Tuesday, June 23, 2026 10:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୪ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

by Our Correspondent
31 May, 2022- 09:12 PM
in Latest News, News
1 min read
0
୪ ବିଜେଡି ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର ଦାଖଲ

ଭୁୁବନେଶ୍ୱର: ରାଜ୍ୟସଭା ପାଇଁ ୪ ବିଜେଡି ପ୍ରାର୍ଥୀ ଆଜି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଖାଲି ପଡୁଥିବା ୩ ଆସନ ପାଇଁ ଶ୍ରୀମତୀ ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ଡ. ସସ୍ମିତ୍ ପାତ୍ର ପ୍ରାର୍ଥୀପତ୍ର ଦାଖଲ କରିଥିଲା ବେଳେ ଉପନିର୍ବାଚନ ପ୍ରାର୍ଥୀ ଭାବେ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ପ୍ରକୋଷ୍ଠରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ସେମାନେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ।

ବିଜେଡିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ଦଳର ତୁଙ୍ଗ ନେତା, ସାଂସଦ ଓ ବିଧାୟକମାନଙ୍କ ଗହଣରେ ୪ ରାଜ୍ୟସଭା ପ୍ରାର୍ଥୀ ଦିନ ସାଢ଼େ ୧୦ଟା ପୂର୍ବରୁ ବିଧାନସଭା ପରିସରରେ ପହଞ୍ଚି ଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିଲ୍ଲୀ ଗସ୍ତରେ ଥିବାରୁ ପ୍ରାର୍ଥୀପତ୍ର ଦାଖଲ ବେଳେ ଉପସ୍ଥିତ ହୋଇପାରି ନ ଥିଲେ । ତେବେ ବିଧାନସଭା ପରିସରରେ ଉପସ୍ଥିତ ପ୍ରାର୍ଥୀମାନଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଯୋଗେ କଥା ହୋଇ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ପ୍ରାୟ ୧୧.୧୫ ମିନିଟ୍ ରେ ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ ପର୍ବ ଆରମ୍ଭ ହୋଇଥିଲା । ପ୍ରଥମେ ଶ୍ରୀମତୀ ସୁଲତା ଦେଓ, ପରେ ମାନସ ମଙ୍ଗରାଜ, ତାଙ୍କ ପରେ ଡ. ସସ୍ମିତ୍ ପାତ୍ର ଏବଂ ଶେଷରେ ନିରଞ୍ଜନ ବିଶି ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟାରେ ଏଥର ବହୁ ବିଳମ୍ବ ହୋଇଥିଲା । ୪ ଜଣଙ୍କର ପ୍ରାର୍ଥୀପତ୍ର ଗ୍ରହଣ ପାଇଁ ପ୍ରାୟ ୨ ଘଣ୍ଟା ସମୟ ଲାଗିଥିଲା ।

ପ୍ରାର୍ଥୀପତ୍ର ଦାଖଲ ବେଳେ ଦଳର ସାଂଗଠନିକ ସମ୍ପାଦକ ଶ୍ରୀ ଦାସଙ୍କ ସମେତ ବରିଷ୍ଠ ନେତା ପ୍ରସନ୍ନ ପାଟ୍ଟଶାଣୀ, ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ବିକ୍ରମ କେଶରୀ ଆରୁଖ, ନିରଞ୍ଜନ ପୂଜାରୀ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଦ୍ମନାଭ ବେହେରା, ପ୍ରଦୀପ ଅମାତ୍, ବଦ୍ରି ନାରାୟଣ ପାତ୍ର, ପ୍ରଫୁଲ୍ଲ ସାମଲ, ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ପ୍ରମିଳା ମଲ୍ଲିକ, ସ୍ନେହାଙ୍ଗିନୀ ଛୁରିଆ, ଟୁକୁନି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ପ୍ରାର୍ଥୀପତ୍ର ଦାଖଲ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମାନସ ମଙ୍ଗରାଜ କହିଥିଲେ, ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲୁ ଏବଂ ତାଙ୍କର ଆଶୀର୍ବାଦ ନେଲୁ । ଓଡ଼ିଶାର ସାମଗ୍ରିକ ବିକାଶ ଦିଗରେ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟର ସ୍ୱାର୍ଥ ସମ୍ବଳିତ ସବୁ ପ୍ରସଙ୍ଗ ସଂସଦରେ ଶାଣିତ ଭାବେ ଉପସ୍ଥାପନ କରାଯିବ ବୋଲି ଶ୍ରୀ ମଙ୍ଗରାଜ କହିଥିଲେ ।

ଡ. ସସ୍ମିତ୍ ପାତ୍ର କହିଥିଲେ, ଓଡ଼ିଶାର ବିଭିନ୍ନ ସମସ୍ୟାଗୁଡ଼ିକୁ ସଂସଦରେ ଆହୁରି ଶାଣିତ ଢ଼ଙ୍ଗରେ ଉପସ୍ଥାପନ କରାଯିବ । ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାକୁ ବିକଶିତ କରିବାର ଚେଷ୍ଟା ଜାରି ରହିବ ।

ଶ୍ରୀମତୀ ସୁଲତା ଦେଓ କହିଥିଲେ, ମୁଖ୍ୟମନ୍ତ୍ରୀ ହେଉଛନ୍ତି ବିକାଶର ମଡେଲ । ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ସଫଳ ଭାବେ ଆଗେଇ ନେବା ଆମ ସମସ୍ତଙ୍କର ଦାୟିତ୍ୱ । ସାଂସଦ ଭାବେ ଦିଲ୍ଲୀ ଦରବାରରେ ଓଡ଼ିଶାର ସ୍ୱରକୁ ଶାଣିତ କରିବାକୁ ଚେଷ୍ଟା କରିବୁ ।

ନିରଞ୍ଜନ ବିଶି କହିଥିଲେ, ଆଦିବାସୀଙ୍କ ସ୍ୱାର୍ଥରକ୍ଷା ପାଇଁ ସଂଗ୍ରାମ ଜାରି ରହିବ ଏବଂ ସଂସଦରେ ସେମାନଙ୍କ ସ୍ୱର ଉପସ୍ଥାପନ କରାଯିବ ।

ସୂଚନାଯୋଗ୍ୟ, ଆସନ୍ତା ୧୦ ତାରିଖରେ ନିର୍ବାଚନ ହେବାକୁ ଥିବା ୩ ରାଜ୍ୟସଭା ଆସନ ପାଇଁ ଆଜି ଥିଲା ପ୍ରାର୍ଥୀପତ୍ର ଦାଖଲର ଶେଷ ଦିନ । ସଂଖ୍ୟାଦୃଷ୍ଟିରୁ ବିଜେଡି ପାଖରେ ଏହି ୩ଟି ଯାକ ଆସନ ରହୁଛି । ଏହି ୩ ଆସନ ପାଇଁ ପ୍ରାର୍ଥୀ ହୋଇଥିବା ସୁଲତା ଦେଓ, ମାନସ ମଙ୍ଗରାଜ ଏବଂ ଡ. ସସ୍ମିତ୍ ପାତ୍ରଙ୍କ କାର୍ଯ୍ୟକାଳ ପୂରା ୬ ବର୍ଷ ରହିବ । ଅନ୍ୟପକ୍ଷରେ ଜୁନ୍ ୧୩ ତାରିଖରେ ହେବାକୁ ଥିବା ଉପନିର୍ବାଚନ ଆସନଟି ବି ବିଜେଡିର । ନିରଞ୍ଜନ ବିଶିଙ୍କୁ ଦଳ ପ୍ରାର୍ଥୀ କରିଛି । ଅନ୍ୟ କେହି ପ୍ରାର୍ଥୀ ନ ଥିବାରୁ ସେମାନେ ନିଦ୍ଦ୍ୱର୍ନ୍ଦରେ ନିର୍ବାଚିତ ହେବେ ।

Previous Post

ମୋଦିଙ୍କୁ ଭେଟିଲେ ନବୀନ

Next Post

ପ୍ରଫେସର ସଂଘମିତ୍ରା ମିଶ୍ର ସମ୍ ହସ୍ପିଟାଲର ନୂତନ ଡିନ୍

Next Post
ପ୍ରଫେସର ସଂଘମିତ୍ରା ମିଶ୍ର ସମ୍ ହସ୍ପିଟାଲର ନୂତନ ଡିନ୍

ପ୍ରଫେସର ସଂଘମିତ୍ରା ମିଶ୍ର ସମ୍ ହସ୍ପିଟାଲର ନୂତନ ଡିନ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA