Thursday, May 21, 2026 11:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟ୍‍ ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ

ଟାଇମ୍‍ସ ହାଇଅର ଏଜୁକେସନ୍‍ ଏସିଆ ୟୁନିଭର୍‍ସିଟି ର‌୍ୟାଙ୍କିଙ୍ଗ ୨୦୨୬

by Our Correspondent
24 Apr, 2026- 08:33 PM
in Latest News, News
1 min read
0
କିଟ୍‍ ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ପ୍ରତିବର୍ଷ ଭଳି ଚଳିତବର୍ଷ ‘ଦି ଟାଇମ୍‍ସ ହାଇଅର ଏଜୁକେସନ୍‍’ ଏସିଆ ୟୁନିଭର୍‍ସିଟି ର‌୍ୟାଙ୍କିଂ ଫଳାଫଳ ପ୍ରକାଶ ପାଇଛି । ଗୁରୁବାର ପ୍ରକାଶିତ ବିଶ୍ୱସ୍ତରୀୟ ଏସିଆ ୟୁନିଭର୍‍ସିଟି ର‌୍ୟାଙ୍କିଂରେ ପୂର୍ବ ବର୍ଷଗୁଡ଼ିକ ଆପେକ୍ଷା ଏବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏହି ର‌୍ୟାଙ୍କିଂରେ ଅଧିକ ଉନ୍ନତ ପ୍ରଦର୍ଶନ କରିଛି । ଚଳିତବର୍ଷ କିଟ୍‍ ବିଶ୍ୱବିଦ୍ୟାଳୟ ଏସିଆର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ତାଲିକାର ୧୬୯ ତମ ସ୍ଥାନରେ ରହିଛି। ଏହା ସହ କିଟ୍‍ ଦେଶର ସମଗ୍ର ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶ୍ରେଷ୍ଠ ୬ଷ୍ଠ ସ୍ଥାନରେ ରହିଥିବା ବେଳେ ପୂର୍ବ ଭାରତରେ ଶ୍ରେଷ୍ଠ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ଗତବର୍ଷ ଏହି ର‌୍ୟାଙ୍କିଙ୍ଗରେ କିଟ୍‍ ଏସିଆ ମହାଦେଶର ଶ୍ରେଷ୍ଠ ୧୮୪ତମ ସ୍ଥାନରେ ରହିଥିଲା। 

ଚଳିତବର୍ଷ କିଟ୍‍ ଉଲ୍ଲେଖନୀୟ ପ୍ରଦର୍ଶନ କରି ଦେଶର ବହୁ ଲବ୍‍ଧ ପ୍ରତିଷ୍ଠିତ ଉଚ୍ଚତର ଶିକ୍ଷାନୁଷ୍ଠାନକୁ ପଛରେ ପକାଇ କରି ଉନ୍ନତ ପ୍ରଦର୍ଶନ କରିପାରିଛି । ଚଳିତବର୍ଷ ଶିକ୍ଷାଦାନ, ଗବେଷଣା, ଜ୍ଞାନ ବିନିମୟ, ଅନ୍ତର୍ଜାତୀୟ ଦୃଷ୍ଟିକୋଣ ଆଦି ବିଭିନ୍ନ ମାନଦଣ୍ଡକୁ ନେଇ ବିଶ୍ୱବିଦ୍ୟାଳୟଗୁଡ଼ିକର ର‌୍ୟାଙ୍କିଂ କରାଯାଇଥିଲା।

ଗତ ୫୦ବର୍ଷ ମଧ୍ୟରେ ପ୍ରତିଷ୍ଠିତ ଏସିଆର ଲବ୍‍ଧ ପ୍ରତିଷ୍ଠିତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେଇ ଟାଇମ୍‍ସ ହାଇଅର୍‍ ଏଜୁକେସନ୍‍ ପକ୍ଷରୁ ଏହି ଚୟନ ପ୍ରକ୍ରିୟା କରାଯାଇଛି। କିଟ୍‍ ମାତ୍ର ୨୮ ବର୍ଷର ଅନୁଷ୍ଠାନ ହୋଇଥିବା ବେଳେ ମାତ୍ର ୨୨ବର୍ଷର ବିଶ୍ୱବିଦ୍ୟାଳୟ ଭାବେ ଉପରୋକ୍ତ ସମସ୍ତ ମାନଦଣ୍ଡକୁ ପୂରଣ କରି ସମଗ୍ର ଦେଶରେ ୬ଷ୍ଠ ଓ ଏସିଆରେ ୧୬୯ତମ ସ୍ଥାନରେ ରହି ରାଜ୍ୟ ଓ ଦେଶର ଗୌରବ ବୃଦ୍ଧି କରିପାରିଛି। ଏହି ସଫଳତା ପାଇଁ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ୍‍ ଓ କିସ୍‍ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଏହା ସହ ଆଗାମୀ ଦିନରେ କିଟ୍‍ ଆହୁରି ଭଲ ପ୍ରଦର୍ଶନ କରିବ ବୋଲି ଆଶା ପୋଷଣ କରିଛନ୍ତି।

ସୂଚନାଯୋଗ୍ୟ, ଟାଇମ୍‍ସ ହାଇଅର ଏଜୁକେସନ ଦ୍ୱାରା କରାଯାଉଥିବା ବିଭିନ୍ନ ର‌୍ୟାଙ୍କିଙ୍ଗ ସମେତ କ୍ୟୁଏସ୍‍ ର‌୍ୟାଙ୍କିଙ୍ଗ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ବିଶ୍ୱ ରାଙ୍କିଙ୍ଗରେ ନିରନ୍ତର ଭାବରେ ସ୍ଥାନ ପାଇବା ସହ ପ୍ରମୁଖ ଅନ୍ତର୍ଜାତୀୟ ମାନ୍ୟତା ହାସଲ କରି କିଟ୍‍ ବିଶ୍ୱବିଦ୍ୟାଳୟ ରାଜ୍ୟ ତଥା ଦେଶର ଗୌରବ ବୃଦ୍ଧି କରିଛି । ଏହି ମାନ୍ୟତା କିଟ୍‍କୁ ଉଚ୍ଚଶିକ୍ଷାରେ ଉତ୍କର୍ଷତା ଭାବେ ପ୍ରମାଣିତ କରୁଛି।

Previous Post

ଏମିତି ଚାଲିଛି ଆଇନ ଶୃଙ୍ଖଳା

Next Post

ଆଠଙ୍କୁ ବିଦା କର

Next Post
ଆଠଙ୍କୁ ବିଦା କର

ଆଠଙ୍କୁ ବିଦା କର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA