Tuesday, June 9, 2026 11:44 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପୂର୍ତ୍ତି ପାଳନରେ ଉଡ଼ିଲା ଟଙ୍କା!

ସାମ୍ବାଦିକ କମ୍ , କୁଜିନେତା ଅଧିକ

by Our Correspondent
09 Jun, 2026- 09:21 PM
in Latest News, News
1 min read
0
ପୂର୍ତ୍ତି ପାଳନରେ ଉଡ଼ିଲା ଟଙ୍କା!

ମୋଦୀ ସରକାରଙ୍କ ତୃତୀୟ ପାଳିର ଦ୍ୱିତୀୟ ବର୍ଷ

ଭୁବନେଶ୍ୱର: ନରେନ୍ଦ୍ର ମୋଦୀ କ୍ରମାଗତ ଭାବେ ତୃତୀୟ ଥର ପାଇଁ ଆଜିର ଦିନରେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ତୃତୀୟ ପାଳିର ଦ୍ୱିତୀୟ ବର୍ଷ ପୂର୍ତ୍ତି ଉତ୍ସବ ଲୋକସେବା ଭବନର କନଭେନସନ୍ ହଲରେ ଆୟୋଜିତ ହୋଇଥିଲା । ଦେଶରେ ଆର୍ଥିକ ସଙ୍କଟ କାରଣରୁ ସରକାରୀସ୍ତରରେ ଖର୍ଚ୍ଚକାଟ ଘୋଷଣା କରାଯାଇଥିଲେ ମଧ୍ୟ ଆଜି କିନ୍ତୁ ତାହାର ଧଜିଆ ଉଡ଼ିଛି । ସାମ୍ବାଦିକ ସମ୍ମିଳନୀ ନାଁରେ ବେଶୀ ନେତା/କୁଜିନେତାଙ୍କୁ ଡକାଯାଇ ଆପ୍ୟାୟିତ କରାଯାଇଛି । ସରକାରୀ ପଇସାରେ ଏହି ସରକାରୀ କାର୍ଯ୍ୟକ୍ରମ ବିଜେପି ରାଜ୍ୟ କାର୍ଯ୍ୟାୟରୁ ପରିଚାଳିତ ହୋଇଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନେ ବିଜେପି କାର୍ଯ୍ୟାଳୟର ଚିଆଁଙ୍କ ନିର୍ଦ୍ଦେଶକୁ ଆଜ୍ଞାବହ କରିଛନ୍ତି ।

ପୂର୍ତ୍ତି ପାଳନ ଆୟୋଜନ ଏକ ବଡ଼ ଇଭେଣ୍ଟ ସଂସ୍ଥାକୁ ଦିଆଯାଇଥିଲା । ଏକ ପ୍ରଦର୍ଶନୀର ମଧ୍ୟ ଆୟୋଜନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧିକ ଜାକଜମକ କରିବା ପାଇଁ ବଡ଼ ବଡ଼ ହୋର୍ଡିଂରେ ଛାଇ ହୋଇଥିଲା ଲୋକସେବା ଭବନ । ଯୁଆଡ଼େ ଦେଖିବ ମାଳ ମାଳ ହୋର୍ଡିଂ । ହୋର୍ଡିଂ ପ୍ରସ୍ତୁତ ପାଇଁ ଅନ୍ୟ ଏକ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ହୋର୍ଡିଂ ନିର୍ମାଣରେ ଖର୍ଚ୍ଚ ହୋଇଥିବା ଟଙ୍କା ସାମ୍ବାଦିକଙ୍କ ଆକଳନ ବାହାରେ ଥିଲା । ପ୍ରବେଶପଥଠାରୁ କାର୍ଯ୍ୟକ୍ରମସ୍ଥଳ ପର୍ଯ୍ୟନ୍ତ ସାଜସଜାରେ ଅତି କମ୍ ରେ ୫ ଲକ୍ଷ ଟଙ୍କାର ଫୁଲ ଲାଗିଥିଲା । ବାକି ଅନ୍ୟାନ୍ୟ ସାଜସଜା ସାମଗ୍ରୀ ଅଛି ।

ସାମ୍ବାଦିକମାନଙ୍କ ସମ୍ମିଳନୀ ନାଁରେ ଭବ୍ୟ କାର୍ଯ୍ୟକ୍ରମରେ ପ୍ରାୟ ୭୦୦ ଅତିଥି ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ପାଖାପାଖି ୧୦୦ ଭିଭିଆଇପି ଏବଂ ୧୦୦ରୁ କମ୍ ସାମ୍ବାଦିକ ଥିଲେ । ବାକି ଅନ୍ୟମାନେ କିଏ ତାହା କେହି ଜାଣନ୍ତିନି । ବିଜେପି ଅଫିସରୁ ସେମାନଙ୍କ ନାଁ ଯାଇଥିଲା ସୂଚନା ଓ ଲୋକସମ୍ପର୍କ ବିଭାଗକୁ । ସେଠାରୁ ସେମାନଙ୍କୁ ଫୋନ୍ ଯୋଗେ ଆମନ୍ତ୍ରଣ କରାଯାଇଥିଲା ।

ଅତିଥିମାନଙ୍କ ଚର୍ଚ୍ଚା ପାଇଁ ପ୍ରସିଦ୍ଧ ‘ଖଟାମିଠା’ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଥିଲା । ପୂରା ଫାଇଭ୍ ଷ୍ଟାର୍ କାଇଦା କଟକଣାରେ ଅତିଥିମାନଙ୍କୁ ଚର୍ଚ୍ଚା କରାଯାଇଥିଲା । ଉପର ମହଲାରେ ସାମ୍ବାଦିକମାନଙ୍କ ପାଇଁ ଖାଇବା ବ୍ୟବସ୍ଥା ହୋଇଥିଲା ବେଳେ ତଳେ ଭିଭିଆଇପି ଏବଂ ଅନ୍ୟମାନଙ୍କ ପାଇଁ ବ୍ୟବସ୍ଥା ହୋଇଥିଲା ।

ସାମ୍ବାଦିକ କମ୍,କୁଜିନେତା ଅଧିକାଙ୍କୁ ନେଇ ଆୟୋଜିତ ଏହି ସାମ୍ବାଦିକ ସମ୍ମିଳନୀକୁ ଉଦବୋଧନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Previous Post

ଅଫିସ୍ ପାର୍ଟ ଟାଇମ୍, ଦଲାଲି ଫୁଲ୍ ଟାଇମ୍!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA