Wednesday, June 24, 2026 08:20 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କୃଷି କ୍ଷେତ୍ରରେ ନିବେଶ ପାଇଁ ଯୁବ ଉଦ୍ୟୋଗୀ ଆଗେଇ ଆସନ୍ତୁ

ମାରୁତି ମିଡିଆ ପକ୍ଷରୁ କୃଷି ନିବେଶକ ସମ୍ମିଳନୀ

by Our Correspondent
11 Mar, 2025- 08:39 PM
in News
1 min read
0
କୃଷି କ୍ଷେତ୍ରରେ ନିବେଶ ପାଇଁ ଯୁବ ଉଦ୍ୟୋଗୀ ଆଗେଇ ଆସନ୍ତୁ

ଭୁବନେଶ୍ୱର: ଓଡ଼ିଶାରେ କୃଷି କ୍ଷେତ୍ରର ବିକାଶ ପାଇଁ ବ୍ୟାପକ ସୁଯୋଗ ରହିଛି। ଯୁଗ ଉଦ୍ୟୋଗୀମାନେ ଏହି ସୁଯୋଗର ଫାଇଦା ଉଠାଇ କୃଷି କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରିବାକୁ ଆଗେଇ ଆସନ୍ତୁ। ଗଣମାଧ୍ୟମ ଅନୁଷ୍ଠାନ ମାରୁତି ମିଡିଆ ପକ୍ଷରୁ ଏଠାରେ ଆୟୋଜିତ ଦୁଇ ଦିନିଆ କୃଷି ନିବେଶକ ସମ୍ମିଳନୀରେ ଯୋଗ ଦେଇଥିବା ରାଜ୍ୟର ବିଶିଷ୍ଟ ଶିଳ୍ପୋଦ୍ୟୋଗୀ ଏବଂ କୃଷି ବିଶାରଦମାନେ ଏହି ଆହ୍ୱାନ ଦେଇଛନ୍ତି।

ଉତ୍କଳ ଶିଳ୍ପ ବଣିକ ସଂଘ ୟୁସିସିଆଇଏଲ୍ ସହଭାଗିତାରେ ମାରୁତି ମିଡିଆ ପକ୍ଷରୁ ମାର୍ଚ୍ଚ ୯ ଓ ୧୦ ତାରିଖ ଦୁଇ ଦିନ ଧରି ଆୟୋଜନ କରାଯାଇଥିବା ସମ୍ମିଳନୀରେ ରାଜ୍ୟର ବିଭିନ୍ନ ସ୍ଥାନରୁ କୃଷି ଉଦ୍ୟୋଗୀ, କୃଷି କ୍ଷେତ୍ରର ବିଶେଷଜ୍ଞ ଏବଂ ବିଶିଷ୍ଟ ଶିଳ୍ପୋଦ୍ୟୋଗୀମାନେ ଯୋଗ ଦେଇଥିଲେ। ୟୁସିସିଆଇଏଲ୍ ସମ୍ମିଳନୀ କକ୍ଷରେ ମୋଟ୍ ୭ଟି ଅଧିବେଶନରେ ଅନୁଷ୍ଠିତ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ

ସିଆଇଆଇ ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ଡକ୍ଟର ପ୍ରଦୀପ୍ତ ମହାନ୍ତି ମୁଖ୍ୟ ଅତିଥି ଏବଂ ଫିକ୍କି ଓଡ଼ିଶା ରାଜ୍ୟ ଅଧ୍ୟକ୍ଷ ପଙ୍କଜ ସତିଜା ଓ ପାରାଦୀପ ଫସଫେଟସ୍ ଲିମିଟେଡର କର୍ପୋରେଟ ବ୍ୟାପାର ମୁଖ୍ୟ ଶ୍ରୀ ସୁଧୀ ରଞ୍ଜନ ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମାରୁତି ମିଡିଆ ନିର୍ଦ୍ଦେଶକ ମନୋଜ ପୃଷ୍ଟି ସ୍ବାଗତ ଅଭିଭାଷଣ, ସମ୍ପାଦକ ଦିଲୀପ ମିଶ୍ର ସମ୍ମିଳନୀର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇଥିବା ବେଳେ ମାରୁତି ମିଡିଆର ଅନ୍ୟତମ ନିର୍ଦ୍ଦେଶକ କମଳାକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।

ସେହିଭଳି ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଉଦଯାପନୀ ଉତ୍ସବରେ ୟୁସିସିଆଇଏଲ୍ ସଭାପତି ଡକ୍ଟର ପ୍ରବୋଧ ମହାନ୍ତି ଅଧ୍ୟକ୍ଷତା କରିଥିବା ବେଳେ ୟୁସିସିଆଇଏଲ୍ ଉପସଭାପତି ମୂରଲୀ ଜାମୁଲା, ସୋଆ ବିଶ୍ବବିଦ୍ୟାଳୟ କୃଷି ବିଜ୍ଞାନ ପ୍ରତିଷ୍ଠାନର ପରାମର୍ଶଦାତା ପ୍ରଫେସର ବିଜୟ କୁମାର ସାହୁ, ଏବଂ କୃଷି ଉଦ୍ୟୋଗୀ ଶରତ ମେହେର ଓ ବିବୁଧେନ୍ଦୁ ପଟ୍ଟନାୟକ ଅତିଥି ଭାବେ ଯୋଗଦେଇଥିଲେ। ୟୁସିସିଆଇଏଲ୍ ମହିଳା ଶାଖା ସଭାପତି ପ୍ରଣତି ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ।

ମାରୁତି ମିଡିଆ ନିର୍ଦ୍ଦେଶକ ମନୋଜ ପୃଷ୍ଟି ଦୁଇ ଦିନର କାର୍ଯ୍ୟକ୍ରମ ପରିଚାଳନା କରିଥିଲାବେଳେ ସୁଶ୍ରୀ ଶ୍ରୀମୟା ରଥ ସଂଯୋଜନା କରିଥିଲେ। ରାଜୀବ ରଥ ଓ ସୁଶ୍ରୀ ମାନସୀ ଲାବଣ୍ୟବତୀ ସହଯୋଗ କରିଥିଲେ। ଏହି ଅବସରରେ ସମ୍ମିଳନୀରେ ଯୋଗ ଦେଇଥିବା କୃଷି ଉଦ୍ୟୋଗୀମାନଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସେଞ୍ଚୁରିୟନ ବିଶ୍ବବିଦ୍ୟାଳୟ ଏହି ସମ୍ମିଳନୀର ନଲେଜ ପାର୍ଟନର ଭାବେ ସହଯୋଗ କରିଥିଲେ। ସେଞ୍ଚୁରିୟନ ଓ ସୋଆ ବିଶ୍ବବିଦ୍ୟାଳୟର କୃଷି ବିଜ୍ଞାନ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ।

Previous Post

ଅଭାବନୀୟ: ବିଧାନସଭାରେ ହାତାହାତି

Next Post

କିଏ ପାପୀ: ନବୀନ ନା ବିଜୟ?

Next Post
କିଏ ପାପୀ: ନବୀନ ନା ବିଜୟ?

କିଏ ପାପୀ: ନବୀନ ନା ବିଜୟ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA