Monday, November 2, 2026 03:32 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଅର୍ଣ୍ଣବ’ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

'ମନ୍ତ୍ରୀମାନେ “ସାଇକ୍ଲୋନ୍ ଟୁରିଜିମ୍” ଓ ଲାଲ୍ କାର୍ପେଟ୍ ସ୍ୱାଗତରେ ବ୍ୟସ୍ତ'

by Our Correspondent
01 Nov, 2026- 10:38 PM
in Latest News, News
1 min read
0
‘ଅର୍ଣ୍ଣବ’ ପରିଚାଳନାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ବାତ୍ୟା ‘ଅର୍ଣ୍ଣବ’ ଓ ତା’ର ପରବର୍ତ୍ତୀ ସ୍ଥିତିକୁ ନେଇ ଓଡ଼ିଶା ସରକାର ବିପର୍ଯ୍ୟୟ ପରିଚାଳନାରେ ସମ୍ପୂର୍ଣ୍ଣ ବିଫଳତାକୁ ତୀବ୍ର ସମାଲୋଚନା କରିଛି ବିଜେଡି । ଗଞ୍ଜାମ, ଗଜପତି, କନ୍ଧମାଳ ଓ ଦକ୍ଷିଣ ଓଡ଼ିଶାର ଅନେକ ଜିଲ୍ଲାରେ ହଜାର ହଜାର ଗାଁ ଜଳମଗ୍ନ, ଶତାଧିକ ଗ୍ରାମ ବିଚ୍ଛିନ୍ନ, ଜନଜୀବନ ଅସ୍ତବ୍ୟସ୍ତ ହୋଇଥିବା ବେଳେ ବିଜେପି ସରକାର କେବଳ ମିଛ ଦାବି ଓ ଫଟୋସେସନ୍ରେ ବ୍ୟସ୍ତ ରହିଛି ବୋଲି ବିଜେଡି ଅଭିଯୋଗ କରିଛି ।

ଏକ ପ୍ରେସ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି ସ୍ପଷ୍ଟ ଭାବରେ କହିଛନ୍ତି ଏହା କେବଳ ଏକ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ, ଏହା ବିଜେପି ସରକାରର ଅଯୋଗ୍ୟତା, ଅବହେଳା ଓ ଦାୟିତ୍ୱହୀନତାର ପରିଣାମ । ଭାରତୀୟ ପାଣିପାଗ ବିଭାଗ ବହୁ ଆଗରୁ ସତର୍କ କରିଥିଲା । ତଥାପି ସରକାର ଜଳାଶୟ ପରିଚାଳନା, ନଦୀ ବନ୍ଧ ମରାମତି, ସମ୍ଭାବ୍ୟ ବନ୍ୟାପ୍ରବଣ ଅଞ୍ଚଳର ପୂର୍ବ ପ୍ରସ୍ତୁତି ଉପରେ ଧ୍ୟାନ ଦେଇନାହିଁ । ଗଞ୍ଜାମ ଓ ଗଜପତିରେ ଅନେକ ବନ୍ଧ ପୂର୍ବରୁ ଅବୈଧ ବାଲି ଉତ୍ତୋଳନ ଯୋଗୁଁ ଦୁର୍ବଳ ଥିଲା । ସରକାର ଏହାକୁ ଅଣଦେଖା କଲା । ଫଳରେ ଶତାଧିକ ଗ୍ରାମ ଜଳମଗ୍ନ ହୋଇଗଲା, ରାସ୍ତା-ପୋଲ୍ ଭାଙ୍ଗିଗଲା ଓ ହଜାର ହଜାର ପରିବାର ବିପଦରେ ପଡ଼ିଲେ । ସମୟୋପଯୋଗୀ ଓ ପର୍ଯ୍ୟାପ୍ତ ନିରାପତ୍ତା ହୋଇପାରିଲା ନାହିଁ । ଅନେକ ଗାଁ ବିଚ୍ଛିନ୍ନ ହୋଇଯିବା ପରେ ହେଲିକପ୍ଟର ମାଧ୍ୟମରେ ଲୋକଙ୍କୁ ଉଦ୍ଧାର କରିବାକୁ ପଡ଼ିଲା । ଏହା ସ୍ପଷ୍ଟ ଭାବେ ଦେଖାଏ ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଯୋଜନା ଓ କାର୍ଯ୍ୟାନୁଷ୍ଠାନ ଅପର୍ଯ୍ୟାପ୍ତ ଥିଲା । କନ୍ଧମାଳରେ ଭୂସ୍ଖଳନରେ ଜୀବନହାନି ହୋଇଛି । ସରକାର “ଜିରୋ କ୍ୟାଜୁଆଲିଟି”ର ଦାବି କରୁଥିବା ବେଳେ ବାସ୍ତବତା ଭିନ୍ନ ।

ଅନେକ ପ୍ରଭାବିତ ପରିବାର ଏପର୍ଯ୍ୟନ୍ତ ପର୍ଯ୍ୟାପ୍ତ ରିଲିଫ ସାମଗ୍ରୀ, ରନ୍ଧା ଖାଦ୍ୟ, ପାନୀୟ ଜଳ ଓ ଔଷଧ ପାଇପାରିନାହାନ୍ତି । ରିଲିଫ ଶିବିରରେ ବ୍ୟବସ୍ଥା ଅପର୍ଯ୍ୟାପ୍ତ । ସରକାର କେବଳ କାଗଜ-କଲମରେ ରିଲିଫ ଘୋଷଣା କରୁଛି, କିନ୍ତୁ ବାସ୍ତବରେ ପରିସ୍ଥିତି ଭୟଙ୍କର । ସବୁଠାରୁ ଲଜ୍ଜାଜନକ ବିଷୟ ହେଉଛି, ବିପନ୍ନ ଲୋକଙ୍କ ଦୁଃଖରେ ମନ୍ତ୍ରୀ ଓ ବିଜେପି ନେତାମାନେ “ସାଇକ୍ଲୋନ୍ ଟୁରିଜିମ୍”ରେ ବ୍ୟସ୍ତ । ସେମାନେ ଜିଲ୍ଲାକୁ ଯାଇ ଫଟୋ ଉଠାଉଛନ୍ତି, ମିଡ଼ିଆ ସାମ୍ନାରେ ବକ୍ତବ୍ୟ ଦେଉଛନ୍ତି ଓ ଲାଲ୍ କାର୍ପେଟ୍ରେ ସ୍ୱାଗତ ଗ୍ରହଣ କରୁଛନ୍ତି । ଲୋକଙ୍କ କଷ୍ଟ ସେମାନଙ୍କ ପାଇଁ କେବଳ ଏକ ରାଜନୈତିକ ଅବସର । ଯେତେବେଳେ ଗାଁଗୁଡ଼ିକ ଜଳମଗ୍ନ ଓ ଲୋକେ ଖାଦ୍ୟ-ପାଣି ପାଇଁ ସଂଘର୍ଷ କରୁଛନ୍ତି, ସେତେବେଳେ ମନ୍ତ୍ରୀମାନେ ନିଜର ଇମେଜ୍ ବଢ଼ାଇବାରେ ବ୍ୟସ୍ତ । ଏହା ଓଡ଼ିଆ ଜନତାଙ୍କ ପ୍ରତି ଘୋର ଅପମାନ ।

ବିଜୁ ଜନତା ଦଳ ଦାବି କରୁଛି ତୁରନ୍ତ ସମସ୍ତ ପ୍ରଭାବିତ ଅଞ୍ଚଳରେ ପର୍ଯ୍ୟାପ୍ତ ରିଲିଫ ସାମଗ୍ରୀ, ରନ୍ଧା ଖାଦ୍ୟ ଓ ଚିକିତ୍ସା ବ୍ୟବସ୍ଥା ନିଶ୍ଚିତ କରନ୍ତୁ, କ୍ଷୟକ୍ଷତିର ସ୍ୱତନ୍ତ୍ର ଓ ସ୍ୱଚ୍ଛ ଆକଳନ କରି ଉଚିତ୍ କ୍ଷତିପୂରଣ ଦିଅନ୍ତୁ, ବନ୍ଧ ଓ ଜଳାଶୟ ପରିଚାଳନାରେ ଯେଉଁ ଅବହେଳା ହୋଇଛି, ତା’ର ଦାୟିତ୍ୱ ନିଅନ୍ତୁ, “ସାଇକ୍ଲୋନ୍ ଟୁରିଜିମ୍” ବନ୍ଦ କରି ପ୍ରକୃତ କାର୍ଯ୍ୟ କରନ୍ତୁ । ଓଡ଼ିଶାର ଜନତା ୨୪ ବର୍ଷ ଧରି ବିଜେଡି ସରକାରର ଦୃଢ଼ ବିପର୍ଯ୍ୟୟ ପରିଚାଳନା ଦେଖିଛନ୍ତି । ଆଜି ସେହି ପରମ୍ପରା ଧ୍ୱଂସ ହେଉଛି । ବିଜେପି ସରକାର ଯଦି ଏହି ଭାବେ ଚାଲିବ, ତେବେ ଓଡ଼ିଆ ଜନତା ତାଙ୍କୁ କଠୋର ଶିକ୍ଷା ଦେବେ । ବିଜୁ ଜନତା ଦଳ ସମସ୍ତ ପ୍ରଭାବିତ ପରିବାର ସହିତ ଠିଆ ହୋଇଛି । ଆମେ ନିରନ୍ତର ଲୋକଙ୍କ ପାଖକୁ ଯାଉଛୁ ଓ ସରକାରଙ୍କ ବିଫଳତାକୁ ଲୋକଙ୍କ ସାମ୍ନାରେ ଉନ୍ମୋଚନ କରୁଛୁ ବୋଲି ଡ. ମହାନ୍ତି କହିଛନ୍ତି ।

Previous Post

‘ଅର୍ଣ୍ଣବ’ କ୍ଷତିଗ୍ରସ୍ତଙ୍କ ପାଇଁ ସହାୟତା ପ୍ୟାକେଜ

Next Post

୨୦୬୭ଜଣଙ୍କୁ ନିଯୁକ୍ତି ପତ୍ର

Next Post
୨୦୬୭ଜଣଙ୍କୁ ନିଯୁକ୍ତି ପତ୍ର

୨୦୬୭ଜଣଙ୍କୁ ନିଯୁକ୍ତି ପତ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA