Thursday, June 25, 2026 09:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କର୍ମୀଙ୍କ ମନରେ ଜୋସ୍ ଭରିଲେ ନବୀନ

ବିଜେଡି ସଭ୍ୟ ସଂଗ୍ରହ ଅଭିଯାନର ଶୁଭାରମ୍ଭ

by Our Correspondent
09 Oct, 2024- 03:46 PM
in Latest News, News
1 min read
0
କର୍ମୀଙ୍କ ମନରେ ଜୋସ୍ ଭରିଲେ ନବୀନ

ଭୁବନେଶ୍ୱର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ତା’ର ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିଛି । ଦୁଇମାସ ଧରି ଚାଲିବାକୁ ଥିବା ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି ଦଳର ସଭାପତି ନବୀନ ପଟ୍ଟନାୟକ । ପ୍ରଥମ ସଭ୍ୟ ଭାବେ ଭୁବନେଶ୍ୱର ଏକାମ୍ର ନିର୍ବାଚନମଣ୍ଡଳୀରୁ ନିଜେ ପଞ୍ଜିକୃତ ହେବା ସହ ସାରା ରାଜ୍ୟରେ ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କର୍ମୀମାନଙ୍କୁ ଉତ୍ସାହିତ କରିଥିଲେ ।

ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ନବୀନ କହିଥିଲେ- ସଭ୍ୟ ସଂଗ୍ରହ ଅଭିଯାନ ଗୋଟେ ରାଜନୈତିକ ଦଳର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ । ମୁଁ ଚାହେଁ, ଆମ ଦଳର ସକ୍ରିୟ ସଭ୍ୟମାନେ ପ୍ରତି ଘରକୁ ଯାଆନ୍ତୁ । ଆମ ଦଳର ଆଦର୍ଶ, ଦଳର କାର୍ଯ୍ୟକ୍ରମ ସମ୍ପର୍କରେ ଲୋକଙ୍କୁ ବୁଝାନ୍ତୁ । ଲୋକଙ୍କ ମତ ନେଇ ସେମାନଙ୍କୁ ଦଳରେ ସାମିଲ କରନ୍ତୁ ।
ଓଡ଼ିଶା ବାହାରେ ରହୁଥିବା ଓଡ଼ିଆମାନେ ଅନଲାଇନ୍ ଜରିଆରେ ଦଳରେ ସାମିଲ ହେବାକୁ ନବୀନ ଆମନ୍ତ୍ରଣ କରିଥିଲେ ।

ବିଜେପି ଆଡକୁ ଲକ୍ଷ୍ୟ କରି ନବୀନ କହିଥିଲେ ଯେ କିଛି ଦଳ ମିସଡ୍ କଲ କରି ସଭ୍ୟ ସଂଗ୍ରହ କରୁଛନ୍ତି । ମାତ୍ର ତାହା ଠିକ୍ ନୁହେଁ । ମିସଡ୍ କଲ ଡାଇରିରେ ସେମାନଙ୍କ ସଦସ୍ୟତା ପଞ୍ଜିକୃତ ହୋଇପାରେ । କିନ୍ତୁ ବିଜୁ ଜନତା ଦଳ ସେସବୁଠାରୁ ବହୁ ଦୂରରେ । ସେବା, ସ୍ୱାଭିମାନ ଓ ସଂଗ୍ରାମ ଆମର ଆଦର୍ଶ । ଓଡ଼ିଶାବାସୀଙ୍କ ସେବା, ଓଡ଼ିଆ ଜାତିର ସ୍ୱାଭିମାନ ସୁରକ୍ଷା ଏବଂ ଓଡ଼ିଶାର ସ୍ୱାର୍ଥ ପାଇଁ ବିଜୁ ବାବୁ ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରି ଯାଇଛନ୍ତି । ସେ ଆମ ସମସ୍ତଙ୍କ ପାଇଁ ପ୍ରେରଣା ।

ବିଜେଡି ସରକାର ସମୟରେ ହୋଇଥିବା ଭଲ କାମ ସମ୍ପର୍କରେ ଉଲ୍ଲେଖ କରି ନବୀନ କହିଥିଲେ ଯେ ବିଜେଡି ସରକାରଙ୍କ ଯୋଜନା ଅନ୍ୟମାନଙ୍କ ପାଇଁ ମଡେଲ ହୋଇଛି । ଭାରତ ସରକାର ବି ଆମର ଅନେକ ଯୋଜନା ଆପଣାଇଛନ୍ତି । ଭୋଟ ବ୍ୟାଙ୍କ ସୃଷ୍ଟି କରିବା କେବେ ବି ବିଜେଡି ସରକାରର ଲକ୍ଷ୍ୟ ନ ଥିଲା । ବିକାଶ ଓ କଲ୍ୟାଣ ହେଉଛି ବିଜେଡିର ଫୋକସ୍ । ବିଜେଡି ସରକାର ଆରମ୍ଭ କରିଥିବା ବିକାଶ ଓ କଲ୍ୟାଣ ଯୋଜନାରୁ ଓଡ଼ିଶାବାସୀଙ୍କୁ କେହି ବଞ୍ଚିତ କରିପାରିବ ନାହିଁ ।

ବିଜୁ ଜନତା ଦଳ ଓଡ଼ିଶାର ଏକ ନମ୍ବର ଦଳ । ଗତ ନିର୍ବାଚନରେ ଏହି ଦଳ ଅଧିକ ଭୋଟ ପାଇଥିଲା । ଭୋଟ ପ୍ରତିଶତ ମଧ୍ୟ ଅଧିକ ଥିଲା । ବିଜେଡି ଓଡ଼ିଶାବାସୀଙ୍କ ହୃଦୟରେ ଅଛି । ଓଡ଼ିଶାର ଗୌରବ ପାଇଁ ନିଷ୍ଠାର ସହ କାମ କରିଚାଲିଛି । ତେଣୁ ଆସନ୍ତୁ, ଆମେ ସମସ୍ତେ ଗର୍ବର ସହ କହିବା ଆମେ ବିଜୁ ଜନତା ଦଳର କର୍ମୀ..ଓଡିଶା ମା’ ର ସେବକ ବୋଲି କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ନବୀନ ।

ବିଜେଡି ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଏବଂ ସଭ୍ୟ ସଂଗ୍ରହ ଅଭିଯାନ କମିଟିର ଆବାହକ ଅତନୁ ସବ୍ୟସାଚୀ ନାୟକ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ।

ଶ୍ରୀ ମିଶ୍ର ଏବଂ ଶ୍ରୀ ନାୟକଙ୍କ ସମେତ ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଅଶୋକ ପଣ୍ଡା ପ୍ରମୁଖ ଉଦବୋଧନ ଦେଇଥିଲେ ।

ରାଜ୍ୟର ୩୩ଟି ସାଂଗଠନିକ ଜିଲ୍ଲାର ହଜାର ହଜାର କର୍ମୀ ଅନଲାଇନ୍ ରେ ଯୋଡି ହୋଇ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ସଭାପତି ଶ୍ରୀ ପଟ୍ଟନାୟକଙ୍କ ଉପସ୍ଥିତିରେ ମୟୁରଭଞ୍ଜ, ମାଲକାନଗିରି, ଝାରସୁଗୁଡ଼ା, ପୁରୀ, ବରଗଡ଼ ଓ ରାଉରକେଲାର ବିଭିନ୍ନ ବର୍ଗର ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଥିଲେ ।

ସୂଚନାଯୋଗ୍ୟ, ବର୍ତ୍ତମାନ ବିଜେଡିର ସମୁଦାୟ ସଭ୍ୟ ସଂଖ୍ୟା କୋଟିଏରୁ ଅଧିକ ଥିଲା ବେଳେ ସକ୍ରିୟ ସଭ୍ୟ ସଂଖ୍ୟା ପ୍ରାୟ ୪ ଲକ୍ଷ ରହିଛି । ଏଥର ଦଳ ସରକାରରେ ନ ଥିଲେ ମଧ୍ୟ ଟାର୍ଗେଟ୍ ପୂରଣ ପାଇଁ ନେତାମାନେ ଯଥେଷ୍ଟ ଆଶାବାଦୀ ଅଛନ୍ତି ।

Previous Post

କାଲିଠୁଁ ବିଜେଡି ସଭ୍ୟ ସଂଗ୍ରହ ଅଭିଯାନ

Next Post

‘ସୁଭଦ୍ରା’ ଦ୍ୱିତୀୟ କିସ୍ତି ପାଇଲେ ୩୫ ଲକ୍ଷ ମହିଳା

Next Post
‘ସୁଭଦ୍ରା’ ଦ୍ୱିତୀୟ କିସ୍ତି ପାଇଲେ ୩୫ ଲକ୍ଷ ମହିଳା

'ସୁଭଦ୍ରା' ଦ୍ୱିତୀୟ କିସ୍ତି ପାଇଲେ ୩୫ ଲକ୍ଷ ମହିଳା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA