Wednesday, July 1, 2026 03:52 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ମୁଖ୍ୟମନ୍ତ୍ରୀଙ୍କ ଚାକିରୀ ବିକ୍ରି ମନ୍ତବ୍ୟ ସଂପୂର୍ଣ୍ଣ ନିରାଧାର’

ବିଜେଡି ମୁଖପାତ୍ରଙ୍କ ପ୍ରତିକ୍ରିୟା

by Our Correspondent
07 Dec, 2024- 09:06 PM
in Latest News, News
1 min read
0
‘ମୁଖ୍ୟମନ୍ତ୍ରୀଙ୍କ ଚାକିରୀ ବିକ୍ରି ମନ୍ତବ୍ୟ ସଂପୂର୍ଣ୍ଣ ନିରାଧାର’

ଭୁବନେଶ୍ୱର: ଗତ ସରକାରଙ୍କ ଅମଳରେ ଚାକିରୀ ବିକ୍ରି ହେଉଥିଲା ବୋଲି ମୁଖ୍ୟମନ୍ତ୍ରୀ ମୋହନ  ମାଝୀ ଗତ କାଲି ଦେଇଥିବା ମନ୍ତବ୍ୟ ସଂପୂର୍ଣ୍ଣ ନିରାଧାର ଓ ରାଜନୈତିକ ଅଭିଶନ୍ଧି ପ୍ରଣୋଦିତ ହୋଇଥିବା ସହିତ ମୁଖ୍ୟମନ୍ତ୍ରୀ ହତାଶ ଭାବକୁ ପଦାରେ ପକାଉଛି ବୋଲି ବିଜେଡ଼ି ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ଃ ଲେନିନ ମହାନ୍ତି କହିଛନ୍ତି। ମୁଖ୍ୟମନ୍ତ୍ରୀ ଭାବରେ ରାଜ୍ୟ ଶାସନ ଭାରର ମୁଖ୍ୟ ଭାବେ ତାଙ୍କର କ୍ଷମତା ରହିଛି ଯଦି ଏପରି କିଛି ଅନିୟମିତତା ହୋଇଥିବା ତାଙ୍କ ପାଖରେ ସୂଚନା ଅଛି, ତାହେଲେ ସେ ତାର ସତ୍ୟାସତ୍ୟ ତଦନ୍ତ ମାଧ୍ୟମରେ ପଦାକୁ ଆଣିବା ସହିତ ଦୋଷୀକୁ ଉପଯୁକ୍ତ ଦଣ୍ଡ ଦେବାପାଇଁ ବ୍ୟବସ୍ଥା କରିବା ତାଙ୍କର କର୍ତ୍ତବ୍ୟ। କିନ୍ତୁ, ତା ନକରି, କେବଳ ଏକ ଉଦ୍ଭଟ ଅଭିଯୋଗ ଆଣି ହଟଚମଟ ସୃଷ୍ଟି କରିବା, କେବଳ ତାଙ୍କର ହତାଶ ଭାବକୁ ଦର୍ଶାଉଛି। ଏଥିରୁ, ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମାଝିଙ୍କର ରାଜ୍ୟର ଶାସନ ଭାର ଉପରେ ନିୟନ୍ତ୍ରଣ ନାହିଁ।

ଡ଼ଃ ମହାନ୍ତି ଆହୁରି କହିଛନ୍ତି, ରାଜ୍ୟରେ ବିଜେପି ସରକାର ଦାୟିତ୍ୱ ନେବାର ଗତ ଛଅ ମାସ ଭିତରେ ବିଭିନ୍ନ ପ୍ରସଙ୍ଗରେ ସରକାରଙ୍କ ବିଫଳତା ତାଲିକା ଦିନକୁ ଦିନ ଲମ୍ବା ହୋଇ ଚାଲିଛି। ସରକାର ଦାୟିତ୍ୱ ନେବାର ପ୍ରଥମ ଦିନ ହିଁ ଓଡ଼ିଆ ଅସ୍ମିତା ଉପରେ ପ୍ରହାର ସଦୃଶ୍ୟ ରାଜ୍ୟପାଳଙ୍କ ପୁଅ ଦ୍ୱାରା ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମରାଯିବା ସହ ଜୋତା ଚାଟିବା ଭଳି ଅମାନବୀୟ ଘଟଣା ଘଟିଥିଲା। ଏହି ଘଟଣା ସାରା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ, ସରକାର ଦୋଷୀ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ନେଲେ ନାହିଁ । ରଥଯାତ୍ରା ବେଳେ ପହଣ୍ଡି ସମୟରେ ବଡ଼ ଠାକୁର ପଡିଗଲେ, ସରକାର ତଦନ୍ତ କରିବେ କହି ଭୁଲିଗଲେ। ଚିକିଟିରେ ବିଷାକ୍ତ ମଦ ପିଇ ଦୁଇ ଜଣଙ୍କ ମୃତ୍ୟୁ ଓ କନ୍ଧମାଳ ଜିଲ୍ଲାର ମାଣ୍ଡିପଙ୍କା ଗ୍ରାମରେ ତିନି ଜଣଙ୍କ ମୃତ୍ୟୁ, ଚାରିଟି ପିଲାବିକ୍ରି ଭଳି ଅଭାବନୀୟ ଘଟଣା ସରକାରଙ୍କ ବିଫଳତାର କାହାଣୀ ବର୍ଣ୍ଣନା କରୁଛି। ଅପରପକ୍ଷରେ ରାଜ୍ୟରେ ବିଜେପି ସରକାର କ୍ଷମତାସୀନ ହେବାର ପାଞ୍ଚ ମାସ ଭିତରେ ୧୨୫୬ ଜଣ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଛି ବୋଲି ପୋଲିସ ବିଭାଗର ତଥ୍ୟ କହୁଛି। ଏକାଧିକ ବଳାତ୍କାର ଗଣ ବଳାତ୍କାର ଘଟଣାରେ ବିଜେପି କର୍ମୀ ସମ୍ପୃକ୍ତ ଥିବା ଅଭିଯୋଗ ଆସିଛି ଓ ସେମାନଙ୍କୁ ଖସାଇ ଦେବା ପାଇଁ ସରକାର ଉଦ୍ୟମ କରିଛନ୍ତି। ଅପରପକ୍ଷରେ, ଅତ୍ୟାବଶ୍ୟକୀୟ ଜିନିଷର ଅହେତୁକ ଦରବୃଦ୍ଧି ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିବା ବେଳେ ସରକାର ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ, ରାଜ୍ୟରେ ଶାସନ ବ୍ୟବସ୍ଥା ଉପରେ ସରକାରଙ୍କ ନିୟନ୍ତ୍ରଣ ନାହିଁ ବୋଲି ରାଜ୍ୟବାସୀ ଅନୁଭବ କଲେଣି। ବିଜେପି ସରକାର ସବୁଆଡୁ ବିଫଳତାର ସମ୍ମୁଖୀନ ହେଉଥିବା ବେଳେ, ମୁଖ୍ୟମନ୍ତ୍ରୀ ଏଭଳି ଗୋଟିଏ ଉଦ୍ଭଟ ଅଭିଯୋଗ ଆଣି ତାଙ୍କ ବିଫଳତା ଉପରୁ ରାଜ୍ୟବାସୀଙ୍କ ନଜର ହଟାଇବାର ବିଫଳ ପ୍ରୟାସ କରୁଛନ୍ତି ବୋଲି ଡ଼ଃ ମହାନ୍ତି କହିଛନ୍ତି।

ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପୂର୍ବରୁ ଗତ ସରକାରଙ୍କ ବିରୋଧରେ ଅନେକ ଉଦ୍ଭଟ ଅଭିଯୋଗ ଆଣିଥିଲା। କ୍ଷମତାକୁ ଆସିବା ପରେ, ସେମାନେ ଆଣିଥିବା ଗୋଟିଏ ବି ଅଭିଯୋଗର ତଦନ୍ତ ମାଧ୍ୟମରେ ପ୍ରମାଣ ଯୋଗାଡ଼ କରିନାହିଁ କି କରିବାର ପ୍ରଚେଷ୍ଟା ମଧ୍ୟ କରିନାହିଁ। କାରଣ, ବିଜେପିର ନେତୃବୃନ୍ଦ ଭଲଭାବେ ଜାଣନ୍ତି, ସେମାନେ ଆଣୁଥିବା ଅଭିଯୋଗ ଗୁଡିକ କଞ୍ଚା ମିଛ, ତାହା କେବଳ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଉଦିଷ୍ଟ। ଡ଼ଃ ମହାନ୍ତି କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଣିଥିବା ଅଭିଯୋଗର ଯଦି ପ୍ରମାଣ ଅଛି, ତାହେଲେ ତୁରନ୍ତ ସେ ଦୋଷୀକୁ ଦଣ୍ଡ ଦେବା ପାଇଁ ବ୍ୟବସ୍ଥା କରନ୍ତୁ। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଠାରୁ ଏଭଳି ମନ୍ତବ୍ୟ ଗ୍ରହଣୀୟ ନୁହେଁ, ତେଣୁ ସେ ଆଣିଥିବା ଅଭିଯୋଗର ପ୍ରମାଣ ଦିଅନ୍ତୁ ନଚେତ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରନ୍ତୁ ବୋଲି ଡ଼ଃ ମହାନ୍ତି କହିଛନ୍ତି।

Previous Post

ଆଶିଷ ସିଂଙ୍କୁ ମନଲାଖି ପୋଷ୍ଟିଂ

Next Post

ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍

Next Post
ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍

ଅଚ୍ୟୁତ ସାମନ୍ତଙ୍କୁ ୬୨ତମ ସମ୍ମାନସୂଚକ ଡକ୍ଟରେଟ୍‍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA