Thursday, August 27, 2026 09:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡବଲ୍ ଇଞ୍ଜିନ୍ ନୁହେଁ, ସୁଶାସନ ଜରୁରୀ: ନବୀନ

ଶଙ୍ଖ ଭବନରେ ଝାରସୁଗୁଡ଼ା ବିଜୟ ଉତ୍ସବ

by Our Correspondent
13 May, 2023- 06:47 PM
in Latest News, News, Politics
1 min read
0
ଡବଲ୍ ଇଞ୍ଜିନ୍ ନୁହେଁ, ସୁଶାସନ ଜରୁରୀ: ନବୀନ

ଭୁବନେଶ୍ୱର: ଝାରସୁଗୁଡ଼ାରେ ବିପୁଳ ବିଜୟ ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ଶଙ୍ଖ ଭବନରେ ବିଜେଡି ପାଳିଛି ବିଜୟ ଉତ୍ସବ । ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇ ଏହି ବିଜୟର ଶ୍ରେୟ ଝାରସୁଗୁଡ଼ାବାସୀ ଏବଂ ମହିଳା ଶକ୍ତିକୁ ଦେଇଛନ୍ତି । ମାଆ ମାନଙ୍କୁ ଅପମାନ କରୁଥିବା ବିରୋଧୀ ଦଳକୁ ମୁଖ୍ୟମନ୍ତ୍ରୀ ଏହି ସଭାରେ ଟାର୍ଗେଟ୍ କରିଥିଲେ । ଓଡ଼ିଶାବାସୀ ମାଆମାନଙ୍କ ପ୍ରତି ଅନ୍ୟାୟକୁ ବରଦାସ୍ତ କରିନାହାନ୍ତି । ବିକାଶ ପାଇଁ ସିଙ୍ଗଲ କି ଡବଲ୍ ଇଞ୍ଜିନ୍ ଗୁରୁତ୍ୱପୂର୍ଣ୍ଣ ନୁହେଁ । ଲୋକେ କେବଳ ସୁଶାସନ ବୁଝନ୍ତି ଏବଂ ଏହା ଜରୁରୀ । ଯେଉଁମାନେ ଲୋକଙ୍କୁ ଲଲେସନେସ୍ କୁହନ୍ତି ସେମାନେ ରାଜ୍ୟ ବିରୋଧୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ, ଝାରସୁଗୁଡ଼ା ଉପନିର୍ବାଚନରେ ବିଜୁ ଜନତା ଦଳର ବିପୁଳ ବିଜୟ ପାଇଁ ଆପଣମାନଙ୍କୁ ମୋର ଅଭିନନ୍ଦନ। ଏ ବିଜୟ ଝାରସୁଗୁଡ଼ା ବାସୀଙ୍କର ବିଜୟ। ମହିଳାଶକ୍ତିର ବିଜୟ।  ଏଥିପାଇଁ ଝାରସୁଗୁଡ଼ା ବାସୀଙ୍କ ନିକଟରେ ମୁଁ ଋଣୀ। ବିଜୁ ଜନତା ଦଳ ଋଣୀ। ଆମ ଦଳର, ଲକ୍ଷ ଲକ୍ଷ, କର୍ମୀ ଭାଇ ଓ ଭଉଣୀଙ୍କୁ ଏ ବିଜୟ ପାଇଁ ମୁଁ ଧନ୍ୟବାଦ ଜଣାଉଛି। ଏ ଖରା ଗରମରେ ସେମାନଙ୍କ ପରିଶ୍ରମ ଓ ତ୍ୟାଗକୁ ସମ୍ମାନ ଜଣାଉଛି। ମୁଁ ଆଜି କଥା ଦେଉଛି, ଝାରସୁଗୁଡ଼ା ଅଞ୍ଚଳର ଉନ୍ନତି ପାଇଁ ବିଜୁ ଜନତା ଦଳ  ତାର ଉଦ୍ୟମକୁ ଆହୁରି ଜୋରଦାର କରିବ। ଝାରସୁଗୁଡ଼ା ପାଇଁ ନବ ବାବୁ ଆରମ୍ଭ କରିଥିବା ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ।

ପଦ୍ମପୁର ଉପ ନିର୍ବାଚନ ବେଳେ ବିରୋଧି ଦଳ ଆମର ମା ମାନଙ୍କୁ, ଅସମ୍ମାନ କରିଥିଲେ। ପଦ୍ମପୁରରେ ଆମର ମହିଳା ପ୍ରାର୍ଥୀଙ୍କୁ ଖରାପ ଭାଷାରେ ଗାଳି କରୁଥିଲେ। ପଦ୍ମପୁର ହେଉ ବା ଝାରସୁଗୁଡ଼ା ସବୁଠାରେ ସେମାନେ ବାପାଙ୍କୁ ହରେଇଥିବା ଝିଅ ମାନଙ୍କୁ ଗାଳି କରିଛନ୍ତି। ପ୍ରତ୍ୟେକ ଉପନିର୍ବାଚନରେ ସେମାନେ ମିଶନ ଶକ୍ତିର ନେତ୍ରୀ ତଥା ତୃଣମୂଳ ସ୍ତରରେ କାମ କରୁଥିବା ମାଆ ମାନଙ୍କୁ ସବୁବେଳେ ସମାଲୋଚନା କରି ଆସୁଛନ୍ତି। ଇତିହାସ ସାକ୍ଷୀ । ଓଡ଼ିଶାବାସୀ କେବେବି ମା ମାନଙ୍କ ପ୍ରତି ଏଭଳି ଅସମ୍ମାନକୁ ବରଦାସ୍ତ କରିନାହାନ୍ତି। ଆମର ଝିଅ ମାନେ ଆମର ଗର୍ବ। ବିଜୁ ଜନତା ଦଳ ସବୁବେଳେ ସାଧାରଣ ଜୀବନରେ ମା ମାନଙ୍କ ଯୋଗଦାନକୁ ଉତ୍ସାହିତ କରିଆସିଛି । ସେମାନଙ୍କ ଅଧିକାର ପାଇଁ ଦୃଢ଼ ଭାବରେ ସେମାନଙ୍କ କଥା କହିବା ପାଇଁ ମିଶନ ଶକ୍ତି ପ୍ଲାଟଫର୍ମ  ଯୋଗାଇ ଦେଇଛି । ହାଣ୍ଡିଶାଳ ଚାରି କାନ୍ଥରୁ ସେମାନଙ୍କୁ ବାହାରକୁ ଆଣି ମିଶନ ଶକ୍ତି ସେମାନଙ୍କୁ ସଶକ୍ତ କରିଛି । ମିଶନ ଶକ୍ତି ଏ ଏ ଆଦର୍ଶରେ ବିଶ୍ୱାସ କରେ । ବିରୋଧି ଦଳ, ସବୁବେଳେ ମା ମାନଙ୍କ ସଶକ୍ତିକରଣ କୁ ବିରୋଧ କରି ଆସୁଛି। ଏହା ଏକ ସାଂଘାତିକ ଟ୍ରେଣ୍ଡ । ଓଡିଶାବାସୀ ଏଭଳି ବ୍ୟବହାରକୁ ସବୁବେଳେ ନାପସନ୍ଦ କରି ଆସିଛନ୍ତି। ପ୍ରତ୍ୟାଖ୍ୟାନ କରିଛନ୍ତି।

ଆସନ୍ତୁ ଆମେ ସମସ୍ତେ ମିଳିମିଶି ଓଡିଶାର ଉନ୍ନତି ପାଇଁ ଆମ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଆମ ସାଂସ୍କୃତିକ ମର୍ଯ୍ୟାଦା ଓ ମା ମାନଙ୍କ ସମ୍ମାନ, ମା ମାନଙ୍କ ଅଧିକାର ସୁରକ୍ଷା ପାଇଁ କାମ କରିଚାଲିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ ଭାଷଣ ଦେଇଥିଲେ । ବିଜୟୀ ପ୍ରାର୍ଥୀ ଦୀପାଳି ଦାସ ଝାରସୁଗୁଡ଼ାରୁ ଭିଡିଓ କନଫରେନ୍ସିଂରେ ଯୋଡି ହୋଇ ମୁଖ୍ୟମନ୍ତ୍ରୀ ଓ ଦଳୀୟ ନେତାଙ୍କୁ କୃତଜ୍ଞତା ଜଣାଇଥିଲେ । ଏ ବିଜୟ ଝାରସୁଗୁଡ଼ାବାସୀଙ୍କର, ବିଜେଡିର, ନବୀନ ପଟ୍ଟନାୟକଙ୍କର ଏବଂ ତାଙ୍କ ବାପା ନବ ଦାସଙ୍କର ବୋଲି ସେ କହିଥିଲେ । ଝାରସୁଗୁଡ଼ାର ବିକାଶ ଆଗକୁ ବଢ଼ାଇବା ପାଇଁ ସେ କାର୍ଯ୍ୟ କରିବେ ବୋଲି ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ ।

ବରିଷ୍ଠ ବିଧାୟକ ସାରଦା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ପ୍ରମିଳା ମଲ୍ଲିକଙ୍କୁ ଗଣଶିକ୍ଷା ଓ ଶ୍ରମ ବିଭାଗ ଦାୟିତ୍ୱ

Next Post

ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ ଆଉ ୧୪ ଜିଲ୍ଲା

Next Post
ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ ଆଉ ୧୪ ଜିଲ୍ଲା

ସ୍ଵତନ୍ତ୍ର ଉନ୍ନୟନ ପରିଷଦରେ ଆଉ ୧୪ ଜିଲ୍ଲା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA