Saturday, June 27, 2026 05:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଆଦିବାସୀଙ୍କ ବିକାଶର ହିସାବ ଦେଲା ବିଜେଡି

by Our Correspondent
18 Mar, 2024- 08:50 PM
in Latest News, News
1 min read
0
ଆଦିବାସୀଙ୍କ ବିକାଶର ହିସାବ ଦେଲା ବିଜେଡି

ଭୁବନେଶ୍ୱର: ଆଦିବାସୀ ସମ୍ପ୍ରଦାୟ ହେଉଛନ୍ତି ଓଡ଼ିଶା ରାଜ୍ୟ ଏବଂ ଏହାର ଜନସଂଖ୍ୟାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ଏହି ସମ୍ପ୍ରଦାୟ କେବଳ ଏହି କାରଣରୁ ଗୁରୁତ୍ୱପୂର୍ଣ୍ଣ ନୁହେଁ ଯେ ସେମାନେ ରାଜ୍ୟର ଜନସଂଖ୍ୟାର ୨୨.୮% ବା ଏକ କୋଟିରୁ ଅଧିକ ଅଟନ୍ତି ବରଂ ଭାରତର ଜନସଂଖ୍ୟାର ମଧ୍ୟ ୯.୧୭% ଅଟନ୍ତି । ସେମାନେ ଅନନ୍ୟ ସଂସ୍କୃତି, ଜୀବନଶୈଳୀର ପ୍ରତିନିଧିତ୍ୱ କରନ୍ତି ଏବଂ ଉଦ୍ଭିଦର ଔଷଧୀୟ ଦିଗ ସମେତ ଜଙ୍ଗଲ, ଉଦ୍ଭିଦ ଏବଂ ବନଜାତ ଦ୍ରବ୍ୟ ବିଷୟରେ ଅନେକ ପ୍ରକାରର ଅନନ୍ୟ ଜ୍ଞାନର ଭଣ୍ଡାର ଅଟନ୍ତି ବୋଲି କହିଛନ୍ତି ବିଜେଡିର ରାଷ୍ଟ୍ରୀୟ ମୁଖପାତ୍ର ଡକ୍ଟର ସଂତୃପ୍ତ ମିଶ୍ର ଏବଂ ମୁଖପାତ୍ର ଡକ୍ଟର ପ୍ରିୟବ୍ରତ ମାଝି ।

ଏଠାରେ ଆୟୋଜିତ ଏକା ସାମ୍ବାଦିକ ସମ୍ମିଳନୀରେ ଡକ୍ଟର ମିଶ୍ର ଓ ଡକ୍ଟର ମାଝି କହିଛନ୍ତି ଯେ ଓଡ଼ିଶାରେ ୩୦ଟି ଜିଲ୍ଲା ଓ ୩୧୪ଟି ବ୍ଲକରେ ୬୪ ସମ୍ପ୍ରଦାୟର ଆଦିବାସୀ ସମ୍ପ୍ରଦାୟ ଅଛନ୍ତି । ଓଡ଼ିଶାର ସ୍ୱୀକୃତିପ୍ରାପ୍ତ ୬୪ଟି ଭାଷା ଓ ୭୪ଟି ଉପଭାଷା କୁହାଯାଏ । ଏହି ଅନନ୍ୟ ବିବିଧତା ସତ୍ତ୍ୱେ, ସମ୍ପ୍ରଦାୟର ଏବେ ବି ଅର୍ଥନୈତିକ ଏବଂ ସାମାଜିକ ଭାବରେ ଆତ୍ମର୍ନିଭରଶୀଳ ହେବା ଏବଂ ରାଜନୈତିକ ଭାବରେ ସଶକ୍ତ ଅନୁଭବ କରିବାର ଅନେକ ଆବଶ୍ୟକତା ଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁଭବ କରିଥିଲେ ଏବଂ ସେ ସରକାର ଏବଂ ଦଳକୁ ଏକତ୍ରିତ କରି ଆଦିବାସୀମାନଙ୍କର ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଥିଲେ । ଶିକ୍ଷା, ବାସସ୍ଥଳୀ, ସଂସ୍କୃତି, ଭାଷା ସଂରକ୍ଷଣ ଆଦି ସେମାନଙ୍କର ମୁଖ୍ୟ ଆବଶ୍ୟକତା ଥିଲା । ମହିଳାମାନଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା, ସେମାନଙ୍କ ସ୍ୱାଭାବିକ ପ୍ରତିଭାକୁ ଆଗକୁ ବଢ଼ାଇବା । ମାନ୍ୟବର ମୁଖ୍ୟମନ୍ତ୍ରୀ ଏସବୁକୁ ଶୃଙ୍ଖଳିତ ଭାବେ ସମାଧାନ କରିବାକୁ ସ୍ଥିର କରିଥିଲେ ।

ଶିକ୍ଷାକୁ ଆଗକୁ ବଢ଼ାଇବା ପାଇଁ ୩ ଜଣ ବିଶିଷ୍ଟ ଆଦିବାସୀ ନେତାଙ୍କ ନାମରେ ତିନୋଟି ମେଡିକାଲ କଲେଜ ପ୍ରତିଷ୍ଠା ହୋଇଛି । ଏଥି ମଧ୍ୟରେ ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ; କୋରାପୁଟରେ ସହିଦ ଲକ୍ଷ୍ମଣ ନାୟକ ଓ ଭବାନୀପାଟଣାରେ ସ୍ୱାଧୀନତା ସଂଗ୍ରାମୀ ରେଣ୍ଡୋ ମାଝୀଙ୍କ ନାମରେ ଥିବା ମେଡିକାଲ କଲେଜ ଅର୍ନ୍ତଭୁକ୍ତ । ସେହିଭଳି ଆଦିବାସୀ ଅଂଚଳର ୨୫୦୦ ବିଦ୍ୟାଳୟକୁ ୫-ଟି ଅଧୀନରେ ରୂପାନ୍ତରଣ କରାଯାଇଛି ଏବଂ ୨୦୨୪ ଶେଷ ସୁଦ୍ଧା ଆଉ ୩୩୦୦ ବିଦ୍ୟାଳୟକୁ ରୂପାନ୍ତରିତ କରାଯିବାକୁ ନିଷ୍ପତ୍ତି ହୋଇଛି । ଏହି ପ୍ରକି୍ରୟାରେ ସ୍ମାର୍ଟ କ୍ଲାସ ଇ-ଲାଇବ୍ରେରୀ, ଇ-ଲାବୋରେଟୋରୀ, ପାନୀୟ ଜଳ ସୁବିଧା ଉପଲବ୍ଧ କରାଯାଇଛି ।

ସୁବିଦ୍ୟା ସର୍ବବୃହତ ଆବାସିକ ବିଦ୍ୟାଳୟ ସୁବିଧା ପ୍ରଦାନ କରୁଛି । ଏସ୍ସିଏସ୍ଟି ବିଭାଗ ଅଧୀନରେ ୧୭୩୪ ଟି ବିଦ୍ୟାଳୟ କାର୍ଯ୍ୟ କରୁଛି ଏବଂ ୪.୬ ଲକ୍ଷ ଛାତ୍ରଛାତ୍ରୀ ଏହି ବିଦ୍ୟାଳୟରେ ଅଧ୍ୟୟରେ କରୁଛନ୍ତି । ୬୫୦୦ ହଷ୍ଟେଲରେ ୫.୭ ଲକ୍ଷ ଛାତ୍ରଛାତ୍ରୀ ରହୁଛନ୍ତି । ପ୍ରି-ମାଟ୍ରିକ ସ୍ତରରେ ୧୫ ଲକ୍ଷ ଏସସିଏସଟି ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ଦିଆଯାଉଛି – ଏ ବାବଦରେ ବାଳିକାଙ୍କୁ ବାର୍ଷିକ ୮୦୦୦ ଟଙ୍କା ଓ ବାଳକଙ୍କୁ ୭୫୦୦ ଟଙ୍କା ପ୍ରଦାନ କରାଯାଇଛି । ସମସ୍ତ ଉଚ୍ଚଶିକ୍ଷା ଓ ଧନ୍ଦାମୂଳକ ଶିକ୍ଷା ପାଇଁ ୪ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମାଟ୍ରିକ ପରବର୍ତ୍ତୀ ବୃତ୍ତି ମିଳୁୂଛି । ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କୁ ମାଧ୍ୟମିକ ଶିକ୍ଷା ସମାପ୍ତ କରିବା ପାଇଁ ପ୍ରୋତ୍ସାହିତ କରିବାକୁ ଟପ୍ ଅପ୍ ସ୍କଲାରସିପ୍ ପ୍ରଦାନ କରାଯାଇଛି । ଓଡ଼ିଶା ବାଳିକା ପ୍ରୋତ୍ସାହନ କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ବୃତ୍ତି ଠାରୁ ଅଧିକ ୯୫୦ ଟଙ୍କା ପ୍ରଦାନ କରାଯାଇଛି । ୧,୨୩,୬୩୯ ଜଣ ଝିଅଙ୍କୁ ଏହି ବୃତ୍ତି ମିଳିଛି । ଏହି ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

ସେହିଭଳି ଆକାଂକ୍ଷା ଯୋଜନାରେ ଭୁବନେଶ୍ୱରରେ ୨ଟି ଅର୍ବାନ ହଷ୍ଟେଲ କମ୍ପ୍ଲେକ୍ସ, ଗଞ୍ଜାମ, ସୁନ୍ଦରଗଡ଼ ଓ ସମ୍ବଲପୁରରେ ୬ଟି ଏହି ଧରଣର ହଷ୍ଟେଲ ରହିଛି । ଅନ୍ୱେଷା ଯୋଜନାରେ ସହରାଞ୍ଚଳ ଓ ଜିଲ୍ଲା ସଦର ମହକୁମାରେ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀଙ୍କ ପାଇଁ ସହରାଞ୍ଚଳରେ ଘରୋଇ, କେନ୍ଦ୍ରୀୟ ଓ ଅନ୍ୟାନ୍ୟ ଅନୁଦାନପ୍ରାପ୍ତ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନରେ ଶିକ୍ଷା ଦିଆଯାଉଛି । ୧୭ଟି ଜିଲ୍ଲାରେ ୧୧୭ଟି ସରକାରୀ ବିଦ୍ୟାଳୟରେ ୨୧୬୮୨ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ୨୦୨୦ରୁ ଓଡ଼ିଶା ଆଦର୍ଶ ଆଦିବାସୀ ଶିକ୍ଷା ସମିତି – ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟ କରୁଛି । ଏହି ସମସ୍ତ ସହାୟତା ଫଳରେ ଜନଜାତି ଛାତ୍ରଛାତୀମାନଙ୍କ ଶିକ୍ଷା ସଂପୂର୍ଣ୍ଣ କରିବାରେ ସହାୟକ ହୋଇପାରୁଛି ।

ଆଦିବାସୀମାନଙ୍କ ଅର୍ଥନୈତିକ ଆତ୍ମର୍ନିଭରଶୀଳତା ଓ ଅଭିବୃଦ୍ଧି ପାଇଁ ଲାଭ ଯୋଜନା କାର୍ଯ୍ୟକାରୀ ହୋଇଛି । ଏଥିରେ ଲଘୁ ବନଜାତ ଦ୍ରାବ୍ୟ କ୍ରୟ ଲାଗି ଏମଏଫ୍‌ପି ପାଇଁ ୧୦୦% ରାଜ୍ୟ ସମର୍ଥିତ ଏମଏସପି ଅଟେ । ମିଶନ ଶକ୍ତିର ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହକାରୀମାନେ ମୁଖ୍ୟତଃ ମହିଳା ହୋଇଥିବାରୁ ଏହା ପ୍ରାୟ ୯୯ ଲକ୍ଷ ଆଦିବାସୀଙ୍କୁ ସାହାଯ୍ୟ କରିଛି । ଏହା ଦ୍ୱାରା ଶୋଷଣ/ ଅଭାବୀ ବିକ୍ରି ବନ୍ଦ ହୋଇଯାଇଛି । ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ଡିବିଟି ଜରିଆରେ ଅର୍ଥ ପ୍ରଦାନ ସହିତ ୨% କମିଶନ୍ ମିଳୁଛି ।

୫-ଟି ଓ ଟିଡିସିସିଓଏଲ୍ ଅଧୀନରେ କ୍ରୟ ଅଟୋମେସନ୍ ଇ ଟେଣ୍ଡରିଂ ଏବଂ ମୂଲ୍ୟ ସଂଯୋଜନ ଉପରେ ବିଚାର କରୁଛି । ଏଲବିଏଚଏ(ଲାଭ) ଯୋଜନାରେ ରାୟଗଡ଼ାରେ ୨୫ କୋଟି ଟଙ୍କା ବ୍ୟୟରେ ତେନ୍ତୁଳି ପ୍ରକ୍ରିୟାକରଣ ୟୁନିଟ୍ କାର୍ଯ୍ୟକାରୀ ହୋଇଛି । ୭୧୧ କୋଟି ବ୍ୟୟରେ ୧୩ଟି ଦୁର୍ବଳ ଆଦିବାସୀ ଗୋଷ୍ଠୀର ୨୭୩୦୮ ପିଭିଟିଜି ପରିବାର, ୩୯୯୬୯ ଅନ୍ୟ ଆଦିବାସୀ ପରିବାର , ୮୬୧୬ ଏସ୍ସି ପରିବାର , ୨୦୭୫୮ ଅନ୍ୟ ଗରିବ ପରିବାର ପାଇଁ ଜୀବିକା ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି । ଆଦିବାସୀମାନଙ୍କ ପାଇଁ ସାପ୍ତାହିକ ହାଟର ସୁବ୍ୟବସ୍ଥା ହୋଇଛି ।

ଯୁବ ସଶକ୍ତୀକରଣ ପାଇଁ ଭଗବାନ ର୍ବିସା ମୁଣ୍ଡା ଷ୍ଟାଡିୟମ ନାମରେ ରାଉରକେଲାର ସର୍ବବୃହତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ନିର୍ମାଣ ହୋଇଛି । ସୁନ୍ଦରଗଡ଼ର ପ୍ରତି ବ୍ଲକରେ ୧୭ଟି ଆଷ୍ଟ୍ରୋଟର୍ଫ ପ୍ରତିଷ୍ଠା ହୋଇଛି । ଅଭିନବ ବିନ୍ଦ୍ରା ଫାଉଣ୍ଡେସନ ଅଧୀନରେ ଅଲିମ୍ପିକ୍ ସ୍ତରର ଶିକ୍ଷା କାର୍ଯ୍ୟକ୍ରମ-ଉକ୍ରର୍ଷତା, ବନ୍ଧୁତା ଏବଂ ସମ୍ମାନ କାର୍ଯ୍ୟକାରୀ ହୋଇଛି ।

ଆଦିବାସୀମାନଙ୍କ ସାଂସ୍କୃତିକ ସଂରକ୍ଷଣ ପାଇଁ ପାରମ୍ପରିକ ବାଦ୍ୟଯନ୍ତ୍ର ବଣ୍ଟନ, ଆଦିବାସୀ ସଂସ୍କୃତିକୁ ଆଗକୁ ବଢ଼ାଇବା ପାଇଁ ୨୦୨୨ ଆଦିବାସୀ ପଞ୍ଚାୟତରେ ୨୦୨୨ ସଂସ୍କୃତି କ୍ଲବ୍, ୪୪୦୦ଟି ପବିତ୍ର ପୂଜାସ୍ଥଳୀ, ଓଡ଼ିଶା ରାଜ୍ୟ ଆଦିବାସୀ ସଂଗ୍ରହାଳୟରେ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା, ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ – ଅଡିଓ ଭିଡିଓ ଫର୍ମାଟରେ ନୃତ୍ୟ, ସଙ୍ଗୀତ ପରିବେଷଣ, ରୀତିନୀତି ଉତ୍ସବ ଆଦି ପାଳନ ହେଉଛି । ରାଜଧାନୀ ଭୁବନେଶ୍ୱରରେ ୫ ଏକର ପରିମିତ ଜମିରେ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରେ ଆଦିବାସୀ ଭବନ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି । ଏହା ଦ୍ୱାରା ଭୁବନେଶ୍ୱରକୁ ଆସୁଥିବା ରାଜ୍ୟର ସମସ୍ତ ଆଦିବାସୀ ଭାଇ ଓ ଭଉଣୀମାନେ ରହଣି ସହ ସାସ୍କୃତିକ, ସାମାଜିକ ସଂରକ୍ଷଣ କରିବାରେ ସହାୟକ ହୋଇପାରିବ ।

ବିିଭିନ୍ନ ଉନ୍ନୟନ ଯୋଜନାରେ ଆଦିବାସୀଙ୍କୁ ସାମିଲ କରିବା ସହିତ ବିକାଶ ତ୍ୱରାନ୍ୱିତ ହୋଇଛି । ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ କନ୍ଧମାଳ ଭଳି ୯ଟି ଏସଡିସିି ଗଠନ ହୋଇଥିବା ବେଳେ ୨୦୨୨-୨୩ରେ ଆଉ ୧୪ଟି ଏସଡିସି ଗଠନ କରାଯାଇଛି । ଆଦିବାସୀମାନଙ୍କୁ ବୈଷୟିକ ସହାୟତା ପାଇଁ ୨୦୧୨-୧୩ରେ ଓଡିଶା ଆଦିବାସୀ ବିକାଶ ସମିତି ଗଠନ ହୋଇଥିଲା ଯାହା ପ୍ରୟାସ (ଦକ୍ଷତା ବିକାଶ) ନିଯୁକ୍ତି ଆଧାରିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ, ମିଶନ ଜୀବିକା (କୃଷକମାନଙ୍କ ପାଇଁ ଆୟ ବୃଦ୍ଧି; କୃଷି ଯାନ୍ତ୍ରିକୀକରଣ); ଆଦିଶିଳ୍ପି ଯୋଜନା ଆଦି କାର୍ଯ୍ୟକାରୀ ହେଉଥିବା ଦୁଇ ମୁଖପାତ୍ର କହିଛନ୍ତି ।

Previous Post

ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

Next Post

ସୋଆ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସଫଳତା

Next Post
ସୋଆ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସଫଳତା

ସୋଆ ହୋଟେଲ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀଙ୍କ ସଫଳତା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA