ୍କ ସ୍ଥାନରେ ତାଙ୍କ ଗାଁରେ ମାମୁଁ ଘରେ ରହି ପାଠ ପଢ଼ୁଥିବା ଛାତ୍ର ଶଙ୍କର ବିଶ୍ୱାଳଙ୍କର ଫଟୋ ଦିଆଯାଇଥିଲା । ଥରେ ନୁହେଁ ନିରୀହ ଶଙ୍କରର ଫଟୋକୁ ବାରମ୍ବାର ପ୍ରଦର୍ଶିତ କରାଯାଇଥିଲା । ଏହି ଖବର ଦେଖିଲା ପରେ ଶଙ୍କର ଓ ତାଙ୍କ ପରିବାର ଲୋକଙ୍କ ହୋସ ଉଡ଼ିଗଲା । ଅନ୍ୟ କେହି କିଛି ବୁଝି ନ ଥିବାରୁ ସମସ୍ତଙ୍କଠାରୁ ଛି ଛାକର ପାଇଲେ । ଟିଭିରେ ନିଜକୁ ଦେଶଦ୍ରୋହୀ ଭାବେ ଦେଖିଲା ପରେ ଭୟଭୀତ ହୋଇପଡ଼ିଥିବା ଶଙ୍କରଙ୍କର କାନ୍ଦ ଏବେ ବନ୍ଦ ହେଉନାହିଁ । ପରିବାର ଓ ଗାଁ ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡ଼ିଛନ୍ତି ।
ଏକ ନମ୍ବର ଟିଭିରେ ଏଭଳି ସାଂଘାତିକ ଭୁଲ୍ ଖବରକୁ ନେଇ ପ୍ରତିବାଦ ସ୍ୱରୂପ ଆଜି ଶଙ୍କରଙ୍କ ଗାଁ ଗଞ୍ଜାମ ଜିଲ୍ଲା ଆସ୍କା ଅନ୍ତର୍ଗତ ଫୁଲସରପଲ୍ଲୀ ଗ୍ରାମବାସୀମାନେ ରାସ୍ତାକୁ ଓହ୍ଲାଇଥିଲେ । ହିଞ୍ଜିଳି ଥାନା ସାମନାରେ ସେମାନେ ଓଟିଭି ଓ ମାଲିକଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଶଙ୍କରଙ୍କ ବାପା ରବୀନ୍ଦ୍ର ବିଶ୍ୱାଳ ଏ ନେଇ ଥାନାରେ ଏତଲା ଦେଇଛନ୍ତି । ନିଜ ପରିବାରର ଶାନ୍ତି ହଜାଇଥିବା ଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି । ଏତଲା ଭିତ୍ତିରେ ପୁଲିସ ମାମଲା ରୁଜୁ କରିଛି ।
ସେପଟେ ଗତକାଲି ବଲାଙ୍ଗୀର ଭୀମ ଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ୍ ପରିଦର୍ଶନରେ ଯାଇଥିବା ୫-ଟି ସଚିବ ଭି. କାର୍ତ୍ତକେୟ ପାଣ୍ଡିଆନ୍ ଙ୍କୁ ନେଇ ଗତକାଲି ଓଟିଭିରେ ପ୍ରସାରିତ ଏକ ଖବର ଭୁଲ୍ ଓ ମିଥ୍ୟା ଅପପ୍ରଚାର ବୋଲି ଧରାପଡ଼ିଛି । ଡାକ୍ତରଖାନା ପରିଦର୍ଶନ ସାରି ଫେରୁଥିବା ପାଣ୍ଡିଆନ୍ ଙ୍କୁ ଗୋବିନ୍ଦ ଚନ୍ଦ୍ର ଶତପଥୀ ନାମକ ଜଣେ ଯୁବକ ହସ୍ପିଟାଲ୍ ର ସମସ୍ୟା ସମ୍ପର୍କରେ ଅବଗତ କରିବାକୁ ଚାହିଁଥିଲେ ମଧ୍ୟ ସେ ନ ଶୁଣି ଚାଲିଯାଇଥିଲେ ବୋଲି ଓଟିଭି ଏକ ଭିଡ଼ିଓ କ୍ଲିପିଂ ଦେଖାଇ ଦାବି କରିଥିଲା ।
ମାତ୍ର ନିଜେ ଶ୍ରୀ ଶତପଥୀ ଆଜି ଏହାକୁ ଖଣ୍ଡନ କରିଛନ୍ତି । ପାଣ୍ଡିଆନ୍ ଙ୍କୁ ସେ ହସ୍ପିଟାଲ୍ ସମସ୍ୟା ଜଣାଇବା ପରେ ସେ କ’ଣ କହିଲେ ସେ ବୁଝିପାରି ନ ଥିଲେ ସତ ହେଲେ ସକାଳୁ ଜିଲ୍ଲାପାଳ ଏବଂ ହସ୍ପିଟାଲ୍ ସୁପରିଟେଣ୍ଡେଡ଼ ତାଙ୍କୁ ଡାକି ସେ ଉଠାଇଥିବା ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଉଥିବା ପ୍ରତିଶ୍ରୁତି ଦେଇଛନ୍ତି । ପାଣ୍ଡିଆନ୍ ଙ୍କ ଏଭଳି ତ୍ୱରିତ୍ ପଦକ୍ଷେପକୁ ଓଲଟି ସେ ପ୍ରଶଂସା କରିଛନ୍ତି ।
Previous Post

ସାମାଜିକ ରାଜନୀତିର ରାସ୍ତା ଧରିଲା କଳିଙ୍ଗ ସେନା

Next Post

ସୁପ୍ରିମକୋର୍ଟ ଫଇସଲା: ଅଯୋଧ୍ୟା ବିବାଦୀୟ ଜମିରେ ରାମମନ୍ଦିର

Next Post
ସୁପ୍ରିମକୋର୍ଟ ଫଇସଲା: ଅଯୋଧ୍ୟା ବିବାଦୀୟ ଜମିରେ ରାମମନ୍ଦିର

ସୁପ୍ରିମକୋର୍ଟ ଫଇସଲା: ଅଯୋଧ୍ୟା ବିବାଦୀୟ ଜମିରେ ରାମମନ୍ଦିର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA