Saturday, August 29, 2026 10:56 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଯୋଗ୍ୟ ଭୋଟରଙ୍କ ନାଁ ବାଦ: ସିଇଓଙ୍କୁ ଭେଟିଲା ବିଜେଡ଼ି

by Our Correspondent
28 Aug, 2026- 11:15 PM
in Latest News, News
1 min read
0
ଯୋଗ୍ୟ ଭୋଟରଙ୍କ ନାଁ ବାଦ: ସିଇଓଙ୍କୁ ଭେଟିଲା ବିଜେଡ଼ି

ଭୁବନେଶ୍ୱର : ଭୋଟର ତାଲିକାରୁ ଯୋଗ୍ୟ ଓ ପ୍ରକୃତ ଭୋଟରଙ୍କ ନାମ ବାଦ୍ ପଡ଼ୁଥିବା ନେଇ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ଖବରକୁ ନେଇ ବିଜୁ ଜନତା ଦଳ ଗଭୀର ଉଦ୍‌ବେଗ ପ୍ରକାଶ କରିବା ସହ ଭୋଟରଙ୍କ ନାମ କେଉଁ କାରଣରୁ ଏବଂ କେଉଁ ପ୍ରକ୍ରିୟାରେ ବାଦ୍ ଦିଆଯାଇଛି, ସେ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦଳ ତରଫରୁ ବିସ୍ତୃତ ଭାବେ ଅବଗତ କରାଯାଇଛି । ଦଳର ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କୁ ଭେଟି ଅଭିଯୋଗ ଦାଖଲ କରିଛି ।

ଅଭିଯୋଗ ପତ୍ରରେ ବିଜେଡ଼ି କହିଛି ଯେ ଭୋଟର ତାଲିକାକୁ ନେଇ ଦାବି ଓ ଆପତ୍ତି ଅବଧି ଅଗଷ୍ଟ ୧୯ ତାରିଖରେ ଶେଷ ହୋଇଥିଲେ ମଧ୍ୟ ଶାସକ ବିଜେପି ଦଳର ବି.ଏଲ.ଏ.ମାନେ ଏଯାବତ ପୁଳାପୁଳା ଫର୍ମ–୭ ଦାଖଲ କରି ବୁଥ ସ୍ଥରରେ ଯୋଗ୍ୟ ଭୋଟରଙ୍କ ନାମ କାଟିବା ପ୍ରକ୍ରିୟା ଜାରି ରଖିଛନ୍ତି । ଭୋଟର ଙ୍କ ଅଭିଯୋଗ ଅନୁଯାୟୀ ରାଜ୍ୟର ବିଭିନ୍ନ ନିର୍ବାଚନମଣ୍ଡଳୀ ଯଥା ବାଲିକୁଦା-ଏରସମା, ମାହାଙ୍ଗା, ଧାମନଗର, ଭଦ୍ରକ,ମହାକାଳପଡ଼ା, ଝାରସୁଗୁଡା, ପାଟକୁରା, ଦିଗପହଣ୍ଡି ପ୍ରଭୃତି ନିର୍ବାଚନମଣ୍ଡଳୀରେ ବିଜେପି ବି.ଏଲ.ଏ. ମାନେ ଭୋଟର ତାଲିକାରୁ ରାଜନୈତିକ ଅଭିସନ୍ଧି ରଖି ଯୋଗ୍ୟ ଭୋଟରଙ୍କ ନାମ କାଟିବା ପ୍ରକ୍ରିୟା ଜାରି ରଖିଛନ୍ତି।

ମାହାଙ୍ଗା ବ୍ଲକ ଅଧିନସ୍ଥ ଭଦ୍ରେଶ୍ଵର ପଂଚାୟତରେ ନୂତନ ଭାବେ ଗଠନ ହୋଇଥିବା ୨୨୧ ଓ ୨୨୨ ନମ୍ବର ବୁଥ ର ଭୋଟର ତାଲିକାରୁ ୧୨୧ ଜଣ ଯୋଗ୍ୟ ଭୋଟରଙ୍କ ନାମ SIR ତାଲିକାରୁ ବାଦ ଦେବାପାଇଁ ସେହି ବୁଥ ର ବିଜେପି ବି.ଏଲ.ଏ. ଫଗୁ ଚରଣ ବେହେରା ସୁପାରିଶ କରିଛନ୍ତି । ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟର ମାନଙ୍କୁ ଉଦେଶ୍ୟମୂଳକ ଭାବେ ତାଲିକାରୁ ବାଦ ଦେବାପାଇଁ ବି. ଏଲ. ଏ. ଶ୍ରୀ ବେହେରାଙ୍କ ସୁପାରିଶ ବାବଦରେ ମାହଙ୍ଗା ବ୍ଲକ ବିଡିଓ ଙ୍କୁ ସାକ୍ଷାତ କରି ଏହାର ତୁରନ୍ତ ସଂଶୋଧନ ପାଇଁ ଭୋଟର ମାନେ ଦାବି କରିଛନ୍ତି । ଏହାର ବିଧିବଦ୍ଧ ତଦନ୍ତ କରି ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟନୁଷ୍ଠାନ ନେବା ପାଇଁ ଦାବି କରାଯିବା ପରେ, ବିଜେପି ବି.ଏଲ.ଏ. ଶ୍ରୀ ବେହେରା, ତଦନ୍ତ କରି ସେମାନଙ୍କୁ ପୁନର୍ବାର ଭୋଟର ତାଲିକାରେ ସ୍ଥାନ ଦେବା ପାଇଁ ବିଡିଓ ଙ୍କୁ ଲିଖିତ ଭାବେ ଜଣାଇଥିବା ବାବଦରେ ପ୍ରତିନିଧିମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟିକୁ ଆଣିଥିଲେ ।

ରାଜ୍ୟବ୍ୟାପୀ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଆସିଥିବା ସମସ୍ତ ଅଭିଯୋଗର ତଦନ୍ତ କରି କୌଣସି ଯୋଗ୍ୟ ଭୋଟର ଯେପରି SIR ତାଲିକାରୁ ବାଦ ନପଡ଼ିବେ ସେଥିପାଇଁ ସାନି ନିର୍ଦେଶ ଜାରି କରିବା ପାଇଁ ବିଜେଡ଼ି ମୁଖ୍ୟ ନିର୍ବାଚନ ଅଧିକାରୀ ଙ୍କ ନିକଟରେ ଦାବି କରିଛି । ଆଜିର ଏହି ପ୍ରତିନିଧି ମଣ୍ଡଳୀରେ ବିଧାୟକ ସାରଦା ପ୍ରସନ୍ନ ଜେନା, ସାଧାରଣ ସମ୍ପାଦକ ବିଜୟ ନାୟକ, ଗଣମାଧ୍ୟମ ସଂଯୋଯୋକ ତଥା ମୁଖପାତ୍ର ଡ଼. ଲେଲିନ ମହାନ୍ତି, ତୁମ୍ବନାଥ ପଣ୍ଡା, ନାରାୟଣ ଜେନା, ଜ୍ୟୋତ୍ସ୍ନାମୟୀ ପରିଡ଼ା, ମାନସୀ ସୁନ୍ଦରାୟ ପ୍ରମୁଖ ଉପସ୍ଥିତ ଥିଲେ ।

Previous Post

କାହାକୁ ଜାଳିବେ ଜୁଏଲ୍?

Next Post

୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ୫,୧୬୩ କୋଟି

Next Post
୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ୫,୧୬୩ କୋଟି

୧ କୋଟି ମହିଳାଙ୍କ ଆକାଉଣ୍ଟକୁ ଗଲା ୫,୧୬୩ କୋଟି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA