Wednesday, October 7, 2026 03:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଇଣ୍ଡିଆ’ ମେଳିରେ ବିଜେଡି

ଜ୍ଞାନେଶ ହଟାଓ ଅଭିଯାନ

by Samar Pradhan
06 Oct, 2026- 08:07 PM
in Latest News, News, Politics
1 min read
0
‘ଇଣ୍ଡିଆ’ ମେଳିରେ ବିଜେଡି

ଭୁବନେଶ୍ୱର: ଏସଆଇଆର କେଳେଙ୍କାରୀକୁ ନେଇ ସାରା ଦେଶ ହୁଲସ୍ତୁଲ । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ବରଖାସ୍ତ ଦାବିରେ ଆନ୍ଦୋଳନ ଜୋର୍ ହୋଇଛି । ଆଜି ନୂଆଦିଲ୍ଲୀରେ ‘ଇଣ୍ଡିଆ ମେଣ୍ଟ’ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଜ୍ଞାନେଶଙ୍କ ଇସ୍ତଫା ଦାବିରେ ବିକ୍ଷୋଭ ପଦଯାତ୍ରା ହୋଇଥିଲା । ପ୍ରାୟ ୨୦ଟି ରାଜନୈତିକ ଦଳର ଶତାଧିକ ସାଂସଦଙ୍କ ଏହି ପଦଯାତ୍ରାରେ ବିଜେଡି ମଧ୍ୟ ସାମିଲ ହୋଇଥିଲା । ‘ଏସଆଇଆର/ଭୋଟଚୋରି’ ଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଇଣ୍ଡିଆ ମେଣ୍ଟ ନେତାଙ୍କ ମେଳିରେ ବିଜେଡି ସାମିଲ ହୋଇଥିବାରୁ ରାଜନୈତିକ ମହଲରେ କମ୍ପନ ସୃଷ୍ଟି ହୋଇଛି ।

ପ୍ରଥମରୁ ରାହୁଲ ଗାନ୍ଧୀଙ୍କ ଭୋଟଚୋରି ଅଭିଯୋଗ ସାରା ଦେଶରେ ହଇଚଇ ସୃଷ୍ଟି କରିଥିଲା । ଏସଆଇଆର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତାକୁ ନେଇ ଅଭିଯୋଗମାନ ଆସିବା ବେଳେ ବିଜେଡି ତା’ର ଆଭିମୁଖ୍ୟ ସ୍ପଷ୍ଟ କରିଥିଲା । ଏସଆଇଆରରେ ବ୍ୟାପକ ଅନିୟମିତତା ହୋଇଥିବାର ପ୍ରମାଣ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଏକାଧିକବାର ଦାଖଲ କରାଯାଇଛି । ତେବେ ଏସଆଇଆର କେଳେଙ୍କାରୀକୁ ନେଇ ନିର୍ବାଚନ କମିସନରେ ଫାଟ ଖବରଟି ଇଣ୍ଡିଆନ୍ ଏକ୍ସପ୍ରେସ୍ ରେ ରିପୋର୍ଟ ହେବା ପରେ ଦେଶରେ ହଇଚଇ ସୃଷ୍ଟି ହୋଇଛି । ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାର ଗଣତନ୍ତ୍ରର ହତ୍ୟାକାରୀ ଭାବେ ଚର୍ଚ୍ଚାକୁ ଆସିଛନ୍ତି ।

ଏହି ପ୍ରସଙ୍ଗକୁ ପ୍ରଥମରୁ ଗୁରୁତ୍ୱର ସହ ନେଇଥିବା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ଏବେ ଅଟଳ ଅଛନ୍ତି । ଜ୍ଞାନେଶ ହଟାଓ ଦାବିରେ ଆଜି ନୂଆଦିଲ୍ଲୀରେ ଇଣ୍ଡିଆ ମେଣ୍ଟର ଆନ୍ଦୋଳନରେ ବିଜେଡିର ଭୂମିକା କ’ଣ ରହିବ ବୋଲି ରାଜନୈତିକ ମହଲରେ କଳ୍ପନାଜଳ୍ପନା ଲାଗି ରହିଥିଲା । ମାତ୍ର ଇଣ୍ଡି ମେଣ୍ଟର ଆନ୍ଦୋଳନରେ ସାମିଲ ହେବାକୁ ସେ ଦଳର ରାଜ୍ୟସଭା ସାଂସଦମାନଙ୍କୁ ନିର୍ଦ୍ଦେଶ ଦେଇ ଏହାର ଅବସାନ ଘଟାଇଥିଲେ ।

