Thursday, May 21, 2026 11:12 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏସ୍ପିଙ୍କୁ ଭେଟିଲା

ବ୍ରହ୍ମପୁରରେ ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲା

by Our Correspondent
07 Jun, 2025- 09:11 PM
in Latest News, News
1 min read
0
ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଏସ୍ପିଙ୍କୁ ଭେଟିଲା

ଭୁବନେଶ୍ୱର: ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ପୋଲିସ ଥାନା ଅନ୍ତର୍ଗତ ଗତ ୩ ତାରିଖରେ ଘଟିଥିବା ଦୁଇ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଆଜି ବିଜୁ ଜନତା ଦଳର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବ୍ରହ୍ମପୁର ଏସପିଙ୍କୁ ଭେଟି ଉଦବେଗ ପ୍ରକାଶ କରିବା ସହିତ ପୀଡ଼ିତାଙ୍କ ପରିବାରକୁ ତୁରନ୍ତ ନ୍ୟାୟ ପ୍ରଦାନ ଦାବୀ କରିଛି । ବ୍ରହ୍ମପୁର ଓ ସମଗ୍ର ରାଜ୍ୟରେ ଗଣ ଦୁଷ୍କର୍ମ, ହତ୍ୟା, ରାହାଜାନି ଇତ୍ୟାଦି ଉଦବେଗଜନକ ଭାବେ ବୃଦ୍ଧି ପାଉଛି, ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି ବୋଲି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଦସ୍ୟମାନେ କହିଛନ୍ତି ।

ଗତ ୩ ତାରିଖ ରାତିରେ, ଦୁଇ ଜଣ ନାବାଳିକା ଗୋଟିଏ ବିବାହ ଭୋଜିରୁ ଫେରିବା ସମୟରେ, ଜଣେ ଦୁବୃର୍ତ୍ତ, ଯିଏ କି ପୀଡ଼ିତାଙ୍କ ପୂର୍ବରୁ ପରିଚିତ ଥିଲେ, ତାଙ୍କ ସହ ଆସିବାକୁ କହିଥିଲେ । ସେ ଓ ତାଙ୍କ ସହ ଆଉ ତିନି ଜଣ ଯୁବକ ଦୁଇ ନାବାଳିକାଙ୍କୁ ଏକ ନିକାଞ୍ଚନ ଜାଗାକୁ ନେଇଯାଇ ରାତି ସାରା ଦୁଷ୍କର୍ମ କରିଥିଲେ । ସକାଳେ ଦୁଇ ନାବାଳିକା ସେମାନଙ୍କ ଘରେ ପହଁଞ୍ଚିବା ପରେ, ତାଙ୍କ ପରିବାର ଲୋକ ଏହି ଘଟଣା ସମ୍ପର୍କରେ ଜାଣିଥିଲେ ଓ ତାପରେ, ଗୋଳନ୍ଥରା ଥାନାରେ ଏତଲା ଦେଇଥିଲେ । ପୋଲିସ, ମାମଲା ରୁଜୁ କରିଥିଲେ ହେଁ ଦୁର୍ବୁର୍ତ୍ତ ମାନଙ୍କ ଟେର ପାଇ ନଥିଲା ।

ଏହି ସମ୍ୱେଦନଶୀଳ ଘଟଣାର ଗୁରୁତ୍ୱ ଉପଲବ୍ଧô କରି, ବିଜୁ ଜନତା ଦଳ ତରଫରୁ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ ଗଠନ କରା ଯାଇଥିଲା । ଆଜି ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଦସ୍ୟମାନେ ବ୍ରହ୍ମପୁର ଏସପିଙ୍କୁ ଭେଟି ଉଦବେଗ ପ୍ରକାଶ କରିଥିଲେ । ବିଜେଡି ତରଫରୁ ଏସପିଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରା ଯାଇଥିଲା, ଯେଉଁଥିରେ, ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ସହିତ ବ୍ରହ୍ମପୁର ପୋଲିସ ଜିଲ୍ଲାରେ ଆଇନ ଶୃଙ୍ଖଳା ସ୍ଥିତିକୁ ସୁଧାରିବା ପାଇଁ ଦାବୀ ରଖାଯାଇଥିଲା । ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଫ୍ୟାକ୍ଟ ଫାଇଣ୍ଡିଂ ଟିମର ସଦସ୍ୟ ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ କହିଥିଲେ, ଏହି ସମ୍ୱେଦନଶୀଳ ଘଟଣାରେ ପୋଲିସ ନିଷ୍କ୍ରିୟତା ଦେଖିବାକୁ ମିଳିଛି । ଆଜି ବିଜେଡିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ ବ୍ରହ୍ମପୁର ଗସ୍ତ କରି ଘଟଣା ଉପରେ ଉଦବେଗ ପ୍ରକାଶ କରିବା ପରେ ଦୁର୍ବୁର୍ତ୍ତଙ୍କୁ ଗିରଫ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି ।

ସମଗ୍ର ଜିଲ୍ଲାରେ ଉଦବେଗଜନକ ଭାବେ ହତ୍ୟା, ରାହାଜାନି ଓ ଦୁଷ୍କର୍ମ ଇତ୍ୟାଦି ବୃଦ୍ଧି ପାଇଛି । ରାଜ୍ୟରେ ନାବାଳିକା, ଆଦିବାସୀ, ଦଳିତ ମହିଳାଙ୍କ ଦୁଷ୍କର୍ମ ଅହେତୁକ ବୃଦ୍ଧି ପାଇଛି । ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ କହିଥିଲେ, ଆଇନ ଶୃଙ୍ଖଳା ପରିସ୍ଥିତିକୁ ବଜାୟ ରଖିବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ତାଛଡା, ମହିଳା ମାନଙ୍କ ସୁବିଧା ପାଇଁ ରାଜ୍ୟର ପ୍ରତି ପୋଲିସ ଥାନାରେ, ପୂର୍ବ ସରକାରଙ୍କ ଦ୍ୱାରା ଯେଉଁ ମହିଳା ଡେସ୍କ ସ୍ଥାପନ କରା ଯାଇଥିଲା, ତାହାକୁ ବିଜେପି ସରକାର ଉଛେଦ କରି ଦେଇଛନ୍ତି । ସେହିପରି ପୂର୍ବତନ ବିଧାୟକ ସୁଶ୍ରୀ ଲତିକା ପ୍ରଧାନ କହିଥିଲେ, ଦୁର୍ବୁତ୍ତ ମାନେ ଜାନି ଯାତ୍ରା ସମୟରେ ନାବାଳିକା ମାନଙ୍କୁ ଟାର୍ଗେଟ କରୁଥିବାରୁ ପୋଲିସ ଏଥିପ୍ରତି ଯତ୍ନବାନ ହେବାର ଆବଶ୍ୟକ ରହିଛି ।

ବିଜେଡି ପ୍ରତିନିଧି ମଣ୍ଡଳୀରେ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ, ପୂର୍ବତନ ସାଂସଦ ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଶ୍ରୀମତୀ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ, ବିଜେଡି ଆସ୍କା ଲୋକସଭା ପ୍ରାର୍ଥୀ ଶ୍ରୀମତୀ ରଞ୍ଜିତା ସାହୁ, ପୂର୍ବତନ ବିଧାୟକ ଶ୍ରୀମତୀ ଲତିକା ପ୍ରଧାନ, ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ସୁବାଷ ବେହେରା, ଶ୍ରୀକାନ୍ତ ସାହୁ, ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ଅଞ୍ଜଳି ସ୍ୱାଇଁ, ଉପାଧ୍ୟକ୍ଷ ଶ୍ରୀମତୀ ରାଜେଶ୍ୱରୀ ଦୋରା, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଅଜିତ ଦାସ, ଦୀପକ ସାମନ୍ତ, ପୂର୍ବତନ ଜିଲ୍ଲା ସଭାପତି ସୁବାଷ ମହାରଣା, ଦଳର ରାଜ୍ୟ ମୁଖପାତ୍ର ତୁମ୍ୱନାଥ ପଣ୍ଡା ଓ ନାରାୟଣ ଜେନା, ଦଳର ଅନ୍ୟ କର୍ପୋରେଟର ମାନେ ଉପସ୍ଥିତ ଥିଲେ ।

Previous Post

ଫୁଲବାଣୀରେ ୧୦୦ ସିଟ ବିଶିଷ୍ଟ ସରକାରୀ ମେଡିକାଲ କଲେଜ, ୬୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲର ଶୁଭ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

Next Post

ତାଇୱାନ୍‍ ଚାଓୟାଙ୍ଗ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ୬୮ତମ ସମ୍ମାନସୂଚକ ଡକ୍ଟରେଟ୍‍

Next Post
ତାଇୱାନ୍‍ ଚାଓୟାଙ୍ଗ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ୬୮ତମ ସମ୍ମାନସୂଚକ ଡକ୍ଟରେଟ୍‍

ତାଇୱାନ୍‍ ଚାଓୟାଙ୍ଗ ବିଶ୍ୱବିଦ୍ୟାଳୟରୁ ଅଚ୍ୟୁତ ସାମନ୍ତଙ୍କୁ ୬୮ତମ ସମ୍ମାନସୂଚକ ଡକ୍ଟରେଟ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA