Friday, June 26, 2026 06:14 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଧାୟକ ପାଣ୍ଠିରେ କର୍ମୀଙ୍କ ପାଚେରି ନିର୍ମାଣ !

ପୁଣି ବିବାଦରେ ଦେବଗଡ଼ ବିଧାୟକ

by Our Correspondent
25 Jul, 2023- 07:46 PM
in Latest News, News, Politics
1 min read
0
ବିଧାୟକ ପାଣ୍ଠିରେ କର୍ମୀଙ୍କ ପାଚେରି ନିର୍ମାଣ !

ଭୁବନେଶ୍ୱର: ବିଡିଓଙ୍କୁ ମାଡ଼ ମାରିବାଠାରୁ ଆରମ୍ଭ କରି ଏସଏସଜି ମହିଳାଙ୍କୁ ଧମକାଇ ନିର୍ମାଣାଧୀନ ପାଚେରି ଭାଙ୍ଗିବା ପର୍ଯ୍ୟନ୍ତ ଅତୀତରେ ବିଭିନ୍ନ ଘଟଣାକୁ ନେଇ ବିବାଦୀୟ ହୋଇଥିବା ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ଏକ ନୂଆ ବିବାଦରେ ଛନ୍ଦି ହୋଇଛନ୍ତି । ତାଙ୍କର ଜଣେ ଖାସ୍ ଅନୁଗତଙ୍କ ଘରର ପାଚେରୀ ନିର୍ମାଣ ପାଇଁ ବିଧାୟକ ଅନୁଦାନ ପାଣ୍ଠି ଲଗାଇବାର ସଙ୍ଗୀନ ଅଭିଯୋଗ ହୋଇଛି । ଭୁବନେଶ୍ୱର ଶଙ୍ଖ ଭବନରେ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଏହାର ଖୁଲାସା କରାଯାଇଛି ।

ବିଜେଡିର ଅଭିଯୋଗ ଅନୁଯାୟୀ, ବିଧାୟକ ଶ୍ରୀ ପାଣିଗ୍ରାହୀ ଦେବଗଡ଼ ମହିଳା ମହାବିଦ୍ୟାଳୟର ପାଚେରି ନିର୍ମାଣ ନିମନ୍ତେ ତାଙ୍କ ପାଣ୍ଠିରୁ ୩ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରିଥିଲେ । ମାତ୍ର ଏହି ଅନୁଦାନରେ କଲେଜ ପାଚେରି ପରିବର୍ତ୍ତେ ୭ କିମି ଦୂରରେ ଥିବା ତାଙ୍କର ଖାସ୍ ଅନୁଗତ ଭୁକାବେଡ଼ା ଗ୍ରାମର ଜନୈକ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ଘରର ପାଚେରି ନିର୍ମାଣ ହୋଇଛି । ଶିକ୍ଷକଙ୍କର ଏହି ଘର ପାଚେରିରେ ୩ ଲକ୍ଷ ଟଙ୍କା ଅନୁଦାନରେ ମହିଳା କଲେଜ ପାଚେରି ନିର୍ମାଣର ସୂଚନା ଫଳକ ଲାଗିଛି ।

ଏକଥା ଲୋକଲୋଚନକୁ ଆସିଯିବାରୁ ଅନିୟମିତତା ଧରାପଡ଼ିଯିବା ଭୟରେ ବିଧାୟକଙ୍କ ନିର୍ଦ୍ଦେଶରେ ପାଚେରିରେ ଲେଖାଯାଇଥିବା ସୂଚନା ଫଳକକୁ ଲିଭାଇ ଦିଆଯାଇଛି । ଏହି ଅନିୟମିତତା ଓ ଅର୍ଥଲୁଟ୍ ରେ ବିଧାୟକ ନିଜେ ସଂପୃକ୍ତ ଥିବା ଏଥିରୁ ସ୍ପଷ୍ଟ ହୋଇଛି ବୋଲି ବିଜେଡି ଅଭିଯୋଗ କରିଛି । ବିଜେପି ବିଧାୟକଙ୍କ କଳା କାରନାମା ପାଇଁ ଦେବଗଡ଼ବାସୀ ଲଜ୍ଜା ଅନୁଭବ କରୁଛନ୍ତି ବୋଲି କୁହାଯାଇଛି ।

ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଦେବଗଡ଼ ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଂଜନ ବିଶ୍ୱାଳ ବିଧାୟକଙ୍କ ଖାସ୍ ସହଯୋଗୀ ସଂପୃକ୍ତ ଶିକ୍ଷକ ସୌଭାଗ୍ୟ ପାତ୍ରଙ୍କ ଇତିହାସ ଖୋଲିଥିଲେ । ତିଳେଇବଣି ବ୍ଲକ୍ ଅନ୍ତର୍ଗତ ଝାଲିଆମରା ସରକାରୀ ପ୍ରାଥମିକ ସ୍କୁଲର ସେ ଶିକ୍ଷକ । ସେ କେବେ ବି ସ୍କୁଲ ଯାଆନ୍ତିନି । ସବୁଦିନ ବିଜେପିର ସଭାସମିତିରେ ବ୍ୟସ୍ତ ରହନ୍ତି । ଗତ ପଞ୍ଚାୟତ ନିର୍ବାଚନ ସମୟରେ ବିଜେପିର ଏକ ଗାଡ଼ିରେ ୩ ଲକ୍ଷ ଟଙ୍କା ନେଇ ବାଣ୍ଟିବାକୁ ଯାଉଥିବା ବେଳେ ପୁଲିସ ହାବୁଡ଼ରେ ପଡ଼ିଥିଲେ। ସେତେବେଳେ ବିଧାୟକ ଥାନାକୁ ଯାଇ ସୌଭାଗ୍ୟଙ୍କୁ ଛାଡ଼ିଦେବା ପାଇଁ ପୁଲିସକ ଧମକାଇଥିଲେ । ବିଧାୟକଙ୍କ ଛତ୍ରଛାୟାରେ ରହି ସରକାରୀ ଅର୍ଥରେ ନିଜ ଘରର ପାଚେରି ନିର୍ମାଣ କରିଥିବା ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଶ୍ରୀ ବିଶ୍ୱାଳ ଦାବି କରିଛନ୍ତି ।

ଦେବଗଡ଼ ବିଧାୟକଙ୍କ କଳା କାରନାମାର ଏହି ଘଟଣା ଏକ ନମୁନା ମାତ୍ର ବୋଲି ବିଜେଡି ମୁଖପାତ୍ର ଗୌତମବୁଦ୍ଧ ଦାସ କହିଥିଲେ । ସବୁ କଥାରେ ନୈତିକତାର ଭାଷଣ ଦେଉଥିବା ବିଜେପି ନେତାମାନେ ଦେବଗଡ଼ ବିଧାୟକଙ୍କ ହାତପାଣ୍ଠିର ଏହି ଅପବ୍ୟବହାର ସମ୍ପର୍କରେ ଚୁପ୍ କାହିଁକି ବୋଲି ସେ ପ୍ରଶ୍ନ କରିବା ସହ ଏହି ଅନିୟମିତତାର ତଦନ୍ତ ପାଇଁ ବିଜେପି ତା’ର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ କେବେ ପଠାଇବ ତାହା ଆମେ ଅପେକ୍ଷା କରିଛୁ ବୋଲି କହିଥିଲେ ।

ଏହି ସାମ୍ବାଦିକ ସମ୍ମିଳନୀରେ ଦେବଗଡ଼ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ ଅମରେଶ ଜେନା ଉପସ୍ଥିତ ଥିଲେ ।

ତେବେ ବିଜେଡିର ଏହି ଅଭିଯୋଗ ଉପରେ ଦେବଗଡ଼ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ଆମକୁ ମିଳିନାହିଁ ।

 

Previous Post

ଭୁବନେଶ୍ୱରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

Next Post

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଟିମ୍

Next Post
କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଟିମ୍

କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ ଓଡ଼ିଶା ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA