Thursday, June 25, 2026 07:13 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

by Our Correspondent
21 Mar, 2025- 11:59 PM
in Latest News, News
1 min read
0
ସୋଆରେ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ୱର  : ଖୋର୍ଦ୍ଧା ଜିଲ୍ଲା ପାଇଁ ଆରମ୍ଭ ହେବାକୁ ଯାଉଥିବା ସୋଆ ଏନ୍‌ଏସ୍‌ଏସ୍ ବ୍ୟୁରୋ ଦ୍ୱାରା ଆୟୋଜିତ ଦୁଇ ଦିନିଆ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) କ୍ୟାମ୍ପସର ବାଂଶୁରୀଗୁରୁ ଅଡିଟୋରିୟମ୍‌ରେ ଶୁକ୍ରବାର ଉଦ୍‌ଘାଟିତ ହୋଇଯାଇଛି ।

ଏହି କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଖୋର୍ଦ୍ଧା ଜିଲ୍ଲା ପାଇଁ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟକୁ ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ର ନୋଡାଲ କେନ୍ଦ୍ର ଭାବେ ଚୟନ କରିଥିବାରୁ ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର ଓ ଏନ୍‌ଏସ୍‌ଏସ୍ ଭୁବନେଶ୍ୱରକୁ ସାଧୁବାଦ ଦେଇଥିଲେ ।

କାର୍ଯ୍ୟକ୍ରମରେ ସୋଆ ଆଉଟ୍‌ରିଚ୍ ନିର୍ଦ୍ଦେଶକ ତଥା ଏନ୍‌ଏସ୍‌ଏସ୍ ବ୍ୟୁରୋର କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ଡକ୍ଟର ନଚିକେତା ଶର୍ମା ସମସ୍ତ ଅତିଥିବୃନ୍ଦଙ୍କୁ ସ୍ୱାଗତ କରି ସେମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଏନଏସ୍‌ଏସ୍ ଭୁବନେଶ୍ୱରର ଯୁବ ଅଧିକାରୀ ଶ୍ରୀ ଅଜିତ କୁମାର ଯୁବ ସଂସଦ କାର୍ଯ୍ୟକ୍ରମର ଗଠନ ଉପରେ ବକ୍ତବ୍ୟ ରଖିଥିଲେ ।

ଏନଏସଏସ୍ ଭୁବନେଶ୍ୱରର ଆଂଚଳିକ ନିର୍ଦ୍ଦେଶିକା ସୁଶ୍ରୀ ସରିତା ପଟେଲ ତାଙ୍କ ବକ୍ତବ୍ୟରେ କହିଥିଲେ ‘ଭାରତ ସରକାରଙ୍କର ଏହି ‘ବିକଶିତ ଭାରତ ଯୁବ ସଂସଦ ୨୦୨୫’ କାର୍ଯ୍ୟକ୍ରମ ଅନେକ ଯୁବାପ୍ରତିଭାଙ୍କୁ ଆଗକୁ ଆସିବାର ସୁଯୋଗ ପ୍ରଦାନ କରିଛି ଏବଂ ସେମାନଙ୍କ ପ୍ରତିଭା ଓ ବିଚାରକୁ ସର୍ବ ସମ୍ମୁଖରେ ଉପସ୍ଥାପିତ କରିବାର ସୁଯୋଗ ପ୍ରଦାନ କରିଛି । ସେହିପରି ନେହେରୁ ଯୁବ କେନ୍ଦ୍ର ସଂଗଠନ ଭୁବନେଶ୍ୱର (ପୂର୍ବାଂଚଳ)ର ଆଂଚଳିକ ନିର୍ଦ୍ଦେଶକ ଶ୍ରୀ ଶିବାଜୀ ମୁରଲୀଧର ଖରାଟ ମଧ୍ୟ କହିଥିଲେ ଯେ ଆମ ଯୁବ ବକ୍ତାଙ୍କୁ ଶୁଣିଲେ ଲାଗେ ଆମ ଭାରତରେ କେତେ ପ୍ରତିଭାପୂର୍ଣ୍ଣ ଯୁବକ ଅଛନ୍ତି ।

ନେହେରୁ ଯୁବ କେନ୍ଦ୍ର ସଂଗଠନର ଜିଲ୍ଲା ଯୁବ ଅଧିକାରୀ ଶ୍ରୀ ବିପିନ କୁମାର ତାଙ୍କ ଅଭିଭାଷଣରେ କହିଥିଲେ ଯେ ପୂର୍ବରୁ କରୋନା ସମୟରେ ଏହି କାର୍ଯ୍ୟକ୍ରମ ଅନ୍‌ଲାଇନ୍ ମାଧ୍ୟମରେ ହେଉଥିଲା । ଏବେ ଅଫଲାଇନ୍ ମାଧ୍ୟମରେ ହେଉଛି ଯେଉଁଥିରେ ଅଂଶଗ୍ରହଣ କରିଥିବା ଯୁବାମାନେ ଭାରତର ବିକାଶ ପାଇଁ ତାଙ୍କ ବକ୍ତବ୍ୟ ରଖିବେ ଏବଂ ଯୁବ ସଂସଦ ପାଇଁ ମନୋନୀତ ହେବେ ।

କାର୍ଯ୍ୟକ୍ରମର ସଂଯୋଜକ ସୋଆ ଏନଏସଏସ୍ ବ୍ୟୁରୋ ଡକ୍ଟର କମଳଲୋଚନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରୁ ପ୍ରାୟ ୧୨୦ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ବିଷୟ ‘ଏକ ଦେଶ, ଏକ ନିର୍ବାଚନ’ ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଉଥିବା ବେଳେ ୫ ଜଣ ବିଚାରକ ଭୂମିକା ତୁଲାଇବେ ।

Previous Post

୯ଟି ବିଶ୍ୱବିଦ୍ୟାଳୟରେ ନାହାନ୍ତି ସ୍ଥାୟୀ କୁଳପତି

Next Post

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା

Next Post
ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା

ମହାନଦୀ ଜଳ ବିବାଦର ଆପୋଷ ସମାଧାନ ପାଇଁ ଆଲୋଚନା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA