Saturday, April 25, 2026 08:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଟିଭି ଗେଷ୍ଟ ହାଉସ୍ ଖର୍ଦ୍ଦିରେ ‘ବାହାମାସ୍’ ଲିଙ୍କ୍ !

ପଣ୍ଡା ଦମ୍ପତ୍ତିଙ୍କ କଳାଟଙ୍କା କାରବାରର ତଦନ୍ତ ଶିଥିଳତାକୁ ପ୍ରଶ୍ନ

by Our Correspondent
26 Oct, 2020- 10:57 PM
in Latest News, News
1 min read
0
ଓଟିଭି ଗେଷ୍ଟ ହାଉସ୍ ଖର୍ଦ୍ଦିରେ ‘ବାହାମାସ୍’ ଲିଙ୍କ୍ !

ଭୁବନେଶ୍ୱର: ବାହାମାସ୍ ଭୂତ କମ୍ପାନୀ ଜରିଆରେ ବୈଜୟନ୍ତ ‘ଜୟ’ ପଣ୍ଡା ଓ ଜାଗୀ ପଣ୍ଡାଙ୍କ ବେନାମୀ କାରବାର ଗତବର୍ଷ ଲୋକଲୋଚନକୁ ଆସିଥିଲା । ଦିଲ୍ଲୀର ଏକ ସଂସ୍ଥା ପକ୍ଷରୁ ୨୦୧୯ ଜାନୁଆରୀ ୨୪ ରେ ଏ ନେଇ ଦିଲ୍ଲୀ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା । ପ୍ରିଭେନସନ୍ ଅଫ ମନି ଲଣ୍ଡରିଂ ଆକ୍ଟ, ବ୍ଲାକ୍ ମନି ଆକ୍ଟ ଏବଂ ଇନକମ୍ ଟାକ୍ସ ଆକ୍ଟରେ ମାମଲା ରୁଜୁ ପାଇଁ ଆବେଦନକାରୀ ଯୁକ୍ତି ଦର୍ଶାଇଥିଲେ । ଫେବ୍ରୁଆରୀରେ ହାଇକୋର୍ଟ ଉକ୍ତ ମାମଲାର ତଦନ୍ତ ଲାଗି ଇଡି, ସିବିଡିଟି ଓ ଆଇଟିକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ଠିକ୍ ମାସକ ପରେ ବୈଜୟନ୍ତ ବିଜେପିରେ ଯୋଗଦେଇଥିଲେ ଏବଂ ତାଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ମିଳିଗଲା । ବାହାମାସ୍ ଭୂତକୁ କାଖେଇଥିବା ବୈଜୟନ୍ତଙ୍କ ପାଇଁ ଏହା ଆଶିର୍ବାଦ ସାବ୍ୟସ୍ତ ହେଲା ।

ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସଂପୃକ୍ତ ତଦନ୍ତକାରୀ ସଂସ୍ଥା ହଲିନାହାନ୍ତି । ଅଭିଯୋଗକାରୀଙ୍କ ପକ୍ଷରୁ ଖୋଦ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସିବିଆଇର ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଫଳ ଶୂନ ।

ଦିଲ୍ଲୀର ପାଥ୍ ସଂସ୍ଥା ପକ୍ଷରୁ ଆଡଭୋକେଟ୍ ଅତୁଲ ଗୁଲେରିଆ ଆଜି ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀ କରି ତଦନ୍ତର ଶିଥିଳତା ଉପରେ ପ୍ରଶ୍ନ କରିଛନ୍ତି । ଆଇନ ସମସ୍ତଙ୍କ ପାଇଁ ସମାନ କୁହାଯାଉଥିଲେ ମଧ୍ୟ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ମଣ୍ଡନ କରିଥିବା ବୈଜୟନ୍ତ ଓ ତାଙ୍କ ପତ୍ନୀ ଜାଗୀଙ୍କ ପାଇଁ ଆଇନର ରାସ୍ତା ଅଲଗା କାହିଁକି ବୋଲି ପ୍ରଶ୍ନ କରିଥିଲେ । ଏଥିସହ ପଣ୍ଡା ଦମ୍ପତ୍ତିଙ୍କ ବେନାମୀ କାରବାରର ସବୁ ଦସ୍ତାବିଜ୍ ଦେଖାଇଥିଲେ ।

ଏପଟେ ବୈଜୟନ୍ତ ଓ ଜାଗୀଙ୍କ କଳାଟଙ୍କା କାରବାରର ଆଉ ଏକ ସାଂଘାତିକ ଗୁମର ଖୋଲିଛନ୍ତି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ । ସେ କହିଛନ୍ତି, ବୈଜୟନ୍ତ ପଣ୍ଡାଙ୍କ ଓଟିଭି ୨୦୧୯ ଜାନୁଆରୀ ୨୫ ରେ ଦିଲ୍ଲୀରେ ଏକ ଗେଷ୍ଟ ହାଉସ୍ କିଣିଥିଲା । ଯାହାର ମୂଲ୍ୟ ଥିଲା ୧୦ କୋଟି ଟଙ୍କା । ସୁରଙ୍ଗି ସର୍ଭିସ୍ ଲିମିଟେଡରୁ ଏହା କିଣାଯାଇଥିଲା । ବାହାମାସ୍ ରେ ସୁରଙ୍ଗି ସର୍ଭିସ୍ ଲିମିଟେଡର ୨ଟି ଭୂତ କମ୍ପାନୀ ରହିଥିଲା । ସେହି ଭୂତ କମ୍ପାନୀମାନେ ବୈଜୟନ୍ତଙ୍କ ଓରଟେଲ୍ ରେ ପୁଞ୍ଜି ଖଟାଇଥିଲେ । ବୈଜୟନ୍ତ ଏହା ଉପରେ ସ୍ପଷ୍ଟ କରନ୍ତୁ ବୋଲି ପ୍ରଣବ ଟ୍ୱିଟ୍ କରିଛନ୍ତି । ରାଜ୍ୟବାସୀଙ୍କୁ ସ୍ୱଚ୍ଛତାର ପ୍ରମାଣ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।

ତେବେ ଏହି ସଙ୍ଗୀନ ଆରୋପ ଉପରେ ଟୁଇଟ୍ ମାଷ୍ଟର୍ ବୈଜୟନ୍ତ ପଣ୍ଡାଙ୍କ ଟୁଇଟର ହାଣ୍ଡଲ୍ ଚୁପ୍ ଅଛି । ତାଙ୍କର କୌଣସି ପ୍ରତିକ୍ରିୟା ଏ ପର୍ଯ୍ୟନ୍ତ ଆସିନାହିଁ ।

ବୈଜୟନ୍ତ ଓ ଜାଗୀଙ୍କ ବିରୋଧରେ କ’ଣ ଅଭିଯୋଗ?

ସିଧା ସିଧା ଅଭିଯୋଗଟି ଏହିଭଳି । ଟାକ୍ସ ହେଭେନ୍ ଭାବେ ପରିଚିତ ବାହାମସ୍ ରେ ବୈଜୟନ୍ତ ଓ ଜାଗି ଫିନଲେ, ମେସିନା ଏବଂ ପିକିକା ନାମରେ କେବଳ କାଗଜ କଲମରେ ତିନୋଟି କମ୍ପାନୀ ଚଳାଉଥିଲେ । ସେହି ବାଟରେ ସେମାନେ ନିଜର କଳାଟଙ୍କାକୁ ଧଳା କରୁଥିଲେ । ମାତ୍ର ଦୁଇ ଡଲାରର ପେଡ଼ ଅପ୍ କ୍ୟାପିଟାଲ୍ ଥିବା ଏହି କମ୍ପାନୀ ବୈଜୟନ୍ତ ଓ ଜାଗିଙ୍କ ଓରଟେଲ୍ ଓ ଓଟିଭିରେ ୧୭ କୋଟିରୁ ଅଧିକ ଟଙ୍କା ବିନିଯୋଗ କରିଛନ୍ତି । ଏହି ତିନୋଟି ବାହାମସ୍ କମ୍ପାନୀ କେବଳ ପଣ୍ଡା ବ୍ୟବସାୟରେ ଟଙ୍କା ଖଟାଇଥିବା ବେଳେ ଅନ୍ୟ କୌଣସି ଭାରତୀୟ ବ୍ୟବସାୟରେ ଟଙ୍କା ଖଟାଇ ନାହାନ୍ତି ।

ବାହାମସ୍ ରେଜିଷ୍ଟ୍ରାର ଅଫ କମ୍ପାନୀଜ୍ ରେକର୍ଡ ଅନୁଯାୟୀ, ଫିନଲେ କର୍ପୋରେସନ୍ ଲିମିଟେଡ଼, ମେସିନା କର୍ପୋରେସନ୍ ଏବଂ ପିକିକା ଲିମିଟେଡ଼ ନାମରେ ତିନୋଟି ସଂସ୍ଥା ସମାନ ଠିକଣାରେ ନାସାଉ, ବାହାମସ୍ ରେ ଯଥାକ୍ରମେ ୧୯୯୩,୧୯୯୫ ଏବଂ ୨୦୦୩ ମସିହାରେ ସହବନ୍ଧିତ ହୋଇଥିଲେ । ଯାହାର ଏଜେଣ୍ଟ ହେଉଛନ୍ତି କର୍ପୋରେଟ୍ ସର୍ଭିସେସ୍ ଇଣ୍ଟରନ୍ୟାସନାଲ୍ ଲିମିଟେଡ଼ । ରେକର୍ଡ ଦର୍ଶୋଉଛି, ଦିଲ୍ଲୀ ଠିକଣାରେ ପରିଚିତ ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ୍ ୧୯୯୪ ଜୁଲାଇରୁ ଫିନଲେ କର୍ପୋରେସନ୍ ଏବଂ ୧୯୯୫ ଜାନୁଆରୀରୁ ମେସିନା କର୍ପୋରେସନ୍ ର ପାୱାର୍ ଅଫ ଆଟର୍ଣ୍ଣି ରଖିଛନ୍ତି ।

ଶ୍ରୀମତୀ ଶ୍ରଫ୍ ହେଉଛନ୍ତି ପଣ୍ଡା ପରିବାରର ଘନିଷ୍ଠ ବ୍ୟବସାୟିକ ସହଯୋଗୀ । ଜାଗି ମଙ୍ଗତ ପଣ୍ଡାଙ୍କ ପରିଚାଳନାରେ ଥିବା ଓଟିଭିର ସେ ଜଣେ ନିର୍ଦ୍ଦେଶିକା । ଦେବାଳିଆ ଅବସ୍ଥାକୁ ଆସିଥିବା ପଣ୍ଡାଙ୍କ ଓରଟେଲ କମ୍ୟୁନିକେସନ୍ ସଂସ୍ଥାରେ ବୈଜୟନ୍ତ, ଜାଗିଙ୍କ ସହ ୧୯୯୮ରୁ ୨୦୧୩ ପର୍ଯ୍ୟନ୍ତ ସେ ମଧ୍ୟ ଥିଲେ ନିର୍ଦ୍ଦେଶିକା ।

୧୯୯୫ ରୁ ୨୦୦୭ ମସିହା ମଧ୍ୟରେ ତିନି ବାହାମସ୍ କମ୍ପାନୀ- ଫିନଲେ କର୍ପୋରେସନ୍ ଲିମିଟେଡ଼, ମେସିନା କର୍ପୋରେସନ୍ ଏବଂ ପିକିକା ଲିମିଟେଡ଼ ସିଧାସଳଖ ନିଜେ ଏବଂ ସେମାନଙ୍କ ଭାରତୀୟ ସହଯୋଗୀ ଏମଏସ୍ ଟେଲିକମ୍ ଲିମିଟେଡ଼ ଏବଂ କାଲୋରେକ୍ସ ହୋଲ୍ଡିଂସ ପ୍ରାଇଭେଟ ଲିମିଟେଡ଼ ଜରିଆରେ ଓରଟେଲ୍ ସଂସ୍ଥାରେ ସମୁଦାୟ ୧୭.୭୨ କୋଟି ଟଙ୍କା ପୁଞ୍ଜି ଖଟାଇଥିଲେ । ଇକ୍ୱିଟି, ପ୍ରିଫରେନ୍ସ ସେୟାର୍ ଏବଂ ଋଣ ପ୍ରଦାନ ଆକାରରେ ଏହି ପୁଞ୍ଜି ବିନିଯୋଗ ହୋଇଥିଲା । ଉଭୟ ଏମଏସ୍ ଟେଲିକମ୍ ଏବଂ କାଲୋରେକ୍ସ ହୋଲ୍ଡିଂସର ଜଣେ ନିର୍ଦ୍ଦେଶିକା ଥିଲେ ଶ୍ରୀମତୀ ମଞ୍ଜୁଳା ଦେବୀ ଶ୍ରଫ୍ ।

ବାହାମସ୍ କମ୍ପାନୀ ଏବଂ ସହଯୋଗୀଙ୍କ ଦ୍ୱାରା ଓରଟେଲ୍ ରେ ବିନିଯୋଗ ହୋଇଥିବା ୯.୪୬ କୋଟିର ସେୟାରକୁ ପଣ୍ଡା ପରିବାର ସେମାନଙ୍କ ମାଲିକାନାରେ ଥିବା ବ୍ୟବସାୟିକ ସଂସ୍ଥା ପଣ୍ଡା ଇନଭେଷ୍ଟମେଣ୍ଟ ପ୍ରାଇଭେଟ୍ ଲିମିଟେଡ଼ ଏବଂ ମେଟ୍ରୋ ସ୍କାଏନେଟ୍ ଲିମିଟେଡ଼ ଜରିଆରେ ମାତ୍ର୧.୬୮ କୋଟି ଟଙ୍କାରେ କିଣି ନେଇଥିଲେ ।

ସେହିପରି ଫିନଲେ ସଂସ୍ଥାର ସବୁତକ ପ୍ରିଫରେନ୍ସ ସେୟାରକୁ ୨୦୧୦ ଡିସେମ୍ବରରେ ଓଟିଭି ସଂସ୍ଥା ରେ ଲଗାଯାଇଥିଲା ।

ଇତିମଧ୍ୟରେ ୨୦୧୧ ଜୁଲାଇରେ ପିକିକା ଏବଂ ୨୦୧୩ ଫେବୃଆରୀରେ ମେସିନା ସଂସ୍ଥା ଭାଙ୍ଗି ଯାଇଥିଲା । ୨୦୧୮ ମାର୍ଚ୍ଚରେ ଫିନଲେ ସଂସ୍ଥା ଭାଙ୍ଗିଗଲା ।

ଗତବର୍ଷ ଫେବ୍ରୁଆରୀ ମାସରେ ଏହି ଖବରଟି ଜାତୀୟ ଗଣମାଧ୍ୟମରେ ଆସିବା ପରେ ହଟଚମଟ ସୃଷ୍ଟି ହୋଇଥିଲା । ତେବେ ଅଭିଯୋଗକୁ ଖଣ୍ଡନ କରିଥିଲେ ବୈଜୟନ୍ତ । ଏହା ତାଙ୍କ ବିରୋଧରେ ଏକ ଷଡ଼ଯନ୍ତ୍ର ଏବଂ ଏଥିରେ ସତ୍ୟତା ନାହିଁ ବୋଲି ସଫେଇ ଦେଇଥିଲେ ।

Previous Post

RR beat MI by 8 Wickets

Next Post

KXIP beat KKR by 8 Wickets

Next Post
Kings XI Punjab beat RCB by 97 Runs

KXIP beat KKR by 8 Wickets

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA