Thursday, June 18, 2026 12:17 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡାହା ମିଛ କହୁଛନ୍ତି ଶ୍ରୀମୟୀ: ବିଜେଡି

ଗତ ଏକ ବର୍ଷରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀଙ୍କ ଫଟୋ ଭିଡିଓ ଜାରି କଲା

by Our Correspondent
24 Sep, 2025- 08:31 PM
in Latest News, News, Politics
1 min read
0
ଡାହା ମିଛ କହୁଛନ୍ତି ଶ୍ରୀମୟୀ: ବିଜେଡି

ଭୁବନେଶ୍ୱର: ଗତକାଲି ଶ୍ରୀମୟୀ ମିଶ୍ରଙ୍କୁ ବିଜୁ ଜନତା ଦଳ ତରଫରୁ ନିଲମ୍ୱନ କରାଯିବା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ, ମୁଁ ଗତ ଏକ ବର୍ଷ ହେଲା ବିଜେଡିରେ ନଥିଲି ବୋଲି ଶ୍ରୀମୟୀ ଦେଇଥିବା ମନ୍ତବ୍ୟ ଉପରେ ଆଜି ପ୍ରତିକ୍ରିୟା ଦେଇ ବିଜେଡି ଶ୍ରୀମୟୀ ଜଣେ ଡାହା ମିଛେଇ ବୋଲି କହିଛି । ଏହା ସହିତ ଗତ ଏକ ବର୍ଷ ଭିତରେ ଦଳର ସଦସ୍ୟ ସଂଗ୍ରହ ଅଭିଯାନ ସମେତ ବିଭିନ୍ନ ଦଳୀୟ କାର୍ଯ୍ୟକ୍ରମରେ ଶ୍ରୀମୟୀ ସାମିଲ ହୋଇଥିବାର ଫଟୋ ଓ ଭିଡିଓକୁ ପ୍ରମାଣ ସ୍ୱରୂପ ଗଣମାଧ୍ୟମ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ ।

ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ମହିଳା ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଓ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି ଶ୍ରୀମୟୀଙ୍କ ମନ୍ତବ୍ୟକୁ ମିଥ୍ୟା ବୋଲି ପ୍ରମାଣିତ କରିବା ସହିତ ସେ ଜଣେ ଅଭ୍ୟାସଗତ ମିଛୁଆ ବୋଲି କହିଥିଲେ ।

ଶ୍ରୀମତୀ ଛୁରିଆ କହିଥିଲେ, ବିଜୁ ଜନତା ଦଳ ହେଉଛି ଭାରତର ସଫଳତମ ରାଜନୈତିକ ଦଳ । ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପରିଚାଳିତ ଏହି ଦଳ ରାଜ୍ୟବାସୀଙ୍କ ଆଶୀର୍ବାଦ ପାଇଁ ୨୪ ବର୍ଷ ରାଜ୍ୟର ଶାସନଭାର ସମ୍ଭାଳିବାର ସୌଭାଗ୍ୟ ଅର୍ଜନ କରିଥିଲା ଓ ଏହି ସମୟରେ ବିଭିନ୍ନ କ୍ଷେତ୍ରରେ ଓଡ଼ିଶାର ରୂପାନ୍ତୀକରଣ ହୋଇଥିଲା । ରାଜ୍ୟର ପ୍ରାୟ ଏକ କୋଟିରୁ ଊଦ୍ଧ୍ୱର୍ ଲୋକ ବିଜେଡିର ସଦସ୍ୟତା ଗ୍ରହଣ କରିଛନ୍ତି । ବିଜୁ ଜନତା ଦଳ ଗୋଟିଏ ଶୃଙ୍ଖଳିତ ଦଳ । ଦଳର ଶୃଙ୍ଖଳା ଭଙ୍ଗ କଲେ, ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯାଏ ।

ଗତକାଲି ଶ୍ରୀମୟୀ ମିଶ୍ରଙ୍କ ସମେତ ତିନି ଜଣଙ୍କୁ ନିଲମ୍ୱନ କରାଯାଇଥିଲା । ନିଲମ୍ୱନ ଆଦେଶ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ଶ୍ରୀମୟୀ ଗତ ଏକ ବର୍ଷ ହେଲା ବିଜେଡିରେ ନାହାନ୍ତି ବୋଲି ମନ୍ତବ୍ୟ ଦେଇଥିଲେ । ଶ୍ରୀମୟୀଙ୍କ ଏହି ମନ୍ତବ୍ୟ ଡାହା ମିଛକଥା । ଗତ ଏକ ବର୍ଷ ଭିତରେ, ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି, ବକ୍ତବ୍ୟ ଦେଇଛନ୍ତି, ଦଳର ନେତୃତ୍ୱ ଓ କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଏହି ସମୟରେ ଦଳ ତାଙ୍କୁ ଭିନ୍ନ ଭିନ୍ନ ପଦବୀରେ ଦାୟିତ୍ୱ ଦେଇଛି । କୌଣସି ସମୟରେ ସେ ଦଳରେ ନାହାନ୍ତି ବୋଲି ମନ୍ତବ୍ୟ ରଖିନାହାନ୍ତି । ଗତକାଲି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇ ଦଳ ତାଙ୍କୁ ନିଲମ୍ୱନ କରିବା ପରେ, ସେ ଦଳରେ ନାହାନ୍ତି ବୋଲି ମନ୍ତବ୍ୟ ଦେବା ଡାହା ମିଛ ବୋଲି ପ୍ରମାଣିତ ହେଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ସେ ଜଣେ ଅଭ୍ୟାସଗତ ମିଛୁଆ ।

ଡ଼ ଲେନିନ ମହାନ୍ତି କହିଥିଲେ, ଗତ ନିର୍ବାଚନ ପରଠାରୁ ବିଜେଡିର ପୁନର୍ଗଠନ ହୋଇଥିବା ବିଭିନ୍ନ ପଦବୀରେ ଶ୍ରୀମୟୀଙ୍କ ନାମ ଘୋଷଣା କରାଯାଇଥିଲା । ଯେତେବେଳେ ପଦବୀ ପାଉଥିଲେ, ଶ୍ରୀମୟୀ କୌଣସି ମନ୍ତବ୍ୟ ଦେଇ ନଥିଲେ । କିନ୍ତୁ, ଗତକାଲି ଯେତେବେଳେ ଦଳ ତାଙ୍କୁ ଶୃଙ୍ଖଳାଗତ କାରଣରୁ ନିଲମ୍ୱନ କଲା, ସେ ଗଣମାଧ୍ୟମକୁ ମନ୍ତବ୍ୟ ଦେଇ ସେ ଦଳରେ ନାହାନ୍ତି ବୋଲି କହୁଛନ୍ତି । ତାଙ୍କ ମନ୍ତବ୍ୟ ସ୍ପଷ୍ଟ ଦିବାଲୋକରେ ମିଥ୍ୟା ବୋଲି ପ୍ରମାଣିତ ହେଉଛି । ଦଳ ତାଙ୍କୁ ବିଭିନ୍ନ ପଦ ପଦବୀ ଦେଇ ଯଥେଷ୍ଟ ସମ୍ମାନ ଦେଇଥିଲା, କିନ୍ତୁ ସେହି ସମ୍ମାନର ମାନ ସେ ରଖିନାହାନ୍ତି । ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଶ୍ରୀମୟୀ ସାମିଲ ହୋଇ ନିଜର ବକ୍ତବ୍ୟ ରଖୁଥିବା ଦୃଶ୍ୟର ଫଟୋ ଓ ଭିଡିଓକୁ ଡ଼ ମହାନ୍ତି ଗଣମାଧ୍ୟମ ସମ୍ମୁଖରେ ପ୍ରଦର୍ଶିତ କରିଥିଲେ ।

Previous Post

ମହିଳା କଂଗ୍ରେସର ବିଧାନସଭା ଘେରାଉ

Next Post

ସମ୍ ହସ୍ପିଟାଲରେ ୫ମ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା

Next Post
ସମ୍ ହସ୍ପିଟାଲରେ ୫ମ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା

ସମ୍ ହସ୍ପିଟାଲରେ ୫ମ ଥର ପାଇଁ ଅଙ୍ଗଦାନ ପ୍ରକ୍ରିୟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA