Tuesday, June 23, 2026 03:06 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୋଟ ଅସଂଗତି କେମିତି ହେଲା?

୧୫ରୁ ୩୦ ପ୍ରତିଶତ ବ୍ୟବଧାନ: ବିଜେଡି

by Our Correspondent
24 Dec, 2024- 10:52 PM
in Latest News, News
1 min read
0
ଭୋଟ ଅସଂଗତି କେମିତି ହେଲା?

ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ହୋଇଥିବା ମତଦାନ ପ୍ରକ୍ରିୟାକୁ ନେଇ ବିଜେଡି ବଡ଼ ଅଭିଯୋଗ ଆଣିଛି । ଲୋକସଭା ଓ ବିଧାନସଭା ନିର୍ବାଚନରେ ଇଭିଏମ୍ ରେ ପଡ଼ିଥିବା ଭୋଟ ଓ ଗଣତି ଭୋଟ ମଧ୍ୟରେ ତାଳମେଳ ରହି ନାହିଁ । ଇଭିଏମ୍ ରେ ପଡ଼ିଥିବା ଭୋଟ, ଗଣତି ବେଳକୁ ୧୫ ରୁ ୩୦ ପ୍ରତିଶତ ଅଧିକ ହୋଇଯାଇଛି । ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡିର ରାଜ୍ୟସଭା ସଂସଦୀୟ ପ୍ରତିନିଧିମଣ୍ଡଳୀ ଗତକାଲି ମୁଖ୍ୟ ନିର୍ବାଚନ କମିସନଙ୍କ ନିକଟରେ ତଥ୍ୟ ପ୍ରମାଣ ସହ ଏ ନେଇ ଲିଖିତ ଅଭିଯୋଗ ଦାଖଲ କରିବା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ବିସ୍ତୃତ ତଥ୍ୟ ଦେଇଥିଲେ । ଆଜି ଶଙ୍ଖ ଭବନରେ ଦଳର ବରିଷ୍ଠ ବିଧାୟକ ଅରୁଣ ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁରୂପ ତଥ୍ୟ ରଖିଛନ୍ତି । ଭୋଟ ପାର୍ଥକ୍ୟ ଅଭିଯୋଗ ଆଣିବାକୁ ବିଜେଡିକୁ କାହିଁକି ୬ ମାସ ଲାଗିଗଲା ତାହାର ସେ ଉତ୍ତର ଦେଇଛନ୍ତି ।

ବିଜେଡିର ଅଭିଯୋଗ ହେଲା- ଭୋଟ ଦିନ ସଂଧ୍ୟା ୫ ଏବଂ ରାତି ୧୧ଟା ୪୫ ଗଣତି ବେଳର ତଥ୍ୟ ଭିନ୍ନ ଦର୍ଶାଉଛି । ବିଭିନ୍ନ ବୁଥ୍ ରେ ତାରତମ୍ୟ ୨୦ରୁ ୩୦ ପ୍ରତିଶତ ଅଧିକ ରହୁଛି । ପୂର୍ବ ନିର୍ବାଚନଗୁଡ଼ିକରେ ତାରତମ୍ୟ ୦.୫ରୁ ୧.୫ ପ୍ରତିଶତ ମଧ୍ୟରେ ସୀମିତ ରହୁଥିଲା ବେଳେ ୨୦୨୪ ସାଧାରଣ ନିର୍ବାଚନରେ ଏହା ୧୫ ରୁ ୩୦ ପ୍ରତିଶତ ମଧ୍ୟରେ ରହିଛି ।

ନିର୍ଦ୍ଦିଷ୍ଟ ଭାବେ ୫୦ଟି ବିଧାନସଭା ଆସନରୁ ୩୮ ବିଧାନସଭା ଆସନରେ ମତଦାନ ହାରର ତାରତମ୍ୟ ୧୫ ରୁ ୨୨ ପ୍ରତିଶତ । ସେହିଭଳି ୧୦ ବିଧାନସଭା ଆସନରେ ମତଦାନ ହାର ତାରତମ୍ୟ ୨୦ରୁ ୨୫ ପ୍ରତିଶତ ରହିଛି । ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟଦାନ ହାର ତାରତମ୍ୟ ୨୯ରୁ ୩୧ ପ୍ରତିଶତ ରହିଛି ।

ବିଜେଡିର ଏକ ପ୍ରତିନିଧି ମଣ୍ଡଳୀ ଗତ କାଲି ଦେଶର ନିର୍ବାଚନ କମିସନରଙ୍କୁ ଭେଟି ଗତ ସାଧାରଣ ନିର୍ବାଚନରେ ଏକ ବଡ଼ ଧରଣର ଅସଙ୍ଗତି ଥିବା ଦର୍ଶାଇଥିବା ବେଳେ ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଦଳର ବରିଷ୍ଠ ନେତା ତଥା ବିଧାୟକ ଅରୁଣ କୁମାର ସାହୁ ଓ ପୂର୍ବତନ ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ନିର୍ବାଚନ ଶେଷ ହେବା ପରେ ପ୍ରଦାନ କରାଯାଇଥିବା ଭୋଟ ସଂଖ୍ୟା ଓ ଗଣତି ହୋଇଥିବା ଭୋଟ ସଂଖ୍ୟା ଭିତରେ ଥିବା ତାରତମ୍ୟ ସମଗ୍ର ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କହିଛନ୍ତି।

ଶ୍ରୀ ସାହୁ କହିଥିଲେ, ଗତ ନିର୍ବାଚନର ଭୋଟ ଗଣତି ବେଳେ କିଛି ସ୍ଥାନରେ ଭୋଟ ଅସଙ୍ଗତି ଥିବାର ପ୍ରାକ ସୂଚନା ମିଳିଥିଲା। ବିଜୁ ଜନତା ଦଳ ତରଫରୁ ରାଜ୍ୟର ବିଭିନ୍ନ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ତର୍ଜମା କରିବା ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। ପରେ ନିର୍ବାଚନ ଅଧିକାରୀ ମାନଙ୍କୁ ସୂଚନା ଅଧିକାର ଆଇନ ଆଧାରରେ ଫର୍ମ ୧୭ ସି ର କପି ପାଇଁ ଆବେଦନ କରାଯାଇଥିଲା। ନିର୍ବାଚନ ଲଢୁଥିବା ପ୍ରାର୍ଥୀମାନେ ଆଇନର ବ୍ୟବସ୍ଥା ଅନୁଯାୟୀ ଏହି ଫର୍ମ ପାଇବାକୁ ହକଦାର ହୋଇଥିଲା ବେଳେ ସାଧାରଣ ଜନତା ମଧ୍ୟ ସୂଚନା ଅଧିକାର ଆଇନ ମାଧ୍ୟମରେ ଏହାକୁ ପାଇପାରିବେ। କିନ୍ତୁ ଏହା ସତ୍ତ୍ଵେ, ରାଜ୍ୟର ନିର୍ବାଚନ ଅଧିକାରୀମାନେ ଏହାକୁ ପ୍ରଦାନ କରି ନଥିଲେ।

ଭୋଟିଂ ଶେଷ ହେବା ପରେ ପ୍ରିଜାଇଡିଙ୍ଗ ଅଫିସର ଫର୍ମ ୧୭ସି ମାଧ୍ୟମରେ ସେହି ବୁଥରେ ପଡ଼ିଥିବା ଭୋଟ ସଂଖ୍ୟାକୁ ଉଲ୍ଲେଖ କରିଥାନ୍ତି। ଏଥିରେ ପ୍ରଦାନ କରାଯାଉଥିବା ଭୋଟ ଠାରୁ ଗଣତି ହେଉଥିବା ଭୋଟ ସଂଖ୍ୟା ଅଧିକ ବାହାରୁ ଥିବାରୁ ସମଗ୍ର ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି। ତେଣୁ ରାଜ୍ୟର ନିର୍ବାଚନ ଅଧିକାରୀ ମାନେ ଫର୍ମ ୧୭ସି ର କପି ପ୍ରଦାନ ନକରିବା, ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ନଥିବା କଥାକୁ ଘୋଡାଇବାକୁ ଉଦ୍ୟମ କରୁଥିବା ପରି ମନେ ହେଉଛି। ସମ୍ଭବତଃ ସେମାନେ ରାଜ୍ୟ ସରକାରଙ୍କ ଚାପରେ ଏପରି କରୁଛନ୍ତି ବୋଲି ଶ୍ରୀ ସାହୁ ଅଭିଯୋଗ କରିଥିଲେ।

ଏହି ଆଧାରରେ, ଏକ ଦାୟିତ୍ଵସଂପୂର୍ଣ୍ଣ ଦଳ ଭାବେ ବିଜେଡିର ପ୍ରତିନିଧି ମଣ୍ଡଳୀ ନିଜର ଅନୁସନ୍ଧାନ ମାଧ୍ୟମରେ ପାଇଥିବା ତଥ୍ୟ କିପରି ଭୋଟରେ ଅସଙ୍ଗତିକୁ ପ୍ରମାଣିତ କରୁଛି ତାହା ଦେଶର ନିର୍ବାଚନ କମିସନରଙ୍କ ସମ୍ମୁଖରେ ଉପସ୍ଥାପନ କରିବା ସହିତ ନିର୍ବାଚନରେ ସ୍ଵଚ୍ଛତା, ବୈଧତା ଓ ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏହି ପ୍ରଶ୍ନ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଉଠାଯାଇଛି ବୋଲି ବିଜେଡି ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଓ ଏହାର ସ୍ପଷ୍ଟୀକରଣ ମଗା ଯାଇଥିଲା। ଏହି ଭୋଟ ଅସଙ୍ଗତି ପାଇଁ ବିଜେଡି ପକ୍ଷରୁ କାହାକୁ ଦାୟୀ କରାଯାଇ ନଥିଲେ ମଧ୍ୟ ବିଜେପି ଚିହିଁକି ଉଠି ତାର ପ୍ରତିକ୍ରିୟା ରଖିଛି ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଥିଲେ। ବିଜେପିର ପ୍ରତିକ୍ରିୟା, ଠାକୁର ଘରେ କିଏ ନା ମୁଁ କଦଳୀ ଖାଇ ନାହିଁ ସଦୃଶ୍ୟ ହୋଇଛି। ପୂର୍ବରୁ, ନିର୍ବାଚନ ଅଧିକାରୀ ମାନେ ଫର୍ମ ୧୭ସି ପ୍ରଦାନ ନକରିବା ଓ ଏବେ ବିଜେପି ପ୍ରତିକ୍ରିୟା ଦେବା ବିଜେପି ଭୋଟ ଜାଲିଆତିରେ ସମ୍ପୃକ୍ତ ଅଛି ବୋଲି ସ୍ପଷ୍ଟ ହେଉଛି ବୋଲି କହିଥିଲେ।

ଶ୍ରୀମତୀ ଶର୍ମିଷ୍ଠା ସେଠି ବିଭିନ୍ନ ନିର୍ବାଚନ ମଣ୍ଡଳୀରେ ଭୋଟ ଅସଙ୍ଗତି ଉପରେ ତଥ୍ୟ ପ୍ରଦାନ କରି କହିଥିଲେ, ସାଧାରଣତଃ, ସନ୍ଧ୍ୟା ୫ଟା ରେ ନିର୍ବାଚନ ଶେଷ ହେବା ସମୟରେ ପ୍ରଦାନ କରାଯାଇଥିବା ଭୋଟ ପ୍ରତିଶତକୁ ସେହିଦିନ ରାତି ୧୧.୪୫ ମିନିଟ ସମୟରେ ଏହାକୁ ନିର୍ବାଚନ କମିସନରଙ୍କ ୱେବ ସାଇଟରେ ଆଉଥରେ ଅପଡେଟ କରା ଯାଇଥାଏ। ବିଗତ ବର୍ଷ ମାନଙ୍କରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଗୁଡିକରେ ଭୋଟିଂ ସମୟ ଶେଷ ହେବା ବେଳର ତଥ୍ୟ ଓ ଭୋଟ ଶେଷ ହେବା ପରର ତଥ୍ୟ ଭିତରେ ଅତି ବେଶିରେ ୦. ୫ ପ୍ରତିଶତରୁ ଦୁଇ ପ୍ରତିଶତ ବ୍ୟବଧାନ ରହିଥାଏ। କିନ୍ତୁ, ୨୦୨୪ ନିର୍ବାଚନରେ ଏହି ବ୍ୟବଧାନ ୩ ରୁ ୩୦ ପ୍ରତିଶତ ପର୍ୟ୍ୟନ୍ତ ରହିଛି।

ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ବାଚିତ ହୋଇଥିବା କେଉଁଝର ସଦର ନିର୍ବାଚନ ମଣ୍ଡଳୀରେ ଏହି ବ୍ୟବଧାନ ରାଜ୍ୟରେ ସର୍ବାଧିକ ୩୦.୬୪ ପ୍ରତିଶତ ରହିଛି। ସେହିପରି କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ଏହି ବ୍ୟବଧାନ ୨୮.୬୯ ପ୍ରତିଶତ ରହିଛି। ରାଜ୍ୟର ପ୍ରାୟ ୩୮ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଏହି ବ୍ୟବଧାନ ୧୫ ରୁ ୨୦ ପ୍ରତିଶତ ମଧ୍ୟରେ ରହିଛି ଓ ୧୦ଟି ବିଧାନସଭା ଆସନରେ ଏହି ବ୍ୟବଧାନ ୨୦ ରୁ ୨୫ ପ୍ରତିଶତ ଭିତରେ ରହିଛି। ଏହା ଛଡା ରାତି ୧୧.୪୫ ମିନିଟରେ ପ୍ରଦାନ କରା ଯାଇଥିବା ଭୋଟ ପ୍ରତିଶତ ପୁଣି ଥରେ ଦୁଇ ଦିନ ପରେ, ଆଶ୍ଚର୍ୟ୍ୟଜନକ ଭାବେ ବୃଦ୍ଧି ପାଇଥିବା ଦେଖିବାକୁ ମିଳୁଛି। ଓଡ଼ିଶାରେ ହୋଇଥିବା ନିର୍ବାଚନରେ ଭୋଟିଂ ସମୟ ଶେଷ ହେବାପରେ ଦିଆଯାଇଥିବା ତଥ୍ୟ, ଭୋଟ ଶେଷ ହେବା ପରେ ଦିଆ ଯାଇଥିବା ତଥ୍ୟ ଓ ଗଣତି ହୋଇଥିବା ମଧ୍ୟରେ ପ୍ରାୟ ୧୫ ରୁ ୩୦ ପ୍ରତିଶତ ବ୍ୟବଧାନ ରହିଛି ଯାହା ନିର୍ବାଚନର ସ୍ଵଚ୍ଛତା ଉପରେ ପ୍ରଶ୍ନ ସୃଷ୍ଟି କରୁଛି ବୋଲି ଶ୍ରୀମତୀ ସେଠୀ କହିଥିଲେ।

Previous Post

ବଦଳିଲେ ରାଜ୍ୟପାଳ: ରଘୁବରଙ୍କ ଜାଗାରେ ହରିବାବୁ କମ୍ଭମପତି

Next Post

୧୫୪୨ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ

Next Post
୧୫୪୨ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ

୧୫୪୨ ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତିର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA