Thursday, July 2, 2026 06:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିରୁ ଅମର ଶତପଥୀଙ୍କ ବିଦାୟ!

by Our Correspondent
14 Oct, 2024- 09:08 PM
in Latest News, News, Politics
1 min read
0
ବିଜେଡିରୁ ଅମର ଶତପଥୀଙ୍କ ବିଦାୟ!

ଭୁବନେଶ୍ୱର: ବରିଷ୍ଠ ନେତା ଅମର ଶତପଥୀ ବିଜେଡିରେ ଆଉ ନାହାନ୍ତି । ଆନୁଷ୍ଠାନିକ ଭାବେ ବିଜେଡିରୁ ଇସ୍ତଫା ଦେଇନାହାନ୍ତି ସତ ହେଲେ ଦଳର ସଭ୍ୟପଦ ନବୀକରଣରୁ ଦୂରେଇ ଯାଇଛନ୍ତି । ନିଜେ ଶ୍ରୀ ଶତପଥୀ ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ବଡ଼ଚଣାରୁ ୬ ଥର ବିଧାୟକ ହୋଇଥିଲେ ଅମର ଶତପଥୀ । ଦୁଇଥର ଜନତା ଦଳ, ଥରେ ଏନସିପି ଏବଂ ତିନି ଥର ବିଜେଡି ଟିକେଟ୍ ରେ ନିର୍ବାଚିତ ହୋଇଥିଲେ । ଗତ ସାଧାରଣ ନିର୍ବାଚନରେ ବିଜେଡି ତାଙ୍କୁ ଆଉ ଟିକେଟ୍ ଦେଲା ନାହିଁ । ସେଠାରୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟିକେଟ ଦେଲା । ବିନା କାରଣରେ ତାଙ୍କର ଟିକେଟ୍ କଟିଥିବାରୁ ଅମର ଭୀଷଣ କ୍ଷୁବ୍ଧ ଥିଲେ ମଧ୍ୟ ଚୁପ୍ ରହିଥିଲେ । ମାତ୍ର ବଡ଼ଚଣା ସମେତ ରାଜ୍ୟରେ ବିଜେଡିର ବିପର୍ଯ୍ୟୟ ପରେ ଗଣମାଧ୍ୟମରେ ମୁହଁ ଖୋଲି ବିଜେଡି କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ କରି ଆସୁଛନ୍ତି । ଦୁଇଦିନ ତଳେ ଖୋଦ୍ ନବୀନ ପଟ୍ଟନାୟକଙ୍କ ନାଁ ନେଇ ବିଷୋଦଗାର କରିଥିଲେ ।

ଅମରଙ୍କର ଏଭଳି ମନ୍ତବ୍ୟ ଉପରେ ଗଣମାଧ୍ୟମ ପ୍ରତିନିଧିମାନେ ଆଜି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ପ୍ରତିକ୍ରିୟା ଲୋଡ଼ିଥିଲେ । ସେ ସିଧା ସିଧା କହିଥିଲେ ଯେ ଅମର ବାବୁଙ୍କୁ ଯଦି ଭଲ ଲାଗୁନି ବିଜେଡି ଛାଡ଼ି ପଳାନ୍ତୁ । ଯାହାଙ୍କୁ ଦଳରେ ଅଣନିଶ୍ୱାସୀ ଲାଗୁଛି ଦଳ ଛାଡ଼ି ପଳାଇଲେ ଭଲ ହୁଅନ୍ତା । ସେ ତ ନିଜ ପୁତୁରାଙ୍କୁ ଆଗରୁ ବିଜେପିକୁ ଛାଡ଼ିଛନ୍ତି, ଏବେ ନିଜେ ପଳାନ୍ତୁ । ଦଳ ତାଙ୍କୁ ୬ ଥର ବିଧାୟକ କରିଛି । ବିଭିନ୍ନ ପଦପଦବୀ ଦେଇଛି । ତା’ ପରେ ଯଦି ତାଙ୍କୁ ଅଣନିଶ୍ୱାସୀ ଲାଗୁଛି, ଛାଡ଼ି ପଳାଇଲେ ଭଲ ହେବ । ସେ ଚାଲିଗଲେ ଦଳର ପଇସାଟିଏର କ୍ଷତି ହେବ ନାହିଁ । ଯେଉଁମାନେ ବିଜେଡିରୁ ଡେଇଁଛନ୍ତି, ସେମାନେ ବିଜେପି ସମ୍ପର୍କରେ ଥିଲେ । ଯେଉଁମାନେ ବିଜେପି ଯାଇଛନ୍ତି, ସେମାନେ ସେଠି କୋଉ ଅବସ୍ଥାରେ ଅଛନ୍ତି ସମସ୍ତେ ଜାଣନ୍ତି । ଯେଉଁମାନେ ବି ଯିବାକୁ ଚାହୁଁଛନ୍ତି ଯାଆନ୍ତୁ, ବିଜେଡି ଆହୁରି ସୁଦୃଢ଼ ହେବ ବୋଲି ଲେନିନ୍ କହିଥିଲେ ।

ବିଜେଡି ମୁଖପାତ୍ରଙ୍କର ଏହି ମନ୍ତବ୍ୟର ଜବାବରେ ଅମର ଶତପଥୀ କହିଛନ୍ତି- ମୁଁ ବିଜେଡିରେ ନାହିଁ । ସଭ୍ୟ ସଂଗ୍ରହ ଅଭିଯାନରେ ମୁଁ ମୋ ସଭ୍ୟପଦ ନବୀକରଣ କରିନି । ସଭ୍ୟପଦ ନେଇନି ମାନେ ଟେକ୍ନିକାଲି ବିଜେଡିରେ ନାହିଁ । ସାମୟିକ ଭାବେ ସକ୍ରିୟ ରାଜନୀତିରୁ ଦୂରେଇ ରହିଛି । ସ୍ଥାନୀୟ ଲୋକ ଓ ଶୁଭେଚ୍ଛୁଙ୍କ ସହ ପରାମର୍ଶ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେବି ।

ତେବେ ନିର୍ବାଚନ ବିପର୍ଯ୍ୟୟ ଆଘାତରୁ ସୁସ୍ଥ ହୋଇ ନ ଥିବା ବିଜେଡିରେ ଏଭଳି କନ୍ଦଳ ଦଳ ପାଇଁ ଆହୁରି କ୍ଷତିକାରକ ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ବିଚାର କରୁଛନ୍ତି । ଯାହା ତ ହୋଇଗଲା ହୋଇଗଲା । ମାତ୍ର ଏଣିକି ଅମର ଶତପଥୀଙ୍କ ଭଳି ବରିଷ୍ଠ ନେତାଙ୍କୁ ଉପଯୁକ୍ତ ଗୁରୁତ୍ୱ ଦେବାରେ କ’ଣ ସମସ୍ୟା ରହିଛି ତାହା କେହି ବୁଝିପାରୁନାହାନ୍ତି । ଦଳରେ ଯାହାଙ୍କୁ ଅଣନିଶ୍ୱାସୀ ଲାଗୁଛି ଛାଡ଼ି ଚାଲିଯିବା ପାଇଁ ମୁଖପାତ୍ରଙ୍କର ବୟାନକୁ ସେମାନେ ନାପସନ୍ଦ କରିଛନ୍ତି । ସାମଗ୍ରିକ ଭାବେ ବିଜେଡି ମହଲରେ ଏହା ଭୁଲ୍ ବାର୍ତ୍ତା ଦେଉଛି ବୋଲି ସେମାନଙ୍କର ମତ ।

Previous Post

ମା’ଙ୍କ ଦର୍ଶନ ପାଇଁ ଅସମ୍ଭାଳ ଭିଡ଼ ପୁରୁଣା ଷ୍ଟେସନ୍ ବଜାରରେ

Next Post

ହରିଆଣା ଓ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

Next Post
ହରିଆଣା ଓ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

ହରିଆଣା ଓ ମୁମ୍ବାଇ ଗସ୍ତରେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA