Monday, June 22, 2026 09:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିସ୍‍ ଓ ଏଭିଏନ୍‍ଏଲ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ସିଏସ୍‍ଆର୍‍, ଦକ୍ଷତା ବିକାଶ, ଗବେଷଣା ଓ ତାଲିମ କ୍ଷେତ୍ରରେ ସହଭାଗୀତା

by Our Correspondent
12 Jul, 2024- 11:28 PM
in Business & Economy, News
1 min read
0
କିସ୍‍ ଓ ଏଭିଏନ୍‍ଏଲ୍‍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (କିସ୍‍) ଓ ଆର୍ମୋର୍ଡ଼ ଭାଇକିଲ୍‍ସ୍‍ ନିଗମ ଲିମିଟେଡ଼ (ଏଭିଏନ୍‍ଏଲ୍‍) ମଧ୍ୟରେ ଏକ ବୁଝାମଣାପତ୍ର ଆଜି ସ୍ୱାକ୍ଷରିତ ହୋଇଛି । କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ଉପସ୍ଥିତିରେ କିସ୍‍ ପକ୍ଷରୁ କିସ୍‍ ବିଶ୍ୱବିଦ୍ୟାଳୟ କୁଳସଚିବ ଡ଼. ପ୍ରଶାନ୍ତ କୁମାର ରାଉତରାୟ ଓ ଏଭିଏନ୍‍ଏଲ୍‍ ପକ୍ଷରୁ ଏହାର ମାନବସମ୍ବଳ ନିର୍ଦ୍ଦେଶକ ବିଶ୍ୱରଞ୍ଜନ ପଟ୍ଟନାୟକ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।

ଆର୍ମୋର୍ଡ଼ ଭାଇକିଲ୍‍ସ୍‍ ନିଗମ ଲିମିଟେଡ଼ (ଏଭିଏନ୍‍ଏଲ୍‍) ହେଉଛି ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟର ଡ଼ିଫେନ୍‍ସ ପ୍ରଡ଼କ୍‍ସନ୍‍ ବିଭାଗ ଅଧିନରେ ଥିବା ଏକ ନିଗମ। ଏହି ବୁଝାମଣା ଅନୁଯାୟୀ ଉଭୟ କିସ୍‍ ଓ ଏଭିଏନ୍‍ଏଲ୍‍ ଶିକ୍ଷା, ଗବେଷଣା, ତାଲିମ, କନ୍‍ସଲ୍‍ଟାନ୍‍ସି, ଆଡ଼ଭାଇଜରୀ ଏବଂ କର୍ପୋରେଟ୍‍ ସାମାଜିକ ଦାୟିତ୍ୱବୋଧ (ସିଏସ୍‍ଆର୍‍) ଆଦି କ୍ଷେତ୍ରରେ ମିଳିତ ଭାବେ କାର୍ଯ୍ୟ କରିବେ ।

ଉଭୟ ଅନୁଷ୍ଠାନ ଗ୍ରାମାଞ୍ଚଳ ଓ ଅନୁନ୍ନତ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର, ଶୈକ୍ଷିକ କର୍ମଶାଳା, ଧନ୍ଦାମୂଳକ ତାଲିମ ଏବଂ ପରିବେଶ ସୁରକ୍ଷା ଆଦି କମ୍ୟୁନିଟି ଆଉଟ୍‍ରିଚ୍‍ ଓ ସିଏସ୍‍ଆର କାର୍ଯ୍ୟକ୍ରମ କରିବେ । ଏଭିଏନ୍‍ଏଲ କିସ୍‍ରେ ପାଠ ପଢୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିବା ସହ କିସ୍‍ର ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାବିତ୍‍ଙ୍କୁ ସହଯୋଗ ନିମନ୍ତେ ଆର୍ଥିକ ସହାୟତା ସମେତ ଏଭିଏନ୍‍ଏଲ୍‍ର ସିଏସ୍‍ଆର ନୀତି ଅନୁଯାୟୀ ଉଭୟ କିସ୍‍ ଓ ଏଭିଏନ୍‍ଏଲ୍‍ ବିଭିନ୍ନ ପ୍ରକାର ସିଏସ୍‍ଆର୍‍ କାର୍ଯ୍ୟକ୍ରମ ମିଳିତ ଭାବେ କରିବେ । ପ୍ରତିରକ୍ଷା ଓ ଅଟୋମେଟିଭ୍‍ କ୍ଷେତ୍ରରେ କିସ୍‍ ଓ କିଟ୍‍ କିସ୍‍ ଛାତ୍ରଛାତ୍ରୀଙ୍କ ନିଯୁକ୍ତି ସୁଯୋଗ ବୃଦ୍ଧି ଲକ୍ଷ୍ୟରେ କିସ୍‍ ଓ ଏଭିଏନ୍‍ଏଲ୍‍ ସାଧରଣ ଶ୍ରମଭିତ୍ତିକ ତାଲିମଠାରୁ ଆରମ୍ଭ କରି ଅତ୍ୟାଧୁନିକ ଇଞ୍ଜିନିୟରିଂ ପାଠ୍ୟକ୍ରମରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବେ । କିସ୍‍ ଓ ଏଭିଏନ୍‍ଏଲ୍‍ ମିଳିତଭାବେ ଯୁଗ୍ମ ଗବେଷଣା ଓ ବିକାଶ କେନ୍ଦ୍ର ପ୍ରତିଷ୍ଠା କରିବା ସହ ଇନ୍‍କ୍ୟୁବେସନ୍‍ ସେଲ୍‍ ଖୋଲିବେ । ଏହା ବ୍ୟତୀତ ଉଭୟ ଅନୁଷ୍ଠାନ ମିଳିତ ଭାବେ ଯୁଗ୍ମ ଗବେଷଣା ପ୍ରକଳ୍ପ କାର୍ଯ୍ୟକାରୀ କରିବେ । ଗବେଷଣା ପାଠ୍ୟକ୍ରମ ପାଇଁ ବିଭିନ୍ନ ବିଭିନ୍ନ ବିଷୟରେ ସ୍ନାତକୋତ୍ତର କରୁଥିବା ଛାତ୍ରଛାତ୍ରୀଙ୍କୁ ପଞ୍ଜୀକରଣ କରିବେ । ଯେଉଁ ଗବେଷଣାରତ ଛାତ୍ରଛାତ୍ରୀମାନେ ଅନ୍ୟ କୌଣସି ଅନୁଷ୍ଠାନରୁ ବୃତ୍ତି ପାଉ ନ ଥିବେ ସେମାନଙ୍କୁ ଏଭିଏନ୍‍ଏଲ୍‍ ପକ୍ଷରୁ ସର୍ବାଧିକ ୪ବର୍ଷ ପାଇଁ ବୃତ୍ତି ପ୍ରଦାନ କରାଯିବ ।

ଏହି ବୁଝାମଣାପତ୍ର ଅନୁଯାୟୀ କିସ୍‍ ଓ ଏଭିଏନ୍‍ଏଲ୍‍ର କର୍ମଚାରୀଙ୍କୁ ସେମାନଙ୍କର ଦକ୍ଷତା ଓ ଜ୍ଞାନର ବିକାଶ ନିମନ୍ତେ ମିଳିତ ଭାବେ କିମ୍ବା ବ୍ୟକ୍ତିଗତ ଭାବେ ୧ରୁ ୪ ସପ୍ତାହ ପର୍ଯ୍ୟନ୍ତ ସ୍ୱଳ୍ପ ଅବଧି ତାଲିମ ପ୍ରଦାନ କରାଯିବାର କାର୍ଯ୍ୟକ୍ରମ ରହିଛି । ଏହି ବୁଝାମଣା ପାଇଁ ପ୍ରତିଷ୍ଠାତା ଶ୍ରୀ ସାମନ୍ତ ଏଭିଏନ୍‍ଏଲ୍‍କୁ କୃତଜ୍ଞତା ଜଣାଇଛନ୍ତି । ଭବିଷ୍ୟତରେ ଉଭୟ ଅନୁଷ୍ଠାନ ମଧ୍ୟରେ ସମ୍ପର୍କ ଦୃଢ଼ ରହିବ ବୋଲି ସେ ଆଶା ପୋଷଣ କରିଛନ୍ତି । ଏହି ବୁଝାମଣା ସ୍ୱାକ୍ଷର କାର୍ଯ୍ୟକ୍ରମରେ କିସ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା, କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ, ଏଭିଏନ୍‍ଏଲ୍‍ର ମାନବ ସମ୍ବଳ ସାଧାରଣ ପରିଚାଳକ ରଞ୍ଜନ କୁମାର ବଳ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଅନଲାଇନ ମାଧ୍ୟମରେ ୧୨,୦୦୦ ରୁ ଅଧିକ ମତାମତ

Next Post

ରାଜ୍ୟପାଳଙ୍କ ପୁଅ ବୋଲି ମାଫ୍ !

Next Post
ରାଜ୍ୟପାଳଙ୍କ ପୁଅ ବୋଲି ମାଫ୍ !

ରାଜ୍ୟପାଳଙ୍କ ପୁଅ ବୋଲି ମାଫ୍ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA