Friday, June 5, 2026 08:29 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାନକୀବଲ୍ଲଭ ଥିଲେ ପ୍ରେରଣାଦାୟୀ ଗୁରୁ

ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ

by Our Correspondent
03 Jan, 2026- 07:22 PM
in Latest News, News
1 min read
0
ଜାନକୀବଲ୍ଲଭ ଥିଲେ ପ୍ରେରଣାଦାୟୀ ଗୁରୁ
Spread the love

ଭୁବନେଶ୍ୱର: ରାଜ୍ୟ ରାଜନୀତିରେ ଅନେକଙ୍କ ପାଇଁ ଜାନକୀବଲ୍ଲଭ ହେଉଛନ୍ତି ଜଣେ ପ୍ରେରଣାଦାୟୀ ଗୁରୁ। ତାଙ୍କ ଜୀବନୀରୁ ସମସ୍ତଙ୍କ ପାଇଁ ସର୍ବଶ୍ରେଷ୍ଠ ଶିକ୍ଷା ହେଉଛି, କୌଣସି ସମସ୍ୟାରେ ବିଚଳିତ ନହୋଇ ନିଜ କର୍ମମୟ ଜୀବନରେ ଆଗକୁ ବଢି ଚାଲିବା। ନିରନ୍ତର କର୍ମ ଓ ଧୈର୍ଯ୍ୟ ହେଉଛି ସଫଳତାର ଅନ୍ୟନାମ। ଆଜି କ୍ୟାପିଟାଲ ହାଇସ୍କୁଲ ପଡିଆରେ ଆୟୋଜିତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବର୍ଗତ ଜାନକୀ ବଲ୍ଲଭ ହେଉଛନ୍ତି ଦୁଇଟି ଦିଗରୁ ପ୍ରଣମ୍ୟ। ପ୍ରଥମଟି ତାଙ୍କ ସାରସ୍ୱତ ଓ ସଂସ୍କୃତି ସଚେତନ ବ୍ୟକ୍ତିତ୍ୱ । ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହୁବିଧ କାର୍ଯ୍ୟ କରି ସେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଯୋଗଦାନ କରିଛନ୍ତି । ଦ୍ଵିତୀୟଟି ତାଙ୍କ ନେତୃତ୍ୱର ଦିଗ । ଧୈର୍ଯ୍ୟ, ଯଥାର୍ଥ ସାଙ୍ଗଠନିକ ଦକ୍ଷତା, ନିଷ୍ଠା ବଳରେ, ନିଜର ଜନସେବକ ଭୂମିକାକୁ ଅବ୍ୟାହତ ରଖିପାରିଲେ ଜଣେ ନେତୃତ୍ୱକୁ ଦୀର୍ଘଜୀବୀ କରିପାରିବ ବୋଲି ସେ ପ୍ରମାଣ କରିଛନ୍ତି। ତାଙ୍କର ସ୍ଥିତପ୍ରଜ୍ଞ ଗୁଣ ତାଙ୍କୁ ରାଜନୀତିରେ ଜଣେ ଧୂରନ୍ଧର ବ୍ୟକ୍ତିତ୍ବଭାବେ ପ୍ରତିଷ୍ଠା ପ୍ରଦାନ କରିଥିଲା।

ଜାନକୀବଲ୍ଲଭ ପଟ୍ଟନାୟକ ଜଣେ ବହୁମୁଖୀ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବର୍ଗତ ପଟ୍ଟନାୟକ ଏକାଧାରରେ ଥିଲେ ଜଣେ ପ୍ରତିଷ୍ଠିତ ରାଜନେତା, କୃତବିଦ୍ୟ ସାମ୍ବାଦିକ ଓ ସମ୍ପାଦକ, ସାରସ୍ଵତ ସାଧକ, ଅନୁବାଦକ ଏବଂ ପ୍ରସିଦ୍ଧ ପ୍ରାଚ୍ୟ-ବିଦ୍ୟା ବିଶାରଦ । ୧୯୫୬ ମସିହାରେ ଜାନକୀ ବାବୁ ଲେଖିଥିବା ‘ଗୌତମ ବୁଦ୍ଧ’ ପୁସ୍ତକଟି ଥିଲା ତାଙ୍କ ପ୍ରଥମ ପୂର୍ଣ୍ଣାଙ୍ଗ ସାହିତ୍ୟିକ କୃତି । ପରେ ସେ ରାମାୟଣ, ମହାଭାରତ ଓ ଶ୍ରୀମଦ୍ ଭାଗବତର ଓଡ଼ିଆ ଗଦ୍ୟାନୁବାଦ କରିଥିଲେ। କବି ଭର୍ତ୍ତୃହରିଙ୍କ ଲିଖିତ ‘ଶୃଙ୍ଗାର ଶତକ’, ‘ନୀତି ଶତକ’ ଓ ‘ବୈରାଗ୍ୟ ଶତକ’ର ଅନୁବାଦ ତାଙ୍କର ଅନବଦ୍ୟ ସଫଳତା । ଆସାମର ରାଜ୍ୟପାଳ ଭାବରେ ତାଙ୍କ ଅଭିବ୍ୟକ୍ତିଗୁଡିକ ମଧ୍ୟରେ “ଆସାମରୁ ଲେଖୁଛି” ଓ ଆତ୍ମଜୀବନୀର ଅଂଶ “ଅସମାପ୍ତ ଆତ୍ମଲିପି” ରେ ମଧ୍ୟ ସେ ସାରସ୍ବତ ଦୃଷ୍ଟିଭଙ୍ଗୀର ପ୍ରମାଣ ମିଳେ ।

ସଂସ୍କୃତ ସାହିତ୍ୟରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଥିଲା। ଏହି ପାଣ୍ଡିତ୍ୟ ପାଇଁ ସେ ପୁରୀ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟରୁ ପ୍ରଜ୍ଞାନ ବାଚସ୍ପତି ଓ ତିରୁପତି ରାଷ୍ଟ୍ରୀୟ ସଂସ୍କୃତ ସଂସ୍ଥାନରୁ ଡ଼ି. ଲିଟ ଉପାଧି ଲାଭ କରିଥିଲେ। ଜୀବନର ଶେଷ ପର୍ୟ୍ୟନ୍ତ ସେ ତିରୁପତି ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳାଧିପତି ହିସାବରେ ପ୍ରତିବଦ୍ଧତାର ସହିତ କାର୍ୟ୍ୟ କରିଥିଲେ । ଭାଷା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ବହୁବିଧ କାର୍ୟ୍ୟ କରି ସେ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ପାଇଁ ସକ୍ରିୟ ଯୋଗଦାନ କରିଛନ୍ତି । ଜାନକୀବଲ୍ଲଭ ଥିଲେ ଅସାଧାରଣ ବିଦ୍ୱାନ ଓ ବାଗ୍ମୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଓଡିଶାର ଯୁବବର୍ଗଙ୍କୁ ଉଦ୍ୟୋଗୀ କରିବା ପାଇଁ ୧୯୮୦ ମସିହାରେ ସେ ଓଡିଶାରେ ପ୍ରଥମ ଥର ପାଇଁ ବ୍ୟାପକ ଶିଳ୍ପାୟନର ଉଦ୍ୟମ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେତେବେଳେ ହଜାର ଦିନରେ ହଜାରେ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ସେ ଯେଉଁ ଆହ୍ବାନ ଦେଇଥିଲେ, ତାହା ସେ ସମୟରେ ଯୁବ ବର୍ଗଙ୍କ ମଧ୍ୟରେ ବିପୁଳ ଉତ୍ସାହ ସୃଷ୍ଟି କରିଥିଲା।

କାର୍ଯ୍ୟକ୍ରମରେ, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବୀରାପ୍ପା ମୋଇଲି, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ ପ୍ରମୁଖ ଯୋଗଦେଇ ଜାନକୀବଲ୍ଲଭଙ୍କ ସ୍ମୃତି ଚାରଣ କରିଥିଲେ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନିଜର ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟସଭା ସାଂସଦ ରଣଦୀପ ସୂର୍‌ଜେୱାଲା, ସାଂସଦ ସପ୍ତଗିରି ଉଲ୍ଲାକା, ଏଆସିସି ଓଡିଶା ପ୍ରଭାରୀ ଅଜୟ କୁମାର ଲାଲୁ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ୍ଡାମ, ପିସିସି ସଭାପତି ଭକ୍ତ ଚରଣ ଦାସ, ପୂର୍ବତନ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ଜାନକୀବଲ୍ଲଭ ପଟ୍ଟନାୟକ ଶତ ବାର୍ଷିକୀ କମିଟିର ସଭାପତି ତଥା ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟ୍ଟନାୟକ, ତିରୁପତି ସଂସ୍କୃତ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ଡକ୍ଟର ହରେକୃଷ୍ଣ ଶତପଥୀ ପ୍ରମୁଖ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରିଥିଲେ।

Previous Post

ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପରେ ବଢ଼ିଲା ପଦବୀ

Next Post

ଅଚ୍ୟୁତ ସାମନ୍ତଙ୍କୁ ୭୦ତମ ଡକ୍ଟରେଟ୍

Next Post
ଅଚ୍ୟୁତ ସାମନ୍ତଙ୍କୁ ୭୦ତମ ଡକ୍ଟରେଟ୍

ଅଚ୍ୟୁତ ସାମନ୍ତଙ୍କୁ ୭୦ତମ ଡକ୍ଟରେଟ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA