Monday, May 25, 2026 05:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

by Our Correspondent
26 Apr, 2025- 10:19 PM
in Latest News, News
1 min read
0
ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ନିକଟରେ ପରଲୋକ ଗମନ କରିଥିବା ବରିଷ୍ଠ ସାମ୍ବାଦିକ ରତିକାନ୍ତ ମହାନ୍ତିଙ୍କୁ ଶନିବାର ଦିନ ବହୁ ପ୍ରତିଷ୍ଠିତ ରାଜନେତା, ଖବରକାଗଜ ସମ୍ପାଦକ, ସାମ୍ବାଦିକ ଓ ସମାଜର ବିଭିନ୍ନ ବର୍ଗର ପ୍ରତିଷ୍ଠିତ ବ୍ୟକ୍ତି ଏକ ବିଶେଷ ସ୍ମୃତି ସଭାରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଛନ୍ତି ।

ଭୁବନେଶ୍ୱର ସ୍ଥିତ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ଏହି ସ୍ମୃତିସଭାକୁ ଓଡ଼ିଶା ବିଧାନସଭାର ବାଚଷ୍ପତି ଶ୍ରୀମତୀ ସୁରମା ପାଢୀ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡ଼ାଇ, ପ୍ରସନ୍ନ ଆଚାର୍ଯ୍ୟ, ପଂଚାନନ କାନୁନଗୋ ଓ ବରିଷ୍ଠ କଂଗ୍ରେସ ନେତା ନିରଂଜନ ପଟ୍ଟନାୟକ ଦୀପ ପ୍ରଜ୍ଜଳନ କରି ଉଦ୍‌ଘାଟନ କରିଥିଲେ ।

ନିଜ ଶ୍ରଦ୍ଧାଞ୍ଜଳିରେ ବାଚସ୍ପତି ସୁରମା ପାଢ଼ୀ କହିଥିଲେ ରତିକାନ୍ତ ମହାନ୍ତି ଅନେକଙ୍କ ପାଇଁ ପ୍ରେରଣାର ଉତ୍ସ ଥିଲେ । ସେ ତାଙ୍କର ହାତ ଧରି ରାଜନୀତିରେ କିପରି ଉପରକୁ ଉଠିବାକୁ ହେବ ସେ ନେଇ ତାଙ୍କର ମାର୍ଗ ଦର୍ଶନ କରିଥିଲେ ବୋଲି କହିବା ସହିତ ତାଙ୍କର ରିପୋର୍ଟିଂ ଶୈଳୀ ସବୁଠାରୁ ନିଆରା ଓ ଭିନ୍ନ ଥିଲା ବୋଲି କହିଥିଲେ । ଜଣେ ସଚ୍ଚୋଟ, ନିର୍ଭିକ ଓ ସମର୍ପିତ ସାମ୍ବାଦିକ ଭାବେ ସେ ବେଶ୍ ଖ୍ୟାତି ଅର୍ଜନ କରିଥିଲେ । ତାଙ୍କର ପ୍ରଦର୍ଶିତ ମାର୍ଗରେ ଆମେ ଯଦି ଚାଲିପାରିବା ତେବେ ତାହା ହିଁ ହେବ ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଚଳି ବୋଲି ଶ୍ରୀମତୀ ପାଢୀ କହିଥିଲେ । ଏଥି ସହିତ ରତି ଭାଇଙ୍କ ସ୍ମୃତିକୁ ସବୁଦିନ ସାଇତା ପାଇଁ ରତି ଭାଇ ସ୍ମୃତି କମିଟି ଯାହା ପରାମର୍ଶ ଦେବ ବିଧାନସଭା ତାହ ସହୃଦୟତାର ସହିତ ବିଚାର କରିବ ବୋଲି ସେ କହିଥିଲେ ।

ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ ଘଡାଇ ରତିକାନ୍ତ ବାବୁ ଜଣେ ଅତ୍ୟନ୍ତ ମିଷ୍ଟଭାଷୀ, ନିରହଙ୍କାରୀ ଓ ସଚ୍ଚୋଟ ସମ୍ବାଦିକ ଭାବେ ନିଜକୁ ପ୍ରତିଷ୍ଠା କରିପାରିଥିଲେ ବୋଲି କହିଥିଲେ । ବିଜୁ ପଟ୍ଟନାୟକଙ୍କ ଶାସନ ସମୟରେ ରତିକାନ୍ତଙ୍କର ରାଜନୀତି ଠାରୁ ଆରମ୍ଭ କରି ପ୍ରଶାସନିକ ମହଲରେ ବେଶ୍ ପ୍ରଭାବ ରହିଥିଲା । କେବଳ ସେତିକି ନୁହେଁ ଜାନକୀ ବଲ୍ଲଭ ପଟ୍ଟନାୟକ, ହେମାନନ୍ଦ ବିଶ୍ୱାଳ ଓ ଗିରିଧର ଗମାଙ୍ଗଙ୍କ ଭଳି ମୁଖ୍ୟମନ୍ତ୍ରୀମାନଙ୍କ ସହିତ ତାଙ୍କର ଭଲ ସମ୍ପର୍କ ଥିଲେ ମଧ୍ୟ ସେ କେବେ ନିଜ ପାଇଁ କାହାକୁ କିଛି ମାଗିନଥିଲେ ବୋଲି ଶ୍ରୀ ଘଡ଼ାଇ କହିବା ସହିତ ଏଥିରେ ତାଙ୍କର ମହନୀୟତା ପ୍ରତିପାଦିତ ହୋଇଥିଲା ବୋଲି ସେ କହିଥିଲେ ।

ଶ୍ରୀ ମହାନ୍ତି ୪ଦଶନ୍ଧି ଧରି ସାମ୍ବାଦିକତା କରି ଆସୁଥିଲେ। ତାଙ୍କ ବିୟୋଗରେ ଓଡିଶା ସାମ୍ବାଦିକତାରେ ଏକ ଅପୁରଣୀୟ କ୍ଷତି ହୋଇଛି ବୋଲି ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ କହିଥିଲେ । ରତିକାନ୍ତ ସହିତ ତାଙ୍କର ବେଶ୍ ଘନିଷ୍ଠତା ଥିଲା । ସେ ଚାହିଁଥିଲେ ନିଜ ପାଇଁ କିଛି ମାଗିପାରିଥାନ୍ତେ । ହେଲେ ସେ କେବେ କିଛି କେବେ ମାଗିନଥିଲେ ବୋଲି ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ଜେନା କହିଥିଲେ ।

ରତିକାନ୍ତ ସ୍ମୃତି କମିଟି ଅଧ୍ୟକ୍ଷ ରବିଦାସ ଓ ସ୍ମରଣିକା କମିଟି ସମ୍ପାଦକ ପ୍ରଭୂକଲ୍ୟାଣ ମହାପାତ୍ରଙ୍କ ଦ୍ୱାରା ସଂଚାଳିତ ଏହି ସ୍ମୃତିସଭାରେ ପୂର୍ତମନ୍ତ୍ରୀ ପୃଥ୍ୱିରାଜ ହରିଚନ୍ଦନ, ପ୍ରଦେଶ କଂଗ୍ରେସ୍ କମିଟି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅରୁଣ କୁମାର ସାହୁ, ସଂଜୟ ଦାସ ବର୍ମା, ବିଜୟ ନାୟକ, ଅନନ୍ତ ଜେନା, ସୁଦର୍ଶନ ଦାସ, ମିନତି ସିଂହ, ମନ୍ମଥ ରାଉତ, ବିଜେପି ନେତା ଗୋଲକ ମହାପାତ୍ର, ସିପିଆଇ (ଏମ୍‌) ରାଜ୍ୟ ସାଧାରଣ ସମ୍ପାଦକ ସୁରେଶ ପାଣିଗ୍ରାହୀ, ବରିଷ୍ଠ ସାମ୍ବାଦିକ ରାଜାରାମ ଶତପଥୀ, ପ୍ରଦ୍ୟୁମ୍ନ ଶତପଥୀ, ବଟକୃଷ୍ଣ ତ୍ରିପାଠୀ, ରାଜେଶ ମହାପାତ୍ର, ପ୍ରସନ୍ନ ମହାନ୍ତି, ସନ୍ଦୀପ ସାହୁ, ସୁଭାଶିଷ ମହାନ୍ତି, ପ୍ରଦ୍ୟୁମ୍ନ ମହାନ୍ତି, ରମେଶ ମହାନ୍ତି, ସନ୍ଦୀପ ମିଶ୍ର, ପ୍ରଦୋଷ ପଟ୍ଟନାୟକ, ପ୍ରସନ୍ନ ପତି, ଶରତ ପାଇକରାୟ, ଜୟଦେବ ବେହେରା, ପ୍ରମେୟ ସଂପାଦକ ଗୋପାଳ ମହାପାତ୍ର , ପୂର୍ବତନ ଦୂରଦର୍ଶନ ବାର୍ତା ସମ୍ପାଦକ ଗୋପାଳ ମହାପାତ୍ର, ଦେବନାରାୟଣ ସେଠୀ, ମନୋରଂଜନ ମିଶ୍ର, ଅଶୋକ ସାହୁ, ଦିଲ୍ଲୀପ ସୁବୁଦ୍ଧି, ଅରବିନ୍ଦ ମିଶ୍ର, ବିଭୂତି କର, ପବିତ୍ର ମହାରଥା, ସୀମାଚଂଳ ପଟ୍ଟନାୟକ, ବିବେକ ଜେନା, ରମେଶ ସ୍ୱାଇଁ, ସଂଜୟ ଜେନା, ଅକ୍ଷୟ କୁମାର ସାହୁ, ବିରୁପାକ୍ଷ ତ୍ରିପାଠୀ, ଯଯାତି ମହାନ୍ତି, ଗରିଜା ଶଙ୍କର ଦାଶ, ଦିଲ୍ଲୀପ ବିଶୋଇ, ସମର ପ୍ରଧାନ, ରାମଚଣ୍ଡୀ ପ୍ରସାଦ ରଣସିଂହ, ଚୌଧୁରୀ ଅମିତାଭ ଦାସ, ଅଦେ୍ର୍ଧନ୍ଦୁ ଶେଖର, ସୁକାନ୍ତ ରାଉତରାୟ, ସିରାଜ ଅହମଦ, ଜ୍ଞାନରଂଜନ ଦାସ, ବିପିନ୍ ସିଂହ, ପ୍ରଦୀପ ରାଉତ, ପବିତ୍ର ସେନାପତି, ପାର୍ଥ ସାରଥୀ ଜେନା, ଦେବ ମହାନ୍ତି, ଦୀପକ ମହାପାତ୍ର, ଚିନ୍ମୟ ମହାପାତ୍ର , ଅପୂର୍ବ ମହାନ୍ତି, ସାରଦା ଦେବତା, ଅବିନାଶ ମିଶ୍ର, ପ୍ରିୟରଂଜନ ସାହୁ, ସଂଜୟ ଦାସ, ଭାଗବତ ତ୍ରିପାଠୀ, ସୁରେଶ କର, ଦୀପକ କୁମାର କର, ଅରବିନ୍ଦ କୁୃଅଁର, ସୁକାନ୍ତ ମହାନ୍ତି, ରିଆଜ ମହମ୍ମଦ, ଲୋପାମୂଦ୍ରା ଜେନା, ମାଧବାନନ୍ଦ ବେହୁରା, ନଳିନୀ ସାହୁ, ସୂର୍ଯ୍ୟକାନ୍ତି ନାୟକ, ଇଂଜିନିୟର ଲଳିତ ପଟ୍ଟନାୟକ ପ୍ରମୂଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ରତି ଭାଇ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉନ୍ମୋଚିକା ଭାବେ ଉପସ୍ଥିତ ରହିଥିଲେ ବାଚସ୍ପତି ଶ୍ରୀମତି ସୁରମା ପାଢ଼ୀ। ତାଙ୍କ କର କମଳରେ ଏହି ସ୍ମରଣୀକାକୁ ଉନ୍ମୋଚିତ କରାଯାଇଥିଲା।

ଏହି ଅବସରରେ ରତିକାନ୍ତ ମହାନ୍ତିଙ୍କ ଝିଅ ପୂଜା ମହାନ୍ତି ଓ ବନ୍ଦନା ମହାନ୍ତିଙ୍କ ସମେତ ତାଙ୍କ ପରିବାରର ଅନେକ ବ୍ୟକ୍ତି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଚଳି ଅର୍ପଣ କରିଥିଲେ ।  ‘ସମସ୍ତଙ୍କ ପ୍ରିୟ ରତି ଭାଇ’ ନାମକ ଏକ ସ୍ମରଣିକା ପ୍ରକାଶ ପାଇବା ସହିତ ରତିକାନ୍ତ ମହାନ୍ତିଙ୍କ ଜୀବନୀ ଉପରେ ଏକ ପ୍ରମାଣିକ ଚଳଚିତ୍ର ପ୍ରଦର୍ଶନ କରାଯାଇଥିଲା ।

Previous Post

ନୂଆଦିଲ୍ଲୀରେ ସୋଆକୁ ସିଏସ୍ଆର୍ ସମ୍ମାନ

Next Post

ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମଙ୍କୁ ଶ୍ରଦ୍ଧାଞ୍ଜଳି

Next Post
ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମଙ୍କୁ ଶ୍ରଦ୍ଧାଞ୍ଜଳି

ବରିଷ୍ଠ ସାମ୍ବାଦିକ ଏସ୍ ଏ କଲିମଙ୍କୁ ଶ୍ରଦ୍ଧାଞ୍ଜଳି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA