Sunday, April 19, 2026 07:08 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ଓଡ଼ିଶାକୁ ପାକିସ୍ଥାନ କରିଦେଲେ ବୈଜୟନ୍ତ

କିଏ ଅସଲି ମାଫିଆ ଡନ୍?

by Our Correspondent
18 Oct, 2020- 06:49 PM
in Latest News, News
1 min read
0
ଓଡ଼ିଶାକୁ ପାକିସ୍ଥାନ କରିଦେଲେ ବୈଜୟନ୍ତ

ଭୁବନେଶ୍ୱର: ପୂର୍ବତନ ସାଂସଦ ତଥା ଓଟିଭି ମାଲିକ ବୈଜୟନ୍ତ ପଣ୍ଡା ଓଡ଼ିଶାକୁ ପାକିସ୍ଥାନ ସହ ତୁଳନା କରି ଏକ ଟ୍ୱିଟ୍ କରିଛନ୍ତି । ବନ୍ଧୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଖୁସି କରିବାକୁ ଓଡ଼ିଶା ସହ ମହାରାଷ୍ଟ୍ର ନାଁ ବି ଯୋଡିଛନ୍ତି । ଏହି ବୈଜୟନ୍ତ ପଣ୍ଡା ତାଙ୍କର ଦିଲ୍ଲୀ ବନ୍ଧୁ ଅଭିଜିତ୍ ଆୟାର୍ ଙ୍କ ମୁହଁରେ ଓଡ଼ିଶାର କଳା ଓ ସଂସ୍କୃତିର ତାତ୍ସଲ୍ୟକୁ ତାଳି ମାରିଥିଲେ । ଏବେ ଆଇନକାନୁନ୍ ଦୃଷ୍ଟିରୁ ଓଡ଼ିଶା ତାଙ୍କୁ ପାକିସ୍ଥାନ ଭଳି ଲାଗିଛି । ଓଡ଼ିଶାର ଅବସ୍ଥାକୁ ରିୟଲ୍ ଫାଶୀଜିମ୍ କହି ଜନମତ ସୃଷ୍ଟି ପାଇଁ ଦୁଃସାହସିକତା କରିଛନ୍ତି । ଯେଉଁ ମାଟିରେ ବଡ଼ଲୋକ ହୋଇଛନ୍ତି ସେ ମାଟିର ଏମିତି ଗୁଣ ଗାନ କରିଛନ୍ତି ।

ଯେଉଁ ନିର୍ଦ୍ଦିଷ୍ଟ ପ୍ରସଙ୍ଗର ଥୋପ ଧରି ବୈଜୟନ୍ତ ଜନସମର୍ଥନ ଲୋଡିବାକୁ ସାହାସ କରିଛନ୍ତି ତାହା ଆହୁରି ସାଂଘାତିକ । ତାଙ୍କ ଟିଭି ଚାନେଲ୍ ର ସାମ୍ବାଦିକ କେଉଁଝର ସାଂସଦ ଚନ୍ଦ୍ରାଣୀ ମୁର୍ମୁଙ୍କ ଏକ ନକଲି ନଗ୍ନ ଭିଡ଼ିଓକୁ ଭାଇରାଲ୍ କରିଥିବାର ଅଭିଯୋଗ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନକୁ ନେଇ ବୈଜୟନ୍ତଙ୍କ ପାଟିରୁ ଏଭଳି ଭାଷା ବାହାରିଛି । ବାସ୍ତବରେ, ବୈଜୟନ୍ତ ନିଜ ସାମ୍ବାଦିକଙ୍କ ସ୍ୱାର୍ଥ ପାଇଁ କମ୍, ବରଂ ନିଜର ରାଜନୈତିକ ଓ ବ୍ୟବସାୟିକ ହୀନ ସ୍ୱାର୍ଥ ହାସଲର ବେଶୀ ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।

ଚର୍ଚ୍ଚା ଅନୁଯାୟୀ, ବରିଷ୍ଠ ସାମ୍ବାଦିକ ରମେଶ ରଥ ମାମଲାକୁ ଦିଲ୍ଲୀ ମହଲରେ ଏବଂ ବନ୍ଧୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ରିପବ୍ଲିକ୍ ଚାନେଲ୍ ରେ ହାଇପ୍ କରାଇ ଗୋଟିଏ ଗୁଳିରେ ତିନୋଟି ଶିକାର କରିବାକୁ ଚାହିଁଛନ୍ତି । ଓଡ଼ିଶା ସରକାର ଗଣମାଧ୍ୟମର କଣ୍ଠରୋଧ କରାଉଛନ୍ତି ବୋଲି ସାରା ଦେଶ ଜାଣିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିନ୍ଦିତ କରିହେବ । ତୃତୀୟରେ ନିଜର ଗୋପନ ମହତକାଂକ୍ଷୀ ଉଦ୍ଦେଶ୍ୟ ଅର୍ଥାତ୍ ଓଟିଭିରେ ତାଙ୍କର ଉତ୍ତରାଧିକାରୀ ଭାବେ ଝିଅ ଲିତିଶା ମଙ୍ଗତ୍ ଙ୍କୁ ଲଞ୍ଚ କରାଇବାର ସୁଯୋଗ । ବଡ଼କଥା ହେଉଛି, ଦିଲ୍ଲୀ ବନ୍ଧୁଙ୍କ ଜରିଆରେ ଜାତୀୟସ୍ତରରେ ଏହି ମାମଲାକୁ ଚର୍ଚ୍ଚା କରି ବୈଜୟନ୍ତ ତାଙ୍କ ସାମ୍ବାଦିକଙ୍କ ପାଇଁ ବେଶୀ କ୍ଷତି ପହଞ୍ଚାଇଥିବା କୁହାଯାଉଛି ।

ସୂଚନାଥାଉକି, ବୈଜୟନ୍ତ ତାଙ୍କ ବନ୍ଧୁ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ପୂର୍ବରୁ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ବେଳେ ବ୍ୟବହାର କରିଥିଲେ । ଟାଇମସ୍ ନାଓ ରେ ଥିବା ଅର୍ଣ୍ଣବ ଦୁଇ ଦିନ କାଳ ସମ୍ ହସ୍ପିଟାଲ୍ ଅଗ୍ନିକାଣ୍ଡ ଘଟଣାକୁ ନେଇ ତମ୍ବିତୋଫାନ କରିଥିଲେ । ଅର୍ଣ୍ଣବଙ୍କୁ ଅସ୍ତ୍ର କରି ବୈଜୟନ୍ତ ଏକାଥରେ ଦୁଇଟି ଶିକାର କରିବାକୁ ଚାହିଁଥିଲେ । କେନ୍ଦ୍ରାପଡ଼ାରେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦୀ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଗାଦିଚୁ୍ୟତ କରିବା ଏବଂ କେନ୍ଦ୍ରାପଡ଼ା ମାଟିର ଅନ୍ୟ ପ୍ରତିପାତ୍ତିଶାଳୀ ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କ ଗୋଛି କାଟିବା । ଅର୍ଣ୍ଣବଙ୍କ ଜରିଆରେ ବୈଜୟନ୍ତ ଏହି ଦୁଇଟି ଲକ୍ଷ୍ୟ ବି ତତ୍କାଳ ହାସଲ କରିବାରେ ସକ୍ଷମ ହୋଇଥିଲେ ।

ପ୍ରତିବର୍ଷ ବନ୍ୟା, ବାତ୍ୟା ଭଳି ଭୟଙ୍କର ପ୍ରାକୃତିକ ଦୁର୍ବିପାକରେ ସଢ଼ୁଥିବା ଓଡ଼ିଶା ସମସ୍ୟା କଥା ବନ୍ଧୁ ଅର୍ଣ୍ଣବ ଗୋସ୍ୱାମୀଙ୍କ ପାଟିରେ ଚର୍ଚ୍ଚା କରିବାକୁ ବୈଜୟନ୍ତ କେବେ ଚାହିଁନାହାନ୍ତି । ବୈଜୟନ୍ତଙ୍କ ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥ ସମ୍ପର୍କିତ ଖବର ଛଡ଼ା ଅର୍ଣ୍ଣବଙ୍କ ଚାନେଲ୍ ରେ ଓଡ଼ିଶାର କୌଣସି ଗୁରୁତ୍ୱପୂର୍ଣ୍ଣ ଖବରକୁ ସ୍ଥାନ ମିଳିନାହିଁ । ମାତ୍ର ବୈଜୟନ୍ତ ପଣ୍ଡା ଓଡ଼ିଶା ପାଇଁ ତାଙ୍କ ଟୁଇଟର୍ ହାଣ୍ଡଲ୍ ରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ଦୁଇଦିନ ତଳେ ଓଟିଭି ସାମ୍ବାଦିକଙ୍କୁ ପୁଲିସ ପଚରାଉଚୁରା କରିବା ଘଟଣା ଉପରେ ଅର୍ଣ୍ଣବ କରିଥିବା ଟିିଭି ଡିବେଟ୍ ରେ ବିଜେଡ଼ି ମୁଖପାତ୍ର ସସ୍ମିତ୍ ପାତ୍ରଙ୍କୁ ଭଲ ପ୍ରଶ୍ନ ପଚାରିଥିଲେ । ବୈଜୟନ୍ତ ବିଜେଡ଼ିରେ ଥିଲା ବେଳେ ତାଙ୍କ କାର୍ଯ୍ୟ ଭଲ ଥିଲା ଏବଂ ବିଜେଡ଼ି ପାଇଁ ତାଙ୍କ ଓଟିଭି ଭଲ ଥିଲା । ମାତ୍ର ବୈଜୟନ୍ତ ବିଜେପିକୁ ଆସିବା ପରେ ସେ ଓ ତାଙ୍କ ଟିଭି ଖରାପ କାହିଁକି ଖରାପ ହେଲା ବୋଲି ଅର୍ଣ୍ଣବ ପ୍ରଶ୍ନ କରିଥିଲେ । ଅବଶ୍ୟ ସସ୍ମିତ୍ ଙ୍କୁ ଉତ୍ତର ଦେବାକୁ ସୁଯୋଗ ଦେଇ ନ ଥିଲେ । ଅର୍ଣ୍ଣବ ସେହି ସମାନ ପ୍ରଶ୍ନ ପ୍ରତିପକ୍ଷଙ୍କୁ ପଚାରିଥିଲେ ଭଲ ହୋଇଥାଆନ୍ତା । ୧୭/୧୮ ବର୍ଷ ଧରି ବୈଜୟନ୍ତ ଓ ତାଙ୍କ ଓଟିଭି ପାଇଁ ନବୀନ ପଟ୍ଟନାୟକ ଓ ତାଙ୍କ ଶାସନ ଭଲ ଥିଲା । ମାତ୍ର ବୈଜୟନ୍ତ ବିଜେପିକୁ ଆସିବା ପରେ ନବୀନ ପଟ୍ଟନାୟକଙ୍କର ସବୁ ଖରାପ ଦିଶିଲା କାହିଁକି?

ବୈଜୟନ୍ତ ପଣ୍ଡା କିଏ ତାହା ବୁଦ୍ଧୀଜୀବୀ ମହଲ ସମସ୍ତଙ୍କୁ ଜଣା । ଉଭୟ ବ୍ୟବସାୟ ଓ ରାଜନୀତିରେ ସଫଳତା ପାଇବାର କଳାରେ ସେ ବେଶ୍ ଧୂରନ୍ଧର । ବେପାରରୁ ରାଜନୀତିକୁ ଆସିଥିବା ବୈଜୟନ୍ତଙ୍କ ପାଇଁ ଉଭୟ ପରିପୂରକ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପାଇଁ ଆଶିର୍ବାଦ ହୋଇଥିଲେ । ଏହି ଆଶିର୍ବାଦ ହିଁ ବୈଜୟନ୍ତଙ୍କ ବ୍ୟବସାୟିକ ଓ ରାଜନୈତିକ ସାମ୍ରାଜ୍ୟକୁ ବିସ୍ତାର କରିଥିଲା ।

ନବୀନଙ୍କ ଛତ୍ରଛାୟା ତଳେ ଥିବା ବୈଜୟନ୍ତ କଳ,ବଳ, କୌଶଳ ଖଟାଇ ଅସମ୍ଭବକୁ ସମ୍ଭବ କରିଥିଲେ । ଆଜି ଯେଉଁ ପୁଲିସ ତାଙ୍କୁ ପାକିସ୍ଥାନୀ ଏଜେଣ୍ଟ ଭଳି ଦିଶୁଛି, ସେହି ପୁଲିସ ସାହାଯ୍ୟରେ ବୈଜୟନ୍ତଙ୍କ କମ୍ପାନୀ ଗୁଣ୍ଡା ଗର୍ଦ୍ଦି, ମାଫିଆ ରାଜ କରି ପ୍ରତିଦ୍ୱନ୍ଦୀଙ୍କୁ ନିପାତ କରୁଥିଲା । ଲୋକଙ୍କ ଆଖିରେ ଯାହାର ଲମ୍ବା ତାଲିକା ରହିଛି ।

ଓଡିଶାରେ ଟିଭି ଓ କେବୁଲ୍ ସାମ୍ରାଜ୍ୟରେ ନିଜର ଆଧିପତ୍ୟ ବଜାୟ ରଖିବା ପାଇଁ ତାଙ୍କ ଅରଟେଲ୍ ଗୁଣ୍ଡାମାନେ ପ୍ରତିଦ୍ୱନ୍ଦୀଙ୍କୁ ଗୋଡେଇ ଗୋଡେଇ ହାଣିଥିଲେ । ଇଟିଭିକୁ ତାଙ୍କ ସଂସ୍ଥା ଚାଲିବାକୁ ଦେଲାନି । ଇଟିଭି କେବୁଲ୍ କୁ ଧ୍ୱଂସ ବିଧ୍ୱସ୍ତ କରି କର୍ମଚାରୀଙ୍କୁ ଖଣ୍ଡା, ବନ୍ଧୁକ ମୁନରେ ବିଦା କରି ଦିଆଗଲା । ଖାଲି ଇଟିଭି ନୁହେଁ, ଭୁବନେଶ୍ୱର ଓ କଟକ ସହରରେ ସ୍ଥାନୀୟ କେବୁଲ୍ ଅପରେଟରମାନଙ୍କୁ ହାଣମାର କରି ଘରେ ବସାଇ ଦିଆଗଲା । ବୈଜୟନ୍ତଙ୍କ କମ୍ପାନୀ ବିରୋଧରେ ଥାନା ଓ କୋର୍ଟରେ ଗଦା ଗଦା ମାମଲା ହୋଇଥିଲା । ସେହିପରି ଓରଟେଲ୍ କେବୁଲ୍ ଉପଭୋକ୍ତାମାନଙ୍କ ପ୍ରବଳ ଅସନ୍ତୋଷକୁ କମ୍ପାନୀର ଗୁଣ୍ଡାମାନଙ୍କ ଦ୍ୱାରା ସାବାଡ କରାଯାଉଥିଲା ।

ଖାଲି କେବୁଲ୍ ସାମ୍ରାଜ୍ୟ ନୁହେଁ, ଖଣି ବେପାରରେ ଆତଙ୍କରାଜ ଚଳାଇବାରେ ମଧ୍ୟ ପଣ୍ଡା କମ୍ପାନୀର ନାଁ ରେ ଅନେକ ଅଭିଯୋଗ ରହିଛି । ସରକାରୀ ଆଶିର୍ବାଦରେ ବଳୀୟାନ୍ ପଣ୍ଡା କମ୍ପାନୀର ଯାବତୀୟ କାରନାମାର ଅନେକ ମାମଲା କୋର୍ଟ କଚେରୀରେ ଏବେ ବି ଗଢ଼ୁଛି । ସାରୁଅରେ ନିଜର ଏକ ଷ୍ଟୁଡ଼ିଓ ନିର୍ମାଣ ପାଇଁ ବିଭିନ୍ନ ଉପାୟରେ ଅଧିକରୁ ଅଧିକ ଚାଷଜମି ଅକ୍ତିଆର କରି ଚାଲିବା ଅଭିଯୋଗ ଆଜିର ନୁହେଁ । ୫ ବର୍ଷର ପୁରୁଣା । କମ୍ପାନୀର ଦାଦାଗିରି ବିରୋଧରେ ଅତୀତରେ ସ୍ଥାନୀୟ ଲୋକ ରାଜରାସ୍ତାକୁ ଆସି ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି । ଅନେକ ଚାଷୀ ଶାଗମାଛ ଦରରେ ପଣ୍ଡା କମ୍ପାନୀକୁ ଜାଗା ଦେଇ ସର୍ବଶ୍ୱାନ୍ତ ହୋଇଛନ୍ତି ।

ଶାସକ ଦଳରେ ଥିଲା ବେଳେ ସରକାରୀ ପାୱାରକୁ ଲଗାଇ ବ୍ୟବସାୟିକ ସ୍ୱାର୍ଥ ହାସଲ କରୁଥିବାର ଲମ୍ବା ଅଭିଯୋଗ ପଣ୍ଡା କମ୍ପାନୀ ବିରୋଧରେ । ଅତୀତରେ ଇମ୍ଫାକୁ ୨୩୦୦ କୋଟି ଟଙ୍କାର ଋଣଛାଡ଼ ପ୍ରସଙ୍ଗ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲା । ସରକାରୀ ବ୍ୟବସ୍ଥାର ଗଳାବାଟକୁ ବ୍ୟବସାୟିକ ସଫଳତାର ମନ୍ତ୍ର କରିଦେଇଥିଲା ପଣ୍ଡା କମ୍ପାନୀ । ଭୁବନେଶ୍ୱର ସହରରେ ବିଦୁ୍ୟତ ଖୁଣ୍ଟରେ କେବୁଲ ତାର ଟଣା ବାବଦ ଅର୍ଥ ବିଏମସିକୁ ଫାଙ୍କୁଥିଲେ । ଇମ୍ଫାର ହୋଲଡିଂ ଟିକସ ବାବଦ ଅର୍ଥ ଚୌଦ୍ୱାର ମ୍ୟୁନିସିପାଲିଟିକୁ କେତେବେଳେ ଫାଙ୍କୁଥିଲେ ତ କେତେବେଳେ ନାଲିଆଖି ଦେଖାଇ ରିହାତି କରାଉଥିଲେ ।

ଓଡ଼ିଶା ବାହାରେ ପଣ୍ଡା କମ୍ପାନୀର ବ୍ୟବସାୟିକ ସାମ୍ରାଜ୍ୟରେ ଚେର ଆହୁରି ଲମ୍ବା । ଜାଲ୍ କମ୍ପାନୀ ଜରିଆରେ ବାହାମସ୍ ରେ ବିପୁଳ କଳାଟଙ୍କା ଠୁଳ କରିଥିବା ନେଇ ଗତବର୍ଷ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଇଡି ଏହି ମାମଲାର ତଦନ୍ତ କରୁଥିବା ବି ଖବର ପ୍ରକାଶ ପାଇଥିଲା ।

ବିଜେଡ଼ିର ହାତ ଛାଡ଼ି ବିଜେପିରେ ମିଶିବା ପରେ ବିଚକ୍ଷଣ ବୈଜୟନ୍ତଙ୍କର ବ୍ୟବସାୟିକ କୌଶଳ ବଦଳିଛି । ଓଡିଶାରେ ବିଜେପି ବିରୋଧୀ ଦଳରେ ଥିବାରୁ ନିଜର ଟିଭି ଚାନେଲ୍ କୁ ଅସ୍ତ୍ର କରି ରାଜ୍ୟ ସରକାରଙ୍କୁ ନାଲି ଆଖି ଦେଖାଇବାର କୌଶଳ ଆପଣେଇଛନ୍ତି । ସରକାରୀ କାର୍ଯ୍ୟାନୁଷ୍ଠାନକୁ ପ୍ରତିହିଂସାପରାୟଣର ଆଖ୍ୟା ଦେଇ ଉଭୟ ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥ ହାସଲର ଉଦ୍ୟମ କରୁଥିବା ବୁଦ୍ଧିଜୀବୀମହଲରେ ଚର୍ଚ୍ଚା ହେଉଛି ।

ନିକଟରେ ଓଟିଭି କର୍ମଚାରୀଙ୍କ ଦ୍ୱାରା ୧୩ ବର୍ଷର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ହୋଇଛି । ଓଟିଭି ଏମଡି ଜାଗୀ ପଣ୍ଡା ଘଟଣା ସମ୍ପର୍କରେ ଜାଣି ମଧ୍ୟ ଚପାଇ ଦେବାର ଉଦ୍ୟମ କରିଥିବା ପୀଡ଼ିତାଙ୍କ ମାଆ ଅଭିଯୋଗ କରିଛନ୍ତି । ମାତ୍ର ଏହି ସଙ୍ଗୀନ ମାମଲାକୁ ଚାପିଦେବାର ଉଦ୍ୟମ ହେଉଛି, କାରଣ ସେଥିରେ ଓଟିଭି କର୍ମଚାରୀ ସଂପୃକ୍ତ । ଏମଡି ଜାଗୀ ପଣ୍ଡାଙ୍କ ଭୂମିକା ଆଡକୁ ଅଙ୍ଗୁଳି ଉଠିଛି ।

ସାରୁଅରେ ସ୍ଥାନୀୟ ଚାଷୀମାନେ ଜାଗୀ ପଣ୍ଡା, ତାଙ୍କ ବାପା, ଭାଇଙ୍କ ବିରୋଧରେ ଜିଲାପାଳଙ୍କୁ ଅଭିଯୋଗ କରିଛନ୍ତି । ଥାନାରେ ତିନି ତିନୋଟି ମାମଲା ରୁଜୁ ହୋଇଛି । ମାତ୍ର ଏହାକୁ ରାଜନୈତିକ ପ୍ରତିହଂସାର ରଙ୍ଗ ଦିଆଯାଇ ଚାପିଦେବାକୁ ଉଦ୍ୟମ ହେଉଛି ।

କେନ୍ଦୁଝର ଏମପି ଚନ୍ଦ୍ରାଣୀ ମୁର୍ମୁଙ୍କର ନକଲି ଅଶ୍ଲୀଳ ଭିଡ଼ିଓ ଭାଇରାଲ୍ ଘଟଣାରେ ଅନ୍ୟମାନଙ୍କ ସହ ଓଟିଭିର ଜଣେ ସାମ୍ବାଦିକ ଗିରଫ ହୋଇଥିଲେ । ତାଙ୍କ ବୟାନ ଭିତ୍ତିରେ କେନ୍ଦୁଝର ପୁଲିସ ଓଟିଭି ବରିଷ୍ଠ ସାମ୍ବାଦିକ ରମେଶ ରଥଙ୍କୁ ପଚରାଉଚୁରା କରିଛି । ନିଜେ ଚନ୍ଦ୍ରାଣୀ ମୁର୍ମୁ ଭିଡ଼ିଓ ଜାରି କରି ନ୍ୟାୟ ଭିକ୍ଷା କରିଛନ୍ତି । ମାତ୍ର ବୈଜୟନ୍ତ ପଣ୍ଡା ଏଥିରେ ଲଜ୍ଜିତ ହେବା ବଦଳରେ ମାମଲାକୁ ଦିଲ୍ଲୀ ବନ୍ଧୁଙ୍କ ଜରିଆରେ ଜାତୀୟସ୍ତରକୁ ଆଣି ଓଟିଭି ସାମ୍ବାଦିକଙ୍କ ଉପରେ ଆକ୍ରୋଶ ପଦକ୍ଷେପ ବୋଲି ପ୍ରଚାର ଚଳାଇଛନ୍ତି ।

ଏହି ପ୍ରଚାରକୁ ଶାଣିତ କରିବା ଲାଗି ଏବେ ଓଡ଼ିଶାକୁ ସେ ପାକିସ୍ଥାନ ସହ ତୁଳନା କରିସାରିଲେଣି । ସୋସିଆଲ୍ ମିଡ଼ିଆରେ ଏହା ଭୀଷଣ ପ୍ରତିକ୍ରିୟା ସୃଷ୍ଟି କରିଥିବା ବେଳେ କେହି କେହି ବୈଜୟନ୍ତଙ୍କୁ ଓଡ଼ିଶାର ଅସଲି ମାଫିଆ ଡନ୍ ବୋଲି କଟାକ୍ଷ କରିଛନ୍ତି ।

ତେବେ ବୈଜୟନ୍ତଙ୍କ ଏହି ହାଇ ଟେମ୍ପର୍ ପାଇଁ ତାଙ୍କୁ ଏକା ଦୋଷୀ କୁହାଯାଇପାରିବନି । ବିଜେଡ଼ି ଓ ଦଳର ମୁଖିଆ ନବୀନ ପଟ୍ଟନାୟକ ମଧ୍ୟ ସମାନ ଦୋଷୀ । ସୋସିଆଲ୍ ମିଡ଼ିଆରେ ଏଥିପାଇଁ ପ୍ରବଳ ସମାଲୋଚନା କରାଯାଉଛି ।

Previous Post

DC beat CSK by 5 Wickets

Next Post

‘ବୈଜୟନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କର’

Next Post
‘ବୈଜୟନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କର’

‘ବୈଜୟନ୍ତଙ୍କୁ ଦେଶଦ୍ରୋହ ମାମଲାରେ ଗିରଫ କର’

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA