Saturday, July 11, 2026 01:01 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି

by Our Correspondent
29 May, 2024- 08:13 PM
in Latest News, News, Politics
1 min read
0
ନିଶ୍ଚିତ ପରାଜୟ ଦେଖି ଅଫିସରଙ୍କୁ ଟାର୍ଗେଟ କରୁଛି ବିଜେପି: ବିଜେଡି

ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ମତଦାନ ପରେ ବିଜେଡି ସଂଖ୍ୟାଗରିଷ୍ଠତା ହାସଲ କରିଛି ଏବଂ ସରକାର ଗଠନ କରୁଛି । ୨୦୨୪ ଜୁନ୍ ୯ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରମାଗତ ଭାବେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସହ ରେକର୍ଡ କରିବେ ବୋଲି କହିଛନ୍ତି ବିଜେଡି ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ଡ.ସସ୍ମିତ ପାତ୍ର, ସାଂସଦ ତଥା ରାଷ୍ଟ୍ରୀୟ ମୁଖପାତ୍ର ମାନସ ରଞ୍ଜନ ମଙ୍ଗରାଜ, ସାଂସଦ ଶ୍ରୀମତୀ ସୁଲତା ଦେଓ ଏବଂ ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତି ।

ବିଜେଡିର ଏହି ଚାରି ବରିଷ୍ଠ ନେତା ଗଣମାଧ୍ୟମକୁ କହିଛନ୍ତି ଯେ ଓଡ଼ିଶା ବିଜେପି ଏ ବିଷୟରେ ଅବଗତ ହେବାପରେ ମାନସିକ ଭାରସାମ୍ୟ ହରାଇଛି । ଗତକାଲି ରାତିରେ ଓଡ଼ିଶା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଓ ଅନ୍ୟମାନେ ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ନିଲମ୍ବିତ କରିଥିବା ଏବଂ ଅନ୍ୟ ଜଣେ ବରିଷ୍ଠ ଆଇପିଏସ୍ ଅଫିସରଙ୍କୁ ଏମ୍‌ସ ଦ୍ୱାରା ଡାକ୍ତରୀ ପରୀକ୍ଷା କରାଇବାର ଶ୍ରେୟ ନେବାକୁ ଚେଷ୍ଟା କରୁଥିଲେ, ଯାହା ଭାରତୀୟ ନିର୍ବାଚନ ଆୟୋଗଙ୍କ ପ୍ରତି ସେମାନଙ୍କର ମନରେ ଥିବା କିଞ୍ଚିତ୍‌ ସମ୍ମାନକୁ ଦର୍ଶାଉଛି । ଓଡ଼ିଶା ବିଜେପି ନେତାଙ୍କ ଏଭଳି ବୟାନକୁ ଆମେ ଦୃଢ଼ ନିନ୍ଦା କରୁଛୁ ।

ଏହା ଦୁର୍ଭାଗ୍ୟଜନକ ଯେ ବିଜେଡି ସହ ଲଢ଼ିବା ପରିବର୍ତ୍ତେ ପରାଜିତ ହେଉଥିବାରୁ ବିଜେପି ନିର୍ବାଚନ କମିସନଙ୍କୁ ବ୍ୟବହାର କରି ଅଫିସରଙ୍କ ପଛର ପଡିଛି । ଏଥିରୁ ଜଣାପଡ଼ୁଛି ବିଜେଡି ସହ ଲଢ଼ିବାର ସାମର୍ଥ୍ୟ ସେମାନଙ୍କ ପାଖରେ ନାହିଁ । ଆମେ ସେମାନଙ୍କୁ ଅନୁରୋଧ କରୁଛୁ ଯେ ଏହି ନିର୍ବାଚନ ସହିତ କୌଣସି ସମ୍ପର୍କ ନଥିବା ଅଧିକାରୀମାନଙ୍କୁ ଟାର୍ଗେଟ କରିବା ପରିବର୍ତ୍ତେ କିଛି ସାହସ ରଖନ୍ତୁ ଏବଂ ଆମ ସହ ଲଢ଼େଇ କରନ୍ତୁ ।

ନିଜ ଜୀବନକୁ ବାଜି ଲଗାଇ ନକ୍ସଲଙ୍କ ସହ ଲଢ଼ି ରାଜ୍ୟରେ ନକ୍ସଲବାଦକୁ ରୋକିଥିବା ଜଣେ ବରିଷ୍ଠ ଆଇପିଏସ୍ ଅଧିକାରୀଙ୍କୁ ଟାର୍ଗେଟ କରିଛି ଓଡ଼ିଶା ବିଜେପି । ବିଜେଡି ସହ ଲଢ଼ି ନପାରି ପରାଜିତ ହେଉଥିବାରୁ ଓଡ଼ିଶା ପାଇଁ ଜୀବନରେ ଏତେ ବଳିଦାନ ଦେଇଥିବା ଜଣେ ଅଫିସରଙ୍କୁ ବିଜେପି ଟାର୍ଗେଟ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ବିନୟ ପ୍ରଧାନଙ୍କ ଭଳି ଆଇଏଫଏସ ଅଫିସର ଅଧିକାରୀଙ୍କର ସମ୍ପୃକ୍ତି ବିଷୟରେ ମଧ୍ୟ ଆମେ ଅନେକ ଦାବିପତ୍ର ପ୍ରଦାନ କରିଥିଲୁ । ବିନୟ ପ୍ରଧାନ ଓ ତାଙ୍କ ଲିଙ୍କ୍ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ ମଧ୍ୟ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ଏଥିରୁ ଜଣାପଡୁଛି ଯେ ଇସିଆଇକୁ ବିଜେପି ବ୍ୟବହାର କରୁଛି ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ।

ବିଜେଡି ଏକ ଦଳ ଭାବରେ ବହୁତ ଶକ୍ତିଶାଳୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ପ୍ରଭାବ ଏତେ ଦୃଢ଼ ଯେ ଆମେ ଏହି ନିର୍ବାଚନରେ ଦୃଢ଼ ଭାବେ ବିଜୟୀ ହେଉଛୁ ଏବଂ ଓଡ଼ିଶା ବିଜେପି ବହୁତ ଦୟନୀୟ ଭାବେ ପରାଜିତ ହେଉଛି ।

ଆମେ ଓଡ଼ିଶା ବିଜେପିକୁ ଅନୁରୋଧ କରୁଛୁ ଯେ, ଅଧିକାରୀଙ୍କୁ ଟାର୍ଗେଟ କରି ପଛ ଦ୍ୱାର ଦେଇ ଯିବାକୁ ଚେଷ୍ଟା କରିବା ପରିବର୍ତ୍ତେ ଆମ ସହ ଲଢ଼େଇ କରନ୍ତୁ । ଓଡ଼ିଶାବାସୀ ଏହାକୁ ଦେଖୁଛନ୍ତି ଏବଂ ଚଳିତ ନିର୍ବାଚନ ଓ ଆଗାମୀ ଦିନରେ ମଧ୍ୟ ବିଜେପିକୁ ଏହାର କଡ଼ା ଜବାବ ଦେବେ ।

ଗତକାଲି ଯାଜପୁର ଜିଲ୍ଲା ବଡ଼ଚଣାରେ ଆୟୋଜିତ ଏକ ନିର୍ବାଚନୀ ସଭାରେ ଧର୍ମେନ୍ଦ୍ର ପ୍ରଧାନ କିପରି ସମାଜର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ଉପରେ ଆକ୍ରମଣ କରିଥିଲେ ତାହା ମଧ୍ୟ ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ । ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସେ ଧମକ ଦେଇ ତାଙ୍କୁ ଅତ୍ୟନ୍ତ ନିମ୍ନସ୍ତରୀୟ ନାମ ବୋଲି କହିଥିଲେ । ଏହା ସମାଜର ଚତୁର୍ଥ ସ୍ତମ୍ଭ ଓ ମୁକ୍ତ ଗଣମାଧ୍ୟମର ପବିତ୍ରତା ବିରୋଧି । ଏଭଳି ଅହଂକାରକୁ ଓଡ଼ିଶାବାସୀ କେବେ ବରଦାସ୍ତ କରନ୍ତି ନାହିଁ ଏବଂ ଶ୍ରୀ ପ୍ରଧାନ ଚଳିତ ନିର୍ବାଚନରେ ଯେତେବେଳେ ଦୟନୀୟ ଭାବେ ପରାଜୟ ବରଣ କରିବେ ସେତେବେଳେ ସେମାନଙ୍କର ଉତ୍ତର ଜାଣିପାରିବେ । ବିଜେଡି ଚତୁର୍ଥ ସ୍ତମ୍ଭ ଏବଂ ଗଣମାଧ୍ୟମ ସହିତ ଛିଡ଼ା ହୋଇଛି ଏବଂ ଆମେ ସେମାନଙ୍କୁ ଆଶ୍ୱାସନା ଦେଉଛୁ ଯେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭଳି ଲୋକମାନେ ସେମାନଙ୍କ ବିରୋଧରେ କିଛି କରିପାରିବେ ନାହିଁ ବୋଲି ଡ.ପାତ୍ର, ଶ୍ରୀ ମଙ୍ଗରାଜ, ଶ୍ରୀମତୀ ଦେଓ ଓ ଡ.ମହାନ୍ତି କହିଛନ୍ତି ।

Previous Post

ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା: ଗୁଜବକୁ ଅସ୍ତ୍ର କଲେ ପ୍ରଧାନମନ୍ତ୍ରୀ

Next Post

୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ଶେଷ

Next Post
୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ଶେଷ

୨୦୨୪ ସାଧାରଣ ନିର୍ବାଚନ ପ୍ରଚାର ଶେଷ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA