Monday, April 20, 2026 02:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପି ପାଖରେ ପୁଣି ଆତ୍ମସମର୍ପଣ !

ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ଦେବନି ବିଜେଡି

by Samar Pradhan
08 Sep, 2025- 08:37 PM
in Latest News, News, Politics
1 min read
0
ବିଜେପି ପାଖରେ ପୁଣି ଆତ୍ମସମର୍ପଣ !

ଭୁବନେଶ୍ୱର: ଆସନ୍ତାକାଲି ହେବାକୁ ଯାଉଥିବା ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ଦେବ ନାହିଁ । ଏନଡିଏ ଏବଂ ଇଣ୍ଡି ମେଣ୍ଟଠାରୁ ସମଦୂରତ୍ୱ ନୀତି ଆଧାରରେ ଭୋଟଦାନରୁ ବିରତ ରହିବ ବୋଲି ଘୋଷଣା କରାଯାଇଛି । ଦିଲ୍ଲୀ ଗସ୍ତରେ ଥିବା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଏହି ନିଷ୍ପତ୍ତିକୁ ଭିଡିଓ ବାର୍ତ୍ତାରେ ଜଣାଇଛନ୍ତି ବିଜେଡି ସଂସଦୀୟ ଦଳ ନେତା ଡ. ସସ୍ମିତ୍ ପାତ୍ର । ଦଳର ବରିଷ୍ଠ ନେତୃବୃନ୍ଦ, ରାଜନୈତିକ ବ୍ୟାପାର କମିଟିର ସଦସ୍ୟଗଣ ଏବଂ ଦଳୀୟ ସାଂସଦମାନଙ୍କ ସହ ଆଲୋଚନା କରି ନବୀନ ବାବୁ କୁଆଡ଼େ ଏହି ନିଷ୍ପତ୍ତି ନେଇଛନ୍ତି । ଓଡ଼ିଶା ଏବଂ ସାଢ଼େ ଚାରି କୋଟି ଓଡ଼ିଆଙ୍କ ବିକାଶ ପାଇଁ ବିଜେଡିର କାର୍ଯ୍ୟ ଜାରି ରହିବ ବୋଲି କୁହାଯାଇଛି ।

ତେବେ ସମଦୂରତ୍ୱ ନାଁରେ ବିଜେଡିର ଏହି ନିଷ୍ପତ୍ତି ପଛରେ ବିଜେପି ପ୍ରେମ ଲୁଚି ନାହିଁ । ବିଜେପିକୁ ଏହା ପରୋକ୍ଷ ସମର୍ଥନ ବୋଲି ଖୋଦ୍ କେନ୍ଦ୍ରମନ୍ତ୍ରୀ ଜୁଏଲ୍ ଓରାମ୍ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି । ସେହିଭଳି ପିସିସି ସଭାପତି ଭକ୍ତ ଚରଣ ଦାସ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ ବିରୋଧୀ ଦଳ ନେତା ଭାବରେ ନବୀନ ବାବୁ ଦୁର୍ବଳ ହୋଇପଡ଼ିଛନ୍ତି । ସମ ଦୂରତା ଭଳି ସହଜିଆ ଶବ୍ଦ କହି ବିରୋଧୀ ଭୂମିକାରୁ ଦଳକୁ ନିବୃତ୍ତ କରିଛନ୍ତି । ଉପରାଷ୍ଟ୍ରପତି ନିର୍ବାଚନ ଭୋଟିଂରୁ ବିଜେଡି ବିରତ ରହି ପରୋକ୍ଷରେ ବିଜେପିକୁ ସମର୍ଥନ କରିଛି ବୋଲି ସେ କହିଛନ୍ତି ।

ଉପରାଷ୍ଟ୍ରପତି ନିର୍ବାଚନରେ ସଂଖ୍ୟା ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀଙ୍କର ବିଜୟ ସୁନିଶ୍ଚିତ । ବିଜେପି ନେତୃତ୍ୱାଧୀନ ଏନଡିଏକୁ ବିଜେଡିର ୭ ରାଜ୍ୟସଭା ସାଂସଦଙ୍କ ଭୋଟ ଜମାରୁ ଫରକ୍ ପକାଇବାର ନାହିଁ । ମାତ୍ର ରାଜ୍ୟରେ ଏକ ସଶକ୍ତ ବିରୋଧୀ ଦଳ ଭାବେ ନିଜର ସ୍ଥିତି ଜାହିର କରିବା ସହ ଜାତୀୟ ରାଜନୀତିରେ ସ୍ଥିତିରକ୍ଷା ପାଇଁ ବିଜେଡି ପାଇଁ ଏହାର ଯଥେଷ୍ଟ ଗୁରୁତ୍ୱ ରହିଛି । ଏବେକାର ବିଜେପି ଶାସିତ ଓଡ଼ିଶାରେ ମୁଖ୍ୟ ବିରୋଧୀ ଦଳ ବିଜେଡି ହୋଇଥିବାରୁ ସ୍ୱାଭାବିକ ଭାବେ ଏନଡିଏ ବିରୋଧୀ ଆଭିମୁଖ୍ୟ ରହିବା କଥା । ଏହା ଦଳକୁ ସଂଗଠିତ କରି ରଖିବା ସହ ସହ ବିଜେଡି ନେତା ଓ କର୍ମୀଙ୍କ ମନରେ ଉତ୍ସାହ ବଢ଼ାଇବାରେ ସହାୟକ ହୁଅନ୍ତା । ସର୍ବୋପରି ଲୋକଙ୍କ ଆଗରେ ସେମାନଙ୍କୁ ମୁହଁଲଜ୍ଜାରୁ ରକ୍ଷା କରନ୍ତା ।

ମାତ୍ର ନିର୍ବାଚନ ପରାଜୟ ପରଠାରୁ ବିଜେଡିର ଅବସ୍ଥା ଦୁର୍ବଳ ହେଉଥିବା ଏବଂ ଦଳର ନେତା ଓ କର୍ମୀମାନେ ବିଜେପି ସହ ମଧୁର ସମ୍ପର୍କର ଅପବାଦ ବୋହୁଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରୁ ବିଜେଡିର ବିରତି ଘୋଷଣା ଦଳ ପାଇଁ ଆହୁରି କ୍ଷତିକାରକ ହେବ ବୋଲି ରାଜନୈତିକ ବିଶାରଦମାନେ ମତ ଦେଇଛନ୍ତି ।

ସେମାନଙ୍କ କହିବାନୁଯାୟୀ, ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ପରିପ୍ରେକ୍ଷୀରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚତୁରତାର ସହ ସମଦୂରତା କାର୍ଡ ଖେଳିଛନ୍ତି । ବିଜେପି ସହ ମଧୁର ସମ୍ପର୍କକୁ ଅତୁଟ ରଖିବା ଏବଂ ନେତୃତ୍ୱକୁ ଖୁସିରେ ରଖିବା ପାଇଁ ନବୀନଙ୍କର ଏହା ଚାଲ୍ ବୋଲି ସମସ୍ତେ ବୁଝିଗଲେଣି । ଏଭଳି ଦୃଶ୍ୟପଟରେ ବିଜେଡି ନେତା ଓ କର୍ମୀମାନେ ରାଜ୍ୟର ବିଜେପି ସରକାରଙ୍କ ବିରୋଧରେ କିପରି ଲଢ଼େଇ କରିବେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି ।

ଦୁଇଦିନ ତଳେ ନବୀନ ନିବାସରେ ଅନୁଷ୍ଠିତ ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ଅଧିକାଂଶ ସଦସ୍ୟ ଏନଡିଏ ବିରୋଧୀ ଆଭିମୁଖ୍ୟ ପ୍ରକଟ କରିଥିଲେ । ଏନଡିଏ ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ନ ଦେବାକୁ ଦୃଢ଼ ମତ ରଖିଥିଲେ । ଅବଶ୍ୟ ଏନଡିଏ ପ୍ରତି ନବୀନ ନିବାସର କୋହଳ ମନୋଭାବକୁ ଭଲ ଭାବେ ହୃଦୟଙ୍ଗମ କରିଥିବା ଦୁଇ ତିନି ଜଣ ସଦସ୍ୟ ମୁହଁଲଜ୍ଜା ଢ଼ାଙ୍କିବା ପାଇଁ ଭୋଟ ବିରତି ପ୍ରସ୍ତାବ ଦେଇଥିଲେ । ସେମାନଙ୍କ ଯୁକ୍ତି ଥିଲା ଯେ ଏନଡିଏ ପ୍ରାର୍ଥୀଙ୍କୁ ପ୍ରତ୍ୟକ୍ଷ ସମର୍ଥନ ନ କରି ଭୋଟରୁ ନିବୃତ୍ତ ରହିଲେ ପରା ଦଳର ଇଜ୍ଜତ ବଞ୍ଚିଯିବ । ଶେଷରେ ସେଇ ପ୍ରସ୍ତାବକୁ ରଖିଛନ୍ତି ନବୀନ । ମୋଟାମୋଟି ଭାବେ, ମୁଷ୍ଟିମେୟ ବ୍ୟକ୍ତିଙ୍କ ସ୍ୱାର୍ଥକୁ ଜଗି ଦଳର ସ୍ୱାର୍ଥକୁ ପୁଣି ଥରେ ବଳି ଚଢ଼ାଇଛନ୍ତି ।

ସୂଚନାଥାଉକି, ନିକଟ ଅତୀତରେ ୱକଫ୍ ବିଲ୍ ସମର୍ଥନକୁ ନେଇ ବିଜେଡିରେ କମ୍ପମାନ ହୋଇଥିଲା । ବିଲ୍ କୁ ବିରୋଧ କରାଯିବ ବୋଲି ନବୀନ ବାବୁ ବହୁ ପୂର୍ବରୁ ସ୍ପଷ୍ଟ କରିଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବିବେକାନୁମୋଦିତ ଭୋଟ ଆଳରେ ବିଲ୍ କୁ ସମର୍ଥନ କରିବାକୁ ନିଷ୍ପତ୍ତି ହୋଇଥିଲା । ମାତ୍ର ମୁନ୍ନା ଖାନ୍ ଏବଂ ଦେବାଶିଷ ସାମନ୍ତରାୟ ଏହାକୁ ଅମାନ୍ୟ କରିଥିଲେ । ମୁନ୍ନା ଖାନ୍ ବିଲ୍ ବିପକ୍ଷରେ ଭୋଟ ଦେଇଥିଲା ବେଳେ ଦେବାଶିଷ ସାମନ୍ତରାୟ ଭୋଟଦାନରୁ ବିରତ ରହିଥିଲେ । ବାକି ୫ ଜଣ ସାଂସଦ ବିଲ୍ ସପକ୍ଷରେ ଭୋଟ ଦେଇଥିଲେ । ନବୀନ ନିବାସ-ଦିଲ୍ଲୀ ମଧ୍ୟରେ ଏହି ଚତୁର କୋଳାକୋଳି ବିଜେଡି ପାଇଁ ଥିଲା ଦ୍ୱିତୀୟ ବଡ଼ ବିପର୍ଯ୍ୟୟ ।

Previous Post

ରାଜେନ୍ଦ୍ର ଢ଼ୋଲକିଆଙ୍କ ପରଲୋକ

Next Post

ସୋଆ ଏବଂ ଆଇଟିିଇଆରକୁ ଟାଇମ୍ସ ବିଜିନେସ୍ ଆୱାର୍ଡ

Next Post
ସୋଆ ଏବଂ ଆଇଟିିଇଆରକୁ ଟାଇମ୍ସ ବିଜିନେସ୍ ଆୱାର୍ଡ

ସୋଆ ଏବଂ ଆଇଟିିଇଆରକୁ ଟାଇମ୍ସ ବିଜିନେସ୍ ଆୱାର୍ଡ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19181 shares
    Share 7672 Tweet 4795
  • ନବୀନ..ନବୀନ, ମୋହନ..ମୋହନ

    16600 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA