Friday, June 26, 2026 06:51 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସରିଲା ଓଡିଆ ଭାଷା ମହାକୁମ୍ଭ

ପ୍ରତି ୫ ବର୍ଷରେ ଥରେ ଅନୁଷ୍ଠିତ ହେବ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ: ମୁଖ୍ୟମନ୍ତ୍ରୀ

by Our Correspondent
05 Feb, 2024- 10:09 PM
in Latest News, News
1 min read
0
ସରିଲା ଓଡିଆ ଭାଷା ମହାକୁମ୍ଭ

ଭୁବନେଶ୍ୱର: ଭୁବନେଶ୍ୱରର ଜନତା ମଇଦାନରେ ତିନି ଦିନ ଧରି ଚାଲିଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆଜି ଉଦଯାପିତ ହୋଇଛି । ଏହି ସମ୍ମିଳନୀ ପ୍ରତି ୫ ବର୍ଷରେ ଥରେ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ଘୋଷଣା କରିଛନ୍ତି । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆମର ଭାଷା ଇତିହାସରେ ସବୁଦିନ ପାଇଁ ଏକ ମାଇଲ ଖୁଣ୍ଟ ହୋଇ ରହିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସମ୍ମିଳନୀରେ ଯୋଗ ଦେଇଥିବା ଛାତ୍ରଛାତ୍ରୀ, ଯୁବ ସମାଜ, ଲେଖକ, ଗବେଷକ, ସାହିତ୍ୟିକ, କବି ପ୍ରତ୍ୟେକ ଓଡିଆଙ୍କୁ ମୁଖ୍ୟମନ୍ତ୍ରୀ ହୃଦୟରୁ ଧନ୍ୟବାଦ ଅର୍ପଣ କରି କହିଥିଲେ ଯେ ଏହି ତିନି ଦିନ ମଧ୍ୟରେ ଆମ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା ହୋଇଛି। ଖୁବ ଭଲ ଭଲ ପ୍ରସ୍ତାବ ମଧ୍ୟ ଆସିଛି। ଏବେ ବିଧାନସଭା ଅଧିବେଶନ ଚାଲିଥିବାରୁ ଭାଷା ସଂପର୍କରେ ନିଆଯାଇଥିବା ସମସ୍ତ ନିଷ୍ପତ୍ତିକୁ ସେ ବିଧାନ ସଭାରେ ଘୋଷଣା କରିବେ ବୋଲି କହିଥିଲେ।

ଯୁଗ ଯୁଗ ଧରି ଓଡ଼ିଆ ଭାଷା, ଆମ ଓଡ଼ିଆ ଜାତିର ପରିଚୟକୁ ଆଗକୁ ନେଇଛି । ଆଜିର ମହାର୍ଘ ଅବସରରେ ଆସନ୍ତୁ, ଓଡ଼ିଆରେ ନୂଆ ନୂଆ ଶବ୍ଦ ସୃଷ୍ଟି କରି ଆମ ଶବ୍ଦ ଭଣ୍ଡାରକୁ ସମୃଦ୍ଧ କରିବାର ସଂକଳ୍ପ ନେବା ବୋଲି ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଭାଷା ଉପରେ ବୈଷୟିକ ଜ୍ଞାନର ପ୍ରଭାବ ସଂପର୍କରେ ଆଲୋକପାତ କରି ସେ କହିଥିଲେ ଯେ ବୈଜ୍ଞାନିକ ଉନ୍ମେଷ, ବୈଷୟିକ ଜ୍ଞାନର ଅଗ୍ରଗତି ଓ କମ୍ପୁଟର ଭାଷା ହେଉଛି ବର୍ତ୍ତମାନ ଯୁଗରେ ଭାଷା ପାଇଁ ଏକ ବଡ ଆହ୍ୱାନ । ତେଣୁ, ଓଡିଆ ଭାଷାକୁ ଏହା ସହିତ ସମନ୍ୱିତ କରିବାକୁ ହେବ ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ଯୁବ ସମାଜକୁ ଆହ୍ୱାନ ଦେଇ ସେ କହିଥିଲେ ଯେ ‘ମୁଁ ଆଶା କରୁଛି ଓଡିଆ ଭାଷା ଆମ ଯୁବପିଢିର ଭାଷା ହେବ । ଆମେ ଆମ ଭାଷାର ଗୌରବକୁ ଅନୁଭବ କଲେ, ଏହା ନିଶ୍ଚୟ ଆଗକୁ ଯିବ।’

ସମ୍ମିଳନୀ ଅବସରରେ ଆୟୋଜିତ ମ୍ୟୁଜିଅମ ସମସ୍ତଙ୍କ ମନକୁ ଛୁଇଁଛି। ତେଣୁ ସମସ୍ତଙ୍କ ଅନୁରୋଧରେ ଏହାର ସମୟ ସୀମାକୁ ଆଉ ୩ ଦିନ ବୃଦ୍ଧି କରାଗଲା ବୋଲି ସେ ଘୋଷଣା କରିଥିଲେ।

ପୁରସ୍କାର ପାଇଥିବା ସବୁ ପ୍ରତିଭା ମାନଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ୩ଟି ପୁସ୍ତକର ଉନ୍ମୋଚନ କରିଥିଲେ। ପ୍ରଥମଟି ହେଉଛି ହିନ୍ଦୁ ଗ୍ରୁପ ଦ୍ୱାରା ପ୍ରକାଶିତ – Shree Jagannatha: Lord of The Universe.

ଦ୍ୱିତୀୟ ପୁସ୍ତକଟି ହେଉଛି – Odia: Journey of A Language. ଏହି ପୁସ୍ତକଟି ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ମୁଖ୍ୟ ଉପଦେଷ୍ଟା (ସ୍ପେଶିଆଲ ଇନିସିଏଟିଭ୍‌ସ) ଶ୍ରୀ ଆର୍‌ ବାଲକ୍ରିଷ୍ଣନଙ୍କ ପରିକଳ୍ପନା ଏବଂ ଶ୍ରୀ ଶୁଭ୍ରାଂଶୁ ପଣ୍ଡା ଓ ପ୍ରତୀକ ପଟ୍ଟନାୟକଙ୍କ ଦ୍ୱାରା ରଚିତ ହୋଇଛି ।

ତୃତୀୟରେ Magical Tales From Odisha ପୁସ୍ତକର ଦୁଇଟି ଅନୁବାଦ ପୁସ୍ତକ । ଏହି ପୁସ୍ତକଟି ଜର୍ମାନୀ ଓ ଜାପାନୀ ଭାଷାରେ ଅନୁବାଦିତ ହୋଇଛି।

କାର୍ଯ୍ୟକ୍ରମରେ ୫-ଟି ତଥା ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।

କାର୍ଯ୍ୟକ୍ରମରେ ରେଭେନ୍‌ସା କଲେଜିଏଟ ସ୍କୁଲର ଅଷ୍ଟମ ଶ୍ରେଣୀର ଛାତ୍ର ସିଦ୍ଧାନ୍ତ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଛାତ୍ରଛାତ୍ରୀ ଦେଲେ ଗିନିଜ୍ ବୁକ ରେକର୍ଡର ଫଳକ

ଓଡ଼ିଶା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ନବୀନ ନିବାସରେ ଭେଟି “ମୋ କଥା ମୋ କାହାଣୀ” ଲେଖି ହାସଲ କରିଥିବା ଗିନିଜ ବୁକ୍ ଅଫ୍ ୱର୍ଲ୍ଡ ରେକର୍ଡର ଫଳକ ପ୍ରଦାନ କରିଥିଲେ । ଏଥି ସହିତ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ପାଇଁ ବିଦ୍ୟାଳୟସ୍ତରରେ ଅନୁଷ୍ଠିତ ହୋଇଥିବା ସାହିତ୍ୟ ଓ ସୃଜନଶୀଳତା ଉତ୍ସବରେ ସେମାନେ ନିଜେ ଲେଖିଥିବା ପୁସ୍ତକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି ।

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉପଲକ୍ଷେ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷା ଏବଂ ସାହିତ୍ୟ ରଚନା ପ୍ରତି ଆକୃଷ୍ଟ କରିବା ପାଇଁ ବିଦ୍ୟାଳୟସ୍ତରରେ ଭାଷା ସାହିତ୍ୟ ଏବଂ ସୃଜନଶୀଳତା ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ, ଛାତ୍ରଛାତ୍ରୀମାନେ ମୋ କଥା ମୋ କାହାଣୀ ମାଧ୍ୟମରେ ଗଳ୍ପ ଏବଂ କବିତା ରଚନା କରିଥିଲେ। ଗତ ଶୁକ୍ରବାର ଏହି ପୁସ୍ତକର ହସ୍ତଲିଖିତ ତଥ୍ୟକୁ ସାମାଜିକ ଗଣମାଧ୍ୟମ ଫେସବୁକରେ ଏକ ଘଣ୍ଟା ମଧ୍ୟରେ ସର୍ବାଧିକ ସଂଖ୍ୟାରେ ଅପଲୋଡ କରି ଗିନିଜ ରେକର୍ଡ ସୃଷ୍ଟି କରିଛନ୍ତି। ଗିନିଜ ବୁକ୍ ସଂସ୍ଥାର ବରିଷ୍ଠ ବିଚାରପତି ସ୍ୱପ୍ନିଲ୍ ଡଙ୍ଗରିକର୍ ଛାତ୍ରଛାତ୍ରୀମାନଙ୍କୁ ଏହି ରେକର୍ଡର ମାନ୍ୟତା ପ୍ରଦାନ କରିବା ସହିତ ଫଳକ ମାଧ୍ୟମରେ ସମ୍ମାନିତ କରିଥିଲେ ।

ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଏହି ରେକର୍ଡ ପାଇଁ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କ ଭବିଷ୍ୟତର ଲକ୍ଷ୍ୟ ବିଷୟରେ ପଚାରି ବୁଝିଥିଲେ। ଭବିଷ୍ୟତରେ କିପରି ଜଣେ ଜଣେ ଭଲ ମଣିଷ ହେବେ ସେଥିପାଇଁ ପାଇଁ ପରାମର୍ଶ ଦେଇ ଥିଲେ ଏବଂ ସେମାନଙ୍କୁ ଉପହାର ଦେଇ ଉତ୍ସାହିତ କରିଥିଲେ। ଏହି ସ୍ୱର୍ଣ୍ଣିମ ମୁହୁର୍ତ୍ତ ସମୟରେ ‘ମୋ ସ୍କୁଲ’ ର ଅଧ୍ୟକ୍ଷା ଶ୍ରୀମତୀ ସୁସ୍ମିତା ବାଗଚୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଅଶ୍ଵଥୀ ଏସ୍ ଉପସ୍ଥିତ ଥିଲେ।

Previous Post

ଜୀବନର ପ୍ରଥମ କବିତା ହେଉଛି ଶ୍ୱାସ: ପାଣ୍ଡିଆନ୍‍

Next Post

ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ

Next Post
ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ

ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA