Thursday, June 25, 2026 12:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କାଲି ଆସୁଛନ୍ତି ବୈଷ୍ଣବ, ବିଜେପି ନେତାଙ୍କୁ ଗଲା ଡ଼ାକରା

ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାର ତୃତୀୟ ପ୍ରାର୍ଥୀ!

by Our Correspondent
13 Feb, 2024- 07:21 PM
in Latest News, News, Politics
1 min read
0
କାଲି ଆସୁଛନ୍ତି ବୈଷ୍ଣବ, ବିଜେପି ନେତାଙ୍କୁ ଗଲା ଡ଼ାକରା

ଭୁୁବନେଶ୍ୱର: ରାଜ୍ୟସଭା ତୃତୀୟ ଆସନକୁ ନେଇ ଯେଉଁ ନାଁ ଚର୍ଚ୍ଚା ହେଉଛି ତାହା ଆପାତତଃ ସତ ହୋଇପାରେ । ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଭୁବନେଶ୍ୱର ଆସୁଛନ୍ତି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ତାଙ୍କୁ ହାଜିରା ଦେବା ପାଇଁ ଓଡ଼ିଶାର ବିଜେପି ନେତାଙ୍କୁ ଆଜି ସଂଧ୍ୟାରେ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି । ଅଶ୍ୱିନୀଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱ ନେଇ ରାଜ୍ୟ ନେତାଙ୍କୁ ଅବଗତ କରାଇବା ପାଇଁ ଏହା ଏକ ଔପଚାରିକ ବୈଠକ ହେବ ବୋଲି ସୂଚନା ମିଳିଛି ।

କାର୍ଯ୍ୟସୂଚୀ ଅନୁଯାୟୀ, କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ଆସନ୍ତାକାଲି ସକାଳ ୭ଟାରେ ଦିଲ୍ଲୀ ଛାଡ଼ି ୯ଟା ୫ରେ ଭୁବନେଶ୍ୱର ବିମାନମନ୍ଦରରେ ପହଞ୍ଚିବେ । ୧୨ଟାରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସେ ଦଳୀୟ ନେତାଙ୍କ ସହ ବୈଠକ କରିବେ । ଅପରାହ୍ନ ୪ଟାରେ ରେଳବାଇ ପ୍ରକଳ୍ପର ସମୀକ୍ଷା କରିବେ ଏବଂ ସଂଧ୍ୟା ୬ଟାରେ ବିଏସଏନଏଲ୍ ପ୍ରକଳ୍ପର ସମୀକ୍ଷା କରିବେ । ୧୫ ତାରିଖ ସଂଧ୍ୟା ୬ଟା ୪୦ ରେ ସେ ଭୁବନେଶ୍ୱର ଛାଡ଼ିବେ ବୋଲି କାର୍ଯ୍ୟସୂଚୀରେ ଉଲ୍ଲେଖ ରହିଛି । ତେବେସେଥିରେ ଦିନ ତମାମ ଆଉ କୌଣସି କାର୍ଯ୍ୟକ୍ରମର ଉଲ୍ଲେଖ ନାହିଁ ।

ରାଜ୍ୟସଭା ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ହେଉଛି । ବୈଷ୍ଣବଙ୍କର ଦିନ କାର୍ଯ୍ୟସୂଚୀ ଗୋପନ ରଖାଯାଇଥିବାରୁ ସେହି ସମୟରେ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ଏ ସମ୍ପର୍କରେ ବିଜେଡି କି ରାଜ୍ୟ ବିଜେପି ପକ୍ଷରୁ କେହି କିଛି ସ୍ପଷ୍ଟ କରିନାହାନ୍ତି କି ଶୀର୍ଷସ୍ତରରୁ କୌଣସି ଅଫିସିଆଲ୍ ସୂଚନା ମିଳିପାରୁନାହିଁ ।

ସୂଚନାଥାଉକି, ବିଜେଡି ହାତରେ ତିନୋଟି ଯାକ ରାଜ୍ୟସଭା ଆସନ ଥିଲା ବେଳେ ଗତକାଲି ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଟି ଆସନ ପାଇଁ ଦେବାଶିଷ ସାମନ୍ତରାୟ ଏବଂ ଶୁଭାଶିଷ ଖୁଣ୍ଟିଆଙ୍କ ନାଁ ଘୋଷଣା କରିଥିଲେ । ଆଜି ସେମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ତେବେ ବିଜେଡି ପକ୍ଷରୁ ତୃତୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇ ନ ଥିବାରୁ ଗତକାଲିଠାରୁ ସସପେନ୍ସ ଜାରି ରହିଛି । ଏତିକିବେଳେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଓଡ଼ିଶା ଗସ୍ତ ସବୁ ଚର୍ଚ୍ଚା ଅନୁମାନକୁ ଦାନା ଧରେଇଛି । ବିଜେଡି-ବିଜେପି ବୁଝାମଣାରେ ସେ ହିଁ ଦ୍ୱିତୀୟ ଥର ରାଜ୍ୟସଭାକୁ ଯିବେ ବୋଲି ସୂଚନା ମିଳିଲାଣି ।

ଉଲ୍ଲେଖଥାଉକି, ୨୦୧୯ ଜୁନ୍ ୨୧ ତାରିଖ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ତିନୋଟି ରାଜ୍ୟସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଭାବେ ଅମର ପଟ୍ଟନାୟକ, ସସ୍ମିତ୍ ପାତ୍ର ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ନାଁ ଘୋଷଣା କରିଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ପ୍ରାର୍ଥୀ ଘୋଷଣାର ୨୦ ମିନିଟ୍ ପୂର୍ବରୁ ବିଜେପି ପକ୍ଷରୁ ମଧ୍ୟ ଶ୍ରୀ ବୈଷ୍ଣବଙ୍କୁ ଅଫିସିଆଲ୍ ଟୁଇଟରରେ ପ୍ରାର୍ଥୀ ଘୋଷଣା କରା ଯାଇଥିଲା । ଫଳରେ ବୈଷ୍ଣବ କାହାର ପ୍ରାର୍ଥୀ ବୋଲି କେହି କିଛି ବୁଝିପାରିଲେ ନାହିଁ ।

କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ପୁଣି ଥରେ ଗଣମାଧ୍ୟମକୁ ଡାକି ଏକ ସ୍ପଷ୍ଟୀକରଣ ଦେଇଥିଲେ । କହିଥିଲେ, ଅଶ୍ୱିନୀ ବୈଷ୍ଣବଙ୍କ ପ୍ରାର୍ଥୀତ୍ୱକୁ ବିଜେଡି ସମର୍ଥନ କରୁଛି । ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଶାହଙ୍କ ସହ ସେ କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଜଣାଇଲା ପରେ ଦ୍ୱନ୍ଦ ଦୂର ହୋଇଥିଲା । ଅର୍ଥାତ୍ ବିଜେଡି ହାତରେ ତିନୋଟି ଯାକ ଆସନ ଥିଲେ ମଧ୍ୟ ଶୀର୍ଷ ନେତୃତ୍ୱସ୍ତରରେ ବୁଝାମଣା ହୋଇ ବିଜେପିକୁ ବିଜେଡି ଗୋଟେ ରାଜ୍ୟସଭା ଆସନ ଛାଡ଼ିଥିଲା । ଏଥର ବି ସେୟା ହେବାକୁ ଯାଉଛି ବୋଲି ବିଶ୍ୱସ୍ତ ସୂତ୍ରର ସୂଚନା ଆଧାରରେ କୁହାଯାଇପାରେ ।

Previous Post

କାଲି ଲୋକାର୍ପିତ ହେବ ସମ୍ ହସ୍ପିଟାଲ୍ ଶିତଳାପଲ୍ଲୀ କ୍ୟାମ୍ପସ

Next Post

ମମତା ଯୋଜନା ସହାୟତା ୨ଗୁଣ ବଢ଼ିଲା

Next Post
ମମତା ଯୋଜନା ସହାୟତା ୨ଗୁଣ ବଢ଼ିଲା

ମମତା ଯୋଜନା ସହାୟତା ୨ଗୁଣ ବଢ଼ିଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA