Saturday, June 27, 2026 12:39 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ସୁନାମରେ କଳଙ୍କ: ବିଜେଡି

ଯୋଗାଣମନ୍ତ୍ରୀଙ୍କୁ ଜବାବ ଦେଲେ ପୂର୍ବତନ ଯୋଗାଣମନ୍ତ୍ରୀ

by Our Correspondent
08 Nov, 2024- 07:47 PM
in Latest News, News
1 min read
0
ଓଡ଼ିଶା ସୁନାମରେ କଳଙ୍କ: ବିଜେଡି

ଭୁବନେଶ୍ୱର: କନ୍ଧମାଳ ଜିଲ୍ଲାରେ ଆମ୍ବଟାକୁଆ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଆକ୍ରମଣ ଜାରି ରଖିଛି ବିଜେଡି । ବିଜେଡି ସଭାପତି ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଗତକାଲି ଏହି ପ୍ରସଙ୍ଗରେ ମୁହଁ ଖୋଲିଥିଲେ । ଗରିବ ଲୋକଙ୍କ ପାଖରେ ଚାଉଳ ପହଞ୍ଚାଇବାରେ ଏ ସରକାରଙ୍କ ବିଫଳତା ଯୋଗୁଁ ଲୋକ ବିଷାକ୍ତ ଆମ୍ବଟାକୁଆ ଖାଇ ମୃତ୍ୟୁବରଣ କରିଛନ୍ତି । ଏହା ଆମ ୧୨ ବର୍ଷର ତପସ୍ୟାକୁ ଶୁଖୁଆ ପୋଡ଼ାରେ ସାରିଦେଲେ ବୋଲି ନବୀନ ମନ୍ତବ୍ୟ ଦେଇଥିଲେ । ପ୍ରତିକ୍ରିୟାରେ ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ୨୪ ବର୍ଷ ଶାସନ ଗାଦିରେ ଥିବା ବିଜେଡି ସରକାର ଓ ମୁଖିଆଙ୍କୁ ତାତ୍ସଲ୍ୟ କରିଥିଲେ ।

ପୂର୍ବତନ ଯୋଗାଣ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗାଣ ମନ୍ତ୍ରୀଙ୍କୁ କଡ଼ା ଜବାବ ଦେଇଛନ୍ତି । କହିଥିଲେ, ଘଟଣା ଗୁଡିକ ଯାହା ଘଟୁଛି ତାହା ରାଜ୍ୟବାସୀ ଜାଣୁଛନ୍ତି । କିନ୍ତୁ ତାକୁ ନେଇ ଶସ୍ତା ଓ ଅରୁଚିକର ମନ୍ତବ୍ୟ ବିଭାଗୀୟ ମନ୍ତ୍ରୀ ଦେଉଛନ୍ତି, ତାହା ଆହୁରି ଦୁର୍ଭାଗ୍ୟଜନକ । ରାଜ୍ୟ ଯୋଗାଣମନ୍ତ୍ରୀ ଜାଣି ରଖିବା ଉଚିତ ଯେ, ଖାଦ୍ୟ ସୁରକ୍ଷା ବ୍ୟବସ୍ଥାକୁ ଠିକଣା ଭାବେ ରଖାଯାଇ ପାରି ଥିବାରୁ, ଓଡିଶାକୁ ଦେଶ ଓ ଦେଶ ବାହାରେ ସୁନାମ ମିଳିଥିଲା। ଏବେ ରାଜ୍ୟରେ ପିଡ଼ିଏସ ବଣ୍ଟନ ବ୍ୟବସ୍ଥା ବିଫଳ ହୋଇ ଥିବାରୁ ଆମ୍ବ ଟାକୁଆ ଖାଇ ଦୁଇ ଜଣଙ୍କ ମୃତ୍ୟୁ ଭଳି ଅଭାବନୀୟ ଘଟଣା ଘଟିଲା। ପୂର୍ବରୁ ରାଜ୍ୟରେ ଆଳୁ ସମସ୍ୟା ଦେଖା ଦେଇଥିବା ବେଳେ ମଧ୍ୟ ବିଭାଗୀୟ ମନ୍ତ୍ରୀ ଆଳୁ ଏଠୁ ଆସୁଛି ସେଠୁ ଆସୁଛି ଭଳି ଅସତ୍ୟ ମନ୍ତବ୍ୟ ଦେଇଥିଲେ।

ଶ୍ରୀ ନାୟକ କହିଥିଲେ, ୨୦୨୨ ମସିହାରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଟାର୍ଗେଟେଡ଼ ପିଡ଼ିଏସ ଉପରେ କରାଯାଇଥିବା ଇଣ୍ଡେକ୍ସ ରେଟ ରାଙ୍କିଙ୍ଗ ରେ ଓଡିଶା ସମଗ୍ର ଦେଶରେ ଏକ ନମ୍ବର ସ୍ଥାନରେ ରହିଥିଲା। କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ଚିଠିଟିକୁ ମିଡ଼ିଆ ସମ୍ମୁଖରେ ପାଠ କରି ଶୁଣାଇଥିଲେ ଶ୍ରୀ ନାୟକ ସେଥିରେ, ଓଡିଶା ସମସ୍ତ ପାରାମିଟରରେ ଅନ୍ୟ ରାଜ୍ୟମାନଙ୍କ ଠାରୁ ବେଶ ଆଗରେ ଥିଲା। ସେତେବେଳେ ସେ ରାଜ୍ୟର ଯୋଗାଣ ମନ୍ତ୍ରୀ ଥିବାରୁ କେନ୍ଦ୍ର ଯୋଗାଣ ମନ୍ତ୍ରୀ ପିୟୁଷ ଗୋଏଲ ତାଙ୍କୁ ବ୍ୟକ୍ତିଗତ ଭାବେ ଫୋନ ମାଧ୍ୟମରେ ଅଭିନନ୍ଦନ ଜଣାଇବା ସହିତ ପୁରସ୍କାର ଗ୍ରହଣ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିବାକୁ ନିମନ୍ତ୍ରଣ ଦେଇଥିଲେ।

ଏହାବ୍ୟତୀତ, ମିଳିତ ଜାତିସଙ୍ଘ ତରଫରୁ ଆୟୋଜିତ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମରେ ଓଡିଶାର ଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ଭୁୟସୀ ପ୍ରଶଂସା କରାଯାଇଥିଲା। ଏକ ଖାଦ୍ୟ ଅଭାବୀ ରାଜ୍ୟରୁ କିପରି ଭାବେ ଓଡିଶା ଏକ ଖାଦ୍ୟ ବଳକା ରାଜ୍ୟରେ ପରିଣତ ହୋଇଥିଲା, ଓଡ଼ିଶାର ଏହି ସଫଳତା ବିଶ୍ୱ ସ୍ତରରେ ପ୍ରଶଂସିତ ହୋଇଥିଲା। ଏହି ପରିପ୍ରେକ୍ଷୀରେ, ଓଡ଼ିଶା ଆଣିଥିବା ସୁନାମରେ ଏବେ କଳଙ୍କ ଲାଗିଛି ବୋଲି ସେ କହିଥିଲେ ।

Previous Post

XIM Bhubaneswar Presents Stratonomics, 2024

Next Post

ଯୋଗାଣ ବିଭାଗରୁ ହଟିଲେ ବୀର ବିକ୍ରମ

Next Post
ଯୋଗାଣ ବିଭାଗରୁ ହଟିଲେ ବୀର ବିକ୍ରମ

ଯୋଗାଣ ବିଭାଗରୁ ହଟିଲେ ବୀର ବିକ୍ରମ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA