Monday, May 11, 2026 11:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଇଂଜିିନିୟର୍ ବାବୁଙ୍କର ୪୮ ଟି ଫ୍ଲାଟ୍, ୨ଟି ବିଲଡିଂ, ୮ଟି ପ୍ଲଟ୍

by Our Correspondent
20 Oct, 2020- 11:43 PM
in Latest News, News
1 min read
0
ଇଂଜିିନିୟର୍ ବାବୁଙ୍କର ୪୮ ଟି ଫ୍ଲାଟ୍, ୨ଟି ବିଲଡିଂ, ୮ଟି ପ୍ଲଟ୍

ଭୁୁବନେଶ୍ୱର: ବାବୁ ହେଉଛନ୍ତି ରବୀନ୍ଦ୍ର ନାଥ ପ୍ରଧାନ । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ଜିପିଏଚ ଡିଭିଜନ୍-୨ ରେ ଆସିଷ୍ଟାଣ୍ଟ ଏକଜ୍ୟୁଟିଭ୍ ଇଂଜିନିୟର୍ ଚାକିରି କରିଛନ୍ତି । ମହାଶୟ କେତେବର୍ଷ ଚାକିରି କଲେଣି ଜଣା ପଡ଼ିନାହିଁ । ହେଲେ ନିଜ ସାତ ପୁରୁଷ ପାଇଁ ସମ୍ପତ୍ତି ଅର୍ଜି ସାରିଲେଣି । ଭୁବନେଶ୍ୱର ଓ ଆଖପାଖରେ ଖୁନ୍ଦି ଦେଇଛନ୍ତି ମାଳ ମାଳ ଫ୍ଲାଟ୍, ପ୍ଲଟ୍ । ୪୮ ଟି ଫ୍ଲାଟ୍, ଦୁଇଟି ବଡ ବିଲଡିଂ, ଗୋଟିଏ ଘର, ୮ଟି ପ୍ଲଟ୍ ତାଙ୍କର ।

ଖାଲି ସେତିକି ନୁହେଁ, ପୁଅ ପାଇଁ ତିନି ତିନିଟି କମ୍ପାନୀ ବି ଖୋଲି ଦେଇଛନ୍ତି । ଦୁଇଟି ରିୟଲ୍ ଇଷ୍ଟେଟ୍ ଏବଂ କନଷ୍ଟ୍ରକସନ୍ କମ୍ପାନୀ(ଆଫିରେ ଇନଫ୍ରାକନ୍ ପ୍ରାଇଭେଟ୍ ଲିମିଟେଡ଼ ଓ ଆଫିରେ ମଲଟି ସର୍ଭିସ୍ ପ୍ରାଇଭେଟ୍ ଲିମିଟେଡ଼) ଏବଂ ଗୋଟିଏ ଫୁଡ୍ ପ୍ରସେସିଂ ଏବଂ ପ୍ରିଜରଭେସନ୍ କମ୍ପାନୀ(ଆରପି କଣ୍ଡେଭ୍ ପ୍ରାଇଭେଟ୍ ଲିମିଟେଡ଼) । ନହରକଣ୍ଟାରେ ଅବସ୍ଥିତ ଏହି ତିନୋଟି ଯାକ କମ୍ପାନୀରେ ପୁଅ ଡାଇରେକ୍ଟର୍ । ଏହାବାଦ୍, ଅନ୍ୟ ଏକ କୃଷି ଫାର୍ମରେ ତାଙ୍କ ପୁଅ ପାର୍ଟନର୍ ଅଛି ।

ଅନ୍ୟାନ୍ୟ ସମ୍ପତ୍ତିକୁ ମିଶାଇ ଏହି ଆସିଷ୍ଟାଣ୍ଟ ଏକଜ୍ୟୁଟିଭ୍ ଇଂଜିନିୟର୍ ଙ୍କଠାରୁ ମୋଟ ୬ କୋଟି ୫୩ ଲକ୍ଷ ୮୬ ହଜାର ଟଙ୍କାର ସମ୍ପତ୍ତି ଠାବ ହେଲାଣି । ପୁଣି କୋଉଠି କେତେ ଲୁଚେଇ ରଖିଛନ୍ତି ଖୋଳତାଡ଼ ସରିଲା ପରେ ଜଣାପଡ଼ିବ ।

ରବୀନ୍ଦ୍ର ନାଥ ପ୍ରଧାନଙ୍କ ଘରେ ଭିଜିଲାନସ୍ ଚଢ଼ାଉ କରି ଏହି ସବୁ ସମ୍ପତ୍ତି ଠାବ କରିଛି । ଆୟ ବର୍ହିଭୂତ ସମ୍ପତ୍ତି ରଖିଥିବା ଅଭିଯୋଗରେ ଆଜି ଭିଜିଲାନସ୍ ଟିମ୍ ତାଙ୍କର ଅଫିସ୍ ଚାମ୍ବର, ନୟାପଲ୍ଲୀ ଘର, ବାଲିଅନ୍ତାସ୍ଥିତ ଆପାର୍ଟମେଣ୍ଟ, ନହରକଣ୍ଟାରେ ଥିବା ଦୁଇଟି ଯାକ ରିୟଲ୍ ଇଷ୍ଟେଟ୍ ଏବଂ କନଷ୍ଟ୍ରକସନ୍ କମ୍ପାନୀ, ବ୍ରହ୍ମପୁର ଅଯୋଧ୍ୟା ନଗରରେ ଥିବା ପୈତୃକ ଘର, ବାଲିଅନ୍ତା ଅନ୍ତର୍ଗତ କୁରୁଣ୍ଟିଠାରେ ଥିବା ସହଯୋଗୀଙ୍କ ଘର ଉପରେ ଏକାସାଙ୍ଗରେ ଚଢ଼ାଉ କରିଥିଲେ ।

ରୋଚକ କଥା ହେଉଛି, ବାଲିପାଟଣାରେ ତାଙ୍କର ରହିଛି ୪୮ଟି ଯାକ ଫ୍ଲାଟ୍ । ଭୁବନେଶ୍ୱରରେ ଦୁଇଟି ଯାକ ବଡ଼ ବିଲଡିଂ ଥିବା ବେଳେ ନହରକଣ୍ଟାରେ ଅନ୍ୟ ଏକ ଘର ଅଛି । ଭୁବନେଶ୍ୱର, ପୋଲସରା, ବୁଗୁଡ଼ା ଓ ଗଞ୍ଜାମରେ ଅଛି ୮ଟି ପ୍ଲଟ୍ ।

ଏହାବାଦ୍ ତାଙ୍କର ଅଛି ଗୋଟିଏ କ୍ରେଟା ଏବଂ ଗୋଟିଏ ଆମେଜ୍ କାର୍ । ଗୋଟିଏ ମଟର ସାଇକେଲ୍, ୭୨ ଲକ୍ଷ ୮୨ ହଜାର ଟଙ୍କାର ବ୍ୟାଙ୍କ ଡିପୋଜିଟ୍, ୧ ଲକ୍ଷ ୨୮ ହଜାର ଟଙ୍କାର ଏଲଆଇସି ପଲିସି, ୧ ଲକ୍ଷ ୮୩ ହଜାର ଟଙ୍କାର ସୁନାଗହଣା, ୩ ଲକ୍ଷ ୫୨ ହଜାର ଟଙ୍କାର ଗୃହ ନିର୍ମାଣ ସରଞ୍ଜାମ, ୬ ଲକ୍ଷ ଟଙ୍କାର ଘର ଆସବାବପତ୍ର ରଖିଛନ୍ତି ।

ସରକାରୀ ଚାକିରିରେ ଥିବା ପ୍ରଧାନ ବାବୁଙ୍କର ଏତେ କୋଠାବାଡି ସମସ୍ତଙ୍କୁ ତାଜୁବ କରିଛି । ସମ୍ପର୍କୀୟଙ୍କ ନାଁରେ ଆଉ କେତେ ସମ୍ପତ୍ତି ରଖିଛନ୍ତି ଏବଂ କେଉଁ ସୂତ୍ରରୁ ଏତେ ଟଙ୍କା ହାତେଇଛନ୍ତି ତାହା ଜାଣିବାକୁ ଲୋକଙ୍କ ମନରେ ବ୍ୟଗ୍ରତା ପ୍ରକାଶ ପାଇଛି । ତେବେ ତଦନ୍ତ ଜାରି ରହିଥିବା ଭିଜିଲାନସ୍ ସୂତ୍ରରୁ ଜଣାପଡ଼ିଛି ।

Previous Post

ପାର୍ବଣ ପାଇଁ ସତର୍କ କଲେ ପ୍ରଧାନମନ୍ତ୍ରୀ

Next Post

KXIP beat DC by 5 Wickets

Next Post
Kings XI Punjab beat RCB by 97 Runs

KXIP beat DC by 5 Wickets

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA