Saturday, June 27, 2026 11:36 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜେଡି: ଯଥା ପୂର୍ବଂ ତଥା ପରଂ!

ଖୋଜା ପଡୁନି ନିର୍ବାଚନ ବିପର୍ଯ୍ୟୟର କାରଣ

by Our Correspondent
21 Jun, 2024- 08:54 PM
in Latest News, News, Politics
1 min read
0
ବିଜେଡି: ଯଥା ପୂର୍ବଂ ତଥା ପରଂ!

ଭୁବନେଶ୍ୱର: ନିର୍ବାଚନରେ ବିଜେଡି ବିପର୍ଯ୍ୟୟର ସାମନା କରି ଶାସନଗାଦି ହରାଇଛି । ୧୧୦ରୁ ୧୧୫ ଆସନ ପାଇ ଷଷ୍ଠଥର ସରକାର ଗଢ଼ିବାର ଦମ୍ଭ ଦେଖାଉଥିବା ଏହି ଦଳ ୫୧ ଆସନରେ ସୀମିତ ରହିଯାଇଛି । ପୱନ୍ ଚାମଲିଙ୍ଗଙ୍କୁ ପଛରେ ପକାଇ ନବୀନ ପଟ୍ଟନାୟକଙ୍କ ନାଁରେ ଲମ୍ବା ସମୟର ମୁଖ୍ୟମନ୍ତ୍ରୀ ରେକର୍ଡ ଆଶା ମଧ୍ୟ ଧୂଳିସାତ୍ ହୋଇଛି । ମାତ୍ର ଆଶ୍ଚର୍ଯ୍ୟର କଥା ଯେ ନିର୍ବାଚନ ଫଳାଫଳ ବାହାରିବାର ୩ ସପ୍ତାହ ପରେ ବି ବିଜେଡିରେ କିଛି ପରିବର୍ତ୍ତନ ଦେଖିବାକୁ ମିଳିନି । ପ୍ରଥମ ଥର ପାଇଁ ନିର୍ବାଚନ ବିପର୍ଯ୍ୟୟର ସାମନା କରିଥିବା ଏହି ୨୭ ବର୍ଷର ଦଳ ମୁଖିଆଙ୍କ ପାଖରେ ପରାଜୟର ସାମାନ୍ୟ ଲକ୍ଷଣ ମଧ୍ୟ ଦେଖାଯାଉନାହିଁ । ଏହି ବିପର୍ଯ୍ୟୟର କାରଣ ହୋଇଥିବା ଭି କେ ପାଣ୍ଡିଆନ୍ ଓ ବବି ଦାସଙ୍କୁ ସେ ଛାଡ଼ି ପାରୁନାହାନ୍ତି । ସମ୍ଭବତଃ ସେଇ ସୁଯୋଗରେ ଜଣେ ନବୀନ ନିବାସରୁ ଓ ଆଉ ଜଣେ ଶଙ୍ଖ ଭବନରୁ ଦଳ ଉପରେ ପ୍ରଭାବ ଜାରି ରଖିଛନ୍ତି ।

ବିଜେଡି ବିପର୍ଯ୍ୟୟ ପଛର ମୁଖ୍ୟ ଖଳନାୟକ ଯେ ପାଣ୍ଡିଆନ୍ ତାହା ଏବେ ସର୍ବଜନବିଦିତ । ନବୀନ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ଭାବେ ନିଜକୁ ଉପସ୍ଥାପିତ କରିବାର କୌଣସି ସୁଯୋଗ ସେ ହାତଛଡ଼ା କଲେନାହିଁ । ତାଙ୍କର ଇମେଜ୍ ବିଲଡିଂ ପାଇଁ ରାଜ୍ୟ ରାଜକୋଷ ଓ ବିଜେଡି ପାଣ୍ଠିରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର ଅଭିଯୋଗମାନ ଆସିଲାଣି । ନବୀନ ବାବୁଙ୍କ ଜାଗାରେ ନିଜକୁ ରଖି ପରୋକ୍ଷରେ ସବୁ କାମର ଶ୍ରେୟ ନେବାକୁ ଚାହିଁଲେ । ନିର୍ବାଚନ ପ୍ରଚାର ସମୟରେ ତାଙ୍କର ଆଚରଣ ସମସ୍ତଙ୍କୁ ଅତିଷ୍ଠ କଲା । ଷ୍ଟାର୍ ପ୍ରଚାରକ ତାଲିକାରେ ଥିବା ଜଣେ ବି ଦଳୀୟ ନେତାଙ୍କୁ ସେ ପ୍ରଚାରର ସୁଯୋଗ ଦେଲେନାହିଁ । ନବୀନ ପଟ୍ଟନାୟକଙ୍କୁ ନାଁକୁ ମାତ୍ର ଆଗରେ ରଖି ଏକା ପ୍ରଚାରକ ସାଜିଲେ । ନବୀନଙ୍କ ମୁହଁରେ ଦୁଇଧାଡ଼ି କୁହାଇ ନିଜେ ଲମ୍ବା ଭାଷଣ ଦେଲେ । ନବୀନଙ୍କୁ ଅସୁସ୍ଥ, ଦୁର୍ବଳ ଓ ଏକ ପୋଷା ଶୁଆ ପରି ସମସ୍ତଙ୍କ ଆଗରେ ଉପସ୍ଥାପିତ କରାଗଲା । ସବୁ ସଭାରେ ତାଙ୍କ ମାଇକକୁ ପାଣ୍ଡିଆନ୍ ଜବରଦସ୍ତ ଭିନ୍ନ ଚାହାଣିରେ ଧରିଲେ । ସତେ ଯେମିତି ନବୀନ ବାବୁ କିଛି କରିବାକୁ କି କହିବାକୁ ଅକ୍ଷମ । ଏସବୁ ଦୃଶ୍ୟ ଦେଖି ଲୋକ ଚିଡ଼ିଗଲେ । ବିଜେଡିକୁ ଏଥର ଭୋଟ ଦେଇ ଅଣଓଡ଼ିଆ ପାଣ୍ଡିଆନଙ୍କ ହାତରେ କ୍ଷମତା ଅର୍ପଣ କରିବାକୁ ଲୋକେ ଚାହିଁଲେନି ।

ବିଜେଡି ବିପର୍ଯ୍ୟୟର ଦ୍ୱିତୀୟ ଖଳନାୟକ ଚେହେରା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ(ବବି) ଦାସଙ୍କୁ କୁହାଯାଉଛି । ନିର୍ବାଚନ ସମୟରେ ବବିଙ୍କ କାର୍ଯ୍ୟକଳାପ ମାରାତ୍ମକ ଥିଲା ଏବଂ କିଛି ନେତାଙ୍କ ବିରୋଧରେ ଅନ୍ତର୍ଘାତୀ କାର୍ଯ୍ୟ କରିଥିଲେ ବୋଲି ଅଭିଯୋଗ ହୋଇଛି । ଦଳର ଅନେକ ବରିଷ୍ଠ ନେତା ଏହି ଅଭିଯୋଗ ସିଧା ନବୀନ ପଟ୍ଟନାୟକଙ୍କ ପାଖରେ କରିଛନ୍ତି । ସେମାନଙ୍କର ଅଭିଯୋଗ ହେଉଛି, ବବିଙ୍କ ଦାୟିତ୍ୱରେ ଥିବା ନିର୍ବାଚନ ପରିଚାଳନା ଓ ପାଣ୍ଠି ବଣ୍ଟନରେ ମନମାନି କରାଯାଇଥିଲା । ସାଂସଦ ପ୍ରାର୍ଥୀମାନଙ୍କୁ ନିର୍ବାଚନ ଖର୍ଚ୍ଚ ବାବଦରେ ମାତ୍ର କୋଟିଏରୁ ଦେଢ଼କୋଟି ଦିଆଗଲା । ବିଧାୟକ ପ୍ରାର୍ଥୀଙ୍କୁ ମଧ୍ୟ ଖାମଖିଆଲି ଢ଼ଙ୍ଗରେ ଅର୍ଥ ଦିଆଗଲା । ଦଳର କିଛି ପ୍ରଭାବଶାଳୀ ନେତାଙ୍କୁ ହରାଇବାକୁ ବବି ଷଡ଼ଯନ୍ତ୍ର ରଚି ସେ ବାବଦରେ ବିପୁଳ ଅର୍ଥ ଖଟାଇଥିଲେ । ପାଣ୍ଡିଆନ-ବବିଙ୍କ ମଧୁଚନ୍ଦ୍ରିକାରେ ଏ ସବୁ ହୋଇଥିବା କିଛି ନେତା କହିଛନ୍ତି ।

ତେବେ ନବୀନ ବାବୁ ଏସବୁ ଅଭିଯୋଗକୁ ମନପ୍ରାଣ ଦେଇ ଶୁଣିଥିଲେ ମଧ୍ୟ ତାଙ୍କର ସେଭଳି ଗମ୍ଭୀର ପ୍ରତିକ୍ରିୟା ନ ଥିବା ଦଳୀୟ ନେତାଙ୍କ ସୂତ୍ରରୁ ଜଣାପଡ଼ିଛି । ଯାହା ସମସ୍ତଙ୍କୁ ବିସ୍ମିତ କରିଛି । ଉଲ୍ଲେଖଥାଉକି, ନିର୍ବାଚନ ଫଳାଫଳ ଆସିବାର ୪ ଦିନ ପରେ ନବୀନ ବାବୁ ଗଣମାଧ୍ୟମକୁ ଆସି ପାଣ୍ଡିଆନଙ୍କୁ ସୁରକ୍ଷା ଦେଇଥିଲେ । ବିଜେଡି ବିପର୍ଯ୍ୟୟ ପାଇଁ ପାଣ୍ଡିଆନଙ୍କୁ ସମାଲୋଚନା କରିବା ଦୁର୍ଭାଗ୍ୟଜନକ ବୋଲି ସେ ମନ୍ତବ୍ୟ ଦେବା ସହ ତାଙ୍କୁ ପ୍ରଶଂସାରେ ପୋତି ପକାଇଥିଲେ ।

ଏବେକାର ସ୍ଥିତି ହେଉଛି, ପାଣ୍ଡିଆନ୍ ସର୍ବସମ୍ମୁଖକୁ ନ ଆସିଲେ ମଧ୍ୟ ନବୀନ ନିବାସରେ ରହି କୁଆଡ଼େ ମନ୍ତ୍ରଣା ଜାରି ରଖିଛନ୍ତି । ସୁତରାଂ ବିଜେଡି ବିପର୍ଯ୍ୟୟର ଏହି ମୁଖ୍ୟ ଖଳନାୟକଙ୍କୁ ନବୀନ ଦୂରେଇ ଦେବାକୁ ଚାହୁଁ ନ ଥିବା ସ୍ପଷ୍ଟ ହୋଇଛି । ଯେଉଁ ନବୀନ ପଟ୍ଟନାୟକ କ୍ଷମତା ଓ ନିଜର ଭାବମୂର୍ତ୍ତି ପାଇଁ କାହାରିକୁ ଛାଡ଼ିବା ଲୋକ ନୁହଁନ୍ତି, ସେଇ ନବୀନଙ୍କର ଏହି ପରିବର୍ତ୍ତିତ ଆଚରଣ ଦଳୀୟ ନେତାଙ୍କୁ ଚକିତ କରିଛି । ପ୍ୟାରୀମୋହନ ମହାପାତ୍ରଙ୍କୁ ବେଇମାନ କହି ଗୋଟିଏ ମୁହୂର୍ତ୍ତରେ ମାଟି ଚଟାଇଥିବା ସେଇ ନବୀନ ବାବୁଙ୍କ ଏବେକାର ପାଣ୍ଡିଆନ୍ ପ୍ରୀତି ପଛର ରହସ୍ୟ କେହି ବୁଝିପାରୁନାହାନ୍ତି ।

ସେହିଭଳି ବବିଙ୍କ ବିଭୀଷଣ କାର୍ଯ୍ୟକଳାପକୁ ନେଇ ଦଳୀୟ ନେତାଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ବ୍ୟାପିଥିଲେ ମଧ୍ୟ ନବୀନ ବାବୁ ତାଙ୍କୁ ସୁରକ୍ଷା ଦେବା ପଛର ରହସ୍ୟ କେହି ବୁଝିପାରୁନାହାନ୍ତି । ବବିଙ୍କ ବିରୋଧରେ ଅର୍ନ୍ତଘାତୀ କାର୍ଯ୍ୟ ଓ ଅର୍ଥ ହଡ଼ପର ମାଳ ମାଳ ଅଭିଯୋଗ ସତ୍ତ୍ୱେ ପୂର୍ବଭଳି ସେ ନିୟମିତ ଶଙ୍ଖ ଭବନ ଆସୁଛନ୍ତି ଏବଂ ଦଳୀୟ ବ୍ୟାପାର ବୁଝୁଛନ୍ତି । ଏମିତିକି ନିର୍ବାଚନ ପରାଜୟର କାରଣ ଖୋଜିବାର ନେତୃତ୍ୱ ନେବାକୁ ସେ କୁଆଡ଼େ ପ୍ରସ୍ତୁତ ରହିଛନ୍ତି ।

ଏଭଳିସ୍ଥିତିରେ ଦଳ ଯେ ପୂର୍ବଭଳି ଶକ୍ତିଶାଳି ଓ ସଂଗଠିତ ହୋଇ ରହିବ ତାହା ଅନେକଙ୍କୁ ଆଶଙ୍କିତ କରିଛି । ପାଣ୍ଡିଆନ ଓ ବବିଙ୍କ ପ୍ରତି ନବୀନ ପଟ୍ଟନାୟକଙ୍କର ଅତୁଟ ବିଶ୍ୱାସ ଆଗକୁ ଭୟଙ୍କର ରୂପ ନେବ ବୋଲି ଜଣାପଡ଼ିଲାଣି । ନିକଟ ଭବିଷ୍ୟତରେ ଦଳ ଖଣ୍ଡ ବିଖଣ୍ଡିତ ହୋଇଗଲେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି ଜଣେ ବରିଷ୍ଠ ବିଧାୟକ କହିଛନ୍ତି ।

ଇତିମଧ୍ୟରେ ଦଳର କିଛି ପ୍ରଭାବଶାଳୀ ନେତା ଏକାଠି ହୋଇ ଦଳର ଭବିଷ୍ୟତ ସଂକ୍ରାନ୍ତରେ ଆଲୋଚନା ଜାରି ରଖିଛନ୍ତି । କୌଣସି ପରିସ୍ଥିତିରେ ପାଣ୍ଡିଆନଙ୍କ ହସ୍ତକ୍ଷେପ ଓ ବବିଙ୍କ ମାମଲତିକୁୁ ସେମାନେ ସହ୍ୟ କରିବେ ନାହିଁ ବୋଲି ଶପଥ ନେଇଛନ୍ତି । ନବୀନ ବାବୁଙ୍କ ଉପରେ ପରବର୍ତ୍ତୀ ନିଷ୍ପତ୍ତି ଛାଡ଼ି ସେଇ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ବାର୍ତ୍ତା ଦେଇଛନ୍ତି ।

ସୂଚନାଥାଉକି, ନିର୍ବାଚନ ବିପର୍ଯ୍ୟୟର କାରଣ ଖୋଜିବା ପାଇଁ ମୁଖିଆ ନବୀନ ପଟ୍ଟନାୟକ ଏ ପର୍ଯ୍ୟନ୍ତ ଆଗ୍ରହ ଦେଖାଇନାହାନ୍ତି । ନବନିର୍ବାଚିତ ବିଧାୟକ ଦଳ ବୈଠକରେ ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏ ପ୍ରସଙ୍ଗ ଉତଥାନ କରିଥିଲେ ମଧ୍ୟ ନବୀନ ବାବୁ କଥା ବାଆଁରେଇ ଦେଇଥିଲେ । ବିଜେଡି ପରାଜୟର କାରଣ ମୋଦି ହାୱା ବୋଲି ଶୁଣାଇଥିଲେ । ଯାହାକୁ ବିଧାୟକମାନେ ଗ୍ରହଣ କରିପାରି ନ ଥିଲେ ମଧ୍ୟ ପାଟି ଖୋଲି ନ ଥିଲେ । ଏଥିରୁ ସ୍ପଷ୍ଟ ଯେ ବିଜେଡି ପରାଜୟର ପ୍ରକୃତ କାରଣ ପଦାକୁ ଆଣିବାକୁ ନବୀନ ବାବୁ ଚାହୁଁନାହାନ୍ତି । ଏହାପଛରେ ପାଣ୍ଡିଆନ୍ ସିଣ୍ଡୋ୍ରମ୍ ଥିବା ଚର୍ଚ୍ଚା ହେଉଛି ।

Previous Post

୨୦୩୬ ପର୍ଯ୍ୟନ୍ତ ଭାରତୀୟ ହକିର ପ୍ରାୟୋଜନ କରିବ ଓଡ଼ିଶା

Next Post

ଦାୟିତ୍ୱମୁକ୍ତ ହେଲେ ପୂର୍ବ ସରକାରରେ ନିଯୁକ୍ତ ଉପଦେଷ୍ଟା

Next Post
ଦାୟିତ୍ୱମୁକ୍ତ ହେଲେ ପୂର୍ବ ସରକାରରେ ନିଯୁକ୍ତ ଉପଦେଷ୍ଟା

ଦାୟିତ୍ୱମୁକ୍ତ ହେଲେ ପୂର୍ବ ସରକାରରେ ନିଯୁକ୍ତ ଉପଦେଷ୍ଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA