Wednesday, May 20, 2026 03:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡିକୁ ଆଇନମନ୍ତ୍ରୀଙ୍କ ଧମକ

ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ

by Our Correspondent
23 Apr, 2026- 11:05 PM
in Latest News, News
1 min read
0
ବିଜେଡିକୁ ଆଇନମନ୍ତ୍ରୀଙ୍କ ଧମକ

ଭୁବନେଶ୍ୱର: ରତ୍ନଭଣ୍ଡାର ପ୍ରସଙ୍ଗରେ ବିଜେପିର ମିଛ ଧରାପଡ଼ିବା ପରେ ବିଚଳିତ ହୋଇପଡ଼ିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଅଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସୂଚନା ଆଧାରରେ ବିଜେଡିର ସମାଲୋଚନାକୁ ସେ ହଜମ କରିନାହାନ୍ତି । ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ(ବବି) ଦାସଙ୍କର ଏକ ସୋସିଆଲ୍ ମିଡିଆ ପୋଷ୍ଟକୁ ନେଇ ଭୀଷଣ ପ୍ରତିକ୍ରିୟାଶୀଳ ହୋଇ ଉଠିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ‘ଦ୍ୱନ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରନି । ଗୋଟିଏ ଦିନରେ ଦୁଃସାହାସ ଛଡ଼ାଇ ଦେବୁ’ ବୋଲି ବିଜେଡି ନେତାଙ୍କୁ ଧମକ ଦେଇଛନ୍ତି । ଆମେ ଯଦି ପ୍ରଶ୍ନ ପଚାରିବୁ, ବିଜେଡି ନେତାଙ୍କୁ ପାରାଲିସିସ୍ ହୋଇଯିବ ବୋଲି ରାଗ ତମ ତମ ହୋଇ ବୟାନ ଦେଇଛନ୍ତି ଆଇନମନ୍ତ୍ରୀ ।

୨୦୨୪ ସାଧାରଣ ନିର୍ବାଚନରେ ବିଜେପିର ମୁଖ୍ୟ ପ୍ରସଙ୍ଗ ଥିଲା ରତ୍ମଭଣ୍ଡାରର ସୁରକ୍ଷା । ମହାପ୍ରଭୁଙ୍କ ରତ୍ନଭଣ୍ଡାରରୁ ଚୋରି ହୋଇଛି ଏବଂ ଚାବି ତାମିଲନାଡୁରେ ବୋଲି ଭି.କେ ପାଣ୍ଡିଆନଙ୍କୁ ଲକ୍ଷ୍ୟ କରି ତୁମ୍ବିତୋଫାନ କରିଥିଲା ବିଜେପି । ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନିର୍ବାଚନୀ ସଭାରେ ରତ୍ମଭଣ୍ଡାର ଚାବି ତାମିଲନାଡୁ ପଳେଇଛି କହି ବିଜେଡି ସରକାରକୁ ଟାର୍ଗେଟ୍ କରିଥିଲେ । ମହାପ୍ରଭୁଙ୍କ ରତ୍ନଭଣ୍ଡାର ଚାବି ତାମିଲନାଡୁକୁ ଚୋରି କରିନେଇଥିବା ବିଜେଡି ସରକାରକୁ ହଟାଇବାକୁ ଓଡ଼ିଶାବାସୀଙ୍କୁ ଆହ୍ୱାନ ଦେଇଥିଲେ । ଯାହା ଭୋଟରଙ୍କୁ ଯଥେଷ୍ଟ ପ୍ରଭାବିତ କରିଥିଲା । ଓଡ଼ିଶାରୁ ବିଜେଡି ଶାସନ ଯିବା ପଛରେ ଏହା ଏକ ବଡ଼ କାରଣ ଥିଲା ।

ଇତିମଧ୍ୟରେ ରାଜ୍ୟର ଡବଲ ଇଞ୍ଜିନ୍ ସରକାରକୁ ଦୁଇବର୍ଷ ପୂରିବାକୁ ଯାଉଥିଲା ବେଳେ ରତ୍ନଭଣ୍ଡାରର ଗଣତିମଣତି କାର୍ଯ୍ୟ ଜାରି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ଗଣତିରେ ରତ୍ନଭଣ୍ଡାର ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ସୂଚନା ଦେଇଛନ୍ତି । ୧୯୭୮ ମସିହାର ତାଲିକା ସହ ବର୍ତ୍ତମାନର ମହାପ୍ରଭୁଙ୍କ ସ୍ୱର୍ଣ୍ଣ ରୌପ୍ୟ ଅଳଙ୍କାର ଓ ରତ୍ନ ତାଲିକା ମେଳ ଖାଉଛି ବୋଲି ସେ କହିଛନ୍ତି ।

ଏହି ପ୍ରସଙ୍ଗକୁ ନେଇ ବିଜେଡିର ବରିଷ୍ଠ ନେତା ବବି ଦାସ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରି ସୋସିଆଲ୍ ମିଡିଆରେ ଆଜି ଏକ ପୋଷ୍ଟ କରିଥିଲେ ।

ସେଥିରେ ଲେଖିଛନ୍ତି ଯେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାରକୁ ନେଇ ଯେଉଁ ସ୍ତରର ଅପପ୍ରଚାର କରାଗଲା, ତାହା କେବଳ ଦୁର୍ଭାଗ୍ୟଜନକ ନୁହେଁ, ବରଂ ଓଡ଼ିଶାବାସୀଙ୍କ ଭାବନା ସହ ଏକ କ୍ରୁର ପରିହାସ । ରାଜନୈତିକ ଫାଇଦା ପାଇଁ କିଭଳି ଗୁଜବକୁ ଅସ୍ତ୍ର କରି ଜନମାନସରେ ଭୟ ଓ ସନ୍ଦେହ ସୃଷ୍ଟି କରାଯାଇପାରେ ତାହା ଓଡ଼ିଶା ଦେଖିଲା । ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ହେଉଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରତ୍ନଭଣ୍ଡାର । ଏହା କେବଳ ଏକ ସମ୍ପତ୍ତି ନୁହେଁ, ବରଂ କୋଟି କୋଟି ଓଡ଼ିଆଙ୍କ ଆସ୍ଥା ଓ ବିଶ୍ୱାସର ପ୍ରତୀକ । ମହାପ୍ରଭୁଙ୍କ ମାଟିରେ ଛିଡ଼ା ହୋଇ ଯେଉଁମାନେ ମିଥ୍ୟା ପ୍ରଚାର କରିଥିଲେ, ସେମାନଙ୍କର ନୈତିକତାର ସହ ଭୁଲ୍ ସ୍ୱୀକାର କରି କ୍ଷମା ମାଗନ୍ତୁ । ଧର୍ମ ଏବଂ ଭକ୍ତିକୁ ନେଇ ରାଜନୀତି କରୁଥିବା ବ୍ୟକ୍ତିମାନେ ମନେ ରଖିବା ଉଚିତ୍ ଯେ ସତ୍ୟକୁ କିଛି ସମୟ ପାଇଁ ଲୁଚାଇ ରଖାଯାଇପାରେ, କିନ୍ତୁ ସବୁଦିନ ପାଇଁ ନୁହେଁ ।

ତେବେ ବବିଙ୍କର ଏହି ପୋଷ୍ଟ ଉପରେ ଚିହିଁକି ଉଠିଛନ୍ତିି ଆଇନମନ୍ତ୍ରୀ ଶ୍ରୀ ହରିଚନ୍ଦନ । ଦ୍ୱନ୍ଦ ସୃଷ୍ଟି କରିବାକୁ ଚେଷ୍ଟା କରନି । ଗୋଟିଏ ଦିନରେ ଦୁଃସାହାସ ଛଡ଼ାଇ ଦେବୁ ବୋଲି ଧମକ ଦେଇଛନ୍ତି । ଆଇନମନ୍ତ୍ରୀ କହିଛନ୍ତି ଯେ ମହାପ୍ରଭୁ ଜଗନ୍ନାଥଙ୍କ କଥା ଥିବାରୁ ଆମେ ରାଜନୀତି କରିବାକୁ ଚାହିଁ ନ ଥିଲୁ । ଯଦି ଚାହିଁଥାନ୍ତୁ ତାହେଲେ ରତ୍ନଭଣ୍ଡାର ଚାବି କୋଉଠି ଅଛି ବୋଲି ପ୍ରଶ୍ନର ଉତ୍ତର ବିଜୁ ଜନତା ଦଳ ଓ ବିରୋଧୀ ଦଳର ନେତାଙ୍କଠାରୁ ଖୋଜୁଥାନ୍ତୁ । ସେ ବାବଦରେ ଆମେ ଏ ପର୍ଯ୍ୟନ୍ତ ମୁହଁ ଖୋଲିନୁ । କିନ୍ତୁ ଚାବି ହଜିବା କଥା ସମ୍ପୂର୍ଣ୍ଣ ସତ୍ୟ । ଯୋଉ ଡୁପ୍ଲିକେଟ୍ ଚାବି ଆଣି ପ୍ରଦର୍ଶନ କଲେ ସେ ଚାବି ସମ୍ପୂର୍ଣ୍ଣ ରୂପେ ଏକ ମିଛ ଚାବି । ସେ ଚାବିର କୌଣସି ତାଲା ସଙ୍ଗେ ସାମଞ୍ଜସ୍ୟତା ନ ଥିଲା । ଯେହେତୁ କୋ÷ଣସି ଚାବି ଟ୍ରେଜେରିରେ ମିଳିଲାନି, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆମେ ସେ ତାଲା କାଟିବାକୁ ବାଧ୍ୟ ହେଲୁ ।

ଭାରତୀୟ ଜନତା ପାର୍ଟି ନେତୃତ୍ୱଙ୍କୁୁ ସୋସିଆଲ୍ ମିଡିଆରେ କ୍ୟାରିକେଚର କରିବାକୁ ବିଜୁ ଜନତା ଦଳ ସାହାସ କରୁଛି, ସେ ଦୁଃସାହାସ ତାଙ୍କର ଆମେ ଗୋଟିଏ ଦିନରେ ଛଡ଼ାଇ ଦେବୁ । ଯଦି ପ୍ରଶ୍ନ ପଚାରିବୁ ତାଙ୍କ ନେତା ଏବଂ ପୂରା ବିଜୁ ଜନତା ଦଳର ସମ୍ପୂର୍ଣ୍ଣ ପାରାଲିସିସ୍ ହୋଇଯିବ ବୋଲି ଆଇନମନ୍ତ୍ରୀ ଧମକ ଦେବା ସହ ରତ୍ନଭଣ୍ଡାର ପ୍ରସଙ୍ଗକୁ ରାଜନୀତିକରଣ କରିବା ଭାରତୀୟ ଜନତା ପାର୍ଟିର ଉଦ୍ଦେଶ୍ୟ ନାହିଁ ବୋଲି କହିଛନ୍ତି ।

ରୋଚକ କଥା ହେଉଛି, ଆଇନମନ୍ତ୍ରୀଙ୍କ ଏଭଳି ଧମକ ମୋହନ ସରକାରଙ୍କୁ ପ୍ରବଳ ଲୋକହସା କରିଛି । ରତ୍ନଭଣ୍ଡାର ଚାବି କେଉଁଠି ଅଛି ସେ ପ୍ରଶ୍ନର ଉତ୍ତର ବିଜେଡିଠାରୁ ଆଦାୟ କରିବାରେ ଅସୁବିଧା କେଉଁଠି? ସେ ବାବଦରେ ମୁହଁ ଖୋଲିବାକୁ ସରକାରଙ୍କୁ କିଏ ମନା କରିଛି? ତାଙ୍କ ସରକାରକୁ କ୍ୟାରିକେଚର୍ କରିବାରେ ବିଜେଡିର ଦୁଃସାହାସ ଗୋଟିଏ ଦିନରେ ଛଡ଼ାଇ ନେବାକୁ କିଏ ଅଟକେଇଛି? ବିଜେଡିକୁ ପ୍ରଶ୍ନ କରି ପାରାଲିସିସ୍ କରିବାକୁ ମୋହନ ସରକାରଙ୍କୁ କିଏ ବାଧା ଦେଇଛି ବୋଲି ସାଧାରଣରେ ପ୍ରଶ୍ନ ସୃଷ୍ଟି କରିଛି । ଆଇନମନ୍ତ୍ରୀ ଏହାର ସ୍ପଷ୍ଟ ଉତ୍ତର ରଖିବେ ତ!!

Previous Post

ରତ୍ନଭଣ୍ଡାର ଖୋଲିଲା ବିଜେପି ପାପ!

Next Post

ଏମିତି ଚାଲିଛି ଆଇନ ଶୃଙ୍ଖଳା

Next Post
ଏମିତି ଚାଲିଛି ଆଇନ ଶୃଙ୍ଖଳା

ଏମିତି ଚାଲିଛି ଆଇନ ଶୃଙ୍ଖଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA