Friday, April 24, 2026 08:34 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Crime

ଏମିତି ଚାଲିଛି ଆଇନ ଶୃଙ୍ଖଳା

ସୁଧୀର ପାତ୍ର ଅପହରଣ ହତ୍ୟା ମାମଲା

by Samar Pradhan
24 Apr, 2026- 08:22 PM
in Crime, Latest News, News
1 min read
0
ଏମିତି ଚାଲିଛି ଆଇନ ଶୃଙ୍ଖଳା

ଭୁବନେଶ୍ୱର: ଏପ୍ରିଲ୍ ୧୫ ତାରିଖରେ ଅପହୃତ ହେଲେ ଗୋପାଳପୁରର ଜମି ବ୍ୟବସାୟୀ ସୁଧୀର ପାତ୍ର । ଅପହରଣକାରୀ ତାଙ୍କୁ ୨ କୋଟି ଟଙ୍କା ମୁଣ୍ଡଜାମିନ୍ ରେ ରଖି ପତ୍ନୀଙ୍କୁ ହ୍ୱାଟସ୍ ଆପ୍ କଲ୍ କରିଥିଲେ । ସୁଧୀରଙ୍କ ମୁଣ୍ଡ ଉପରେ ବନ୍ଧୁକ ଲାଗିଥିବାର ଏବଂ କିଛି ଯୁବକ ତାଙ୍କୁ ତଳେ ପକାଇ ପାଦରେ ଦଳୁଥିବାର ଏକ ଭିଡିଓ ବି ପଠାଇଥିଲେ । ସେହି ରାତିରେ ପୁଲିସରେ ଅଭିଯୋଗ କରିଥିଲେ ପତ୍ନୀ । ଆଉ ୨୨ ତାରିଖ ରାତିରେ ସୁଧୀରଙ୍କ ଶବ ମିଳିଲା କନ୍ଧମାଳ ସୀମାନ୍ତ ସୋରଡ଼ା ଥାନା ଗୋଚ୍ଛା ଜଙ୍ଗଲ ରାସ୍ତାର ଏକ ପୋଲ ତଳୁ । ତାଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଥିଲା । ସୁଧୀରଙ୍କୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କରିବାକୁ ପୁଲିସକୁ ପତ୍ନୀ ନେହୁରା ହୋଇଥିଲେ, ଆଉ ୭ ଦିନ ପରେ ପୁଲିସ ତାଙ୍କ ସ୍ୱାମୀଙ୍କ ପଚାସଢ଼ା ଶବକୁ ଫେରାଇଲା ।

ଏହା ହେଉଛି ଆମ ରାଜ୍ୟର ଆଇନ ଶୃଙ୍ଖଳା ଏବଂ ପୋଲିସିଂ ବ୍ୟବସ୍ଥା । ସୁଧୀର ପାତ୍ରଙ୍କୁ ଅପହରଣକାରୀମାନେ ଦେଉଥିବା ନିର୍ଯ୍ୟାତନାର ଭିଡିଓ ଯିଏ ଦେଖୁଛି ଭୟରେ ଥରୁଛି । ୧୧ଟି ପୁଲିସ ଟିମ୍ ତାଙ୍କୁ ବଞ୍ଚାଇ ନ ପାରିବା ସମସ୍ତଙ୍କୁ ବିବ୍ରତ କରୁଛି । ସତେ କି ଅପରାଧ ଘଟାଉଥିବା ଲୋକଙ୍କର ପୁଲିସକୁ ଡର ନାହିଁ କି ଅପରାଧୀଙ୍କୁ ଧରିବାରେ ପୁଲିସର ଆଗ୍ରହ ନାହିଁ । ମୁକୁଳା ହୋଇ ପଡ଼ିଛି ବ୍ୟବସ୍ଥା । କେହି କାହାରିକୁ ଡର ନାହିଁ କି ଖାତିର ନାହିଁ ।

ଆମେ ଏଠି ପୁଲିସର ପାରିବାରପଣିଆକୁ ପ୍ରଶ୍ନ କରୁନୁ । ମାତ୍ର ବ୍ୟବସ୍ଥା ଠିକ୍ ନ ଥିବାରୁ ନାନା ବିଭ୍ରାଟ, ଅଘଟଣ, ଅପରାଧ ଘଟି ଚାଲିଛି । ବ୍ରହ୍ମପୁର ଏସପି ଥିବା ଡ. ଶର୍ବଣା ବିବେକ ଏମ୍ ଜଣେ ଦକ୍ଷ ଅଫିସର । ତାଙ୍କର କାର୍ଯ୍ୟ ପାଇଁ ସେ ଭାରି ଲୋକପ୍ରିୟ । ଅପରାଧୀମାନେ ତାଙ୍କୁ ଯେତିକି ଭୟ କରନ୍ତି, ସାଧାରଣ ଜନତା ସେତିକି ସମ୍ମାନ ଦିଅନ୍ତି । ବ୍ୟବସାୟୀ ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ବେଳେ ସେ କିନ୍ତୁ ଡ୍ୟୁଟିରେ ଏଠି ନାହାନ୍ତି । ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିରେ ଯାଇଛନ୍ତି । ଆଜି ସେ ବ୍ରହ୍ମପୁରରେ ଥିଲେ ହୁଏତ ସୁଧୀର ପାତ୍ରଙ୍କର ଏଭଳି ଅବସ୍ଥା ହୋଇ ନ ଥାନ୍ତା ।

ଏଠି ବ୍ୟବସ୍ଥାଗତ ତ୍ରୁଟି ଏବଂ ପରିଚାଳନାଗତ ବିଭ୍ରାଟର ବିକଳ ଚିତ୍ର ସାମନାକୁ ଆସୁଛି ।

ମାସେ ହେଲା ପଶ୍ଚିମବଙ୍ଗ ନିର୍ବାଚନ ଡ୍ୟୁଟିରେ ଶର୍ବଣାଙ୍କୁ ପଠାଇ ଗଞ୍ଜାମ ଏସପି ଶୁଭେନ୍ଦୁ କୁମାର ପାତ୍ରଙ୍କ ଉପରେ ଅତିରିକ୍ତ ବୋଝ ଲଦିଛନ୍ତି ରାଜ୍ୟ ସରକାର । ସୁଧୀର ପାତ୍ରଙ୍କ ଅପହରଣ ଓ ହତ୍ୟା ଘଟଣାରେ ଶୁଭେନ୍ଦୁଙ୍କ କାର୍ଯ୍ୟଦକ୍ଷତାକୁ ନେଇ ଆମର ପ୍ରଶ୍ନ ନାହିଁ । ମାତ୍ର ଗଞ୍ଜାମ ଭଳି ଅତ୍ୟନ୍ତ ଅପରାଧପ୍ରବଣ ଜିଲ୍ଲାରେ ଏସପି ଥାଇ ସେ ବ୍ରହ୍ମପୁର ଦାୟିତ୍ୱ ମଧ୍ୟ ସମ୍ଭାଳୁଛନ୍ତି । କେବଳ ଏଇ ଗୋଟିଏ ଅତିରିକ୍ତ ଜିଲ୍ଲା ଦାୟିତ୍ୱରେ ସେ ନାହାନ୍ତି । ଶୁଭେନ୍ଦୁ ଗଜପତି ଏସପି ଦାୟିତ୍ୱ ମଧ୍ୟ ତୁଲାଉଛନ୍ତି । କାରଣ, ଗଜପତିରେ ଏବେ ସ୍ଥାୟୀ ଏସପି ନାହାନ୍ତି । ଯତୀନ୍ଦ୍ର କୁମାର ପଣ୍ଡା ଅବସର ନେବା ପରେ ସରକାର ସେଠାରେ ଜଣେ ଏସପିଙ୍କୁ ନିଯୁକ୍ତି ଦେଇପାରିନାହାନ୍ତି । ମାସାଧିକ କାଳ ଗଜପତି ଜିଲ୍ଲା ଏସପି ଶୂନ୍ୟ ହୋଇ ରହିଛି । ଯୁବ ଆଇପିଏସ୍ ଶୁଭେନ୍ଦୁ ପାତ୍ରଙ୍କୁ ଅଶେଷ ଧନ୍ୟବାଦ ଯେ ଗଞ୍ଜାମ ଏସପି ଭାବେ ମୂଳ ଦାୟିତ୍ୱ ସହ ବ୍ରହ୍ମପୁର ଏବଂ ଗଜପତି ଏସପି ଭାବେ ଅତିରିକ୍ତ ଦାୟିତ୍ୱ ସମ୍ଭାଳିଛନ୍ତି । କହିବା ବାହୁଲ୍ୟ ଯେ, ଏହି ତିନୋଟି ଯାକ ଜିଲ୍ଲା ହେଉଛି ଅପରାଧପ୍ରବଣ ।

ଆଇନଶୃଙ୍ଖଳା ରକ୍ଷାରେ ସରକାର କାହିଁକି ବିଫଳ ତାହାର ଆଉ ଏକ ଉଦାହରଣ ଦେଉଚୁ । ୪ ମାସ ତଳେ ସଂଖ୍ୟାଧିକ ଡିଏସପି ପାହ୍ୟାର ଅଧିକାରୀମାନଙ୍କୁ ଅତିରିକ୍ତ ଏସପି ପାହ୍ୟାକୁ ପଦୋନ୍ନତି ମିଳିଥିଲା । ମାତ୍ର ଏ ପର୍ଯ୍ୟନ୍ତ ସରକାର ସେମାନଙ୍କୁ ନିଯୁକ୍ତି ଦେଇପାରୁନାହାନ୍ତି । ପୁରୁଣା ପଦବୀରେ କାମ କରିବାକୁ ପଦୋନ୍ନତି ପାଇଥିବା ଅଧିକାରୀମାନଙ୍କର ମନ ନଥିବାରୁ ହାଜିରା ପକାଇ ବସିଛନ୍ତି ।

ଏହାର କାରଣ ଯାହା ବି ହେଉ ନା କାହିଁକି, ପୁଲିସ ବ୍ୟବସ୍ଥା ଏକଦମ୍ ଢ଼ିଲା ହୋଇଯାଇଛି । ସେଥିପାଇଁ ଦିନ ଦ୍ୱିପ୍ରହରରେ ହତ୍ୟା, ଅପହରଣ, ଦୁଷ୍କର୍ମ, ଚୋରି, ଡକାଏତି ଘଟଣା ଘଟି ଚାଲିଛି । ଲଘୁ ଖଣିଜ ପଦାର୍ଥର ବ୍ୟାପକ ଚୋରା ଚାଲାଣ ଅପରାଧକୁ ଆହୁରି ବଢ଼ାଇ ଦେଇଛି । ପୁଲିସ, ପ୍ରଶାସନଠାରୁ ଅପରାଧୀଙ୍କର ଡର ଭୟ ଛାଡ଼ି ଯାଇଛି । ଅପରାଧୀମାନେ ପୁଲିସକୁ ଡରିବା ପରିବର୍ତ୍ତେ ସେମାନଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା ଅଧିକାରୀମାନଙ୍କୁ ଆକ୍ରମଣ କରିବାକୁ ପଛଉ ନାହାନ୍ତି । ଖୋଦ୍ ରାଜଧାନୀରେ ଅଚିହ୍ନା ଲୋକଙ୍କ ସହ କଥା ହେବାକୁ ଡର ଲାଗିଲାଣି । କେତେବେଳେ ଆପଣଙ୍କ ଉପରେ ଛୁରୀ କି ଭୁଜାଲି ବାଜିବ କହିହେବ ନାହିଁ । ଝିଅ ଓ ମହିଳାମାନଙ୍କ ସୁରକ୍ଷା କଥା ନ କହିବା ଭଲ । ନିଜ କଥା ନିଜେ ସମ୍ଭାଳିବା ହେଉଛି ଏବେକାର ସ୍ଥିତି ।

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ଆଇନଶୃଙ୍ଖଳା ଠିକ୍ ଅଛି କହି ଲମ୍ବା ଭାଷଣ ମାରୁଥିଲା ବେଳେ ପ୍ରତିଦିନ ଘଟୁଥିବା ଅପରାଧ ଘଟଣାମାନ ସାଧାରଣ ଜନତାଙ୍କ ମନରେ ଅସନ୍ତୋଷ ଭରିଦେଲାଣି । ୨୪ ବର୍ଷର ବିଜେଡି ଶାସନକାଳରେ ଅମୁକ ହଉଥିଲା, ସମୁକ ହଉଥିଲା କହି ଡବଲ୍ ଇଞ୍ଜିନ ସରକାର ଆଉ କେତେଦିନ ଏମିତି ଚାଲିବେ ବୋଲି ଲୋକ ପ୍ରଶ୍ନ କଲେଣି ।

ସୁଧୀର ପାତ୍ର ଅପହରଣ ଓ ହତ୍ୟା ଘଟଣାର ଉତ୍ତରଦାୟିତ୍ୱ ମୁଖ୍ୟମନ୍ତ୍ରୀ ନିଜ ଉପରକୁ ନେବେ ନା ଡିଜି ଏବଂ ଗୃହ ସଚିବଙ୍କୁ ଉତ୍ତରଦାୟୀ କରିବେ ତାହା ଜଣାପଡ଼ିନାହିଁ । ମାତ୍ର ଅପରାଧ ରୋକିବାରେ ରାଜ୍ୟ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ ନ କଲେ ଅବସ୍ଥା ଅସମ୍ଭାଳ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲ ମତ ଦେଇଛନ୍ତି ।

ଅପରାଧ ଦମନରେ କୌଣସି ପ୍ରକାର ରାଜନୈତିକ ବାଛବିଚାର ଏବଂ ହସ୍ତକ୍ଷେପ ଆଦୌ ଗ୍ରହଣୀୟ ନୁହେଁ । ଅପରାଧୀ ଯିଏ ବି ହୁଅନ୍ତୁ ନା କାହିଁକି କଡ଼ା କାର୍ଯ୍ୟାନୁଷ୍ଠାର ଆବଶ୍ୟକତା ଅଛି । ସ୍ୱାମୀଙ୍କ ନାଁରେ ମିଥ୍ୟା କେସ୍ ର ଧମକ ଦେଇ ଜଣେ ନିରୀହ ମହିଳାଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିଥିବା ଖଣ୍ଡପଡ଼ା ଏସଡିପିଓ ମଦନ ମୋହନ ପ୍ରଧାନଙ୍କ ଉପରେ ସରକାର କାହିଁକି ଏ ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନାହିଁ ତାହା ମଧ୍ୟ ସମସ୍ତଙ୍କୁ ବିସ୍ମିତ କରିଛି ।

Continue Reading
Previous Post

ବିଜେଡିକୁ ଆଇନମନ୍ତ୍ରୀଙ୍କ ଧମକ

Next Post

କିଟ୍‍ ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ

Next Post
କିଟ୍‍ ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ

କିଟ୍‍ ଭାରତର ଶ୍ରେଷ୍ଠ ୬ଷ୍ଠ ବିଶ୍ୱବିଦ୍ୟାଳୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA