Tuesday, February 10, 2026 08:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

୨୪ ଘଣ୍ଟା ପରେ ବି ପୁଲିସ ହାତ ଖାଲି

ରାଜ୍ୟର ଆଇନଶୃଙ୍ଖଳା ସ୍ଥିତି ଅଣାୟତ: ବିଜେଡି

by Our Correspondent
07 Oct, 2025- 07:25 PM
in Crime, Latest News, News
1 min read
0
୨୪ ଘଣ୍ଟା ପରେ ବି ପୁଲିସ ହାତ ଖାଲି

ଭୁବନେଶ୍ୱର: ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ଭୟଙ୍କର ଅବସ୍ଥାକୁ ଚାଲିଆସିଛି । ଅପରାଧୀମାନେ ନିର୍ବିଘ୍ନରେ ନରହତ୍ୟା, ଧର୍ଷଣ, ଚୋରି, ଡକାୟତି ଘଟାଇ ଚାଲିଛନ୍ତି । ପୁଲିସକୁ ସେମାନଙ୍କର ଡର ନାହିଁ । ଗତକାଲି ବ୍ରହ୍ମପୁରରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ପୁଣି ବିଚଳିତ କରିଛି । କୁମାର ପୂର୍ଣ୍ଣମୀ ରାତିରେ ବ୍ରହ୍ମପୁର ସହରରେ ନିଜ ଘର ସାମନାରେ ପୀତବାସ ପଣ୍ଡାଙ୍କୁ ଦୁଇଜଣ ଦୁର୍ବୃତ୍ତ ଅତି ପାଖରୁ ଗୁଳି କରି ଫେରାର ହୋଇଗଲେ । ସାରା ରାଜ୍ୟରେ ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି । ଅପରାଧୀମାନେ ଖୁବ୍ ଶୀଘ୍ର ଧରାହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ୨୪ ଘଣ୍ଟା ପରେ ବି ଅପରାଧୀଙ୍କୁ ଧରିବାରେ ପୁଲିସ ସକ୍ଷମ ହୋଇନାହିଁ ।

ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତି ଅଣାୟତ ହୋଇ ପଡିଛି ବୋଲି ଅଭିଯୋଗ କରି ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି ବିଜେଡି । ଶଙ୍ଖ ଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର କହିଥିଲେ, ଗତ ଏକ ସପ୍ତାହରେ ଧାରାବାହିକ ଭାବେ ଘଟିଥିବା ଅପରାଧ ଗୁଡିକ ଉପରେ ଅବଲୋକନ କଲେ, ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ସ୍ଥିତି ସ୍ପଷ୍ଟ ହୁଏ । କିନ୍ତୁ, ରାଜ୍ୟ ବିଜେପି ସରକାର ନିଦାବିଷ୍ଣୁ । କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି । ବିରୋଧୀ ଦଳର ଚିକ୍ରାର ତାଙ୍କର କର୍ଣ୍ଣପାତ ହେଉ ନାହିଁ ।

ଶ୍ରୀ ବକ୍ସିପାତ୍ର କହିଥିଲେ, ଗତକାଲି ସନ୍ଧ୍ୟାରେ, ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରରେ, ବିଜେପି ଦଳର ଜଣେ ଆଗଧାଡିର ନେତା ତଥା ଜଣେ ରାଜ୍ୟ ବାର କାଉନ୍ସିଲର ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁଇ ଜଣ ଦୁବୃର୍ତ୍ତ ଅତି ନିକଟରୁ ଗୁଳି କରି ହତ୍ୟା କରିଛନ୍ତି । ଏହି ଘଟଣାକୁ ୨୦ ଘଣ୍ଟାରୁ ଉଦ୍ଧ୍ୱର୍ ବିତି ଯାଇଥିଲେ ସୁଦ୍ଧା, ଏପର୍ଯ୍ୟନ୍ତ ଅପରାଧୀଙ୍କ କୌଣସି ଟେର ପୋଲିସ ପାଇନାହିଁ । ଗତ ୨୪ ଘଣ୍ଟାରେ, ଗଞ୍ଜାମ ଜିଲ୍ଲାରେ ୩ଟି ହତ୍ୟାକାଣ୍ଡ ଘଟିଛି । ମୋହନ ସରକାର ଆସିବା ପରଠାରୁ କେବଳ ଗଞ୍ଜାମ ଜିଲ୍ଲାରେ ୧୨୮ଟି ହତ୍ୟାକାଣ୍ଡ ଘଟିଲାଣି । ଗଞ୍ଜାମ ଜିଲ୍ଲାରେ, ଲଘୁ ଖଣିଜ ସମ୍ପଦ ଯଥା ବାଲି, ଚିପ୍ସ ଇତ୍ୟାଦି ଜିନିଷର ଚୋରି ଲୁଟତରାଜ ଅହେତୁକ ବୃଦ୍ଧି ପାଇଛି ଯାହା ଯୋଗୁ ଅପରାଧ ଦିନକୁ ଦିନ ବୃଦ୍ଧି ପାଇଛି । ରାଜ୍ୟ ବିଜେପି ସରକାରଙ୍କ ପ୍ରୟୋଜନରେ ଏହି ଲୁଟତରାଜ ଚାଲିଛି ଓ ଏଥିଯୋଗୁ ଗଞ୍ଜାମ ଅପରାଧୀଙ୍କ ଚରାଭୂଇଁ ପାଲଟିଛି । ପୂର୍ବରୁ ନବୀନ ସରକାରଙ୍କ ସମୟରେ, ଗଞ୍ଜାମରେ ଶାନ୍ତି ପରିବେଶ ସୃଷ୍ଟି ହୋଇଥିଲା ବେଳେ ବିଜେପି ସରକାରଙ୍କ ସମୟରେ ଆଇନଶୃଙ୍ଖଳା ସ୍ଥିତି ବିଗିଡ଼ି ଗଲାଣି ।

ଶ୍ରୀ ବକ୍ସିପାତ୍ର ଆହୁରି କହିଥିଲେ, ରାଜ୍ୟରେ ଏବେ ବହୁଚର୍ଚ୍ଚିତ ଘଟଣା ପୋଲିସ ଏସ୍ଆଇ ଚାକିରି ବିକ୍ରି ଘଟଣା ବ୍ରହ୍ମପୁର ସହରରୁ ଲୋକଲୋଚନକୁ ଆସିଥିଲା । ଏହି ଘଟଣାରେ ସରକାରଙ୍କ ସମ୍ପୃକ୍ତି ଜଳ ଜଳ ହୋଇ ଦିଶୁଛି । ସେହିପରି, ଚୌଦ୍ୱାରରେ ଥିବା ହାଇ ସିକୁ୍ୟରିଟି ଜେଲରୁ ଦୁଇ ଜଣ କୁଖ୍ୟାତ ଅପରାଧୀ ଜେଲରୁ ଫେରାର ହୋଇଯିବାରେ ସକ୍ଷମ ହୋଇଛନ୍ତି । ଭାଇଚାରା ସହର କଟକରେ ସାମ୍ପ୍ରଦାୟିକ ଦଙ୍ଗା ଭଳି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇ ୩୬ଘଣ୍ଟା ପାଇଁ କର୍ଫୁ୍ୟ ଲଗାଇବାକୁ ପଡୁଛି । ଆଜି ସକାଳେ, ପୁରୀ ଜିଲାରେ ଲକ୍ଷ୍ମୀ ବସ୍ ଭିତରକୁ ଜଣେ ଦୁବୃର୍ତ୍ତ ପଶି ଆସି କଟୁରୀ ଚୋଟରେ ବସ ଯାତ୍ରୀଙ୍କ ଉପରେ ଅତର୍କିତ ଆକ୍ରମଣ କରିବା ଯୋଗୁ ଅନୁ୍ୟନ୍ୟ ୭ ଜଣ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ରାଜ୍ୟରେ, ମହିଳା ମାନେ ଅସୁରକ୍ଷିତ ହୋଇ ପଡିଛନ୍ତି । ଦୁଷ୍କର୍ମ, ଅସଦାଚରଣ, ନାରୀ ନିର୍ଯାତନା, ହତ୍ୟା ଇତ୍ୟାଦି ଘଟଣା ପ୍ରତିଦିନ ଖବରକାଗଜ ଗୁଡିକରେ ଶିରୋନାମା ପାଲଟୁଛି । କିନ୍ତୁ, ସରକାର ନିଜର ପ୍ରଚାରରେ ବ୍ୟସ୍ତ ଅଛନ୍ତି । ଡବଲ ଇଞ୍ଜିନ ସରକାର ଗୋଟିଏ ସମ୍ୱେଦନହୀନ ସରକାର ବୋଲି ରାଜ୍ୟବାସୀ ଜାଣିଲେଣି ।

Previous Post

ପୋଖରୀପୁଟରେ ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ

Next Post

ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖ

Next Post
ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖ

ଅସାମାଜିକ ବ୍ୟକ୍ତିଙ୍କ ଉପରେ କଡା ନଜର ରଖ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19159 shares
    Share 7664 Tweet 4790
  • ନବୀନ..ନବୀନ, ମୋହନ..ମୋହନ

    16596 shares
    Share 6638 Tweet 4149
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7296 shares
    Share 2918 Tweet 1824
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5813 shares
    Share 2325 Tweet 1453
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5482 shares
    Share 2193 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA