Tuesday, June 23, 2026 05:33 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା !

ଝାରପଡ଼ା ଜେଲ୍ ରେ ଟିଆଇ ପରେଡ୍

by Our Correspondent
03 Mar, 2021- 04:35 PM
in Crime, Latest News, News
1 min read
0
ବିବନ ବିଶ୍ୱାଳକୁ ଚିହ୍ନିଲେ ଅଞ୍ଜନା !

ଭୁବନେଶ୍ୱର: ୨୨ ବର୍ଷ ତଳର ସେହି ଘୃଣ୍ୟ ଚେହେରାକୁ ଭୁଲିନାହାନ୍ତି ଅଞ୍ଜନା ମିଶ୍ର । ତାଙ୍କ ଇଜ୍ଜତ ଲୁଟିଥିବା ସୈତାନ୍ ବିବନର ଭୟଙ୍କର ଚେହେରା ତାଙ୍କ ମନରେ ଏବେ ବି ସତେଜ ରହିଛି । ଆଜି ଝାରପଡ଼ା ଜେଲ୍ ରେ ଅନୁଷ୍ଠିତ ଟିଆଇ ପରେଡ୍ ରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳକୁ ଅଞ୍ଜନା ଚିହ୍ନଟ କରିଥିବା ଏକପ୍ରକାର ସ୍ପଷ୍ଟ ହୋଇଛି । ସେଦିନ ଅଞ୍ଜନାଙ୍କୁ ଗାଡ଼ିରେ ନେଉଥିବା ଡ୍ରାଇଭର ନୀଳକଣ୍ଠ ରାଉତ ବି ବିବନକୁ ଚିହ୍ନଟ କରିଥିବା ଜଣାପଡ଼ିଛି ।

ଅଞ୍ଜନା ଗଣମାଧ୍ୟମକୁ ଏହାର ସ୍ପଷ୍ଟ ଉତ୍ତର ଦେବାକୁ ଚାହିଁ ନ ଥିଲେ ମଧ୍ୟ ସେ ବିବନକୁ ଚିହ୍ନଟ କରିଥିବା ମାନିଛନ୍ତି । ତେବେ ମାଜିଷ୍ଟ୍ରେଟ୍ ଙ୍କ ଉପସ୍ଥିତିରେ ସବୁ ହୋଇଥିବାରୁ ଏହା ଉପରେ ଅଧିକ ନ କହି କୋର୍ଟ ଉପରେ ଛାଡ଼ି ଦେଇଛନ୍ତି । ଟିଆଇ ପରେଡ୍ ୧୦ ମିନିଟ୍ ଚାଲିଥିଲା ବୋଲି ଅଞ୍ଜନା କହିଛନ୍ତି ।

ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନର ଟିଆଇ ପରେଡ୍ ପାଇଁ ଗତକାଲି ସ୍ୱତନ୍ତ୍ର ସିବିଆଇ ଜଜ୍ ଅନୁମତି ଦେଇଥିଲେ । ସେହି ଅନୁଯାୟୀ ଆଜି ଝାରପଡ଼ା ଜେଲ୍ ରେ ଆନୁସଙ୍ଗିକ ପ୍ରସ୍ତୁତି ହୋଇଥିଲା । ବିବନକୁ ମିଶାଇ ସମ ବୟସ୍କ ଓ ସମାନ ଉଚ୍ଚତା ଥିବା ମୋଟ ୧୦ ଜଣଙ୍କୁ ପରେଡ୍ ରେ ଛିଡ଼ା କରାଯାଇଥିଲା ।

ପୀଡ଼ିତା ଅଞ୍ଜନା ମିଶ୍ର ଦିନ ୨ଟାରେ ତାଙ୍କ ଘରୁ ବାହାରି ନିର୍ଦ୍ଧାରିତ ସମୟ ସାଢ଼େ ଦୁଇଟା ପୂର୍ବରୁ ଝାରପଡ଼ା ଜେଲ୍ ରେ ପହଞ୍ଚି ଯାଇଥିଲେ । ଅଞ୍ଜନାଙ୍କ ପଛେ ପଛେ ଜେଏମଏଫସି ସୃଜାଲିନ ମହାନ୍ତି ପହଞ୍ଚିଥିଲେ । ଡ୍ରାଇଭର ନୀଳକଣ୍ଠ ମଧ୍ୟ ଆସିଥିଲେ । ଭିତରେ ଜେଲର୍, ସୁପରିଟେଣ୍ଡେଣ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀମାନଙ୍କ ସମେତ ଜେଲ୍ ଡିଆଇଜି ମଧ୍ୟ ଉପସ୍ଥିତ ଥିଲେ । ଜେଏମଏଫସିଙ୍କ ତତ୍ତ୍ୱାବଧାନରେ ନିର୍ଦ୍ଧାରିତ ସମୟର ପ୍ରାୟ ଅଧଘଣ୍ଟା ବିଳମ୍ବରେ ଟିଆଇ ପରେଡ୍ ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡ଼ିଛି ।

ଆସନ୍ତାକାଲିଠାରୁ ବିବନକୁ ୨ ଦିନିଆ ରିମାଣ୍ଡରେ ନେବ ସିବିଆଇ । ଅଞ୍ଜନାଙ୍କୁ ଜଘନ୍ୟ ଗଣଦୁଷ୍କର୍ମ ମାମଲାର ଷଡ଼ଯନ୍ତ୍ରକାରୀ କିଏ ତାହା ଜାଣିବାକୁ ସିବିଆଇ ଉଦ୍ୟମ କରିପାରେ । ହାଇକୋର୍ଟ ଏହି ମାମଲାରେ ଡୋରି ବାନ୍ଧିଥିଲେ ମଧ୍ୟ ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲିବା ପାଇଁ ଅଞ୍ଜନା ସିବିଆଇକୁ ପ୍ରାର୍ଥନା କରିଛନ୍ତି । ୨୨ ବର୍ଷ ଧରି ବିବନର ଆତ୍ମଗୋପନ ପଛରେ କାହାର ପ୍ରୋତ୍ସାହନ ଥିଲା ତାହା ପଦାକୁ ଆଣିବାକୁ ମଧ୍ୟ ଅଞ୍ଜନା ଦାବି କରିଛନ୍ତି ।

ସୂଚନାଥାଉକି, ୧୯୯୯ ମସିହା ଜାନୁଆରୀ ୯ ରାତିରେ ବାରଙ୍ଗ ଅଞ୍ଚଳରେ ଅଞ୍ଜନାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା । ଅଭିଯୁକ୍ତ ପଦିଆ ଓରଫ୍ ପ୍ରଦୀପ ସାହୁ ଓ ଧୀରେନ୍ଦ୍ର ମହାନ୍ତି ପୁଲିସ ହାତରେ ଧରାପଡ଼ିଥିଲେ ମଧ୍ୟ ବିବନକୁ ଧରିପାରି ନ ଥିଲା । ଦୁଇ ଦଶନ୍ଧୀ ଧରି ସିବିଆଇ ମଧ୍ୟ ତା’ର ପତ୍ତା ପାଇ ନ ଥିଲା । ନିକଟରେ କମିଶନରେଟ୍ ପୁଲିସ ବିବନକୁ ଧରିବାରେ ସଫଳ ହୋଇଥିଲା । ନଭି ମୁମ୍ବାଇରେ ଛଦ୍ମନାମ(ଜଳନ୍ଧର ସ୍ୱାଇଁ) ରେ ପାଇପ୍ ମିସ୍ତ୍ରୀ କାମ କରୁଥିଲା ବିବନ ।

Previous Post

ସୋଆ ଗ୍ରାଜୁଏଟ୍ ଙ୍କୁ ନିଯୁକ୍ତି ସୁଯୋଗ

Next Post

୫ରୁ କିଟ୍‍ ଇନଡୋର ଷ୍ଟାଡିଅମରେ ବରିଷ୍ଠ ଜାତୀୟ ଭଲବଲ ଚାମ୍ପିଅନସିପ୍

Next Post
୫ରୁ କିଟ୍‍ ଇନଡୋର ଷ୍ଟାଡିଅମରେ ବରିଷ୍ଠ ଜାତୀୟ ଭଲବଲ ଚାମ୍ପିଅନସିପ୍

୫ରୁ କିଟ୍‍ ଇନଡୋର ଷ୍ଟାଡିଅମରେ ବରିଷ୍ଠ ଜାତୀୟ ଭଲବଲ ଚାମ୍ପିଅନସିପ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA