Monday, May 11, 2026 10:53 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଠଙ୍କୁ ବିଦା କର

ବାଚସ୍ପତିଙ୍କୁ ବିଜେଡିର ପିଟିସନ୍

by Our Correspondent
27 Apr, 2026- 09:35 PM
in Latest News, News, Politics
1 min read
0
ଆଠଙ୍କୁ ବିଦା କର

ଭୁବନେଶ୍ୱର: ଯେଉଁ ଦଳ ଟିକେଟରେ ବିଧାୟକ ହୋଇଛ, ସେହି ଦଳର ଶୃଙ୍ଖଳାରେ ବାନ୍ଧି ହେବାକୁ ବାଧ୍ୟ । ସେହି ଦଳର ନିଷ୍ପତ୍ତି ସହିତ ରହିବାକୁ ବାଧ୍ୟ । ଯଦି ସଂଗ୍ରାମୀ ହୋଇଛ, ସ୍ୱେଚ୍ଛାକୃତ ଭାବେ ପଦ ଛାଡ଼ି ଦିଅ । ଉପନିର୍ବାଚନର ସାମନା କରି ନିଜର ଶକ୍ତି ଦେଖାଅ ।

ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିବା ବିଜେଡିର ୮ ଜଣ ବିଧାୟକଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଆଜି ଏମିତି ମଞ୍ଜକଥା ଶୁଣାଇ ଦିଆଯାଇଛି । ଏମାନଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀଙ୍କୁ ଲିଖିତ ଆକାରରେ ଦିଆଯାଇଛି । ସେହି ବିଧାୟକମାନେ ହେଲେ ସନାତନ ମହାକୁଡ଼, ଅରବିନ୍ଦ ମହାପାତ୍ର, ଚକ୍ରମଣି କଅଁର, ନବ ମଲ୍ଲିକ, ଦେବୀ ରଞ୍ଜନ ତ୍ରିପାଠୀ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ । ଏହି ବିଧାୟକମାନେ ଦଳୀୟ ହ୍ୱିପ୍ ନ ମାନି ସ୍ୱେଚ୍ଛାକୃତ ଭାବେ ଦଳ ବିରୋଧରେ ଯାଇଥିବାରୁ ସମ୍ବିଧାନର ଧାରା ୧୯୧ ଦଶମ ଅନୁଚ୍ଛେଦ ଅନୁଯାୟୀ ସେମାନଙ୍କର ସଭ୍ୟ ପଦ ରଦ୍ଦ କରିବାକୁ ଏଥିରେ ଦାବି କରାଯାଇଛି ।

ବିଜେଡି ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ଦସ୍ତଖତରେ ବାଚସ୍ପତିଙ୍କ୍ୁ ଦିଆଯାଇଥିବା ପିଟିସନ୍ ରେ ଉଲ୍ଲେଖ କରାଯାଇଛି ଯେ ଯେଉଁ ୮ ଜଣ ବିଧାୟକ ଦଳ ବିରୋଧୀ କାର୍ଯ୍ୟ କରି ଗତ ରାଜ୍ୟସଭା ନିର୍ବାଚନରେ ଭୋଟ ଦେଇଛନ୍ତି, ଦଳ ବିରୋଧରେ ମନ୍ତବ୍ୟ ଦେଉଛନ୍ତି ସେମାନେ ଦଳରେ ରହିବାର କୌଣସି ଆବଶ୍ୟକତା ନାହିଁ । ତୁରନ୍ତ ସେମାନଙ୍କର ସଭ୍ୟ ପଦ ରଦ୍ଦ କରାଯାଉ । ସେଥିରେ ଶରତ ଯାଦବ ଏବଂ ହିମାଚଳ ପ୍ରଦେଶର ଉଦାହରଣ ଦିଆଯାଇଛି । ୨୦୧୭ ମସିହାରେ ଜେଡିୟୁ ନେତା ଶ୍ରୀ ଯାଦବଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ଅଯୋଗ୍ୟ ଘୋଷଣା କରିଥିଲେ । ସେ ଭୋଟ ନିୟମ ଉଲ୍ଲଂଘନ କରି ନ ଥିଲେ ମଧ୍ୟ ସର୍ବସାଧାରଣରେ ଦଳ ବିରୋଧୀ ମନ୍ତବ୍ୟ ରଖିଥିଲେ । ବିରୋଧୀ ଦଳର ଆରଜେଡି ରାଲିରେ ଯୋଗଦେଇ ନିଜ ଦଳର ନେତୃତ୍ୱକୁ ସମାଲୋଚନା କରିଥିଲେ । ରାଜ୍ୟସଭା ଅଧ୍ୟକ୍ଷ ନିଜ ଇଚ୍ଛାରେ ଦଳ ଛାଡ଼ିବା ସହ ସମାନ ବୋଲି ତାହାକୁ ଗ୍ରହଣ କରିଥିଲେ । ପରବର୍ତ୍ତୀ ସମୟରେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟ ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିଥିଲେ ।

୮ ଜଣ ବିଧାୟକଙ୍କୁ ସଭ୍ୟପଦରୁ ତଡ଼ିବା ପାଇଁ ଆଜି ବିଜେଡି ପକ୍ଷରୁ ଏକ ବଡ଼ ଆୟୋଜନ କରାଯାଇଥିଲା । ଦଳର ସବୁ ବିଧାୟକମାନେ ଶଙ୍ଖଭବନରେ ଏକତ୍ରିତ ହୋଇ ସେଠାରୁ ଯାଇଥିଲେ ବିଧାନସଭାର ବାଚସ୍ପତିଙ୍କ ପ୍ରକୋଷ୍ଠ । ବାଚସ୍ପତି ଶ୍ରୀମତୀ ପାଢ଼ୀଙ୍କୁ ଭେଟି ଆଲୋଚନା କରିବା ପରେ ପିଟିସନ୍ ପ୍ରଦାନ କରାଯାଇଥିଲା ।

ସେଠାରୁ ଫେରିଲା ବେଳେ ଅପେକ୍ଷାରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଏବଂ ବରିଷ୍ଠ ବିଧାୟକ ଡ. ଅରୁଣ ସାହୁ ପ୍ରତିକ୍ରିୟା ଦେଇଥିଲେ । ଶ୍ରୀମତୀ ମଲ୍ଲିକ କହିଥିଲେ, ୮ ବିଧାୟକଙ୍କର ସଭ୍ୟ ପଦ ରଦ୍ଦ ପାଇଁ ଆମେ ବାଚସ୍ପତିଙ୍କୁ ଅନୁରୋଧ କରିଛୁ । ସଂପୃକ୍ତ ବିଧାୟକମାନେ ଯଦି ନିଜକୁ ଏତେ ଲୋକପ୍ରିୟ ଭାବୁଛନ୍ତି ତେବେ ସ୍ୱେଚ୍ଛାକୃତ ଭାବେ ଯଦି ଇସ୍ତଫା ଦେଇଦିଅନ୍ତେ ଆହୁରି ଭଲ ହୁଅନ୍ତା । ସାହାସ ଥିଲେ ଇସ୍ତଫା ଦେଇ ଉପନିର୍ବାଚନର ସାମନା କରନ୍ତୁ ।

ଡ. ସାହୁ କହିଥିଲେ, ସମ୍ବିଧାନର ଧାରା ୧୯୧ର ଦଶମ ଅନୁଚ୍ଛେଦ କହୁଛି କୌଣସି ବିଧାୟକ ଯେତେବେଳେ ସେହି ଦଳକୁ ଅବମାନନା କରିବେ, ହୁଇପ୍ ମାନିବେ ନାହିଁ, ଦଳୀୟ କାର୍ଯ୍ୟକ୍ରମକୁ ଗ୍ରହଣ କରିବେ ନାହିଁ, ନୀତି ଆଦର୍ଶ ବିରୋଧରେ ଯିବେ ଏବଂ ସାଧାରଣରେ ଦଳ ବିରୋଧରେ କହିବେ ତାହାକୁ ଧରି ନିଆଯିବ ସ୍ୱେଚ୍ଛାକୃତ ଭାବେ ସଦସ୍ୟତା ଛାଡ଼ିବା । ବିଧାନସଭାର ସଭ୍ୟ ଭାବେ ରହିବାକୁ ସେମାନଙ୍କର କୌଣସି ଅଧିକାର ନାହିଁ । ତୁରନ୍ତ ଏହାର ଫଇସଲା କରିବାକୁ ବାଚସ୍ପତିଙ୍କୁ ଅନୁରୋଧ କରିଛୁ ।

ସୂଚନାଯୋଗ୍ୟ, ମାର୍ଚ୍ଚ ୧୬ରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୧୧ ବିଧାୟକଙ୍କ ମଧ୍ୟରୁ ବିଜେଡିର ୮ ଜଣ ଥିଲେ । ସନାତନ ମହାକୁଢ଼ ଏବଂ ଅରବିନ୍ଦ ପୂର୍ବରୁ ଅନ୍ୟ କାରଣରୁ ବିଜେଡିରୁ ନିଲମ୍ବିତ ହୋଇଥିବା ବେଳେ ମାର୍ଚ୍ଚ ୧୭ ତାରିଖରେ ଅନ୍ୟ ୬ ବିଧାୟକଙ୍କୁ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଦଳୀୟ ନିଷ୍ପତ୍ତି ଅମାନ୍ୟ କରିଥିବାରୁ ବିଜେଡିର ସଦସ୍ୟତାକୁ ସ୍ୱେଚ୍ଛାକୃତ ଭାବେ ଛାଡୁଛନ୍ତି ବୋଲି ଧରିନେବାକୁ ହେବ ବୋଲି ସେଥିରେ କୁହାଯାଇଥିଲା ।

୨୦ ତାରିଖ ନିର୍ଦ୍ଧାରିତ ସମୟ ପୂର୍ବରୁ ବିଧାୟକମାନେ ନୋଟିସ୍ ର ଉତ୍ତର ରଖିଥିଲେ । ନୋଟିସ୍ କୁ ବେଆଇନ ଦର୍ଶାଇ ପ୍ରତ୍ୟାହାର ନ କଲେ ଓଲଟି କେସ୍ ର ଧମକ ଦେଇଥିଲେ । ୨୧ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୬ ଜଣଙ୍କୁ ନିଲମ୍ବିତ କରିଥିଲେ ।

ଆଇନ ପଢ଼ାଇଲେ ପୂଜାରୀ

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୮ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବିଜେଡିର ଆବେଦନ ଉପରେ ପ୍ରତିକ୍ରିୟାଶୀଳ ହୋଇଛନ୍ତି ମନ୍ତ୍ରୀ ସୁରେଶ ପୂଜାରୀ । ସେ କହିଛନ୍ତି, ବିଜେଡିକୁ ଆଇନର ପାଠ ମାଲୁମ୍ ନାହିଁ । ବିଧାୟକଙ୍କୁ ନିଲମ୍ବନ କରିଥିଲେ ମଧ୍ୟ ତାହାର ଅର୍ଥ ବୁଝି ନାହାନ୍ତି । ଜଣେ ନିଲମ୍ବିତ ସଦସ୍ୟ ଉପରେ ହ୍ୱିପ୍ ଲାଗୁ ହୁଏ ନାହିଁ । ହ୍ୱିପ୍ ସେମାନଙ୍କୁ କାମ କରେ ଯେଉଁମାନେ ଦଳରେ ଥାନ୍ତି । ଯଦି ଦଳ ବିରୋଧୀ ଆଇନ ବିଜେଡି ଜାଣିନାହିଁ, ଆସନ୍ତୁ ଆମେ ତୁମକୁ ବୁଝାଇ ଦେବୁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି । 

Previous Post

କିଟ୍‍ ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ

Next Post

ମୋହନ ମାଝୀ ନିରବ କାହିଁକି?

Next Post
ମୋହନ ମାଝୀ ନିରବ କାହିଁକି?

ମୋହନ ମାଝୀ ନିରବ କାହିଁକି?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA