Tuesday, May 12, 2026 04:47 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ସିଇଓଙ୍କୁ ଭେଟିଲା ବିଜେଡି

by Our Correspondent
11 May, 2026- 11:57 PM
in Latest News, News
1 min read
0
ସିଇଓଙ୍କୁ ଭେଟିଲା ବିଜେଡି

ଭୁବନେଶ୍ୱର: ଗତ ରାଜ୍ୟସଭା ନିର୍ବାଚନ ସମୟରେ ବିଜେପିର ବ୍ରହ୍ମଗିରି ବିଧାୟିକା ଉପାସନା ମହାପାତ୍ର ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କୁ ଦ୍ୱିତୀୟ ବାଲାଟ ପେପର ଜାରି କରିଥିଲେ ନିର୍ବାଚନ ଅଧିକାରୀ। ଏହା ନିର୍ବାଚନର ନୀତି ବିରୋଧୀ ବୋଲି ବିଜେଡି ଅଭିଯୋଗ କରିଥିଲା। ଏହାକୁ କଡା ବିରୋଧ କରି ଗତ ଏପ୍ରିଲ ୨୮ ତାରିଖରେ ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ଦ୍ୱାରସ୍ଥ ହୋଇ ଅଭିଯୋଗ କରିଥିଲା । ଏପ୍ରିଲ ୨୯ ତାରିଖରେ ଭାରତୀୟ ନିର୍ବାଚନ କମିସନର ରାଜ୍ୟ ନିର୍ବାଚନ କମିସନରଙ୍କୁ ନିର୍ଦ୍ଦେଶ ଦେଇ କହିଥିଲେ ବିଜେଡି ସହ ଏହି ପ୍ରସଙ୍ଗରେ ତୁରନ୍ତ ଆଲୋଚନା କରାଯାଉ ।

ଇସିଆଇଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ନିର୍ବାଚନ କମିସନର ଦେଇଥିବା ନିର୍ଦ୍ଧାରିତ ସମୟରେ ଆଜି ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟସଭା ନିର୍ବାଚନରେ ଦ୍ୱିତୀୟ ବାଲାଟ ପେପର ବ୍ୟବହାରକୁ ନେଇ ସୃଷ୍ଟି ହୋଇଥିବା ବିବାଦ ସମ୍ପର୍କରେ ରାଜ୍ୟ ନିର୍ବାଚନ କମିଶନକୁ ଭେଟିଥିଲେ ।

ଏହି ପ୍ରତିନିଧିମଣ୍ଡଳୀରେ ବିରୋଧୀ ଦଳର ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉପମୁଖ୍ୟ ସଚେତକ ପ୍ରତାପ ଦେବ, ବିଧାୟକ ଡ଼ ଅରୁଣ କୁମାର ସାହୁ, ସାଂସଦ ଡ଼ ସସ୍ମିତ ପାତ୍ର, ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ଼ ଲେନିନ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝୀ ସାମିଲ ଥିଲେ ।

ଡ଼ ଅରୁଣ କୁମାର ସାହୁ କହିଥିଲେ, ରାଜ୍ୟ ନିର୍ବାଚନ କମିଶନର ବିଜେଡିର ଅଭିଯୋଗକୁ ବିଚାର କରିବା ପାଇଁ ନିଜର ଅସମର୍ଥ ପ୍ରକାଶ କଲେ, ଯାହା ସବୁଠାରୁ ଦୁଃଖ ଓ ଦୁର୍ଭାଗ୍ୟର ବିଷୟ । ରାଜ୍ୟ ନିର୍ବାଚନ କମିଶନ ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି ଯେ, ଭୋଟ ଦେଲା ବେଳେ ବ୍ୟବହାର ହେଉଥିବା କଲମରୁ ଅତ୍ୟାଧିକ କାଳି ବୋହିଗଲା । ଆଶ୍ଚର୍ଯ୍ୟର ବିଷୟ ଉକ୍ତ କଲମକୁ ଅନ୍ୟ ବିଧାୟକମାନେ ଭୋଟ ଦେଲାବେଳେ ବ୍ୟବହାର କରିଥିଲେ, କିନ୍ତୁ ସେଥିରୁ କାଳି ବୋହିନଥିଲା ବେଳେ ବିଧାୟିକା ଉପାସନା ମହାପାତ୍ର ଭୋଟ ପାଇଁ ବ୍ୟବହାର କଲା ବେଳେ କେମିତି କାଳି ବୋହିଲା? ଏଥିରୁ ସ୍ପଷ୍ଟ ଜଣାପଡୁଛି ବିଧାୟିକାଙ୍କ ଭୋଟ ନାକଚ ହୋଇଥିଲା, ଯାହାକୁ ବିଜେଡି ଏଜେଣ୍ଟ ବିରୋଧ କରି ଅଭିଯୋଗ କରିଥିଲେ ।

କିନ୍ତୁ ନିର୍ବାଚନ କମିସନର ଶାସକ ବିଜେପିର ପ୍ରରୋଚନାରେ ଦ୍ୱିତୀୟ ବାଲାଟ ପ୍ରଦାନ କରିଥିଲେ, ଯାହା ନିର୍ବାଚନର ନିୟମକୁ ଉଲ୍ଲଙ୍ଘନ କରୁଛି । ଯଦି ଭାରତବର୍ଷରେ ସମ୍ବିଧାନକୁ ରକ୍ଷା କରୁଥିବା ସଂସ୍ଥାମାନେ ନିରପେକ୍ଷ ଭାବେ ନିଜ କାର୍ଯ୍ୟ ନିର୍ବାହ କରିବେ ନାହିଁ, ତାହା ହେଲେ ଦେଶରେ ଗଣତନ୍ତ୍ର ଦୁର୍ବଳ ହେବ । ଏହା ଦେଶ ଓ ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ।

Previous Post

ଓଡିଶାରେ ଚାଲିଛି ଜଙ୍ଗଲରାଜ: ବିଜେଡି

Next Post

କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା

Next Post
କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା

କିମସକୁ ଶରୀର ଦାନ କଲେ ଶିକ୍ଷାବିତ୍ ଡ ରାମକୃଷ୍ଣ ପଣ୍ଡା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA