Tuesday, April 28, 2026 11:45 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ମୋହନ ମାଝୀ ନିରବ କାହିଁକି?

ନିଷ୍ଠୁର ବ୍ୟବସ୍ଥା, ଅସହାୟ ମଣିଷ

by Samar Pradhan
28 Apr, 2026- 07:41 PM
in Latest News, News, Story Of The Week
1 min read
0
ମୋହନ ମାଝୀ ନିରବ କାହିଁକି?

ଭୁୁବନେଶ୍ୱର: ମୃତ ଭଉଣୀ ଆକାଉଣ୍ଟରୁ ଟଙ୍କା ଉଠାଇବା ପାଇଁ ଲୋକଟି ବାରମ୍ବାର ବ୍ୟାଙ୍କକୁ ଦୌଡ଼ିଥିଲେ । ମାତ୍ର ସେଠିକା ବାବୁ ମାନେ ଏହି ଅପାଠୁଆ ଅସହାୟ ଆଦିବାସୀ ଲୋକର ବିନତୀ ଶୁଣିଲେ ବି ନାହିଁ । ଭଉଣୀର ଡେଥ୍ ସାର୍ଟିଫିକେଟ୍ କେଉଁଠୁ କେମିତି ଆଣିବେ କେହି କହିଲେ ନାହିଁ । ଯାହା ନାଁରେ ଖାତା ଅଛି ସେ ହିଁ ଟଙ୍କା ଉଠାଇ ପାରିବ ବୋଲି ତାଙ୍କ କାନରେ ପଡ଼ିଲା । ସେଠାରୁ ସିଧା ଆସିଲେ ଘର ପଛପଟେ ମୃତ ଭଉଣୀର କବର ଜାଗାକୁ । ଖୋଳି ବାହାର କଲେ ଭଉଣୀର କଙ୍କାଳ । ସେହି କଙ୍କାଳକୁ ବସ୍ତାରେ ବାନ୍ଧି କାନ୍ଧରେ ପକାଇଲେ । ଚାଲିଲେ ୩ କିଲୋମିଟର ଦୂର ବ୍ୟାଙ୍କକୁ । ବାରଣ୍ଡାରେ କଙ୍କାଳକୁ ଥୋଇ ବ୍ୟାଙ୍କବାଲାଙ୍କୁ ଡାକିଲେ । ତାଙ୍କ ଭଉଣୀ ବୋଲି ଚିହ୍ନାଇ ଟଙ୍କା ମାଗିଲେ ।

ଏ ହେଉଛି ଡିଜିଟାଲ୍ ଇଣ୍ଡିଆର କାହାଣୀ । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାର କାହାଣୀ । ନିଜର ଅଧିକାର ମାଗୁଥିବା ଜଣେ ଅପାଠୁଆ ଆଦିବାସୀର କାହାଣୀ । ବିକଶିତ ଓଡ଼ିଶା ଏବଂ ବିକ୍ଷିପ୍ତ ଭାରତ ଆଡ଼କୁ ଅଗ୍ରସର ହେଉଥିବା ସମୟର ନିଚ୍ଛକ ସତ କାହାଣୀ ।

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ଡିଆନାଳୀ ଗ୍ରାମର ନିରୀହ ଆଦିବାସୀ ଜିତୁ ମୁଣ୍ଡା । ତାଙ୍କ ଭଉଣୀ ଭଉଣୀ କଲରା ମୁଣ୍ଡା । ଯାଜପୁର ଜିଲ୍ଲାରେ ବିବାହ କରିଥିବା କଲରାଙ୍କର ସ୍ୱାମୀ ଏବଂ ଏକମାତ୍ର ସନ୍ତାନଙ୍କ ପୂର୍ବରୁ ମୃତ୍ୟୁବରଣ କରିଥିଲେ । ତେଣୁ ଡିଆନାଳୀରେ ଭାଇ ଜିତୁଙ୍କ ପାଖରେ ରହି ମୂଲ ଲାଗି ପେଟ ପୋଷୁଥିଲେ । କିଛି ମାସ ତଳେ ଏକ ବଳଦ ବିକ୍ରି କରି ପାଇଥିବା ୧୯ ହଜାର ୩୦୦ ଟଙ୍କା ସେ ସ୍ଥାନୀୟ ମଲ୍ଲୀପଶିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କରେ ଆକାଉଣ୍ଟ ଖୋଲି ଜମା କରିଥିଲେ । ଦୁଇ ମାସ ତଳେ ଭଉଣୀ କଲରାଙ୍କ ରୋଗରେ ମୃତ୍ୟୁ ହୋଇଥିଲା । ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଉଠାଇବା ପାଇଁ ଜିତୁ ବାରମ୍ବାର ବ୍ୟାଙ୍କକୁ ଦୌଡ଼ିଥିଲେ । ମାତ୍ର ବ୍ୟାଙ୍କ କର୍ମଚାରୀ ତାଙ୍କୁ ସହଯୋଗ କରି ନ ଥିଲେ । ଆକାଉଣ୍ଟ ଯାହାର, ସେ ଆସିଲେ ଟଙ୍କା ଦିଆଯିବ ବୋଲି ନିୟମ ବତାଇଥିଲେ ।

ସୋମବାର ଦିନ ୧୧ଟା ଟାଣ ଖରାରେ ଜିତୁ ଚାଲି ଚାଲି ବ୍ୟାଙ୍କକୁ ପୁଣି ଥରେ ଯାଇଥିଲେ । ସମାନ କଥା ଶୁଣିଲା ପରେ ସିଧା ଗାଁ ଶ୍ମଶାନକୁ ଫେରି ଆସିଥିଲେ । ଭଉଣୀକୁ ପୋତିଥିବା ଜାଗାକୁ ଖୋଳି କଙ୍କାଳ ବାହାର କଲେ । ତାକୁ ଏକ ବସ୍ତାରେ ପୂରାଇଥିଲେ । ସେହି ବସ୍ତାକୁ କାନ୍ଧରେ ପକାଇ ୩ କିଲୋମିଟର ଚାଲି ଚାଲି ପୁଣି ବ୍ୟାଙ୍କରେ ପହଞ୍ଚିଥିଲେ । ନରକଙ୍କାଳ ଭର୍ତ୍ତି ବସ୍ତାକୁ ବ୍ୟାଙ୍କ ବାରଣ୍ଡାରେ ରଖିବା ଦେଖି ଉପସ୍ଥିତ ବ୍ୟାଙ୍କ କର୍ମଚାରୀ ଏବଂ ଗ୍ରାହକମାନେ ଭୟରେ ଥରିଥିଲେ । ଖବର ପାଇ ପୁଲିସ ସେଠାରେ ପହଞ୍ଚି ତାଙ୍କୁ ବୁଝାସୁଝା କରିବା ପରେ ଭଉଣୀର କଙ୍କାଳକୁ ନେଇ ଜିତୁ ଗାଁ ଶ୍ମଶାନରେ ପୁଣି ଥରେ ପୋତି ଦେଇଥିଲେ ।

ଏହି ହୃଦୟ ବିଦାରକ, ସମ୍ବେଦନଶୀଳ ଖବର ଜାତୀୟ ଗଣମାଧ୍ୟମରେ ମଧ୍ୟ ଛାଇ ହୋଇଯାଇଛି । ୧୦ ବର୍ଷ ତଳେ କଳାହାଣ୍ଡିର ଦାନା ମାଝୀ ଘଟଣାଠାରୁ ଏହା ଆହୁରି ସମ୍ବେଦନଶୀଳ ପ୍ରସଙ୍ଗ ହୋଇଯାଇଛି । ବ୍ୟାଙ୍କକୁ ପ୍ରମାଣ ଦେବା ପାଇଁ ଜଣେ ଭାଇ ତାଙ୍କର ମୃତ ଭଉଣୀର କଙ୍କାଳକୁ କାନ୍ଧରେ ପକାଇ ଯିବାର ବିକଳ ଦୃଶ୍ୟ ବେଶ୍ ହୃଦୟ ବିଦାରକ । ଯିଏ ଦେଖୁଛନ୍ତି ତାଙ୍କର ଛାତି ଥରିଯାଉଛି । ମାନବିକତା ଦୋହଲିଯାଉଛି । ମଣିଷକୁ ଚଳଉଥିବା ବ୍ୟବସ୍ଥାର ଜଟିଳତା ଏବଂ ବ୍ୟବସ୍ଥାକୁ ନିୟନ୍ତ୍ରଣ କରୁଥିବା ମଣିଷଙ୍କ କ୍ରୁରତା ଆଗରେ ଜଣେ ଅପାଠୁଆ ନିରୀହ ଆଦିବାସୀ ମଣିଷ କେତେ ଅସହାୟ ତାହା ତାଙ୍କ ଫଟୋ ବୟାନ କରୁଛି ।

ଏଠି ସରକାରୀ ଯୋଜନାର ପ୍ରଚାର ଓ ପ୍ରସାର ନାଁରେ କୋଟି କୋଟି ଟଙ୍କା ଖର୍ଚ୍ଚରେ ସହର ସାରା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗା ହୋର୍ଡିଂ ଝୁଲୁଛି । ଖବରକାଗଜରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ବିଜ୍ଞାପନ ବାହାରୁଛି । ମାତ୍ର ସମାଜର ସବା ତଳେ ରହୁଥିବା ମଣିଷ ପାଇଁ ଶିକ୍ଷା, ସଚେତନତାର ଅଭାବ ସମସ୍ତଙ୍କୁ ଉଦବେଳିତ କରିଛି । ସଭ୍ୟ ସମାଜରେ ବ୍ୟବସ୍ଥାର ବିକଳ ଚିତ୍ର ଅଧିକ ବିଚଳିତ କରିଛି ।

ଆହୁରି ଦୁର୍ଭାଗ୍ୟ ଯେ ଘଟଣାର ୨୪ ଘଣ୍ଟା ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ମୁହଁରୁ ଆହା ପଦେ ବାହାରି ନାହିଁ । ସେହି ଜିଲ୍ଲାରୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ ଆଜି ଦିନ ତମାମ ଜିଲ୍ଲାରେ ରହି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ଜିତୁ ମୁଣ୍ଡା ଖବର ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା ବେଳେ ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ନିରବ ରହିବା ସମସ୍ତଙ୍କୁ ଚକିତ କରିଛି । ଗଣମାଧ୍ୟମରେ ଏହି ଖବରର ଝଡ଼ ବୋହୁଥିଲା ବେଳେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ଆଡମ୍ବରପୂର୍ଣ୍ଣ ବିଭିନ୍ନ କାର୍ଯ୍ୟକ୍ରମରେ ନିଜକୁ ସାମିଲ ରଖିଛନ୍ତି । ନିଜ ଜିଲ୍ଲାର ନିଜ ସମ୍ପ୍ରଦାୟର ଜଣେ ନିରୀହ ବ୍ୟକ୍ତିଙ୍କ ଅସହାୟତା ତାଙ୍କୁ ବିଚଳିତ କରିନାହିଁ ।

ବାଆଁରେଇଲେ ବ୍ୟାଙ୍କ ମ୍ୟାନେଜର: ଜିତୁ ମୁଣ୍ଡା ବାରମ୍ବାର ବ୍ୟାଙ୍କ ଆସିନାହାନ୍ତି କହି ଘଟଣାର ଗମ୍ଭୀରତାକୁ ବାଆଁରେଇ ଦେଇଛନ୍ତି ମଲ୍ଲୀପଶିସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ମ୍ୟାଜେନର । ସେ ତାଙ୍କ ସଫେଇରେ କହିଛନ୍ତି ଯେ ସଂପୃକ୍ତ ବ୍ୟକ୍ତି ତାଙ୍କ ଭଉଣୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ନେବା ପାଇଁ ଥରୁଟିଏ ଆସିଥିଲେ । ବ୍ୟାଙ୍କ ନିୟମ ଅନୁଯାୟୀ ପ୍ରମାଣପତ୍ର ଆଣିବାକୁ ତାଙ୍କୁ କୁହାଯାଇଥିଲା । ମାତ୍ର ସେ ମଦ ପିଇ ନରକଙ୍କାଳ ଧରି ଆସି ପହଞ୍ଚିଥିଲେ । ଏଥିରେ ଆମର କିଛି ଦୋଷ ନାହିଁ ବୋଲି ସେ କହିଛନ୍ତି ।

Previous Post

ଆଠଙ୍କୁ ବିଦା କର

Next Post

ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ

Next Post
ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ

ହସ୍ତକ୍ଷେପ କଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA