Thursday, May 21, 2026 11:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜରାସ୍ତାରୁ ବିଜେଡିର ରଣହୁଙ୍କାର

ଚାଷୀ ସୁରକ୍ଷା ସମାବେଶରୁ କଡ଼ା ଚେତାବନୀ

by Our Correspondent
24 Feb, 2026- 08:34 PM
in Latest News, News
1 min read
0
ରାଜରାସ୍ତାରୁ ବିଜେଡିର ରଣହୁଙ୍କାର

ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଓ ମହିଳା ସୁରକ୍ଷା ପ୍ରସଙ୍ଗକୁ ନେଇ ରାଜଧାନୀ ଭୁବନେଶ୍ୱରର ଲୋୟର ପିଏମଜି ଠାରେ ଏକ ବିଶାଳ ବିକ୍ଷୋଭ ଆୟୋଜନ କରି ବିଜୁ ଜନତା ଦଳ ଆଜି ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟର ପ୍ରତି ନିର୍ବାଚନ ମଣ୍ଡଳୀରୁ ହଜାର ହଜାର କର୍ମୀ ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବେଳେ ଦଳର ସମସ୍ତ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବିଜେପି ସରକାରଙ୍କ ବିଫଳତାକୁ ଗୋଟି ଗୋଟି କରି ବଖାଣିଥିଲେ ।

ସେ କହିଥିଲେ, ସରକାର ଦୁଇବର୍ଷ ପୂରଣ କରିବାକୁ ଯାଉଛି, ଅଥଚ ଭାଷଣରେ ସବୁ ପ୍ରତିଶ୍ରୁତି ଅଟକି ଯାଇଛି । ନିର୍ବାଚନ ବେଳେ ବହୁତ ବଡ଼ ବଡ଼ କଥା କହୁଥିଲେ । ଲମ୍ବା ଲମ୍ବା ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କିଛି ହେଲା ନାହିଁ । ବିଜେଡି ସରକାର ଚାଷୀଙ୍କ ପାଇଁ ସ୍ୱତନ୍ତ୍ର ବଜେଟ୍ କରିଥିଲା । କାଳିଆ ଯୋଜନା କରିଥିଲା । ଋଣ ସୁବିଧା କରିଥିଲା । ଜଳସେଚନ ସୁବିଧା କରିଥିଲା । କିନ୍ତୁ ଏ ଡବଲ ଇଞ୍ଜିନ୍ ସରକାର କିଛି କଲାନି । ଚାଷୀଙ୍କୁ ସାର ମିଳିଲାନି । ଚାଷୀଙ୍କ ଧାନ କିଣୁନି । କଟନୀ ଛଟନୀ ବଢ଼ି ଚାଲିଛି । ଚାଷୀ ଠିକ ସମୟରେ ପଇସା ପାଉନି । ନିଜ ସମସ୍ୟା କହୁଥିବା ଚାଷୀଙ୍କୁ ସରକାର ମିଛୁଆ କହୁଛନ୍ତି ।

ତାଙ୍କ ଭାଷଣରେ ସରକାରଙ୍କୁ ଲେଖିଥିବା ଚିଠି କଥା ମନେ ପକାଇଥିଲେ ନବୀନ । କହିଥିଲେ, ଚାଷୀଙ୍କ ସମସ୍ୟା ନେଇ ସରକାରଙ୍କୁ ମୁଁ ଚିଠି ଲେଖିଥିଲି । ନିର୍ବାଚନ ପ୍ରତିଶ୍ରୁତି ଆନ୍ତରିକତା ସହ ପାଳନ କରିବାକୁ ଅନୁରୋଧ କରିଥିଲି । କଟନୀ ଛଟନୀ ବନ୍ଦ ପାଇଁ ସ୍ୱତନ୍ତ୍ର ସ୍କ୍ୱାଡ୍ ଗଠନ, ମିଲର ଏବଂ ସରକାରୀ ଅଫିସରଙ୍କ ମେଣ୍ଟ ଭଙ୍ଗ, ଇନପୁଟ୍ ସବସିଡିରୁ ୧୫୦ କ୍ୱିଣ୍ଟାଲ୍ ସିଲିଂ ଉଠାଇବା, ୪୮ ଘଣ୍ଟାରେ ଚାଷୀଙ୍କୁ ପଇସା ଏବଂ ଖୋଲାରେ ପଡ଼ିଥିବା ଧାନକୁ ୭୨ ଘଣ୍ଟାରେ କିଣାଯାଉ ବୋଲି ପ୍ରସ୍ତାବ ଦେଇଥିଲି । ମାତ୍ର ଦୁଃଖର କଥା ଯେ ୧୫ ଦିନ ବିତିଗଲା ପଛେ କିଛି ହେଲାନି । ପ୍ରଚାରରେ ଶହ ଶହ କୋଟି ଖର୍ଚ୍ଚ ହେଉଛି, କିନ୍ତୁ ଚାଷୀଙ୍କ ପାଇଁ କିଛି ନାହିଁ । ଗତ ୮ ଦିନ ହେଲା ଚାଷୀଙ୍କ ସମସ୍ୟା ପାଇଁ ବିଜେଡି ବିଧାନସଭାରେ ଲଢ଼ୁଛି କିନ୍ତୁ ଏ ସରକାରର ଚାଷୀ ପ୍ରତି ଖାତିର ନାହିଁ । ସ୍ଲୋଗାନ୍ ରେ ଜୟ କିଷାନ, କିନ୍ତୁ କାମରେ ଭାଗୋ କିଷାନ ।

ନବୀନ ପୁଣି କହିଥିଲେ ଯେ ରାଜ୍ୟରେ କେହି ନିରାପଦ ନୁହଁନ୍ତି । ଚାଷୀ ତାର ହକ ପାଉନି । ମା’ ମାନଙ୍କୁ ସୁରକ୍ଷା ମିଳୁନି । ଯୁବ ସମାଜକୁ ରୋଜଗାର ମିଳୁନି । ସବୁ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ । କୌଣସି ଗୋଟିଏ ବି ପରୀକ୍ଷା ସଠିକ୍ ଭାବେ ପରିଚାଳନା କରିବାକୁ ଏ ସରକାର ସମର୍ଥ ନୁହଁନ୍ତି । ସାଧାରଣ ଲୋକର ଦୁଃଖ ସରୁନି । ଏ ସରକାର କେବଳ ଭାଷଣ ପ୍ରବଚନରେ ଚାଲିଛି । ମାତ୍ର ଲୋକଙ୍କୁ ସେବା ଦରକାର, ନେତାଙ୍କ ପ୍ରବଚନ ନୁହେଁ ବୋଲି ନବୀନ କଡ଼ା ଭାଷାରେ ଶୁଣାଇ ସରକାରଙ୍କ କୁମ୍ଭକର୍ଣ୍ଣ ନିଦ ହଜାଇ ଦିଆଯିବ ବୋଲି ଚେତାବନୀ ଦେଇଥିଲେ ।

ବିଜେଡି ପକ୍ଷରୁ ଆୟୋଜିତ ଏହି ଚାଷୀ ବିକାଶ ସମାବେଶରେ ହଜାର ହଜାର କର୍ମୀ ଯୋଗଦେଇଥିଲେ । ମାଷ୍ଟରକ୍ୟାଣ୍ଟିନ୍ ରୁ ଏକ ବିଶାଳ ଶୋଭାଯାତ୍ରାରେ ସେମାନେ ଲୋୟର ପିଏମଜି ଯାଇଥିଲେ । ସେଠାରେ ଆୟୋଜିତ ସଭାରେ ଦଳର ସବୁ ବର୍ଗର ନେତୃବୃନ୍ଦ ଭାଷଣ ଦେଇଥିଲେ । ଏ ସରକାର ବିରୋଧରେ ଆର ପାର ଲଢେଇ ପାଇଁ ସମସ୍ତେ ରଣହୁଙ୍କାର ଦେଇଥିଲେ ।

ଏହି କାର୍ଯ୍ୟକ୍ରମକୁ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିଲେ । ଦଳର ବରିଷ୍ଠ ନେତା ସଂତୃପ୍ତ ମିଶ୍ର, ପ୍ରସନ୍ନ ଆଚାର୍ଯ୍ୟ, ପ୍ରଣବ ପ୍ରକାଶ ଦାଶ, ଚନ୍ଦ୍ରଶେଖର ସାହୁ, ସଞ୍ଜୟ ଦାସ ବର୍ମା, ପ୍ରତାପ ଜେନା, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ଅରୁଣ ସାହୁ, ସୁଦାମ ମାରାଣ୍ଡି, ଅତନୁ ସବ୍ୟସାଚୀ ନାୟକ, ପ୍ରଫୁଲ୍ଲ ସାମଲ, ବଦ୍ରି ପାତ୍ର, ନିରଂଜନ ପୂଜାରୀ, ଅଶୋକ ପଣ୍ଡା, କଳିକେଶ ନାରାୟଣ ସିଂହଦେଓ, ଟୁକୁନି ସାହୁ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ସୁଲୋଚନା ଦାସ, ସୁବାଷ ସିଂ, ଗଣେଶ୍ୱର ବେହେରା, ଡ. ସସ୍ମିତ ପାତ୍ର, ସୁବାଶିଷ ଖୁଣ୍ଟିଆ, ମୁଜିବୁଲ୍ଲା ଖାନ୍, ସୁଲତା ଦେଓ, ସ୍ନେହାଙ୍ଗୀନି ଛୁରିଆ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ବିଜୟ ନାୟକ, ଡ. ଲେନିନ୍ ମହାନ୍ତି, ଡ. ପ୍ରିୟବ୍ରତ ମାଝୀ, ସର୍ମିଷ୍ଠା ସେଠୀ, ରାଜଶ୍ରୀ ମଲ୍ଲିକ, ପ୍ରୀତିରଂଜନ ଘଢେଇ, ପ୍ରଣବ ବଳବନ୍ତରାୟ, ପ୍ରଦୀପ ମାଝୀ, ଦେବେଶ ଆଚାର୍ଯ୍ୟ, ବ୍ୟୋମକେଶ ରାୟ, ଧ୍ରୁବ ସାହୁ, ଦେବୀ ରଂଜନ ତ୍ରିପାଠୀ, ସାରଦା ପ୍ରସନ୍ନ ଜେନା, ଗୌତମବୁଦ୍ଧ ଦାସ, ବ୍ରଜକିଶୋର ପ୍ରଧାନ, ବିଶ୍ୱ ମଲ୍ଲିକ, ରୂପେଶ ପାଣିଗ୍ରାହୀ, ନଳୀନକାନ୍ତ ପ୍ରଧାନ, ରୋମାଞ୍ଚ ରଂଜନ ବିଶ୍ୱାଳ, ସୌଭିକ ବିଶ୍ୱାଳ, ନବକିଶୋର ମଲ୍ଲିକ, ରମାକାନ୍ତ ଭୋଇ, ମାଧବ ଧଡ଼ା, ପ୍ରଶାନ୍ତ ବେହେରା, ସଂଜୀବ ମଲ୍ଲିକ, ମନୋରମା ମହାନ୍ତି, ସୁବାସିନୀ ଜେନା, ତୁଷାରକାନ୍ତି ବେହେରା, ସୁଜାତା ସାହୁ, ପ୍ରଦୀପ ସାହୁ, ଯୋଗେଶ ସିଂ, ଲେଖାଶ୍ରୀ ସାମନ୍ତସିଂହାର, ଭ୍ରୁଗୁ ବକ୍ସିପାତ୍ର, ରୁଦ୍ର ମହାରଥୀ, ବିଷ୍ଣୁବ୍ରତ ରାଉତରାୟ, ଅଂଶୁମାନ ମହାନ୍ତି, ଅଶ୍ୱିନ ପାତ୍ର, ମିରା ପରିଡା, ମହେଶ ସାହୁ, ପଦ୍ମନାଭ ବେହେରା, ରୀତା ସାହୁ, ଶ୍ରୀନାଥ ସୋରେନ୍, ଦେବାଶିଷ ପଟ୍ଟନାୟକ, ଲୋପାମୁଦ୍ରା ବକ୍ସିପାତ୍ର, ସୁମିତ୍ରା ଜେନା, ବାସନ୍ତୀ ହେମ୍ବ୍ରମ, ରଂଜିତା ସାହୁ, ପ୍ରଫୁଲ୍ଲ ସିଂ, ମାନସ ମାଡକାମି, ରବି ନନ୍ଦ, ସାନନ୍ଦ ମାରାଣ୍ଡି, ଦେବାଶିଷ ମାରାଣ୍ଡି, ଗଣେଶ୍ୱର ପାତ୍ର, ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, ସୁକାନ୍ତ ନାୟକ, ସ୍ୱରୁପ ଦାସ, ସୁଧାଂଶୁ ଶେଖର ପରିଡା, ଅବନୀ ରଂଜନ ଜୋଷୀ, ଅଳକା ମହାନ୍ତି, ଆୟୁବ ଖାନ, ସରୋଜ ମେହେର, ମହିଧର ରଣା, ରଜନୀକାନ୍ତି ସିଂ, ମୁକେଶ ପାଲ, ସୁଶାନ୍ତ କୁମାର ବେହେରା, ଅବିନାଶ ସାମଲ, ସନ୍ଦିପ ଷଡଙ୍ଗୀ, ସୁଧିର କୁମାର ସାମଲ, ଡ. ନୃସିଂହ ସାହୁ, ବବିତା ପ୍ରଧାନ, ଅର୍ଚ୍ଚନା ପୁହାଣ, ମଂଜୁଳା ସ୍ୱାଇଁ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଶ୍ରୀକାନ୍ତ ସାହୁ, ସୂର୍ଯ୍ୟମଣି ବୈଦ୍ୟ, ବିପ୍ଲବ ପାତ୍ର, ଲତିକା ପ୍ରଧାନ, ଭଗବାନ ଗନ୍ତାୟତ, ଦେବାନନ୍ଦ ମହାପାତ୍ର ଓ ସଂଘମିତ୍ରା ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

ଲୋକାଭିମୁଖୀ ବଜେଟ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା

Next Post

ଅସ୍ତିତ୍ୱ ବଞ୍ଚାଇବା ପାଇଁ ନାଟକବାଜି: ବିଜେପି

Next Post
ଅସ୍ତିତ୍ୱ ବଞ୍ଚାଇବା ପାଇଁ ନାଟକବାଜି: ବିଜେପି

ଅସ୍ତିତ୍ୱ ବଞ୍ଚାଇବା ପାଇଁ ନାଟକବାଜି: ବିଜେପି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA