ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମୁନ୍ନା ଖାଁ ଆଜି ତାଙ୍କର ସମର୍ଥକମାନଙ୍କ ସହ ନବୀନ ନିବାସ ଯାଇ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ । ୱକଫ୍ ବିଲ୍ ଉପରେ ବିଜେଡିର ଦ୍ୱନ୍ଦକୁ ନେଇ ରାଜନୈତିକ ହଟଚମଟ ଲାଗି ରହିଥିବା ବେଳେ ସମର୍ଥକମାନେ ନବୀନଙ୍କଠାରୁ ଜବାବ ମାଗିଥିଲେ ।
ନବୀନ ସମସ୍ତଙ୍କ କଥା ଶୁଣିବା ପରେ କହିଥିଲେ ଯେ ବିଜୁ ଜନତା ଦଳ ସବୁବେଳେ ସଂଖ୍ୟାଲଘୁ ଭାଇ ଭଉଣୀମାନଙ୍କ ସାଥୀରେ ରହିଛି ଏବଂ ରହିଥିବ । ସେମାନଙ୍କ ଉନ୍ନତି ପାଇଁ ବିଜେଡି ସରକାର ଅନେକ କାମ କରିଛି । ଧର୍ମ ନିରପେକ୍ଷ ଆଦର୍ଶରେ ବିଜେଡି ଅଟଳ ରହିଛି । ଏହି ଆଦର୍ଶ ପାଇଁ ୨୦୦୯ରେ ବିଜେଡି ମେଣ୍ଟରୁ ବାହାରି ଯାଇଥିଲା । ତେଣୁ ସଂଖ୍ୟାଲଘୁ ମାନଙ୍କ ସ୍ୱାର୍ଥ ପାଇଁ ବିଜେଡି ତା’ର ଲଢ଼େଇ ଜାରି ରଖିବ । ବିଜୁ ବାବୁ ସଂଖ୍ୟାଲଘୁ ମାନଙ୍କ ସହ ଥିଲେ । ମୁଁ ମଧ୍ୟ ରହିଛି ।