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ଜାତୀୟ ଗଣମାଧ୍ୟମକୁ କହିଛନ୍ତି- ଜ୍ଞାନେଶ କୁମାରଙ୍କ ଇସ୍ତଫା ବିଜେଡିର ମୂଳ ଦାବି । ଏକ ଦାୟିତ୍ୱବାନ ଆଞ୍ଚଳିକ ବିରୋଧୀ ଦଳ ଭାବେ ଆମର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଆଜି ପ୍ରତିବାଦ ରାଲିରେ ଭାଗ ନେଇଛୁ । ଆମେ ସ୍ପଷ୍ଟ କରିଦେବାକୁ ଚାହୁଁ ଯେ ବିଜେଡି ଇଣ୍ଡିଆ ମେଣ୍ଟର ଅଂଶୀଦାର ନୁହେଁ । ବିଜେଡି ପୂର୍ବଭଳି ଉଭୟ ଇଣ୍ଡିଆ ମେଣ୍ଟ ଓ ଏନଡିଏଠାରୁ ସମଦୂରତ୍ୱ ବଜାୟ ରଖିଛି । ଏକ ଦାୟିତ୍ୱସମ୍ପନ୍ନ ବିରୋଧୀ ଦଳ ହିସାବରେ ଆମେ ଆମର କାର୍ଯ୍ୟ କରୁଛୁ ।

ମାନସ କହିଛନ୍ତି ଯେ ଏସଆଇଆର ପ୍ରକ୍ରିୟାରେ ଓଡ଼ିଶାରୁ ୨୦ ଲକ୍ଷରୁ ଅଧିକ ଭୋଟରଙ୍କ ନାଁ ଜାଣିଶୁଣି କାଟି ଦିଆଯାଇଛି । ଏହି ପ୍ରକ୍ରିୟା ଚାଲିଥିବା ବେଳେ ବିଜେଡି ପକ୍ଷରୁ ବାରମ୍ବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଆପତ୍ତି କରାଯାଇଛି । ମାତ୍ର ଏହାକୁ ଅଣଦେଖା କରାଯାଇଛି । ବିଏଲଓଙ୍କ ଅଜ୍ଞାତସାରରେ ଗୋଟିଏ ଅଞ୍ଚଳରୁ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୨୭ ଭୋଟ କାଟି ଦିଆଯିବା ଏସଆଇଆର ଜାଲିଆତିକୁ ସ୍ପଷ୍ଟ କରିଛି । କେବଳ ଧାମନଗରର ବିଧାନସଭା କ୍ଷେତ୍ରରୁ ହଜାର ହଜାର ଭୋଟରଙ୍କୁ ମତଦାତା ସୂଚୀରୁ ବାଦ୍ ଦିଆଯାଇଛି ।

ଏହି ସମୟରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଭିଆରଏସ୍ ଆବେଦନ ଅନେକ ଦିଗକୁ ଇଙ୍ଗିତ କରୁଛି । ଫର୍ମ-୬ ପରିବର୍ତ୍ତନ ନେଇ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟୀକରଣ ପରେ ଜ୍ଞାନେଶ କୁମାର ଭୋଟର ଜାଲିଆତିରେ ପ୍ରତ୍ୟକ୍ଷ ସଂପୃକ୍ତ ଥିବା ସ୍ପଷ୍ଟ ହୋଇସାରିଛି । ତେଣୁ ସେ ତୁରନ୍ତ ଇସ୍ତଫା ଦେବା ଉଚିତ୍ ବୋଲି ବିଜେଡି ଦାବି କରୁଛି ।

ଆଜି ଇଣ୍ଡିଆ ମେଣ୍ଟ ର ଜ୍ଞାନେଶ କୁମାର ହଟାଓ ଆନ୍ଦୋଳନରେ ବିଜେଡି ସାମିଲ ହେବାକୁ ନେଇ ରାଜନୈତିକ ମହଲରେ କିନ୍ତୁ କମ୍ପନ ସୃଷ୍ଟି ହୋଇଛି । ଏନଡିଏ ମେଣ୍ଟ ସହ ତଥାକଥିତ ଭିତିରି ପ୍ରେମ ସମ୍ପର୍କରେ ଥିବା ବିଜେଡିର ଏହି ଆଭିମୁଖ୍ୟକୁ ରାଜ୍ୟ ବିଜେପି ନେତାମାନେ ଗ୍ରହଣ କରିପାରିନାହାନ୍ତି । ଲୋକଙ୍କ ପ୍ରବଳ ଆକ୍ରୋଶରେ ଥିବା ଏସଆରସି କେଳେଙ୍କାରୀ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ଚେଷ୍ଟା କରିଛନ୍ତି ରାଜ୍ୟ ସଭାପତି ମନମୋହନ ସାମଲ । ବିଜେଡି ନିରାଶ ଓ ହତାଶ ହୋଇ କଂଗ୍ରେସ ସହିତ ମିଶିଛି ବୋଲି ବୟାନ ଦେଇଛନ୍ତି । ବିଜେଡି ଏହାର ପରିଣାମ ଭୋଗିବ ବୋଲି ଭବିଷ୍ୟତବାଣୀ ମଧ୍ୟ କରିଛନ୍ତି । କଂଗ୍ରେସ ସହିତ ମିଶି ଯେମିତି କମ୍ୟୁନିଷ୍ଟ ଓ ସମାଜବାଦୀ ପାର୍ଟି ବିଲୀନ ହୋଇଗଲେ ଆଗକୁ ବିଜେଡି ସେମିତି ସଫା ହୋଇଯିବ ବୋଲି ସେ କହିଛନ୍ତି ।

ବିଜେଡିର ଏହି ଆଭିମୁଖ୍ୟରେ ଓଡ଼ିଶାର କଂଗ୍ରେସ ନେତାମାନେ କିନ୍ତୁ ଖୁସି । ୨୪ ବର୍ଷ ଧରି ଏନଡିଏକୁ ବାହ୍ୟ ସମର୍ଥନ ଦେଉଥିବା ବିଜେଡି ଏବେ ତା’ର ଭୁଲ୍ ବୁଝିପାରିଲା ବୋଲି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି । ତେବେ ବିଜେଡି ଇଣ୍ଡିଆ ବ୍ଲକ୍ ରେ ସାମିଲ ହେବ ନା ନାହିଁ ତାହା ଭବିଷ୍ୟତ କହିବ ବୋଲି ସେ କହିଛନ୍ତି ।

ସୂଚନାଥାଉକି, ଆଜି ନୂଆଦିଲ୍ଲୀରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଶତାଧିକ ସାଂସଦଙ୍କର ପ୍ରତିବାଦ ରାଲି ସଂସଦ ଭବନରୁ ବାହାରି ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟକୁ ଯାଉଥିବା ବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଏହାପରେ ବିରୋଧୀ ସାଂସଦମାନେ ରାସ୍ତାରେ ବସି ଧାରଣା ଦେଇଥିଲେ । ପ୍ରତିବାଦ ମଧ୍ୟରେ ରାହୁଲ ପୁଲିସ ବାରିକେଡ୍ ଉପରକୁ ଚଢ଼ିଥିଲେ । ପୁଲିସ ଅଟକାଇବା ସତ୍ତ୍ୱେ ମେଣ୍ଟ ନେତାମାନେ ଅଲଗା ବାଟରେ ଯାଇ ଆକାଶବାଣୀ ଭବନକୁ ପ୍ରବେଶ କରିଥିଲେ । ସେଠାରୁ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ଆଡ଼କୁ ଯିବାକୁ ଉଦ୍ୟମ କରିଥିଲେ । ରାହୁଲ ଓ ପ୍ରିୟଙ୍କା ଗାନ୍ଧୀ ଆକାଶବାଣୀ ଭବନ ପରିସରରେ ଧାରଣାରେ ବସିଥିଲେ । ପରେ ପୁଲିସ ପୁଲିସ ସେମାନଙ୍କୁ ହଟାଇ ଦେବାରୁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା ।

Previous Post

କିଟ୍‌ର ୨୨ତମ ବାର୍ଷିକ ସମାବର୍ତ୍ତନ ଉଦ୍‌ଯାପିତ

Next Post

ବଙ୍ଗଳାରେ SIR ଶୁଣାଣିରେ ଭୋଟର ଓ ବ୍ୟବସ୍ଥା ବାଟବଣା

Next Post
ବଙ୍ଗଳାରେ SIR ଶୁଣାଣିରେ ଭୋଟର ଓ ବ୍ୟବସ୍ଥା ବାଟବଣା

ବଙ୍ଗଳାରେ SIR ଶୁଣାଣିରେ ଭୋଟର ଓ ବ୍ୟବସ୍ଥା ବାଟବଣା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA